ଏଲନ ମସ୍କଙ୍କ କମ୍ପାନୀ ସ୍ପେସଏକ୍ସକୁ ଝଟକା: ଉତକ୍ଷେପଣ ପରେ ଷ୍ଟାରସିପ୍ ରକେଟରେ ବିସ୍ଫୋରଣ

The Sakala Picture
Published On

ନୂଆଦିଲ୍ଲୀ: ଏଲନ ମସ୍କଙ୍କ କମ୍ପାନୀ ସ୍ପେସ ଏକ୍ସ ଦ୍ବାରା ନିର୍ମିତ ସବୁଠାରୁ ଶକ୍ତିଶାଳୀ ରକେଟ୍ ଷ୍ଟାରସିପର ଉତକ୍ଷେପଣ ବିଫଳ ହୋଇଯାଇଛି । ଗୁରୁବାର ଲଞ୍ଚିଂର କିଛି ସମୟ ପରେ ଷ୍ଟାରସିପ୍‌ ରକେଟ୍‌ରେ ବିସ୍ଫୋରଣ ଘଟିଛି। ଏଲନ ମସ୍କଙ୍କ ମହକାଶ ଗବେଷଣା କମ୍ପାନୀ ସ୍ପେସଏକ୍ସ ଦ୍ବାରା ନିର୍ମିତ ଷ୍ଟାରସିପ୍‌ ରକେଟ୍‌ ଗରୁବାର ଏହାର ପ୍ରଥମ ପରୀକ୍ଷା ମୂଳକ ଉଡ଼ାଣ ଭରିଥିଲା। ହେଲେ ଲଞ୍ଚିଂର କିଛି ସମୟ ମଧ୍ୟରେ ହିଁ ରକେଟ୍‌ରେ ବିସ୍ଫୋରଣ ହୋଇଛି। ଦୁନିଆର ସବୁଠୁ ବଡ଼ ଏବଂ […]

ନୂଆଦିଲ୍ଲୀ: ଏଲନ ମସ୍କଙ୍କ କମ୍ପାନୀ ସ୍ପେସ ଏକ୍ସ ଦ୍ବାରା ନିର୍ମିତ ସବୁଠାରୁ ଶକ୍ତିଶାଳୀ ରକେଟ୍ ଷ୍ଟାରସିପର ଉତକ୍ଷେପଣ ବିଫଳ ହୋଇଯାଇଛି । ଗୁରୁବାର ଲଞ୍ଚିଂର କିଛି ସମୟ ପରେ ଷ୍ଟାରସିପ୍‌ ରକେଟ୍‌ରେ ବିସ୍ଫୋରଣ ଘଟିଛି। ଏଲନ ମସ୍କଙ୍କ ମହକାଶ ଗବେଷଣା କମ୍ପାନୀ ସ୍ପେସଏକ୍ସ ଦ୍ବାରା ନିର୍ମିତ ଷ୍ଟାରସିପ୍‌ ରକେଟ୍‌ ଗରୁବାର ଏହାର ପ୍ରଥମ ପରୀକ୍ଷା ମୂଳକ ଉଡ଼ାଣ ଭରିଥିଲା। ହେଲେ ଲଞ୍ଚିଂର କିଛି ସମୟ ମଧ୍ୟରେ ହିଁ ରକେଟ୍‌ରେ ବିସ୍ଫୋରଣ ହୋଇଛି। ଦୁନିଆର ସବୁଠୁ ବଡ଼ ଏବଂ ଶକ୍ତିଶାଳୀ ରକେଟ୍‌ ସନ୍ଧ୍ୟା ପ୍ରାୟ ୭ଟା ସମୟ​ରେ​‌ ଟେକ୍ସାସ୍‌ ବୋକା ଚିକାରୁ ଉଡ଼ାଣ ଭରିଥିଲା।ଏହା ପୂର୍ବରୁ ଏପ୍ରିଲ୍‌ ୧୭ରେ ମଧ୍ୟ ଲଞ୍ଚ ପାଇଁ ଚେଷ୍ଟା କରାଯାଇଥିଲା। କିନ୍ତୁ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଲଞ୍ଚକୁ ସ୍ଥଗିତ ରଖାଯାଇଥିଲା।

ଆହୁରି ପଢ଼ନ୍ତୁ: ଗୋଟିଏ ଦିନରେ ଭୁବନେଶ୍ୱରରୁ ଜଣେ ନାବାଳକ ଓ ଦୁଇ ନାବାଳିକା ନିଖୋଜ

ତେବେ ସ୍ପେସଏକ୍ସ ତରଫରୁ ଏନେଇ ସୂଚନା ଦିଆଯିବା ସହ କୁହାଯାଇଛି ଯେ ’ଆମେ ଏଥିରୁ ବହୁତ କିଛି ଶିଖିଲୁ। ଏହାଦ୍ବାରା ଆମକୁ ଆଗକୁ ସଫଳତା ମିଳିବ।’ ଏଲନ ମସ୍କ ମଧ୍ୟ ଟିମ୍‌କୁ ଶୁଭେଚ୍ଛା ଜଣାଇଛନ୍ତି ଏବଂ ଆଗାମୀ ଟେଷ୍ଟ ଲଞ୍ଚ ପାଇଁ ଅନେକ କିଛି ଶିଖିଥିବା କହିଛନ୍ତି।

ଆହୁରି ପଢ଼ନ୍ତୁ: ଶତ୍ରୁ ଶିବିରରେ ହାହାକାର ସୃଷ୍ଟି କରିବ ‘ପ୍ରୋଜେକ୍ଟ କାଲ୍’: ଭାରତ ପ୍ରସ୍ତୁତ କରୁଛି ୧୦୦୦ କିମି ରେଞ୍ଜର ଘାତକ ଡ୍ରୋନ୍

ସୂଚନା ଅନୁଯାୟୀ, ଷ୍ଟାରସିପ୍ ଏକ ପୁନଃ ବ୍ୟବହାରଯୋଗ୍ୟ ରକେଟ୍ ଥିଲା। ଏଥିରେ ମୁଖ୍ୟତଃ ଦୁଇଟି ଭାଗ ଥିଲା। ପ୍ରଥମଟି ଥିଲା ଯାତ୍ରୀବାହୀ ବହନ ସେକ୍ସନ ଯେଉଁଥିରେ ଯାତ୍ରୀ ରହିବେ ଏବଂ ଦ୍ୱିତୀୟଟି ସୁପର ହେଭି ରକେଟ୍ ବୁଷ୍ଟର ଥିଲା । ଷ୍ଟାର୍ଟର ଓ ବୁଷ୍ଟର କୁ ମିଶାଇ ଏହାର ଲମ୍ବ ୩୯୪ ଫୁଟ (୧୨୦ ମିଟର) ଥିଲା। ଯେତେବେଳେ ଓଜନ ୫୦ ଲକ୍ଷ କେଜି ଥିଲା । ସୂଚନା ଅନୁଯାୟୀ, ଷ୍ଟାରସିପ୍ ରକେଟ୍ ୧.୬ ନିୟୁତ ପାଉଣ୍ଡ (୭୦ ମେଗାନ୍ୟୁଟନ୍) ଜୋର ସୃଷ୍ଟି କରିବାରେ ସକ୍ଷମ ଥିଲା। ଏହା ନାସାର ସ୍ପେସ୍ ଲଞ୍ଚ୍ ସିଷ୍ଟମ୍ (ଏସ୍ଏଲ୍ଏସ୍) ରକେଟ୍ ଠାରୁ ପ୍ରାୟ ଦୁଇଗୁଣ ଉଚ୍ଚଥିଲା।

20 Apr 2023 By The Sakala

ଏଲନ ମସ୍କଙ୍କ କମ୍ପାନୀ ସ୍ପେସଏକ୍ସକୁ ଝଟକା: ଉତକ୍ଷେପଣ ପରେ ଷ୍ଟାରସିପ୍ ରକେଟରେ ବିସ୍ଫୋରଣ

ନୂଆଦିଲ୍ଲୀ: ଏଲନ ମସ୍କଙ୍କ କମ୍ପାନୀ ସ୍ପେସ ଏକ୍ସ ଦ୍ବାରା ନିର୍ମିତ ସବୁଠାରୁ ଶକ୍ତିଶାଳୀ ରକେଟ୍ ଷ୍ଟାରସିପର ଉତକ୍ଷେପଣ ବିଫଳ ହୋଇଯାଇଛି । ଗୁରୁବାର ଲଞ୍ଚିଂର କିଛି ସମୟ ପରେ ଷ୍ଟାରସିପ୍‌ ରକେଟ୍‌ରେ ବିସ୍ଫୋରଣ ଘଟିଛି। ଏଲନ ମସ୍କଙ୍କ ମହକାଶ ଗବେଷଣା କମ୍ପାନୀ ସ୍ପେସଏକ୍ସ ଦ୍ବାରା ନିର୍ମିତ ଷ୍ଟାରସିପ୍‌ ରକେଟ୍‌ ଗରୁବାର ଏହାର ପ୍ରଥମ ପରୀକ୍ଷା ମୂଳକ ଉଡ଼ାଣ ଭରିଥିଲା। ହେଲେ ଲଞ୍ଚିଂର କିଛି ସମୟ ମଧ୍ୟରେ ହିଁ ରକେଟ୍‌ରେ ବିସ୍ଫୋରଣ ହୋଇଛି। ଦୁନିଆର ସବୁଠୁ ବଡ଼ ଏବଂ ଶକ୍ତିଶାଳୀ ରକେଟ୍‌ ସନ୍ଧ୍ୟା ପ୍ରାୟ ୭ଟା ସମୟ​ରେ​‌ ଟେକ୍ସାସ୍‌ ବୋକା ଚିକାରୁ ଉଡ଼ାଣ ଭରିଥିଲା।ଏହା ପୂର୍ବରୁ ଏପ୍ରିଲ୍‌ ୧୭ରେ ମଧ୍ୟ ଲଞ୍ଚ ପାଇଁ ଚେଷ୍ଟା କରାଯାଇଥିଲା। କିନ୍ତୁ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଲଞ୍ଚକୁ ସ୍ଥଗିତ ରଖାଯାଇଥିଲା।

ତେବେ ସ୍ପେସଏକ୍ସ ତରଫରୁ ଏନେଇ ସୂଚନା ଦିଆଯିବା ସହ କୁହାଯାଇଛି ଯେ ’ଆମେ ଏଥିରୁ ବହୁତ କିଛି ଶିଖିଲୁ। ଏହାଦ୍ବାରା ଆମକୁ ଆଗକୁ ସଫଳତା ମିଳିବ।’ ଏଲନ ମସ୍କ ମଧ୍ୟ ଟିମ୍‌କୁ ଶୁଭେଚ୍ଛା ଜଣାଇଛନ୍ତି ଏବଂ ଆଗାମୀ ଟେଷ୍ଟ ଲଞ୍ଚ ପାଇଁ ଅନେକ କିଛି ଶିଖିଥିବା କହିଛନ୍ତି।

ସୂଚନା ଅନୁଯାୟୀ, ଷ୍ଟାରସିପ୍ ଏକ ପୁନଃ ବ୍ୟବହାରଯୋଗ୍ୟ ରକେଟ୍ ଥିଲା। ଏଥିରେ ମୁଖ୍ୟତଃ ଦୁଇଟି ଭାଗ ଥିଲା। ପ୍ରଥମଟି ଥିଲା ଯାତ୍ରୀବାହୀ ବହନ ସେକ୍ସନ ଯେଉଁଥିରେ ଯାତ୍ରୀ ରହିବେ ଏବଂ ଦ୍ୱିତୀୟଟି ସୁପର ହେଭି ରକେଟ୍ ବୁଷ୍ଟର ଥିଲା । ଷ୍ଟାର୍ଟର ଓ ବୁଷ୍ଟର କୁ ମିଶାଇ ଏହାର ଲମ୍ବ ୩୯୪ ଫୁଟ (୧୨୦ ମିଟର) ଥିଲା। ଯେତେବେଳେ ଓଜନ ୫୦ ଲକ୍ଷ କେଜି ଥିଲା । ସୂଚନା ଅନୁଯାୟୀ, ଷ୍ଟାରସିପ୍ ରକେଟ୍ ୧.୬ ନିୟୁତ ପାଉଣ୍ଡ (୭୦ ମେଗାନ୍ୟୁଟନ୍) ଜୋର ସୃଷ୍ଟି କରିବାରେ ସକ୍ଷମ ଥିଲା। ଏହା ନାସାର ସ୍ପେସ୍ ଲଞ୍ଚ୍ ସିଷ୍ଟମ୍ (ଏସ୍ଏଲ୍ଏସ୍) ରକେଟ୍ ଠାରୁ ପ୍ରାୟ ଦୁଇଗୁଣ ଉଚ୍ଚଥିଲା।

https://www.thesakala.in/national-international/spacexs-gigantic-starship-rocket-blasts-off-and-then-explodes-in-its-first-test-flight/article-20940
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର