ହିମାଚଳରେ ବଦଳୁଛି ପ୍ରକୃତିର ନିୟମ, ଗ୍ରୀଷ୍ମରେ ତୁଷାରପାତ

The Sakala Picture
Published On

ନୂଆଦିଲ୍ଲୀ: ଜଳବାୟୁ ପରିବର୍ତ୍ତନ ପରିବେଶ ପ୍ରତି ବିପଦ ସୃଷ୍ଟି କରୁଛି। ଏହାର କୁପ୍ରଭାବ ମନୁଷ୍ୟ ସହିତ ପ୍ରକୃତି ଉପରେ ପଡୁଛି। ହିମାଚଳ ପ୍ରଦେଶରୁ ଏହାର ସାଂଘାତିକ ଚିତ୍ର ସାମ୍ନାକୁ ଆସିଛି। ଚଳିତ ବର୍ଷ ଏହି ରାଜ୍ୟରେ ପ୍ରକୃତିର ନିୟମ ବଦଳି ଯାଇଛି। ହିମାଳୟ କ୍ଷେତ୍ରରେ ତୁଷାରପାତର ଧାରାରେ ପରିବର୍ତ୍ତନ ହୋଇଛି। ଶୀତ ଦିନ ପରିବର୍ତ୍ତେ ଖରା ଦିନେ ଅଧିକ ତୁଷାରପାତ ହୋଇଛି। ଶୀତ ଋତୁରେ ପାହାଡରେ ନାମମାତ୍ର ବରଫ ପଡିଛି। ଡିସେମ୍ବରରୁ ଫେବୃଆରୀ ମଧ୍ୟରେ ବରଫ ଆଚ୍ଛାଦିତ […]

ନୂଆଦିଲ୍ଲୀ: ଜଳବାୟୁ ପରିବର୍ତ୍ତନ ପରିବେଶ ପ୍ରତି ବିପଦ ସୃଷ୍ଟି କରୁଛି। ଏହାର କୁପ୍ରଭାବ ମନୁଷ୍ୟ ସହିତ ପ୍ରକୃତି ଉପରେ ପଡୁଛି। ହିମାଚଳ ପ୍ରଦେଶରୁ ଏହାର ସାଂଘାତିକ ଚିତ୍ର ସାମ୍ନାକୁ ଆସିଛି। ଚଳିତ ବର୍ଷ ଏହି ରାଜ୍ୟରେ ପ୍ରକୃତିର ନିୟମ ବଦଳି ଯାଇଛି। ହିମାଳୟ କ୍ଷେତ୍ରରେ ତୁଷାରପାତର ଧାରାରେ ପରିବର୍ତ୍ତନ ହୋଇଛି। ଶୀତ ଦିନ ପରିବର୍ତ୍ତେ ଖରା ଦିନେ ଅଧିକ ତୁଷାରପାତ ହୋଇଛି। ଶୀତ ଋତୁରେ ପାହାଡରେ ନାମମାତ୍ର ବରଫ ପଡିଛି। ଡିସେମ୍ବରରୁ ଫେବୃଆରୀ ମଧ୍ୟରେ ବରଫ ଆଚ୍ଛାଦିତ ଅଞ୍ଚଳ ସଂଖ୍ୟା ମଧ୍ୟ ହ୍ରାସ ପାଇଛି। ତେବେ ଏପ୍ରିଲରେ ପ୍ରବଳ ବରଫ ପଡିଛି। ଏହା ସତ୍ତ୍ବେ ଶୀତ ଋତୁରେ ବରଫ ଆଚ୍ଛାଦିତ ଅଞ୍ଚଳ ୧୦ ପ୍ରତିଶତ ହ୍ରାସ ପାଇଛି। ହିମାଚଳ ପରିବେଶ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ବିଭାଗ (ହିମକାଷ୍ଟ)ର ଷ୍ଟେଟ୍‌ ସେଣ୍ଟର ଅନ୍‌ କ୍ଲାଇମେଟ ଚେଞ୍ଜିଂ ଦ୍ବାରା କରାଯାଇଥିବା ନୂଆ ସର୍ବେକ୍ଷଣରୁ ଏହି ତଥ୍ୟ ମିଳିଛି। ରିପୋର୍ଟରେ ତାପମାତ୍ରା ବୃଦ୍ଧିକୁ ନେଇ ଚିନ୍ତା ପ୍ରକଟ କରାଯାଇଛି। ହିମାଳୟ କ୍ଷେତ୍ରରେ ତାପମାତ୍ରା ବୃଦ୍ଧି ଯୋଗୁଁ ଗତ କିଛି ବର୍ଷ ହେଲା ବରଫ ଆଚ୍ଛାଦିତ ଅଞ୍ଚଳ ହ୍ରାସ ପାଇବାରେ ଲାଗିଛି। ବରଫ ମଧ୍ୟ ଦ୍ରୁତ ଗତିରେ ତରଳିବାରେ ଲାଗିଛି। ପ୍ରଥମ ଥର ପାଇଁ ସିମ୍‌ଲାରେ ତୁଷାରପାତ ହୋଇନାହିଁ। ଏଥିପାଇଁ ରିପୋର୍ଟରେ ଇ-ଭେଇକିଲ ଏବଂ ଅକ୍ଷୟ ଶକ୍ତି ବ୍ୟବହାର ଲାଗି ପରାମର୍ଶ ଦିଆଯାଇଛି।

ଆହୁରି ପଢ଼ନ୍ତୁ: ପଶ୍ଚିମବଙ୍ଗ ଓ ତାମିଲନାଡୁରେ ମତଦାନ ଜାରି, ହିଂସା ଓ ଇଭିଏମ୍ ତ୍ରୁଟି ଯୋଗୁଁ କିଛି ସ୍ଥାନରେ ଭୋଟିଂ ବାଧାପ୍ରାପ୍ତ

ରିପୋର୍ଟ ଅନୁଯାୟୀ ଅକ୍ଟୋବରରୁ ଏପ୍ରିଲ ମଧ୍ୟରେ ଚେନାବ ନଦୀ ଅବବାହିକାରେ ୦.୩୯ ପ୍ରତିଶତ, ବ୍ୟାସ ନଦୀରେ ୬.୯ ପ୍ରତିଶତ, ରାବୀରେ ୨୨.୪୨ ପ୍ରତିଶତ ଏବଂ ସତ୍‌ଲୁଜ ନଦୀ ଅବବାହିକାରେ ବରଫ ଆଚ୍ଛାଦିତ ଅଞ୍ଚଳ ୧୪.୬୧ ପ୍ରତିଶତ ହ୍ରାସ ପାଇଛି। ସାଧାରଣତଃ ଏପ୍ରିଲରେ ବରଫ ତରଳି ଥାଏ। କିନ୍ତୁ ଚଳିତ ବର୍ଷ ବିପରୀତ ହୋଇଛି। ଏପ୍ରିଲରେ ପ୍ରବଳ ତୁଷାରପାତ ହୋଇଛି। ଏହା ବରଫ ଏବଂ ହିମ ଆଚ୍ଛାଦିତ ଅଞ୍ଚଳ ପାଇଁ ସଞ୍ଜିବନୀ ସାବ୍ୟସ୍ତ ହୋଇଛି। ଏହି ତୁଷାରପାତ ଯୋଗୁଁ ୨୦୨୧-୨୨ ତୁଳନାରେ ଚେନାବ ଅବବାହିକାରେ ବରଫ ଆଚ୍ଛାଦିତ ଅଞ୍ଚଳ ୮୫ ପ୍ରତିଶତ ବୃଦ୍ଧି ପାଇଛି। ସେହିପରି ବ୍ୟାସ ନଦୀରେ ୫୧ ପ୍ରତିଶତ, ରାବୀରେ ୩୧ ପ୍ରତିଶତ ଏବଂ ସତଲୁଜ ଅବବାହିକାର ୪୩ ପ୍ରତିଶତ ଅଞ୍ଚଳ ବରଫରେ ଢାଙ୍କି ହୋଇ ରହିଛି। ହିମାକାଷ୍ଟର ଷ୍ଟେଟ୍‌ ସେଣ୍ଟର ଅନ୍‌ କ୍ଲାଇମେଟ୍‌ ଚେଞ୍ଜିଂ ଉପଗ୍ରହ ଚିତ୍ର ମାଧ୍ୟମରେ ଚିନାବ, ରାବୀ, ସତଲୁଜ ଏବଂ ବ୍ୟାସ ନଦୀ ଅବବାହିକାରେ ଏହି ସର୍ବେକ୍ଷଣ କରିଥିଲା। ବରଫ ଆଚ୍ଛାଦିତ ଅଞ୍ଚଳ ହ୍ରାସ ପଞ୍ଜାବ, ହରିୟାଣା, ଦିଲ୍ଲୀ ଏବଂ ରାଜସ୍ଥାନ ପାଇଁ ଖରାପ ସଙ୍କେତ ସାବ୍ୟସ୍ତ ହୋଇପାରେ। ତେବେ ଖରାଦିନେ ପ୍ରବଳ ତୁଷାରପାତ ହେବା ଯୋଗୁଁ ସାମାନ୍ୟ ଆଶ୍ବସ୍ତି ମିଳିଛି। ବରଫ ଆଚ୍ଛାଦିତ ଅଞ୍ଚଳ ସଂଖ୍ୟା ହ୍ରାସ ପାଇଛି। ଏଥିଯୋଗୁଁ ଏବେ ନଦୀ ନାଳରେ ପର୍ଯ୍ୟାପ୍ତ ପାଣି ରହିଛି।

ଆହୁରି ପଢ଼ନ୍ତୁ: ମିର୍ଜାପୁରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଦୁଇ ଟ୍ରକ୍ ମଝିରେ ଚାପିହୋଇଗଲା କାର୍, ୧୧ ମୃତ

22 May 2023 By The Sakala

ହିମାଚଳରେ ବଦଳୁଛି ପ୍ରକୃତିର ନିୟମ, ଗ୍ରୀଷ୍ମରେ ତୁଷାରପାତ

ନୂଆଦିଲ୍ଲୀ: ଜଳବାୟୁ ପରିବର୍ତ୍ତନ ପରିବେଶ ପ୍ରତି ବିପଦ ସୃଷ୍ଟି କରୁଛି। ଏହାର କୁପ୍ରଭାବ ମନୁଷ୍ୟ ସହିତ ପ୍ରକୃତି ଉପରେ ପଡୁଛି। ହିମାଚଳ ପ୍ରଦେଶରୁ ଏହାର ସାଂଘାତିକ ଚିତ୍ର ସାମ୍ନାକୁ ଆସିଛି। ଚଳିତ ବର୍ଷ ଏହି ରାଜ୍ୟରେ ପ୍ରକୃତିର ନିୟମ ବଦଳି ଯାଇଛି। ହିମାଳୟ କ୍ଷେତ୍ରରେ ତୁଷାରପାତର ଧାରାରେ ପରିବର୍ତ୍ତନ ହୋଇଛି। ଶୀତ ଦିନ ପରିବର୍ତ୍ତେ ଖରା ଦିନେ ଅଧିକ ତୁଷାରପାତ ହୋଇଛି। ଶୀତ ଋତୁରେ ପାହାଡରେ ନାମମାତ୍ର ବରଫ ପଡିଛି। ଡିସେମ୍ବରରୁ ଫେବୃଆରୀ ମଧ୍ୟରେ ବରଫ ଆଚ୍ଛାଦିତ ଅଞ୍ଚଳ ସଂଖ୍ୟା ମଧ୍ୟ ହ୍ରାସ ପାଇଛି। ତେବେ ଏପ୍ରିଲରେ ପ୍ରବଳ ବରଫ ପଡିଛି। ଏହା ସତ୍ତ୍ବେ ଶୀତ ଋତୁରେ ବରଫ ଆଚ୍ଛାଦିତ ଅଞ୍ଚଳ ୧୦ ପ୍ରତିଶତ ହ୍ରାସ ପାଇଛି। ହିମାଚଳ ପରିବେଶ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ବିଭାଗ (ହିମକାଷ୍ଟ)ର ଷ୍ଟେଟ୍‌ ସେଣ୍ଟର ଅନ୍‌ କ୍ଲାଇମେଟ ଚେଞ୍ଜିଂ ଦ୍ବାରା କରାଯାଇଥିବା ନୂଆ ସର୍ବେକ୍ଷଣରୁ ଏହି ତଥ୍ୟ ମିଳିଛି। ରିପୋର୍ଟରେ ତାପମାତ୍ରା ବୃଦ୍ଧିକୁ ନେଇ ଚିନ୍ତା ପ୍ରକଟ କରାଯାଇଛି। ହିମାଳୟ କ୍ଷେତ୍ରରେ ତାପମାତ୍ରା ବୃଦ୍ଧି ଯୋଗୁଁ ଗତ କିଛି ବର୍ଷ ହେଲା ବରଫ ଆଚ୍ଛାଦିତ ଅଞ୍ଚଳ ହ୍ରାସ ପାଇବାରେ ଲାଗିଛି। ବରଫ ମଧ୍ୟ ଦ୍ରୁତ ଗତିରେ ତରଳିବାରେ ଲାଗିଛି। ପ୍ରଥମ ଥର ପାଇଁ ସିମ୍‌ଲାରେ ତୁଷାରପାତ ହୋଇନାହିଁ। ଏଥିପାଇଁ ରିପୋର୍ଟରେ ଇ-ଭେଇକିଲ ଏବଂ ଅକ୍ଷୟ ଶକ୍ତି ବ୍ୟବହାର ଲାଗି ପରାମର୍ଶ ଦିଆଯାଇଛି।

ରିପୋର୍ଟ ଅନୁଯାୟୀ ଅକ୍ଟୋବରରୁ ଏପ୍ରିଲ ମଧ୍ୟରେ ଚେନାବ ନଦୀ ଅବବାହିକାରେ ୦.୩୯ ପ୍ରତିଶତ, ବ୍ୟାସ ନଦୀରେ ୬.୯ ପ୍ରତିଶତ, ରାବୀରେ ୨୨.୪୨ ପ୍ରତିଶତ ଏବଂ ସତ୍‌ଲୁଜ ନଦୀ ଅବବାହିକାରେ ବରଫ ଆଚ୍ଛାଦିତ ଅଞ୍ଚଳ ୧୪.୬୧ ପ୍ରତିଶତ ହ୍ରାସ ପାଇଛି। ସାଧାରଣତଃ ଏପ୍ରିଲରେ ବରଫ ତରଳି ଥାଏ। କିନ୍ତୁ ଚଳିତ ବର୍ଷ ବିପରୀତ ହୋଇଛି। ଏପ୍ରିଲରେ ପ୍ରବଳ ତୁଷାରପାତ ହୋଇଛି। ଏହା ବରଫ ଏବଂ ହିମ ଆଚ୍ଛାଦିତ ଅଞ୍ଚଳ ପାଇଁ ସଞ୍ଜିବନୀ ସାବ୍ୟସ୍ତ ହୋଇଛି। ଏହି ତୁଷାରପାତ ଯୋଗୁଁ ୨୦୨୧-୨୨ ତୁଳନାରେ ଚେନାବ ଅବବାହିକାରେ ବରଫ ଆଚ୍ଛାଦିତ ଅଞ୍ଚଳ ୮୫ ପ୍ରତିଶତ ବୃଦ୍ଧି ପାଇଛି। ସେହିପରି ବ୍ୟାସ ନଦୀରେ ୫୧ ପ୍ରତିଶତ, ରାବୀରେ ୩୧ ପ୍ରତିଶତ ଏବଂ ସତଲୁଜ ଅବବାହିକାର ୪୩ ପ୍ରତିଶତ ଅଞ୍ଚଳ ବରଫରେ ଢାଙ୍କି ହୋଇ ରହିଛି। ହିମାକାଷ୍ଟର ଷ୍ଟେଟ୍‌ ସେଣ୍ଟର ଅନ୍‌ କ୍ଲାଇମେଟ୍‌ ଚେଞ୍ଜିଂ ଉପଗ୍ରହ ଚିତ୍ର ମାଧ୍ୟମରେ ଚିନାବ, ରାବୀ, ସତଲୁଜ ଏବଂ ବ୍ୟାସ ନଦୀ ଅବବାହିକାରେ ଏହି ସର୍ବେକ୍ଷଣ କରିଥିଲା। ବରଫ ଆଚ୍ଛାଦିତ ଅଞ୍ଚଳ ହ୍ରାସ ପଞ୍ଜାବ, ହରିୟାଣା, ଦିଲ୍ଲୀ ଏବଂ ରାଜସ୍ଥାନ ପାଇଁ ଖରାପ ସଙ୍କେତ ସାବ୍ୟସ୍ତ ହୋଇପାରେ। ତେବେ ଖରାଦିନେ ପ୍ରବଳ ତୁଷାରପାତ ହେବା ଯୋଗୁଁ ସାମାନ୍ୟ ଆଶ୍ବସ୍ତି ମିଳିଛି। ବରଫ ଆଚ୍ଛାଦିତ ଅଞ୍ଚଳ ସଂଖ୍ୟା ହ୍ରାସ ପାଇଛି। ଏଥିଯୋଗୁଁ ଏବେ ନଦୀ ନାଳରେ ପର୍ଯ୍ୟାପ୍ତ ପାଣି ରହିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର