କାହିଁକି ବଦଳିଲାନି ନୂତନ ସଂସଦରେ କାର୍ପେଟର ରଙ୍ଗ, ଜାଣନ୍ତୁ କ’ଣ ରହିଛି ଗ୍ରୀନ ଓ ରେଡ୍ କାର୍ପେଟ ସହ ଜଡିତ ଇତିହାସ…..

The Sakala Picture
Published On

ନୂଆଦିଲ୍ଲୀ: ଆସନ୍ତାକାଲି ନୂତନ ସଂସଦ ଭବନକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦଘାଟନ କରିବେ । ବୈଦିକ ବିଧିବିଧାନ ଅନୁସାରେ ପୂଜା-ହୋମ କରାଯାଇ ସଂସଦ ଭବନର ଉଦଘାଟନ କରାଯିବ। ଏହି କାର୍ଯ୍ୟକ୍ରମକୁ ଭବ୍ୟ କରିବା ପାଇଁ ଦେଶର ବିଭିନ୍ନ ସ୍ଥାନରୁ ଧାର୍ମିକ ଗୁରୁଙ୍କୁ ନିମନ୍ତ୍ରଣ କରାଯାଇଛି। ନୂତନ ସଂସଦ ପୁରୁଣା ସଂସଦଠାରୁ ସମ୍ପୂର୍ଣ୍ଣ ଭିନ୍ନ। ନିର୍ମାଣ ଏବଂ ସାଜସଜ୍ଜା ପାଇଁ ଦେଶର ବିଭିନ୍ନ ସ୍ଥାନରୁ ଭିନ୍ନଭିନ୍ନ ସାମଗ୍ରୀ ସ୍ଥାନିତ କରାଯାଇଛି। ତ୍ରିପୁରା ରାଜ୍ୟରୁ ବାଉଁଶ, ରାଜସ୍ଥାନରୁ ମାର୍ବଲ ଏବଂ […]

ନୂଆଦିଲ୍ଲୀ: ଆସନ୍ତାକାଲି ନୂତନ ସଂସଦ ଭବନକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦଘାଟନ କରିବେ । ବୈଦିକ ବିଧିବିଧାନ ଅନୁସାରେ ପୂଜା-ହୋମ କରାଯାଇ ସଂସଦ ଭବନର ଉଦଘାଟନ କରାଯିବ। ଏହି କାର୍ଯ୍ୟକ୍ରମକୁ ଭବ୍ୟ କରିବା ପାଇଁ ଦେଶର ବିଭିନ୍ନ ସ୍ଥାନରୁ ଧାର୍ମିକ ଗୁରୁଙ୍କୁ ନିମନ୍ତ୍ରଣ କରାଯାଇଛି। ନୂତନ ସଂସଦ ପୁରୁଣା ସଂସଦଠାରୁ ସମ୍ପୂର୍ଣ୍ଣ ଭିନ୍ନ। ନିର୍ମାଣ ଏବଂ ସାଜସଜ୍ଜା ପାଇଁ ଦେଶର ବିଭିନ୍ନ ସ୍ଥାନରୁ ଭିନ୍ନଭିନ୍ନ ସାମଗ୍ରୀ ସ୍ଥାନିତ କରାଯାଇଛି। ତ୍ରିପୁରା ରାଜ୍ୟରୁ ବାଉଁଶ, ରାଜସ୍ଥାନରୁ ମାର୍ବଲ ଏବଂ ଅଶୋକା ଚକ୍ର ଦେଶର ସୁଥର ସହର ଇନ୍ଦୋରରୁ ଅଣାଯାଇଛି। ଯାହା ନୂତନ ସଂସଦ ଭବନର ସୌନ୍ଦର୍ଯ୍ୟକୁ ଆହୁରି ବୃଦ୍ଧି କରିଛି। କିନ୍ତୁ ସମସ୍ତ ପରିବର୍ତ୍ତନ ସତ୍ତ୍ବେ ଗୋଟିଏ ଜିନିଷ ବଦଳିନାହିଁ, ତାହା ହେଉଛି ଲୋକସଭା ଏବଂ ରାଜ୍ୟସଭାରେ ବିଛାଯାଇଥିବା ଗ୍ରୀନ ଓ ରେଡ୍ କାର୍ପେଟ। କେନ୍ଦ୍ର ସରକାର କାହିଁକି ଏହି କାର୍ପେଟ ବଦଳାଇ ନାହାଁନ୍ତି ସେନେଇ ଚର୍ଚ୍ଚା ଜୋର ଧରିଛି। ରାଜ୍ୟସଭାର ରେଡ କାର୍ପେଟ ଏବଂ ଲୋକସଭାର ସବୁଜ କାର୍ପେଟରେ ପରିବର୍ତ୍ତନ କାହିଁକି କରାଯାଇ ନାହିଁ ବର୍ତ୍ତାମାନ ସାଧାରଣ ଲୋକଙ୍କମନରେ ପ୍ରଶ୍ନ ଉଠିଛି। ତେବେ ଆସନ୍ତୁ ଜଣିବେ ସବୁକିଛି ପରିବର୍ତ୍ତନ କରାଯାଇଥିଲେ ମଧ୍ୟ କାହିଁକି  ଉଭୟ ସଦନର କାର୍ପେଟକୁ ବଦଳାଯାଇ ନାହିଁ । 

ଉଭୟ ସଦନକୁ ଗଣତନ୍ତ୍ରର ମନ୍ଦିର କୁହାଯାଏ । ଯେଉଁଠାରେ ଜନ ପ୍ରତିନିଧୀମାନେ ସାଧାରଣ ନାଗରିକଙ୍କ ସ୍ୱାର୍ଥ ରକ୍ଷା କରନ୍ତି। ସଂସଦ ଗୃହରେ ଦୁଇଟି ଗୃହ ଅଛି। ଯେଉଁଥିରେ ପ୍ରଥମଟି ହେଉଛି ରାଜ୍ୟସଭା, ଯାହାକୁ ଉଚ୍ଚ ସଦନ ମଧ୍ୟ କୁହାଯାଏ। ଦ୍ୱିତୀୟ ଗୃହଟି ହେଉଛି ଲୋକସଭା ସଦନ, ଯାହାକୁ ନିମ୍ନ ସଦନ ମଧ୍ୟ କୁହାଯାଏ ।

ଆହୁରି ପଢ଼ନ୍ତୁ: ନେପାଳରେ ଭୟାବହ ବନ୍ୟା: ଜଳବାୟୁ କ୍ଷତିପୂରଣ ପାଇଁ ଭାରତ, ଚୀନ୍ ଏବଂ ଆମେରିକାକୁ ଦାୟୀ କଲା ନେପାଳ

ଲୋକସଭାରେ କାହିଁକି ସବୁଜ କାର୍ପେଟ୍ :

ଆହୁରି ପଢ଼ନ୍ତୁ: ଏୟାର ଇଣ୍ଡିଆ ବିମାନରେ ଆକସ୍ମିକ ବିପଦ: ନିଶାଗ୍ରସ୍ତ ପାଇଲଟ୍ ବହିଷ୍କୃତ, ସାମ୍ନାକୁ ଆସିଲା ସାଂଘାତିକ ତଥ୍ୟ

ଲୋକସଭାରେ ଲୋକ ପ୍ରତିନିଧିମାନେ ସାଧାରଣ ଜନତାଙ୍କଠାରୁ ସିଧାସଳଖ ନିର୍ବାଚିତ ହୋଇ ଗୃହକୁ ଆସିଥାନ୍ତି, ଯେଉଁମାନେ କି ଗ୍ରାଉଣ୍ଡରେ ଲୋକଙ୍କ ସହ ଯୋଡି ହୋଇ ରହିଛନ୍ତି। ଏହା ସହିତ ସବୁଜ ହେବାର ଆଉ ଏକ ମଧ୍ୟ କାରଣ ରହିଛି। ଭାରତ ଏକ କୃଷି ପ୍ରାଧାନ୍ୟ ଦେଶ, ଯାହାକି ଲୋକସଭାରେ ସବୁଜ କାର୍ପେଟର ପ୍ରତୀକ ଅଟେ।

ଆହୁରି ପଢ଼ନ୍ତୁ: 'ଜଣେ ମାଜିଷ୍ଟ୍ରେଟ୍ ଏପରି ସାହସ କିପରି କଲେ?': ଗ୍ରେଟର ନୋଏଡା ଛାତ୍ରଙ୍କୁ ନୋଟିସ୍ ପ୍ରସଙ୍ଗରେ ବର୍ଷିଲେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ

ରାଜ୍ୟସଭାରେ କାହିଁକି ରେଡ କାର୍ପେଟ:

ରାଜ୍ୟସଭାରେ ରେଡ କାର୍ପେଟ ବ୍ୟବହାରକୁ ନେଇ ୨ଟି କାରଣ ରହିଛି। ଏହି ଗୃହର ପ୍ରତିନିଧୀମାନେ ସିଧାସଳଖ ନିର୍ବାଚିତ ହୁଅନ୍ତି ନାହିଁ ।  ସେମାନେ ଲୋକମାନଙ୍କର ନିର୍ବାଚିତ ପ୍ରତିନିଧୀଙ୍କ ଦ୍ବାରା ପଠାଯାଇଥିବା ସଦସ୍ୟ ଅଟନ୍ତି। ରାଜ୍ୟସଭାରେ ରେଡ୍ କାର୍ପେଟ୍ ରଖିବାର ଦୁଇଟି କାରଣ ଅଛି । ପ୍ରଥମ ଲାଲ ରଙ୍ଗ ହେଉଛି ରାଜ ଗୌରବ ପ୍ରତୀକ। ଦ୍ୱିତୀୟ ମୁଖ୍ୟ କାରଣ ହେଉଛି ଯେ, ନାଲି ରଙ୍ଗ ସ୍ୱାଧୀନତା ସଂଗ୍ରାମରେ ଶହୀଦମାନଙ୍କ ବଳିଦାନର ପ୍ରତୀକ ଭାବରେ ବିବେଚନା କରାଯାଏ। ଯେଉଁଥିପାଇଁ ରାଜ୍ୟସଭାରେ ରେଡ କାର୍ପେଟ ରଖାଯାଇଛି। ଏହାକୁ ଦୃଷ୍ଟିରେ ରଖି ମୋଦୀ ସରକାର ନୂତନ ଗୃହରେ ସବୁକିଛି ବଦଳାଇ ଦେଇଛନ୍ତ॥ କିନ୍ତୁ ମୁଖ୍ୟତଃ ପୁରାତନ କାରଣରୁ ରାଜ୍ୟସଭା ଓ ଲୋକସଭାରେ ଅବସ୍ଥିତ ଲାଲ ଓ ସବୁଜ କାର୍ପେଟକୁ ପରିବର୍ତ୍ତନ କରିନାହାଁନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର