ପୁଣି ସରଗରମ ହେବ ସଂସଦ: ଆଜି ଆସିପାରେ ଦିଲ୍ଲୀ ଅଧ୍ୟାଦେଶ ବିଲ୍‌

The Sakala Picture
Published On

ନୂଆଦିଲ୍ଲୀ: ସଂସଦରେ ମଣିପୁର ପ୍ରସଙ୍ଗରେ ଆଲୋଚନା କରିବା ଦାବିକୁ ନେଇ ବିରୋଧୀଙ୍କ ହଙ୍ଗାମା ଜାରି ରହିଛି। ଜୁଲାଇ ୨୦ ତାରିଖରୁ ଆରମ୍ଭ ହୋଇଥିବା ମୌସୁମୀ ଅଧିବେଶନର ପ୍ରଥମ ଦିନରୁ ଏହି ପ୍ରସଙ୍ଗକୁ ନେଇ ହଙ୍ଗାମା ଚାଲିଥିଲା ବେଳେ ସୋମବାର ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଛି। ତେବେ ମଣିପୁର ପ୍ରସଙ୍ଗ ବ୍ୟତୀତ ଦିଲ୍ଲୀ ଅଧ୍ୟାଦେଶ ବିଲ୍‌କୁ ନେଇ ପୁଣିଥରେ ସଂସଦ ସରଗରମ ହୋଇଛି। କେନ୍ଦ୍ର ସରକାର ସୋମବାର ଏହି ବିଲ ଆଗତ କରିବାକୁ ପ୍ରସ୍ତୁତି ନେଇଥିଲେ। କିନ୍ତୁ […]

ନୂଆଦିଲ୍ଲୀ: ସଂସଦରେ ମଣିପୁର ପ୍ରସଙ୍ଗରେ ଆଲୋଚନା କରିବା ଦାବିକୁ ନେଇ ବିରୋଧୀଙ୍କ ହଙ୍ଗାମା ଜାରି ରହିଛି। ଜୁଲାଇ ୨୦ ତାରିଖରୁ ଆରମ୍ଭ ହୋଇଥିବା ମୌସୁମୀ ଅଧିବେଶନର ପ୍ରଥମ ଦିନରୁ ଏହି ପ୍ରସଙ୍ଗକୁ ନେଇ ହଙ୍ଗାମା ଚାଲିଥିଲା ବେଳେ ସୋମବାର ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଛି। ତେବେ ମଣିପୁର ପ୍ରସଙ୍ଗ ବ୍ୟତୀତ ଦିଲ୍ଲୀ ଅଧ୍ୟାଦେଶ ବିଲ୍‌କୁ ନେଇ ପୁଣିଥରେ ସଂସଦ ସରଗରମ ହୋଇଛି। କେନ୍ଦ୍ର ସରକାର ସୋମବାର ଏହି ବିଲ ଆଗତ କରିବାକୁ ପ୍ରସ୍ତୁତି ନେଇଥିଲେ। କିନ୍ତୁ ବିରୋଧୀଙ୍କ ହଙ୍ଗାମା ଯୋଗୁଁ ଏହା ହୋଇପାରିନାହିଁ। ତେବେ ଆସନ୍ତାକାଲି ଏହି ବିଲ୍‌ ଆଗତ କରାଯିବାର ଯଥେଷ୍ଟ ସମ୍ଭାବନା ଥିବାରୁ ବିରୋଧୀ ମହଲ ପୁଣିଥରେ ଶାସକ ଗୋଷ୍ଠୀ ବିରୋଧରେ ହୁଙ୍କାର ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ଭାରତ-ବାଂଲାଦେଶ ସୀମାରେ ଉତ୍ତେଜନା: ଅନୁପ୍ରବେଶକାରୀଙ୍କୁ ଗ୍ରହଣ କରିବାକୁ ବିଜିବିର ମନା, ବିଏସଏଫ୍ ସହ ମୁହାଁମୁହିଁ

ଏହି ବିଲ୍‌କୁ କୌଣସିମତେ ପାସ୍‌ ନକରାଇବାକୁ ଆପ୍‌ ଆପ୍ରାଣ ଉଦ୍ୟମ ଚଳାଇଛି। ଏହି ବିଲକୁ ସଂସଦରେ ବିରୋଧ କରିବାକୁ ଆପ୍‌ ପକ୍ଷରୁ ପୂର୍ବରୁ ସବୁ ବିରୋଧ ଦଳଗୁଡିକୁ କୁହାଯାଇଥିଲା ବେଳେ କଂଗ୍ରେସ ସମେତ ଅନ୍ୟ ବହୁ ବିରୋଧ ଦଳ ଏହି ବିଲ୍‌ ବିରୋଧରେ ମତ ଦେବା ଏକପ୍ରକାର ନିଶ୍ଚିତ ହୋଇଯାଇଛି। କିନ୍ତୁ ସେପଟେ ଏହି ବିଲକୁ ଆଇନରେ ପରିଣତ କରିବାକୁ ଶାସକ ଗୋଷ୍ଠୀ ମଧ୍ୟ ରଣନୀତି ପ୍ରସ୍ତୁତ କରିସାରିଛି। ଏହି ପରିପ୍ରେକ୍ଷୀରେ ଦିଲ୍ଲୀ ଅଧ୍ୟାଦେଶ ବିଲକୁ ନେଇ ସଂସଦରେ ଶାସକ ଏବଂ ବିରୋଧୀଙ୍କ ଅଗ୍ନି ପରୀକ୍ଷା ହେବାକୁ ଯାଉଛି। ଏହି ପରୀକ୍ଷା ୨୦୨୪ ନିର୍ବାଚନ ପାଇଁ ସେମି ଫାଇନାଲ ହୋଇପାରେ ବୋଲି ରାଜନୀତିକ ବିଶାରଦମାନେ ମତ ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ଲଣ୍ଡନରେ ସିଜେଆଇ ସୂର୍ଯ୍ୟକାନ୍ତଙ୍କ କାର୍ଯ୍ୟକ୍ରମରେ ବିଶୃଙ୍ଖଳା: 'ଅଶୋଭନୀୟ ଆଚରଣ' କହି ନିନ୍ଦା କଲା ଭାରତୀୟ ହାଇକମିଶନ

ଶାସକ ଗୋଷ୍ଠୀ ଏହି ବିଲକୁ ଲୋକସଭାରେ ପାସ୍‌ କରାଇବା ନେଇ କୌଣସି ସମସ୍ୟା ନାହିଁ। କାରଣ ସରକାରଙ୍କ ପକ୍ଷରେ ଯେତିକି ସାଂସଦଙ୍କ ସମର୍ଥନ ରହିଛି ତଦ୍ବାରା ଏହାକୁ ସହଜରେ ଅନୁମୋଦନ ମିଳିଯିବ। କିନ୍ତୁ ରାଜ୍ୟସଭାରେ ଏହି ବିଲ ପାସ୍‌ ନେଇ ଅଙ୍କକଷା ଚାଲିଛି। ରାଜ୍ୟସଭାରେ ଏହାକୁ ପାସ୍‌ କରାଇବା ନେଇ ଶାସକ ଗୋଷ୍ଠୀ ନିକଟରେ କିଛି ସାଂସଦଙ୍କ କମ୍‌ ରହିଥିଲେ ହେଁ କିଛି ଆଞ୍ଚଳିକ ଦଳ ଏହାକୁ ସମର୍ଥନ ଦେବେ ବୋଲି କୁହାଯାଉଛି। ତେବେ ଏହି ବିଲ ଆଗତ ହେବା ପରେ ଶାସକ ଏବଂ ବିରୋଧୀଙ୍କ ଶକ୍ତିର ପରୀକ୍ଷା ଫଳ ସ୍ପଷ୍ଟ ହୋଇଯିବ ବୋଲି କୁହାଯାଉଛି। ଏହାମଧ୍ୟରେ କେନ୍ଦ୍ର ସରକାର ଦିଲ୍ଲୀ ଅଧ୍ୟାଦେଶ ବିଲର ତିନୋଟି ଦିଗରେ ପରିବର୍ତ୍ତନ କରିଛନ୍ତି।

ଆହୁରି ପଢ଼ନ୍ତୁ: 'ନୋ ବିଗ୍ ଡିଲ୍' ରୁ 'ସମ୍ପୂର୍ଣ୍ଣ ବିନାଶ': ଇରାନର ଆପାଚେ ହେଲିକପ୍ଟର ଆକ୍ରମଣ ପରେ କାହିଁକି ବଦଳିଲା ଟ୍ରମ୍ପଙ୍କ ମିଜାଜ?

01 Aug 2023 By The Sakala

ପୁଣି ସରଗରମ ହେବ ସଂସଦ: ଆଜି ଆସିପାରେ ଦିଲ୍ଲୀ ଅଧ୍ୟାଦେଶ ବିଲ୍‌

ନୂଆଦିଲ୍ଲୀ: ସଂସଦରେ ମଣିପୁର ପ୍ରସଙ୍ଗରେ ଆଲୋଚନା କରିବା ଦାବିକୁ ନେଇ ବିରୋଧୀଙ୍କ ହଙ୍ଗାମା ଜାରି ରହିଛି। ଜୁଲାଇ ୨୦ ତାରିଖରୁ ଆରମ୍ଭ ହୋଇଥିବା ମୌସୁମୀ ଅଧିବେଶନର ପ୍ରଥମ ଦିନରୁ ଏହି ପ୍ରସଙ୍ଗକୁ ନେଇ ହଙ୍ଗାମା ଚାଲିଥିଲା ବେଳେ ସୋମବାର ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଛି। ତେବେ ମଣିପୁର ପ୍ରସଙ୍ଗ ବ୍ୟତୀତ ଦିଲ୍ଲୀ ଅଧ୍ୟାଦେଶ ବିଲ୍‌କୁ ନେଇ ପୁଣିଥରେ ସଂସଦ ସରଗରମ ହୋଇଛି। କେନ୍ଦ୍ର ସରକାର ସୋମବାର ଏହି ବିଲ ଆଗତ କରିବାକୁ ପ୍ରସ୍ତୁତି ନେଇଥିଲେ। କିନ୍ତୁ ବିରୋଧୀଙ୍କ ହଙ୍ଗାମା ଯୋଗୁଁ ଏହା ହୋଇପାରିନାହିଁ। ତେବେ ଆସନ୍ତାକାଲି ଏହି ବିଲ୍‌ ଆଗତ କରାଯିବାର ଯଥେଷ୍ଟ ସମ୍ଭାବନା ଥିବାରୁ ବିରୋଧୀ ମହଲ ପୁଣିଥରେ ଶାସକ ଗୋଷ୍ଠୀ ବିରୋଧରେ ହୁଙ୍କାର ଦେଇଛନ୍ତି।

ଏହି ବିଲ୍‌କୁ କୌଣସିମତେ ପାସ୍‌ ନକରାଇବାକୁ ଆପ୍‌ ଆପ୍ରାଣ ଉଦ୍ୟମ ଚଳାଇଛି। ଏହି ବିଲକୁ ସଂସଦରେ ବିରୋଧ କରିବାକୁ ଆପ୍‌ ପକ୍ଷରୁ ପୂର୍ବରୁ ସବୁ ବିରୋଧ ଦଳଗୁଡିକୁ କୁହାଯାଇଥିଲା ବେଳେ କଂଗ୍ରେସ ସମେତ ଅନ୍ୟ ବହୁ ବିରୋଧ ଦଳ ଏହି ବିଲ୍‌ ବିରୋଧରେ ମତ ଦେବା ଏକପ୍ରକାର ନିଶ୍ଚିତ ହୋଇଯାଇଛି। କିନ୍ତୁ ସେପଟେ ଏହି ବିଲକୁ ଆଇନରେ ପରିଣତ କରିବାକୁ ଶାସକ ଗୋଷ୍ଠୀ ମଧ୍ୟ ରଣନୀତି ପ୍ରସ୍ତୁତ କରିସାରିଛି। ଏହି ପରିପ୍ରେକ୍ଷୀରେ ଦିଲ୍ଲୀ ଅଧ୍ୟାଦେଶ ବିଲକୁ ନେଇ ସଂସଦରେ ଶାସକ ଏବଂ ବିରୋଧୀଙ୍କ ଅଗ୍ନି ପରୀକ୍ଷା ହେବାକୁ ଯାଉଛି। ଏହି ପରୀକ୍ଷା ୨୦୨୪ ନିର୍ବାଚନ ପାଇଁ ସେମି ଫାଇନାଲ ହୋଇପାରେ ବୋଲି ରାଜନୀତିକ ବିଶାରଦମାନେ ମତ ଦେଇଛନ୍ତି।

ଶାସକ ଗୋଷ୍ଠୀ ଏହି ବିଲକୁ ଲୋକସଭାରେ ପାସ୍‌ କରାଇବା ନେଇ କୌଣସି ସମସ୍ୟା ନାହିଁ। କାରଣ ସରକାରଙ୍କ ପକ୍ଷରେ ଯେତିକି ସାଂସଦଙ୍କ ସମର୍ଥନ ରହିଛି ତଦ୍ବାରା ଏହାକୁ ସହଜରେ ଅନୁମୋଦନ ମିଳିଯିବ। କିନ୍ତୁ ରାଜ୍ୟସଭାରେ ଏହି ବିଲ ପାସ୍‌ ନେଇ ଅଙ୍କକଷା ଚାଲିଛି। ରାଜ୍ୟସଭାରେ ଏହାକୁ ପାସ୍‌ କରାଇବା ନେଇ ଶାସକ ଗୋଷ୍ଠୀ ନିକଟରେ କିଛି ସାଂସଦଙ୍କ କମ୍‌ ରହିଥିଲେ ହେଁ କିଛି ଆଞ୍ଚଳିକ ଦଳ ଏହାକୁ ସମର୍ଥନ ଦେବେ ବୋଲି କୁହାଯାଉଛି। ତେବେ ଏହି ବିଲ ଆଗତ ହେବା ପରେ ଶାସକ ଏବଂ ବିରୋଧୀଙ୍କ ଶକ୍ତିର ପରୀକ୍ଷା ଫଳ ସ୍ପଷ୍ଟ ହୋଇଯିବ ବୋଲି କୁହାଯାଉଛି। ଏହାମଧ୍ୟରେ କେନ୍ଦ୍ର ସରକାର ଦିଲ୍ଲୀ ଅଧ୍ୟାଦେଶ ବିଲର ତିନୋଟି ଦିଗରେ ପରିବର୍ତ୍ତନ କରିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର