୫୦୦ ଦିନରେ ରୁଷ୍‌-ୟୁକ୍ରେନ୍‌ ଯୁଦ୍ଧ, ୯ ହଜାର ୟୁକ୍ରେନ ନାଗରିକଙ୍କ ମୃତ୍ୟୁ

The Sakala Picture
Published On

ନୂଆଦିଲ୍ଲୀ: ଗତ ବର୍ଷ ଫେବୃଆରୀ ୨୪ରେ ରୁଷ୍‌ ଅଚାନକ ୟୁକ୍ରେନ ଆକ୍ରମଣ କରିଥିଲା। ଏହି ଆକ୍ରମଣ ସାରା ବିଶ୍ବକୁ ଦୋହଲାଇ ଦେଇଥିଲା। ଏହି ଯୁଦ୍ଧରେ କେବଳ ୟୁକ୍ରେନ୍‌ ନୁହେଁ, ସମଗ୍ର ବିଶ୍ବ ପ୍ରଭାବିତ ହୋଇଛି। ଶନିବାର ଏହି ଯୁଦ୍ଧ ୫୦୦ ଦିନରେ ପହଞ୍ଚି ଯାଇଛି। କିନ୍ତୁ ସଂଘର୍ଷ ଥମିବାର ନା ଧରୁନି। ରୁଷ୍‌ ୟୁକ୍ରେନର ବିଭିନ୍ନ ସ୍ଥାନକୁ ନିଶାଣ କରି କ୍ଷେପଣାସ୍ତ୍ର ଏବଂ ରକେଟ ଆକ୍ରମଣ ଜାରି ରଖିଛି। ପୂର୍ବ ୟୁକ୍ରେନରେ ରୁଷ୍‌ ଶନିବାର ରକେଟ ମାଡ଼ କରିଛି। […]

ନୂଆଦିଲ୍ଲୀ: ଗତ ବର୍ଷ ଫେବୃଆରୀ ୨୪ରେ ରୁଷ୍‌ ଅଚାନକ ୟୁକ୍ରେନ ଆକ୍ରମଣ କରିଥିଲା। ଏହି ଆକ୍ରମଣ ସାରା ବିଶ୍ବକୁ ଦୋହଲାଇ ଦେଇଥିଲା। ଏହି ଯୁଦ୍ଧରେ କେବଳ ୟୁକ୍ରେନ୍‌ ନୁହେଁ, ସମଗ୍ର ବିଶ୍ବ ପ୍ରଭାବିତ ହୋଇଛି। ଶନିବାର ଏହି ଯୁଦ୍ଧ ୫୦୦ ଦିନରେ ପହଞ୍ଚି ଯାଇଛି। କିନ୍ତୁ ସଂଘର୍ଷ ଥମିବାର ନା ଧରୁନି। ରୁଷ୍‌ ୟୁକ୍ରେନର ବିଭିନ୍ନ ସ୍ଥାନକୁ ନିଶାଣ କରି କ୍ଷେପଣାସ୍ତ୍ର ଏବଂ ରକେଟ ଆକ୍ରମଣ ଜାରି ରଖିଛି। ପୂର୍ବ ୟୁକ୍ରେନରେ ରୁଷ୍‌ ଶନିବାର ରକେଟ ମାଡ଼ କରିଛି। ଏଥିରେ ୮ ଜଣ ପ୍ରାଣ ହରାଇଥିବାବେଳେ ୧୩ ଜଣ ଆହତ ହୋଇଛନ୍ତି। ରୁଷ୍‌ର ଘନ ଘନ ଆକ୍ରମଣରେ ପର୍ଯ୍ୟଟନର କେନ୍ଦ୍ର ପାଲଟି ଥିବା ୟୁକ୍ରେନ ଏବେ ଧ୍ବଂସସ୍ତୁପରେ ପରିଣତ ହୋଇଯାଇଛି। ଚାରିଆଡ଼େ ଯୁଦ୍ଧର ବିଭୀଷିକା ଦେଖିବାକୁ ମିଳିଛି। ଯୁଦ୍ଧ ୫୦୦ ଦିନରେ ପହଞ୍ଚିବା ଅବସରରେ ସାଧାରଣ ନାଗରିକଙ୍କ ମୃତ୍ୟୁକୁ ନେଇ ଜାତିସଂଘ (ୟୁଏନ) ପ୍ରଶ୍ନ ଉଠାଇଛି। ଏହି ୫୦୦ ଦିନରେ ୟୁକ୍ରେନର ୯ ହଜାର ନାଗରିକ ପ୍ରାଣ ହରାଇଛନ୍ତି ବୋଲି କୁହାଯାଇଛି। ଏମାନଙ୍କ ମଧ୍ୟରେ ୫୦୦ ଶିଶୁ ସାମିଲ ଅଛନ୍ତି। ୧୫ ହଜାରରୁ ଊର୍ଦ୍ଧ୍ବ ଲୋକ ମଧ୍ୟ ଆହତ ହୋଇଛନ୍ତି। ଯୁଦ୍ଧ ଯୋଗୁଁ ୬୦ ଲକ୍ଷ ଲୋକ ଦେଶ ଛାଡ଼ିଛନ୍ତି। ୧୨, ୭୫, ୩୧୫ ଲୋକ ରୁଷ୍‌ ପଳାଇଛନ୍ତି।

ଆହୁରି ପଢ଼ନ୍ତୁ: ଜମ୍ମୁ-କାଶ୍ମୀରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା: ଶହେ ଫୁଟ୍ ତଳକୁ ଖସିଲା ବସ୍‌, ୧୫ ମୃତ

କିଭ୍‌ ସ୍କୁଲ ଅଫ୍‌ ଇକୋନମିକ୍ସର ରିପୋର୍ଟ ଅନୁଯାୟୀ, ଏହି ଯୁଦ୍ଧରେ କୋଠା ଏବଂ ଭିତ୍ତିଭୂମି ବାବଦକୁ ୟୁକ୍ରେନର ପ୍ରାୟ ୧୧ ଲକ୍ଷ କୋଟି ଟଙ୍କା କ୍ଷତି ହେଲାଣି। ଯୁଦ୍ଧ ପ୍ରଭାବରୁ ବାହାରିବା ପାଇଁ ଦେଶକୁ ୧୦ ବର୍ଷ ଲାଗିବ ଏବଂ ଏଥିପାଇଁ ୩୩ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ ବୋଲି ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମଏଫ) ପକ୍ଷରୁ କୁହାଯାଇଛି। ଅନ୍ୟପକ୍ଷରେ ଏହି ଅବସରରେ ୟୁକ୍ରେନ ରାଷ୍ଟ୍ରପତି ଭୋଲ୍‌ଡାମିର ଜେଲେଁସ୍କି କୃଷ୍ଣ ସାଗରରେ ଥିବା ‘ସ୍ନେକ ଆଇଲାଣ୍ଡ’କୁ ଯାଇଛନ୍ତି। ସମଗ୍ର ୟୁକ୍ରେନ ଭଳି ଏହାକୁ କେହି କବ୍‌ଜା କରିପାରିବେନି। କାରଣ ଏହା ସାହସୀଙ୍କ ଦେଶ ବୋଲି ଜେଲେଁସ୍କି କହିଛନ୍ତି। ସେ ସମସ୍ତ ସୈନିକଙ୍କୁ ଧନ୍ୟବାଦ ଦେଇଛନ୍ତି। ସୂଚନାଯୋଗ୍ୟ ଯେ ୟୁକ୍ରେନ ଆକ୍ରମଣ ପରେ କିଛି ସମୟ ପାଇଁ ଏହି ଦ୍ବୀପକୁ ରୁଷ୍‌କୁ କବ୍‌ଜା କରି ନେଇ ଯାଇଥିଲା। ୟୁକ୍ରେନ ସେନାର ଜବାବୀ କାର୍ଯ୍ୟାନୁଷ୍ଠାନ ପରେ ଏହାକୁ ମୁକ୍ତି କରି ପଛଘୁଞ୍ଚା ଦେଇଥିଲା। ଏହି ଯୁଦ୍ଧ ପୁଣି ବିଶ୍ବକୁ ତିନି ଭାଗରେ ବିଭକ୍ତ କରିଦେଇଛି।

ଆହୁରି ପଢ଼ନ୍ତୁ: ଛତିଶଗଡ଼ରେ ବିମାନ ଦୁର୍ଘଟଣା: ପାହାଡ଼ ସହ ପିଟିହେଲା ଘରୋଇ ବିମାନ, ପାଇଲଟ୍ ଓ କୋ-ପାଇଲଟଙ୍କ ମୃତ୍ୟୁ ଆଶଙ୍କା

ବେଲାରୁଷ, ଉତ୍ତର କୋରିଆ ଭଳି କିଛି ରାଷ୍ଟ୍ର ରୁଷ୍‌ ଏବଂ ଆମେରିକା, ବ୍ରିଟେନ, ଫ୍ରାନ୍ସ, କାନାଡା ଆଦି ଦେଶ ୟୁକ୍ରେନକୁ ସମର୍ଥନ କରୁଛନ୍ତି। ଭାରତ ପରି ଆଉ କିଛି ରାଷ୍ଟ୍ର ନିରପେକ୍ଷ ରହିଛନ୍ତି। ନାଟୋ ଦେଶଗୁଡିକ ଯୁଦ୍ଧରେ ୟୁକ୍ରେନକୁ ସହାୟତା କରି ବିପୁଳ ଅସ୍ତ୍ରଶସ୍ତ୍ର ଦେଉଛନ୍ତି। ଏହା ମଧ୍ୟରେ ଆମେରିକା ୟୁକ୍ରେନକୁ କ୍ଲଷ୍ଟର ବୋମା ଦେବ ବୋଲି ଘୋଷଣା କରିଛି। ଏହାକୁ ଅନେକ ଦେଶ ନିଷିଦ୍ଧି କରି ଦେଇଛନ୍ତି। ଏହି ବୋମା ୟୁକ୍ରେନ ଦେବାକୁ ନେଇ କାନାଡା ସହିତ କିଛି ମାନବାଧିକାର ସଂଗଠନ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ତୀବ୍ର ସମାଲୋଚନା କରିଛନ୍ତି।

ଆହୁରି ପଢ଼ନ୍ତୁ: ଆସନ୍ତାକାଲି ଶେଷ ହେଉଛି ଆମେରିକା-ଇରାନ ଅସ୍ତ୍ରବିରତି ଅବଧି: ପୁଣି ଯୁଦ୍ଧ ଆରମ୍ଭ ହେବ ନା ଆଲୋଚନାକୁ ଆସିବ ଇରାନ?

09 Jul 2023 By The Sakala

୫୦୦ ଦିନରେ ରୁଷ୍‌-ୟୁକ୍ରେନ୍‌ ଯୁଦ୍ଧ, ୯ ହଜାର ୟୁକ୍ରେନ ନାଗରିକଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଗତ ବର୍ଷ ଫେବୃଆରୀ ୨୪ରେ ରୁଷ୍‌ ଅଚାନକ ୟୁକ୍ରେନ ଆକ୍ରମଣ କରିଥିଲା। ଏହି ଆକ୍ରମଣ ସାରା ବିଶ୍ବକୁ ଦୋହଲାଇ ଦେଇଥିଲା। ଏହି ଯୁଦ୍ଧରେ କେବଳ ୟୁକ୍ରେନ୍‌ ନୁହେଁ, ସମଗ୍ର ବିଶ୍ବ ପ୍ରଭାବିତ ହୋଇଛି। ଶନିବାର ଏହି ଯୁଦ୍ଧ ୫୦୦ ଦିନରେ ପହଞ୍ଚି ଯାଇଛି। କିନ୍ତୁ ସଂଘର୍ଷ ଥମିବାର ନା ଧରୁନି। ରୁଷ୍‌ ୟୁକ୍ରେନର ବିଭିନ୍ନ ସ୍ଥାନକୁ ନିଶାଣ କରି କ୍ଷେପଣାସ୍ତ୍ର ଏବଂ ରକେଟ ଆକ୍ରମଣ ଜାରି ରଖିଛି। ପୂର୍ବ ୟୁକ୍ରେନରେ ରୁଷ୍‌ ଶନିବାର ରକେଟ ମାଡ଼ କରିଛି। ଏଥିରେ ୮ ଜଣ ପ୍ରାଣ ହରାଇଥିବାବେଳେ ୧୩ ଜଣ ଆହତ ହୋଇଛନ୍ତି। ରୁଷ୍‌ର ଘନ ଘନ ଆକ୍ରମଣରେ ପର୍ଯ୍ୟଟନର କେନ୍ଦ୍ର ପାଲଟି ଥିବା ୟୁକ୍ରେନ ଏବେ ଧ୍ବଂସସ୍ତୁପରେ ପରିଣତ ହୋଇଯାଇଛି। ଚାରିଆଡ଼େ ଯୁଦ୍ଧର ବିଭୀଷିକା ଦେଖିବାକୁ ମିଳିଛି। ଯୁଦ୍ଧ ୫୦୦ ଦିନରେ ପହଞ୍ଚିବା ଅବସରରେ ସାଧାରଣ ନାଗରିକଙ୍କ ମୃତ୍ୟୁକୁ ନେଇ ଜାତିସଂଘ (ୟୁଏନ) ପ୍ରଶ୍ନ ଉଠାଇଛି। ଏହି ୫୦୦ ଦିନରେ ୟୁକ୍ରେନର ୯ ହଜାର ନାଗରିକ ପ୍ରାଣ ହରାଇଛନ୍ତି ବୋଲି କୁହାଯାଇଛି। ଏମାନଙ୍କ ମଧ୍ୟରେ ୫୦୦ ଶିଶୁ ସାମିଲ ଅଛନ୍ତି। ୧୫ ହଜାରରୁ ଊର୍ଦ୍ଧ୍ବ ଲୋକ ମଧ୍ୟ ଆହତ ହୋଇଛନ୍ତି। ଯୁଦ୍ଧ ଯୋଗୁଁ ୬୦ ଲକ୍ଷ ଲୋକ ଦେଶ ଛାଡ଼ିଛନ୍ତି। ୧୨, ୭୫, ୩୧୫ ଲୋକ ରୁଷ୍‌ ପଳାଇଛନ୍ତି।

କିଭ୍‌ ସ୍କୁଲ ଅଫ୍‌ ଇକୋନମିକ୍ସର ରିପୋର୍ଟ ଅନୁଯାୟୀ, ଏହି ଯୁଦ୍ଧରେ କୋଠା ଏବଂ ଭିତ୍ତିଭୂମି ବାବଦକୁ ୟୁକ୍ରେନର ପ୍ରାୟ ୧୧ ଲକ୍ଷ କୋଟି ଟଙ୍କା କ୍ଷତି ହେଲାଣି। ଯୁଦ୍ଧ ପ୍ରଭାବରୁ ବାହାରିବା ପାଇଁ ଦେଶକୁ ୧୦ ବର୍ଷ ଲାଗିବ ଏବଂ ଏଥିପାଇଁ ୩୩ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ ବୋଲି ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମଏଫ) ପକ୍ଷରୁ କୁହାଯାଇଛି। ଅନ୍ୟପକ୍ଷରେ ଏହି ଅବସରରେ ୟୁକ୍ରେନ ରାଷ୍ଟ୍ରପତି ଭୋଲ୍‌ଡାମିର ଜେଲେଁସ୍କି କୃଷ୍ଣ ସାଗରରେ ଥିବା ‘ସ୍ନେକ ଆଇଲାଣ୍ଡ’କୁ ଯାଇଛନ୍ତି। ସମଗ୍ର ୟୁକ୍ରେନ ଭଳି ଏହାକୁ କେହି କବ୍‌ଜା କରିପାରିବେନି। କାରଣ ଏହା ସାହସୀଙ୍କ ଦେଶ ବୋଲି ଜେଲେଁସ୍କି କହିଛନ୍ତି। ସେ ସମସ୍ତ ସୈନିକଙ୍କୁ ଧନ୍ୟବାଦ ଦେଇଛନ୍ତି। ସୂଚନାଯୋଗ୍ୟ ଯେ ୟୁକ୍ରେନ ଆକ୍ରମଣ ପରେ କିଛି ସମୟ ପାଇଁ ଏହି ଦ୍ବୀପକୁ ରୁଷ୍‌କୁ କବ୍‌ଜା କରି ନେଇ ଯାଇଥିଲା। ୟୁକ୍ରେନ ସେନାର ଜବାବୀ କାର୍ଯ୍ୟାନୁଷ୍ଠାନ ପରେ ଏହାକୁ ମୁକ୍ତି କରି ପଛଘୁଞ୍ଚା ଦେଇଥିଲା। ଏହି ଯୁଦ୍ଧ ପୁଣି ବିଶ୍ବକୁ ତିନି ଭାଗରେ ବିଭକ୍ତ କରିଦେଇଛି।

ବେଲାରୁଷ, ଉତ୍ତର କୋରିଆ ଭଳି କିଛି ରାଷ୍ଟ୍ର ରୁଷ୍‌ ଏବଂ ଆମେରିକା, ବ୍ରିଟେନ, ଫ୍ରାନ୍ସ, କାନାଡା ଆଦି ଦେଶ ୟୁକ୍ରେନକୁ ସମର୍ଥନ କରୁଛନ୍ତି। ଭାରତ ପରି ଆଉ କିଛି ରାଷ୍ଟ୍ର ନିରପେକ୍ଷ ରହିଛନ୍ତି। ନାଟୋ ଦେଶଗୁଡିକ ଯୁଦ୍ଧରେ ୟୁକ୍ରେନକୁ ସହାୟତା କରି ବିପୁଳ ଅସ୍ତ୍ରଶସ୍ତ୍ର ଦେଉଛନ୍ତି। ଏହା ମଧ୍ୟରେ ଆମେରିକା ୟୁକ୍ରେନକୁ କ୍ଲଷ୍ଟର ବୋମା ଦେବ ବୋଲି ଘୋଷଣା କରିଛି। ଏହାକୁ ଅନେକ ଦେଶ ନିଷିଦ୍ଧି କରି ଦେଇଛନ୍ତି। ଏହି ବୋମା ୟୁକ୍ରେନ ଦେବାକୁ ନେଇ କାନାଡା ସହିତ କିଛି ମାନବାଧିକାର ସଂଗଠନ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ତୀବ୍ର ସମାଲୋଚନା କରିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର