ଥମୁନି ମଣିପୁର ହିଂସା: ୨ ମହିଳାଙ୍କୁ ଉଲଗ୍ନ କରି ବୁଲାଇବା ଘଟଣା, ୨ମାସ ପରେ ଗିରଫ ହେଲା ମୁଖ୍ୟ ଅଭିଯୁକ୍ତ

The Sakala Picture
Published On

ଇମ୍ଫାଲ: ମଣିପୁରରେ ୨ ଜଣ ଅସହାୟ ମହିଳାଙ୍କୁ ଉଲଗ୍ନ କରି ବୁଲାଇବା ଘଟଣାର ଭିଡିଓ ଭାଇରାଲ୍ ପରେ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି ପୁଲିସ । ମୁଖ୍ୟ ଅଭିଯୁକ୍ତ ଜଣଙ୍କ ହେଉଛନ୍ତି ଖୁଏରୁମ ହେରୋଦାସ୍ । ଗୁରୁବାର ଥାଓବାଲରୁ ଗିରଫ କରିଛି ପୁଲିସ । ହେରୋଦାସଙ୍କ ବୟସ ୩୨ ବର୍ଷ । ଭାଇରାଲ ଭିଡିଓରୁ ପୁଲିସ ତାକୁ ଚିହ୍ନଟ କରିଛି । ମଣିପୁର ପୁଲିସର ସୂଚନା ଅନୁଯାୟୀ, ହେରୋଦାସ ଏହି ମାମଲାର ମୁଖ୍ୟ ଅଭିଯୁକ୍ତ । ମଣିପୁରରେ […]

ଇମ୍ଫାଲ: ମଣିପୁରରେ ୨ ଜଣ ଅସହାୟ ମହିଳାଙ୍କୁ ଉଲଗ୍ନ କରି ବୁଲାଇବା ଘଟଣାର ଭିଡିଓ ଭାଇରାଲ୍ ପରେ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି ପୁଲିସ । ମୁଖ୍ୟ ଅଭିଯୁକ୍ତ ଜଣଙ୍କ ହେଉଛନ୍ତି ଖୁଏରୁମ ହେରୋଦାସ୍ । ଗୁରୁବାର ଥାଓବାଲରୁ ଗିରଫ କରିଛି ପୁଲିସ । ହେରୋଦାସଙ୍କ ବୟସ ୩୨ ବର୍ଷ । ଭାଇରାଲ ଭିଡିଓରୁ ପୁଲିସ ତାକୁ ଚିହ୍ନଟ କରିଛି ।

ଆହୁରି ପଢ଼ନ୍ତୁ: କେଉଁଠି ଘର ନାହିଁ, କେଉଁଠି ଛାତ ନାହିଁ, କେଉଁଠି ଗଳି ନାହିଁ—ଯେଉଁଠି ଦେଖିବେ ସେଇଠି ପ୍ରକୃତିର କରାଳ ରୂପ !

ମଣିପୁର ପୁଲିସର ସୂଚନା ଅନୁଯାୟୀ, ହେରୋଦାସ ଏହି ମାମଲାର ମୁଖ୍ୟ ଅଭିଯୁକ୍ତ । ମଣିପୁରରେ ମହିଳାଙ୍କ ସହ ହୋଇଥିବା ଏହି ଅତ୍ୟାଚାରର ଭାଇରାଲ ଭିଡିଓ ମେ ୪ରେ କୁହାଯାଉଛି । ଏଥିରେ, ଗୋଟିଏ ସମ୍ପ୍ରଦାୟର ଦୁଇଜଣ ମହିଳାଙ୍କୁ କିଛି ଯୁବକ ନିବସ୍ତ୍ର କରି ରାସ୍ତାରେ ବୁଲାଇଥିଲେ । ଏହି ଘଟଣା ସାମ୍ନାକୁ ଆସିବା ପରେ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି।

ଆହୁରି ପଢ଼ନ୍ତୁ: ୩୬,୦୦୦ ଫୁଟ ଉଚ୍ଚରେ ଏୟାର ଇଣ୍ଡିଆ ବିମାନରେ ଯାନ୍ତ୍ରିକ ତ୍ରୁଟି: କିଛି ସେକେଣ୍ଡରେ ଫେଲ୍ ମାରିଲା ସମସ୍ତ ହାଇଡ୍ରୋଲିକ୍ସ, ୨୪ ଆହତ

ଖବର ଅନୁଯାୟୀ, ଗତ ଦୁଇ ମାସ ହେଲା ମଣିପୁର ସଂରକ୍ଷଣ ନିଆଁରେ ଜଳୁଛି। କୁକି ଏବଂ ମେଇତି ସମ୍ପ୍ରଦାୟ ମଧ୍ୟରେ ଜାରି ହିଂସା ଥମିବା ବଦଳରେ ଦିନକୁ ଦିନ ଉଗ୍ର ହେବାରେ ଲାଗିଛି। ବୁଧବାର ମଣିପୁରରୁ ଏକ ଭୟାନକ ଭିଡିଓ ସାମ୍ନାକୁ ଆସିଥିଲା। ଏଥିରେ ପୁରୁଷଙ୍କ ଏକ ଗୋଷ୍ଠୀ ୨ ଜଣ ଅସହାୟ ମହିଳାଙ୍କୁ ଉଲଗ୍ନ କରି ରାସ୍ତାରେ ଦୌଡାଉଥିବା ଦେଖିବାକୁ ମିଳିଛି। ମହିଳାଙ୍କୁ ଯୌନ ଉତ୍ପୀଡ଼ନ ଦିଆଯାଉଛି। ପରେ କ୍ଷେତକୁ ନେଇ ଗଣଦୁଷ୍କର୍ମ କରାଯାଇଛି ବୋଲି ଇଣ୍ଡିଜିନସ ଟ୍ରାଇବାଲ ଲିଡର୍ସ ଫୋରମ (ଆଇଟିଏଲ୍‌ଏଫ) ଅଭିଯୋଗ କରିଛି।

ଆହୁରି ପଢ଼ନ୍ତୁ: ଆମେରିକୀୟ ସେନା ଦ୍ୱାରା ଫୋନ୍ ଏବଂ କମ୍ପ୍ୟୁଟରରେ ବିଜ୍ଞାପନ ଟ୍ରାକର୍ ବନ୍ଦ: ମଧ୍ୟପ୍ରାଚ୍ୟରେ ସୈନିକଙ୍କ ସୁରକ୍ଷା ପାଇଁ ପଦକ୍ଷେପ

ସଂଗଠନ ଏହି ମାମଲାରେ ମହିଳା ଏବଂ ଏସ୍‌ଟି କମିଶନଙ୍କଠାରୁ କାର୍ଯ୍ୟାନୁଷ୍ଠାନ ଦାବି କରିଛି। ଆଇଟିଏଲଏଫ ଅନୁଯାୟୀ ୨ ମହିଳା କୁକି ସମ୍ପ୍ରଦାୟର। ମହିଳାଙ୍କୁ ବନ୍ଧକ ବନାଇ ରଖାଯାଇଛି। ଛାଡ଼ିଦେବା ପାଇଁ ଉଭୟେ କାକୁତିମିନତି କରୁଥିବା ଦେଖାଯାଉଛି।

ସୂଚନା ଅନୁଯାୟୀ, ଏହି ଭିଡିଓଟି ମଇ ୪ ତାରିଖର। ଇମ୍ଫାଲରୁ ପ୍ରାୟ ୩୫ କିମି ଦୂର କାଙ୍ଗପୋକପି ଜିଲ୍ଲାରେ ଏହି ଘଟଣା ଘଟିଥିଲା। ଇଣ୍ଟରନେଟ ସେବା ବନ୍ଦ ଥିବାରୁ ଏହା ସାମ୍ନାକୁ ଆସି ନ ଥିଲା। ପୁଲିସ ଏତଲା ରୁଜୁ କରି ମାମଲାର ତଦନ୍ତ କରୁଛି। ଏତଲା ଅନୁଯାୟୀ ମଇ ୪ ତାରିଖ ଦ୍ବିପହରେ ୮୦୦ରୁ ହଜାରେ ଲୋକ ବି.ଫୋନମ ଗ୍ରାମରେ ପ୍ରବେଶ କରି ଭଙ୍ଗାରୁଜା କରିଥିଲେ। ଆକ୍ରମଣକାରୀ ମେଇତି ଯୁବ ସଂଗଠନ, ମେଇତି ଲିପୁନ, କାଙ୍ଗଲେଇପାକ କନବା ଲୁପ, ଅରାମବାଇ ତେଙ୍ଗଗୋଲ ଏବଂ ବିଶ୍ବ ମେଇତି ପରିଷଦର ବୋଲି ସନ୍ଦେହ କରାଯାଉଛି। ସେମାନେ ଅନେକ ଲୋକଙ୍କୁ ହତ୍ୟା କରିଥିଲେ। ପରେ ୩ ମହିଳାଙ୍କୁ ଉଲଗ୍ନ ହେବାକୁ ବାଧ୍ୟ କରିଥିେଲ ଏବଂ ଗଣଦୁଷ୍କର୍ମ କରିଥିଲେ। ଜଣେ ମହିଳାଙ୍କୁ ତାଙ୍କ ଭାଇ ବଞ୍ଚାଇବାକୁ ଉଦ୍ୟମ କରିଥିଲେ। ତେବେ ଆକ୍ରମଣକାରୀ ତାଙ୍କୁ ହତ୍ୟା କରି ଦେଇଥିଲେ। ପରେ ୨ ମହିଳାଙ୍କୁ ରାସ୍ତାରେ ଦଉଡ଼ାଇ ଥିଲେ।

ଏହି ଭିଡିଓକୁ ନେଇ ବିରୋଧୀ କେନ୍ଦ୍ର ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ଏହି ମାମଲାକୁ ସଂସଦରେ ଉଠାଯିବ ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି। କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଏବଂ ଅଳକା ଲାମ୍ବା, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପ୍ରମୁଖ ଏହି ଘଟଣାକୁ ବିରୋଧ କରିଛନ୍ତି। ଅଳକା ଲାମ୍ବା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ହସ୍ତକ୍ଷେପ ଦାବି କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ନିରବତା ଯୋଗୁଁ ମଣିପୁରରେ ଅରଜାକ ସ୍ଥିତି ସୃଷ୍ଟି ହୋଇଛି ବୋଲି ରାହୁଲ ଗାନ୍ଧୀ ଅଭିଯୋଗ କରିଛନ୍ତି। ମଣିପୁରରେ ଭାରତର ଚିନ୍ତାଧାରା ଉପରେ ହେଉଥିବା ଆକ୍ରମଣକୁ ନେଇ ‘ଇଣ୍ଡିଆ’ ନିରବ ରହିବ ନାହିଁ ବୋଲି କହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର