ରେସଲର ସୁଶୀଲ କୁମାରଙ୍କୁ ସସ୍‌ପେଣ୍ଡ୍ କଲା ରେଲୱେ

The Sakala Picture
Published On

ହତ୍ୟା ମାମଲାରେ ଗିରଫ ହୋଇଥିବା ରେସଲର ସୁଶୀଲ କୁମାରଙ୍କୁ ଲାଗିଛି ବଡ ଝଟକା । ସୁଶୀଲ କୁମାରଙ୍କୁ ସସ୍‌ପେଣ୍ଡ କରିଛି ଉତ୍ତର ରେଲୱେ । ଏହା ପୂର୍ବରୁ ସୁଶୀଲ କୁମାରଙ୍କୁ ନଲମ୍ୱିତ କରାଯିବ ବୋଲି ସୋମବାର ଦିନ ଉତ୍ତର ରେଲୱେର ପ୍ରବକ୍ତା କହିଥିଲେ। ଉତ୍ତର ରେଳବାଇର ଜଣେ ବରିଷ୍ଠ ବାଣିଜ୍ୟିକ ପରିଚାଳକ କହିଛନ୍ତି ଯେ, ସୁଶୀଲ ୨୦୧୫ ମସିହାରୁ ଦିଲ୍ଲୀ ସରକାରଙ୍କ ସହ ଡେପୁଟେସନରେ ଥିଲେ ଏବଂ ସ୍କୁଲ ସ୍ତରରେ କ୍ରୀଡ଼ାର ବିକାଶ ପାଇଁ ଛତ୍ରସାଲ ଷ୍ଟାଡିୟମରେ […]

ହତ୍ୟା ମାମଲାରେ ଗିରଫ ହୋଇଥିବା ରେସଲର ସୁଶୀଲ କୁମାରଙ୍କୁ ଲାଗିଛି ବଡ ଝଟକା । ସୁଶୀଲ କୁମାରଙ୍କୁ ସସ୍‌ପେଣ୍ଡ କରିଛି ଉତ୍ତର ରେଲୱେ । ଏହା ପୂର୍ବରୁ ସୁଶୀଲ କୁମାରଙ୍କୁ ନଲମ୍ୱିତ କରାଯିବ ବୋଲି ସୋମବାର ଦିନ ଉତ୍ତର ରେଲୱେର ପ୍ରବକ୍ତା କହିଥିଲେ।

ଆହୁରି ପଢ଼ନ୍ତୁ: ଜନ୍ତର ମନ୍ତରରେ CJP ର ବିକ୍ଷୋଭ: ଦିଲ୍ଲୀରେ ୧୬ଟି ମେଟ୍ରୋ ଷ୍ଟେସନ ବନ୍ଦ

ଉତ୍ତର ରେଳବାଇର ଜଣେ ବରିଷ୍ଠ ବାଣିଜ୍ୟିକ ପରିଚାଳକ କହିଛନ୍ତି ଯେ, ସୁଶୀଲ ୨୦୧୫ ମସିହାରୁ ଦିଲ୍ଲୀ ସରକାରଙ୍କ ସହ ଡେପୁଟେସନରେ ଥିଲେ ଏବଂ ସ୍କୁଲ ସ୍ତରରେ କ୍ରୀଡ଼ାର ବିକାଶ ପାଇଁ ଛତ୍ରସାଲ ଷ୍ଟାଡିୟମରେ ସ୍ପେଶାଲ ଡ୍ୟୁଟି (ଓଏସଡି)ରେ ତାଙ୍କୁ ଅଫିସର ଭାବରେ ପୋଷ୍ଟିଂ କରାଯାଇଥିଲା ।

ଆହୁରି ପଢ଼ନ୍ତୁ: ସିଜେପି ପ୍ରଦର୍ଶନକାରୀଙ୍କ ଉପରେ ପୁଲିସ କାର୍ଯ୍ୟାନୁଷ୍ଠାନ ମାମଲା: ଭୁଲ ଖବର ପ୍ରସାରଣକୁ ନେଇ କ୍ଷୁବ୍ଧ ହେଲେ ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ

ଉଲ୍ଲେଖଯୋଗ୍ୟ, ୨୦୨୧ ମେ ୪ ତାରିଖରେ ଅଲିମ୍ପିକ୍ସ ବିଜେତା ସୁଶୀଲ କୁମାର ପାଲଟିଥିଲା ସାଗରଙ୍କ ହତ୍ୟାର ମୁଖ୍ୟ ଅଭିଯୁକ୍ତ। ସାଗରଙ୍କର ମୃତ୍ୟୁ ପରେ ସାମ୍ନାକୁ ଆସିଥିଲା ସୁଶୀଲ କୁମାରଙ୍କର ନାଁ। ଏହାପରେ ସୁଶୀଲ ହୋଇଯାଇଥିଲେ ଫେରାର। ଦିଲ୍ଲୀ ପୋଲିସ ସୁଶୀଲଙ୍କୁ ଖୋଜିବା ପାଇଁ ଏକ ଲକ୍ଷ ଟଙ୍କା ପୁରସ୍କାର ରାଶିର ଘୋଷଣା କରିଥିଲେ। ଏହା ପରେ ଲୁକଆଉଟ୍ ନୋଟିସ୍ ଏବଂ ମେ ୧୫ ରେ କୋର୍ଟ ସୁଶୀଲ କୁମାରଙ୍କ ବିରୋଧରେ ଜାରି କରିଥିଲେ ଜାମିନ ବିହୀନ ୱାରେଣ୍ଟ। ତା’ପରେ ସୁଶୀଲଙ୍କ ପକ୍ଷରୁ ଓକିଲ ରୋହିଣୀ ଜିଲ୍ଲା କୋର୍ଟରେ ମଧ୍ୟବର୍ତ୍ତୀକାଳୀନ ଜାମିନ ଆବେଦନ କରିଥିଲେ। ଏହାପରେ ତାଙ୍କୁ ଦିଲ୍ଲୀର ମୁନ୍ଦକା ଅଞ୍ଚଳରୁ ଗିରଫ କରାଯାଇଥିଲା। ସୁଶୀଲଙ୍କ ସହ ତାଙ୍କର ଜଣେ ସହଯୋଗୀ ଅଜୟ ମଧ୍ୟ ପୋଲିସ ଦ୍ୱାରା ଗିରଫ ହୋଇଛନ୍ତି। ଫେରାର ପରେ ସୁଶୀଲ ହରିଦ୍ୱାରର ଋଷିକେଶର ଏକ ବଡ ଆଶ୍ରମରେ ରହୁଥିଲେ।

ଆହୁରି ପଢ଼ନ୍ତୁ: ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫାକୁ 'ଗଣତନ୍ତ୍ରର ବିଜୟ' କହିଲା CJP

25 May 2021 By The Sakala

ରେସଲର ସୁଶୀଲ କୁମାରଙ୍କୁ ସସ୍‌ପେଣ୍ଡ୍ କଲା ରେଲୱେ

ହତ୍ୟା ମାମଲାରେ ଗିରଫ ହୋଇଥିବା ରେସଲର ସୁଶୀଲ କୁମାରଙ୍କୁ ଲାଗିଛି ବଡ ଝଟକା । ସୁଶୀଲ କୁମାରଙ୍କୁ ସସ୍‌ପେଣ୍ଡ କରିଛି ଉତ୍ତର ରେଲୱେ । ଏହା ପୂର୍ବରୁ ସୁଶୀଲ କୁମାରଙ୍କୁ ନଲମ୍ୱିତ କରାଯିବ ବୋଲି ସୋମବାର ଦିନ ଉତ୍ତର ରେଲୱେର ପ୍ରବକ୍ତା କହିଥିଲେ।

ଉତ୍ତର ରେଳବାଇର ଜଣେ ବରିଷ୍ଠ ବାଣିଜ୍ୟିକ ପରିଚାଳକ କହିଛନ୍ତି ଯେ, ସୁଶୀଲ ୨୦୧୫ ମସିହାରୁ ଦିଲ୍ଲୀ ସରକାରଙ୍କ ସହ ଡେପୁଟେସନରେ ଥିଲେ ଏବଂ ସ୍କୁଲ ସ୍ତରରେ କ୍ରୀଡ଼ାର ବିକାଶ ପାଇଁ ଛତ୍ରସାଲ ଷ୍ଟାଡିୟମରେ ସ୍ପେଶାଲ ଡ୍ୟୁଟି (ଓଏସଡି)ରେ ତାଙ୍କୁ ଅଫିସର ଭାବରେ ପୋଷ୍ଟିଂ କରାଯାଇଥିଲା ।

ଉଲ୍ଲେଖଯୋଗ୍ୟ, ୨୦୨୧ ମେ ୪ ତାରିଖରେ ଅଲିମ୍ପିକ୍ସ ବିଜେତା ସୁଶୀଲ କୁମାର ପାଲଟିଥିଲା ସାଗରଙ୍କ ହତ୍ୟାର ମୁଖ୍ୟ ଅଭିଯୁକ୍ତ। ସାଗରଙ୍କର ମୃତ୍ୟୁ ପରେ ସାମ୍ନାକୁ ଆସିଥିଲା ସୁଶୀଲ କୁମାରଙ୍କର ନାଁ। ଏହାପରେ ସୁଶୀଲ ହୋଇଯାଇଥିଲେ ଫେରାର। ଦିଲ୍ଲୀ ପୋଲିସ ସୁଶୀଲଙ୍କୁ ଖୋଜିବା ପାଇଁ ଏକ ଲକ୍ଷ ଟଙ୍କା ପୁରସ୍କାର ରାଶିର ଘୋଷଣା କରିଥିଲେ। ଏହା ପରେ ଲୁକଆଉଟ୍ ନୋଟିସ୍ ଏବଂ ମେ ୧୫ ରେ କୋର୍ଟ ସୁଶୀଲ କୁମାରଙ୍କ ବିରୋଧରେ ଜାରି କରିଥିଲେ ଜାମିନ ବିହୀନ ୱାରେଣ୍ଟ। ତା’ପରେ ସୁଶୀଲଙ୍କ ପକ୍ଷରୁ ଓକିଲ ରୋହିଣୀ ଜିଲ୍ଲା କୋର୍ଟରେ ମଧ୍ୟବର୍ତ୍ତୀକାଳୀନ ଜାମିନ ଆବେଦନ କରିଥିଲେ। ଏହାପରେ ତାଙ୍କୁ ଦିଲ୍ଲୀର ମୁନ୍ଦକା ଅଞ୍ଚଳରୁ ଗିରଫ କରାଯାଇଥିଲା। ସୁଶୀଲଙ୍କ ସହ ତାଙ୍କର ଜଣେ ସହଯୋଗୀ ଅଜୟ ମଧ୍ୟ ପୋଲିସ ଦ୍ୱାରା ଗିରଫ ହୋଇଛନ୍ତି। ଫେରାର ପରେ ସୁଶୀଲ ହରିଦ୍ୱାରର ଋଷିକେଶର ଏକ ବଡ ଆଶ୍ରମରେ ରହୁଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର