ବିଜ୍ଞାନର କରାମତି: ମଶାଙ୍କୁ ମାରିବେ ମଶା

The Sakala Picture
Published On

ସମୟ ଯେତେ ଗଡ଼ିଚାଲିଛି, ବିଜ୍ଞାନ କ୍ଷେତ୍ରରେ ସେତେ ନୂଆ ନୂଆ ଜ୍ଞାନକୌଶଳର ବିକାଶ ହେବାରେ ଲାଗିଛି। ଏହି ଧାରାରେ ଏବେ ବିଜ୍ଞାନର ନୂଆ ଆବିଷ୍କାର ହେଉଛି ଜେନେଟିକାଲି ମୋଡିଫାୟାଡ୍‍ ମଶା। ଆମେରିକାର ଫ୍ଲୋରିଡାରେ ଏ ସମ୍ପର୍କରେ ଗବେଷଣା କରାଯାଇ ପ୍ରାୟ ୫ କୋଟି ଜେନେଟିକାଲି ମୋଡିଫାୟାଡ୍‍ ମଶା ସୃଷ୍ଟି କରାଯାଇ ପରିବେଶରେ ଛାଡ଼ିଦିଆଯିବ। ଏହି ମଶାମାନଙ୍କ ନାମ ରଖାଯାଇଛି ‘ଓଏକ୍ସ୫୦୩୪’। ବିଜ୍ଞାନାଗାରରେ ବିକଶିତ ହୋଇଥିବା ଏହି ମଶାମାନେ ବାହାରକୁ ଯାଇ ଅନ୍ୟ ମଶାମାନଙ୍କ ସହିତ ସମ୍ପର୍କ ରଖି […]

ସମୟ ଯେତେ ଗଡ଼ିଚାଲିଛି, ବିଜ୍ଞାନ କ୍ଷେତ୍ରରେ ସେତେ ନୂଆ ନୂଆ ଜ୍ଞାନକୌଶଳର ବିକାଶ ହେବାରେ ଲାଗିଛି। ଏହି ଧାରାରେ ଏବେ ବିଜ୍ଞାନର ନୂଆ ଆବିଷ୍କାର ହେଉଛି ଜେନେଟିକାଲି ମୋଡିଫାୟାଡ୍‍ ମଶା। ଆମେରିକାର ଫ୍ଲୋରିଡାରେ ଏ ସମ୍ପର୍କରେ ଗବେଷଣା କରାଯାଇ ପ୍ରାୟ ୫ କୋଟି ଜେନେଟିକାଲି ମୋଡିଫାୟାଡ୍‍ ମଶା ସୃଷ୍ଟି କରାଯାଇ ପରିବେଶରେ ଛାଡ଼ିଦିଆଯିବ। ଏହି ମଶାମାନଙ୍କ ନାମ ରଖାଯାଇଛି ‘ଓଏକ୍ସ୫୦୩୪’। ବିଜ୍ଞାନାଗାରରେ ବିକଶିତ ହୋଇଥିବା ଏହି ମଶାମାନେ ବାହାରକୁ ଯାଇ ଅନ୍ୟ ମଶାମାନଙ୍କ ସହିତ ସମ୍ପର୍କ ରଖି ବଂଶବିସ୍ତାର କରିବେ। ସେଥିରୁ ଯେଉଁ ମଶା ଜନ୍ମନେବେ ସେମାନେ ଆଉ ରୋଗବାହକ ହୋଇପାରିବେ ନାହିଁ। ଏହି ମଶାମାନେ ମୁଖ୍ୟତଃ ‘ଏଡିସ୍‍ ଏଜିପ୍ଟି’ ପ୍ରଜାତିର ମଶାଙ୍କ ବଂଶ ବିସ୍ତାରକୁ ରୋକିବେ। କାରଣ ‘ଏଡିସ୍‍ ଏଜିପ୍ଟି’ ପ୍ରଜାତିର ମଶାଙ୍କ ଦ୍ୱାରା ହିଁ ହେଙ୍ଗୁ, ଜିକା ଓ ୱେଲୋ ଫିଭର ରୋଗ ବ୍ୟାପିଥାଏ। ସାଧାରଣ ମଶା ଓ ଜେନେଟିକାଲି ମୋଡିଫାୟାଡ୍‍ ମଶାରୁ ସୃଷ୍ଟି ହୋଇଥିବା ନୂଆ ପ୍ରଜାତିର ମଶାଙ୍କ ଶରୀରରେ ରୋଗ ବାହକ କ୍ଷମତା ନଷ୍ଟ ହୋଇଯିବ। ଜେନେଟିକାଲି ମୋଡିଫାୟାଡ୍‍ ମଶା ଯୋଗୁଁ କୀଟନାଶକ ଖର୍ଚ୍ଚ ମଧ୍ୟ ଯଥେଷ୍ଟ ହ୍ରାସ ହୋଇପାରିବ ବୋଲି ସୂଚନା ମିଳିଛି। ପ୍ରାଥମିକ ପର୍ଯ୍ୟାୟରେ ୭୫ କୋଟି ଜେନେଟିକାଲି ମୋଡିଫାୟାଡ୍‍ ମଶା ଲାଭା ପ୍ରସ୍ତୁତ ହୋଇଛି। ଏହାକୁ ପ୍ରସ୍ତୁତ କରୁଥିବା କମ୍ପାନୀକୁ ବିଲ୍‍ ଗେଟ୍‍ସ ସମ୍ପୂର୍ଣ୍ଣ ଆର୍ଥିକ ସହାୟତା ଯୋଗାଇ ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ଆମେରିକାରେ ପିଲାଙ୍କ ପାସପୋର୍ଟ ନିୟମରେ ହୋଇପାରେ ପରିବର୍ତ୍ତନ: ବାପା-ମା'ଙ୍କୁ ଦେବାକୁ ପଡ଼ିବ ନାଗରିକତ୍ୱର ପ୍ରମାଣ

ଏଭଳି ଏକ ଅଭୂତପୂର୍ବ ପ୍ରକଳ୍ପକୁ ଗତବର୍ଷ ଅଗଷ୍ଟମାସରୁ ଆମେରିକା ସରକାର ଅନୁମତି ପ୍ରଦାନ କରିଥିଲେ। ଏବେ ଏହାକୁ ନେଇ ଆହୁରି ପରୀକ୍ଷଣ ଜାରି ରହିଛି ଏବଂ ଆଗାମୀ ୧ ବର୍ଷ ଭିତରେ ଜେନେଟିକାଲି ମୋଡିଫାୟାଡ୍‍ ମଶାକୁ ଔପଚାରିକ ଭାବେ ପରିବେଶରେ ଛାଡ଼ି ଦିଆଯିବାର ଯୋଜନା ରହିଛି। ବର୍ତ୍ତମାନ ଏହି ପ୍ରକଳ୍ପ ଆମେରିକର ଫ୍ଲୋରିଡାରେ ଆରମ୍ଭ କରାଯାଇଛି। ଏଠାରେ ଚଳିତବର୍ଷ ୪୭ ଜଣ ଡେଙ୍ଗୁରେ ପୀଡ଼ିତ। ତେଣୁ ଏଠାରେ ଏହି ‘ଏଡିସ୍‍ ଏଜିପ୍ଟି’ ପ୍ରଜାତିର ମଶାଙ୍କ ବଂଶବିସ୍ତାରକୁ ସମୂଳେ ନାଶ କରିବା ପାଇଁ ‘ଜେନେଟିକାଲି ମୋଡିଫାୟାଡ୍‍ ମଶା’ ପ୍ରକଳ୍ପକୁ ପରୀକ୍ଷାମୂଳକ ଭାବେ କାର୍ଯ୍ୟକାରୀ କରାଯିବ। ଏହି ପ୍ରକଳ୍ପ ପାଇଁ ଆମେରିକାର ପରିବେଶ ବିଭାଗ ପକ୍ଷରୁ ମଧ୍ୟ ଅନୁମୋଦନ ମିଳିସାରିଛି। ଏଭଳି ଏକ ପରୀକ୍ଷଣ ୨୦୧୬ରେ ବ୍ରାଜିଲ୍‍ରେ ମଧ୍ୟ କରାଯାଇଥିଲ, ଯାହାର ଫଳ ସକାରାତ୍ମକ ଥିଲା।

ଆହୁରି ପଢ଼ନ୍ତୁ: ରୁଷ-ୟୁକ୍ରେନ ଯୁଦ୍ଧ ଶେଷ କରିବାରେ ସାହାଯ୍ୟ କରିବାକୁ ଭାରତ ପ୍ରସ୍ତୁତ: କିଭ୍ ଗସ୍ତରେ କହିଲେ ଏସ୍ ଜୟଶଙ୍କର

ଏହି ପ୍ରକଳ୍ପ ସମ୍ପର୍କରେ ପରିବେଶବିତ୍‍ମାନେ କିନ୍ତୁ ଭିନ୍ନ ମତ ଦେଇଛନ୍ତି। ସେମାନେ କହିଛନ୍ତି ଯେ ଏହା ଦ୍ୱାରା ‘ଇକୋ ସିଷ୍ଟମ୍‍’ ବା ପରିବେଶ ସନ୍ତୁଳନ ବଦଳିଯିବ, ଯାହାକି ଭବିଷ୍ୟତ ପାଇଁ ଘାତକ ହୋଇପାରେ। ଏମିତି ବି ହୋଇପାରେ କି ‘ଜେନେଟିକାଲି ମୋଡିଫାୟାଡ୍‍ ମଶା’ଙ୍କଠାରୁ ଯଦି କୌଣସି ରୋଗ ସୃଷ୍ଟି ହେବ ତେବେ ତାହା ଅଧିକ ଘାତକ ହୋଇପାରେ।

ଆହୁରି ପଢ଼ନ୍ତୁ: ମିଆମି ଏୟାରପୋର୍ଟରେ ଆମାଜନ କାର୍ଗୋ ବିମାନ ଦୁର୍ଘଟଣାଗ୍ରସ୍ତ: ୫ ମୃତ, ୫ ଆହତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର