୧୦ ରାଜ୍ୟର ୫୪ ଜିଲ୍ଲାପାଳଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

The Sakala Picture
Published On

ନୂଆଦିଲ୍ଲୀ: କରୋନା ମହାମାରୀ ନିୟନ୍ତ୍ରଣ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଓଡ଼ିଶା ସମେତ ୧୦ ରାଜ୍ୟର ୫୪ ଜଣ ଜିଲ୍ଲାପାଳଙ୍କ ସହ ଭିଡିଓ କନଫରେନ୍ସିଂ ଜରିଆରେ ଆଲୋଚନା କରିଛନ୍ତି । ଭର୍ଚୁଆଲରେ ଅନୁଷ୍ଠିତ ଏହି ବୈଠକରେ ମୋଦି କହିଛନ୍ତି ଯେ, ମହାମାରୀ ଭଳି ପ୍ରାକୃତିକ ବିପର୍ଯ୍ୟୟ ଗୋଟିଏ କଥା ଶିଖାଇଛି ନିରନ୍ତର ପରିବର୍ତ୍ତନ ଜରୁରୀ । ଭୂତାଣୁ ରୂପ ପରିବର୍ତ୍ତନ କରୁଛି । ସେହିଭଳି ଆମ ଯୋଜନା ବଦଳିବା ସହ ବଳିଷ୍ଠ ହେବା ଦରକାର । […]

  • ନୂଆଦିଲ୍ଲୀ: କରୋନା ମହାମାରୀ ନିୟନ୍ତ୍ରଣ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଓଡ଼ିଶା ସମେତ ୧୦ ରାଜ୍ୟର ୫୪ ଜଣ ଜିଲ୍ଲାପାଳଙ୍କ ସହ ଭିଡିଓ କନଫରେନ୍ସିଂ ଜରିଆରେ ଆଲୋଚନା କରିଛନ୍ତି । ଭର୍ଚୁଆଲରେ ଅନୁଷ୍ଠିତ ଏହି ବୈଠକରେ ମୋଦି କହିଛନ୍ତି ଯେ, ମହାମାରୀ ଭଳି ପ୍ରାକୃତିକ ବିପର୍ଯ୍ୟୟ ଗୋଟିଏ କଥା ଶିଖାଇଛି ନିରନ୍ତର ପରିବର୍ତ୍ତନ ଜରୁରୀ । ଭୂତାଣୁ ରୂପ ପରିବର୍ତ୍ତନ କରୁଛି । ସେହିଭଳି ଆମ ଯୋଜନା ବଦଳିବା ସହ ବଳିଷ୍ଠ ହେବା ଦରକାର ।

କରୋନାର ଦ୍ୱିତୀୟ ଲହରରେ ଯୁବଗୋଷ୍ଠୀ ଓ ଛୁଆଙ୍କ ପ୍ରତି ଚିନ୍ତା ବଢ଼ିଛି। ଆପଣମାନେ ଗ୍ରାଉଣ୍ଡରେ କାମ କରୁଥିବା ଯୋଗୁଁ ଏହି ଚିନ୍ତାରୁ ମୁକ୍ତି ତ ମିଳିଛି । କିନ୍ତୁ ଆଗକୁ ଆମକୁ ପ୍ରସ୍ତୁତ ହୋଇ ରହିବାକୁ ପଡ଼ିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଆହୁରି ପଢ଼ନ୍ତୁ: ସୁପ୍ରିମକୋର୍ଟଙ୍କ ବଡ଼ ରାୟ: ଇଣ୍ଟରନେଟ୍ ବ୍ୟବହାର କରିବା ପିଲାମାନଙ୍କ ସମେତ ପ୍ରତ୍ୟେକ ବ୍ୟକ୍ତିଙ୍କ ମୌଳିକ ଅଧିକାର

ଆଲୋଚନା ବେଳେ ଭ୍ୟାକ୍ସିନ୍ ଅପଚୟ ରୋକିବା, ସମ୍ବେଦନଶୀଳତାର ସହ ସମସ୍ୟା ସମାଧାନ ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି । ଟିକାକରଣରେ ରାଜ୍ୟ ସରକାର ଓ ଅନ୍ୟମାନଙ୍କ ପରାମର୍ଶ ନେଇ ରଣନୀତି ପ୍ରସ୍ତୁତ ହେଉଥିବା ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ।

ଆହୁରି ପଢ଼ନ୍ତୁ: ୟେମେନ୍ ସରକାରୀ ସେନା ଶିବିର ଉପରେ ହୁଥି ବିଦ୍ରୋହୀଙ୍କ ବଡ଼ ଆକ୍ରମଣ, ୧୮ ନିହତ

ପ୍ରଧାନମନ୍ତ୍ରୀ ମୋଦି ଓଡ଼ିଶା ସହ ଝାଡ଼ଖଣ୍ଡ, ମହାରାଷ୍ଟ୍ର, ପଶ୍ଚିମବଙ୍ଗ, କେରଳ, ରାଜସ୍ଥାନ, ହରିୟାଣା, ଛତିଶଗଡ଼, ଉତ୍ତରପ୍ରଦେଶ ଓ ପୁଡୁଚେରୀ ଆଦି ରାଜ୍ୟର ୫୪ ଜିଲ୍ଲାପାଳଙ୍କ ସହ କଥା ହୋଇଛନ୍ତି ।

ଆହୁରି ପଢ଼ନ୍ତୁ: ନିର୍ବାଚନ ଆୟୋଗରେ ବଡ଼ ବିବାଦ: RTI ରିପୋର୍ଟରୁ ଖୁଲାସା ହେଲା ବରିଷ୍ଠ ଅଧିକାରୀଙ୍କ ଏକପାଖିଆ ନିଷ୍ପତ୍ତି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର