ଜଳୁଛି ଗ୍ରୀସ୍ ଜଙ୍ଗଲ, ୨୦ ପ୍ରବାସୀ ନାଗରିକଙ୍କ ମୃତ୍ୟୁ
ଏଥେନ୍ସ: ଜଙ୍ଗଲ ନିଆଁ ଗ୍ରୀସ ଏବଂ ସ୍ପେନର ଚିନ୍ତା ବଢ଼ାଇ ଦେଇଛି। ସ୍ପେନର କେନରି ଦ୍ବୀପରେ ଥିବା ଟେନରିଫ ଜଙ୍ଗଲ ଏବଂ ତୁର୍କୀ ସୀମା ନିକଟରେ ଥିବା ଗ୍ରୀସ୍ ଗତ ଚାରି ଦିନ ହେଲା ଜଳୁଛି। ଏହା ଭୟଙ୍କର ସ୍ଥିତି ସୃଷ୍ଟି କରିଛି। ନିଆଁର ଭୟାବହତା ଦେଖି ଅନେକ ଲୋକ ପଳାୟନ କରିଛନ୍ତି। ଜଙ୍ଗଲରେ ଫସି ରହିଥିବା କିଛି ଲୋକଙ୍କୁ ଉଦ୍ଧାର କରି ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ଏହି ନିଆଁ ଗ୍ରୀସ୍ ଜଙ୍ଗଲରେ ୨୦ ଜଣ […]
ଏଥେନ୍ସ: ଜଙ୍ଗଲ ନିଆଁ ଗ୍ରୀସ ଏବଂ ସ୍ପେନର ଚିନ୍ତା ବଢ଼ାଇ ଦେଇଛି। ସ୍ପେନର କେନରି ଦ୍ବୀପରେ ଥିବା ଟେନରିଫ ଜଙ୍ଗଲ ଏବଂ ତୁର୍କୀ ସୀମା ନିକଟରେ ଥିବା ଗ୍ରୀସ୍ ଗତ ଚାରି ଦିନ ହେଲା ଜଳୁଛି। ଏହା ଭୟଙ୍କର ସ୍ଥିତି ସୃଷ୍ଟି କରିଛି। ନିଆଁର ଭୟାବହତା ଦେଖି ଅନେକ ଲୋକ ପଳାୟନ କରିଛନ୍ତି। ଜଙ୍ଗଲରେ ଫସି ରହିଥିବା କିଛି ଲୋକଙ୍କୁ ଉଦ୍ଧାର କରି ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ଏହି ନିଆଁ ଗ୍ରୀସ୍ ଜଙ୍ଗଲରେ ୨୦ ଜଣ ପ୍ରବାସୀଙ୍କ ଜୀବନ ନେଇଛି। ମଙ୍ଗଳବାର ଏମାନଙ୍କ ମୃତଦେହ ଉଦ୍ଧାର କରାଯାଇଛି। ତେବେ ପରିଚୟ ମିଳିପାରି ନାହିଁ। ବୋଇନ ଭାବେ ଏହି ପ୍ରବାସୀ ଜଙ୍ଗଲରେ ପ୍ରବେଶ କରିଥିଲେ ବୋଲି କୁହାଯାଉଛି। ଏହି ମାମଲାର ତଦନ୍ତ ଜାରି ରହିଛି।
ଅଧିକାରୀଙ୍କ ସୂଚନା ଅନୁଯାୟୀ ,ନିଆଁ ଲିଭାଇବା ପାଇଁ ଅଭିଯାନକୁ ଜୋରଦାର କରାଯାଇଛି। ଦମକଳ ବାହିନୀ ଏବଂ ହେଲିକପ୍ଟରକୁ ମୁତୟନ କରାଯାଇଛି। ତେବେ ବିଭିନ୍ନ ଅଞ୍ଚଳରେ ନିଆଁ ନିୟନ୍ତ୍ରଣ ବାହାରକୁ ଚାଲି ଯାଇଛି। ଇଭିୟା, କିଥୋନ ଦ୍ବୀପ ଏବଂ ଏଥେନ୍ସର ବୋଏସିଆ କ୍ଷେତ୍ରରେ ଭୟଙ୍କର ସ୍ଥିତି ସୃଷ୍ଟି ହୋଇଛି। ଜଙ୍ଗଲ ନିଆଁ ଯୋଗୁଁ ଅଞ୍ଚଳର ତାପମାତ୍ରା ଅହେତୁକ ବୃଦ୍ଧି ପାଇ ୪୧ ଡିଗ୍ରୀରେ ପହଞ୍ଚି ଯାଇଛି। ଲୋକେ ଅଣନିଶ୍ବାସୀ ହୋଇ ସୁରକ୍ଷିତ ସ୍ଥାନକୁ ଚାଲି ଯାଉଛନ୍ତି। ଏହା ପୂର୍ବରୁ ଜୁଲାଇରେ ଜଙ୍ଗଲ ନିଆଁ ଦେଶରେ ଅଣାୟତ୍ତ ସ୍ଥିତି ସୃଷ୍ଟି କରିଥିଲା।