ଭାରତ ରଚିବ ଇତିହାସ: ଆଜି ଜହ୍ନରେ ଲେଖିବ ନାଁ, ସଫଳତା ପାଇଁ ସବୁଠି ଚାଲିଛି ପୂଜାର୍ଚ୍ଚନା

The Sakala Picture
Published On

ନୂଆଦିଲ୍ଲୀ: ଚନ୍ଦ୍ରରେ ଅବତରଣ କରି ଭାରତ ଇତିହାସ ସୃଷ୍ଟି କରିବାକୁ ଯାଉଛି। ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ)ର ଚନ୍ଦ୍ରଯାନ-୩ ଆଜି ସନ୍ଧ୍ୟା ୬ଟା ୪ରେ ଚନ୍ଦ୍ରପୃଷ୍ଠରେ ଅବତରଣ କରିବ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଚନ୍ଦ୍ରଯାନ-୩ର କାର୍ଯ୍ୟକଳାପ ଉପରେ ଇସ୍ରୋର ଇଞ୍ଜିନିୟର ଏବଂ ବୈଜ୍ଞାନିକମାନେ ତୀକ୍ଷ୍ଣ ନଜର ରଖିଛନ୍ତି। ଭାରତର ବହୁ ପ୍ରତୀକ୍ଷିତ ଚନ୍ଦ୍ରଯାନ-୩ ଉପରେ ସାରା ବିଶ୍ବର ନଜର ରହିଛି। ରୁଷର ଚନ୍ଦ୍ରଯାନ ଲୁନା-୨୫ ବିଫଳତା ପରେ ସାମାନ୍ୟ ଚିନ୍ତା ବୃଦ୍ଧି ପାଇଛି। […]

ନୂଆଦିଲ୍ଲୀ: ଚନ୍ଦ୍ରରେ ଅବତରଣ କରି ଭାରତ ଇତିହାସ ସୃଷ୍ଟି କରିବାକୁ ଯାଉଛି। ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ)ର ଚନ୍ଦ୍ରଯାନ-୩ ଆଜି ସନ୍ଧ୍ୟା ୬ଟା ୪ରେ ଚନ୍ଦ୍ରପୃଷ୍ଠରେ ଅବତରଣ କରିବ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଚନ୍ଦ୍ରଯାନ-୩ର କାର୍ଯ୍ୟକଳାପ ଉପରେ ଇସ୍ରୋର ଇଞ୍ଜିନିୟର ଏବଂ ବୈଜ୍ଞାନିକମାନେ ତୀକ୍ଷ୍ଣ ନଜର ରଖିଛନ୍ତି। ଭାରତର ବହୁ ପ୍ରତୀକ୍ଷିତ ଚନ୍ଦ୍ରଯାନ-୩ ଉପରେ ସାରା ବିଶ୍ବର ନଜର ରହିଛି। ରୁଷର ଚନ୍ଦ୍ରଯାନ ଲୁନା-୨୫ ବିଫଳତା ପରେ ସାମାନ୍ୟ ଚିନ୍ତା ବୃଦ୍ଧି ପାଇଛି। ହେଲେ ଭାରତୀୟ ବୈଜ୍ଞାନିକ ଚନ୍ଦ୍ରଯାନ-୩ର ସଫଳତାକୁ ନେଇ ସମ୍ପୂର୍ଣ୍ଣ ଆଶାବାଦୀ ଅଛନ୍ତି।

ଆହୁରି ପଢ଼ନ୍ତୁ: ଅବସରପ୍ରାପ୍ତ ଏୟାର ମାର୍ଶଲ ଜିତେନ୍ଦ୍ର ମିଶ୍ର ହେଲେ ରାମ ମନ୍ଦିର ଟ୍ରଷ୍ଟର ପ୍ରଥମ ସିଇଓ

ଚନ୍ଦ୍ରଯାନର ସଫଳତା ପାଇଁ ସବୁଠି ପୂଜାର୍ଚ୍ଚନା କରାଯାଉଛି। ଉତ୍ତରପ୍ରଦେଶ, ମହାରାଷ୍ଟ୍ର ଏବଂ ମଧ୍ୟପ୍ରଦେଶରେ ଯଜ୍ଞ କରାଯାଉଛି। ବନାରସର କାମାଖ୍ୟା ମନ୍ଦିରରେ ଯଜ୍ଞ କରାଯାଉଛି ଏବଂ ଲକ୍ଷ୍ନୌର ଇସ୍‌ଲାମିକ ସେଣ୍ଟର ଅଫ୍ ଇଣ୍ଡିଆରେ ଲୋକେ ନମାଜ ପଢୁଛନ୍ତି। ମଧ୍ୟପ୍ରଦେଶ ଖରଗୋନର ପ୍ରସିଦ୍ଧ ସିଦ୍ଧନାଥ ମହାଦେବ ମନ୍ଦିରରେ ପୂଜା ଏବଂ ଆଳତୀ କରାଯାଇଛି। ଚନ୍ଦ୍ରର ଦକ୍ଷିଣ ମେରୁରେ ଚନ୍ଦ୍ରଯାନ-୩ ସଫ୍ଟଲ୍ୟାଣ୍ଡିଂ କରିବାରେ ସଫଳ ହେବ ବୋଲି ଇସ୍ରୋ ଅଧ୍ୟକ୍ଷ ଏସ୍ ସୋମନାଥ କହିଛନ୍ତି। ସମୟ ସମୟରେ ଚନ୍ଦ୍ରଯାନର ସବୁ ସିଷ୍ଟମକୁ ଯାଞ୍ଚ କରାଯାଉଛି। ସବୁ କିଛି ଭଲଭାବେ କାମ କରୁଛି। ଲ୍ୟାଣ୍ଡର ଅବତରଣ ପାଇଁ ପ୍ରସ୍ତୁତ ହୋଇ ରହିଛି। ଏହି ଅଭିଯାନ ସଫଳ ହେଲେ ଭାରତ ଚନ୍ଦ୍ର ବିଜୟ କରିଥିବା ବିଶ୍ବର ଚତୁର୍ଥ ରାଷ୍ଟ୍ର ହୋଇଯିବ। ମାତ୍ର ଦକ୍ଷିଣ ମେରୁରେ ଯାନ ଅବତରଣ କରିଥିବା ବିଶ୍ବର ପ୍ରଥମ ରାଷ୍ଟ୍ର ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦକ୍ଷିଣ ଆଫ୍ରିକାରୁ ଚନ୍ଦ୍ରଯାନର ଅବତରଣ ଦେଖିବେ। ସେ ଏବେ ବ୍ରିକ୍ସ ସମ୍ମିଳନୀ ପାଇଁ ଜୋହାନ୍ସବର୍ଗରେ ଅଛନ୍ତି।

ଆହୁରି ପଢ଼ନ୍ତୁ: ନେପାଳରେ ଭୟଙ୍କର ବନ୍ୟାର ୯ ଦିନ ପରେ ଜଳବିଦ୍ୟୁତ୍ ପ୍ରକଳ୍ପ ଟନେଲରୁ ଜୀବନ୍ତ ଉଦ୍ଧାର ହେଲେ ଦୁଇ ଶ୍ରମିକ

ଏହା ସହିତ ଚନ୍ଦ୍ରଯାନ-୩ ଚନ୍ଦ୍ରର ନୂଆ ଫଟୋ ପଠାଇଛି। ଇସ୍ରୋ ଏହି ଫଟୋକୁ ସେୟାର କରିଛି। ଚନ୍ଦ୍ରଠାରୁ ୭୦ କିମି ଦୂରରେ ଥିବା ସମୟରେ ଲ୍ୟାଣ୍ଡର ପୋଜିସନ ଡିଟେକ୍ସନ କ୍ୟାମେରା (ଏଲ୍ପିଡିସି) ଏହି ଫଟୋ ଉଠାଇ ଥିଲା। ଭାରତୀୟ ବଂଶୋଦ୍ଭବ ତଥା ଆମେରିକା ମହାକାଶଚାରୀ ସୁନିତା ୱିଲିୟମ୍ସ ମଧ୍ୟ ଚନ୍ଦ୍ରଯାନ-୩ର ସଫଳତାକୁ ଚାହିଁ ବସିଛନ୍ତି। ସେ ଏହି ମୂହୁର୍ତ୍ତକୁ ଉତ୍ସୁକତାର ସହ ଚାହିଁ ରହିଥିବା କହିଛନ୍ତି। ଚନ୍ଦ୍ରପୃଷ୍ଠରେ ସଫ୍ଟ ଲ୍ୟାଣ୍ଡିଂ ପାଇଁ ଚନ୍ଦ୍ରଯାନ-୩ର ଲ୍ୟାଣ୍ଡରକୁ ୧୫ରୁ ୧୭ ମିନିଟ ଲାଗିବ। ଏହି ସମୟ ସବୁଠାରୁ ଗୁରୁତ୍ବପୂର୍ଣ୍ଣ। ଏହି ଅବଧିକୁ ‘୧୫ ମିନିଟ୍ସ ଅଫ୍ ଟେରର (ଭୟର ୧୫ ମିନିଟ)’ କୁହାଯାଇଥାଏ। ଅବତରଣର ୨ ଘଣ୍ଟା ପୂର୍ବରୁ ଲ୍ୟାଣ୍ଡର ସବୁ କିଛି ଯାଞ୍ଚ କରିବ। ମଡ୍ୟୁଲ ଏବଂ ଚନ୍ଦ୍ରମାର ସ୍ଥିତିକୁ ଦେଖି ଅବତରଣ କରିବ କି ନାହିଁ ବୋଲି ସ୍ଥିର କରିବ। ଯଦି ସବୁ କିଛି ଠିକ୍ ନ ରୁହେ ତେବେ ଅଗଷ୍ଟ ୨୭ରେ ପୁଣିଥରେ ଅବତରଣ କରାଯିବ। ଶେଷ ଥର ପାଇଁ ରବିବାର ରାତି ୧ଟା ୫୦ ମିନିଟରେ ଚନ୍ଦ୍ରଯାନର କକ୍ଷ ପରିବର୍ତ୍ତନ କରାଯାଇଥିଲା। ଏହି ସମୟରେ ଚନ୍ଦ୍ରଯାନ ଚନ୍ଦ୍ରଠାରୁ ସର୍ବନିମ୍ନ ୨୫ ଏବଂ ସର୍ବାଧିକ ୧୩୪ କିମି ଦୂରରେ ଥିଲା।

ଆହୁରି ପଢ଼ନ୍ତୁ: ଏୟାର ଇଣ୍ଡିଆ ବିମାନରେ ଆକସ୍ମିକ ବିପଦ: ନିଶାଗ୍ରସ୍ତ ପାଇଲଟ୍ ବହିଷ୍କୃତ, ସାମ୍ନାକୁ ଆସିଲା ସାଂଘାତିକ ତଥ୍ୟ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର