ଗ୍ୟାଙ୍ଗଷ୍ଟାର ଅତିକ୍ ଅହମ୍ମଦର ପୁଅ ଅସଦକୁ ଏନକାଉଣ୍ଟର କଲା ଉତ୍ତର ପ୍ରଦେଶ ପୁଲିସ

The Sakala Picture
Published On

ଲକ୍ଷ୍ନୌ: ପୋଲିସ ଏନକାଉଣ୍ଟରରେ ଗ୍ୟାଙ୍ଗଷ୍ଟାର ଅତିକ୍ ଅହମ୍ମଦଙ୍କ ପୁଅ ଅସଦ ନିହତ । ଉମେଶ ପାଲ୍‌ ହତ୍ୟା ମାମଲାର ଅନ୍ୟତମ ଅଭିଯୁକ୍ତ ଥିଲା ଅସଦ୍‌ । ଉମେଶ ପାଲ ହତ୍ୟାକାଣ୍ଡରେ ସାମିଲ ଅସଦକୁ ଏନକାଉଣ୍ଟର କରିଛି ୟୁପି ପୋଲିସ । ଏହା ସହ ମଦମ୍ମଦ ଗୁଲାମର ବି ହୋଇଛି ଏନକାଉଣ୍ଟର । ସେମାନଙ୍କ ନାଁରେ ୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ଥିଲା।ଝାନ୍ସୀରେ ଆଜି ସକାଳୁ ୟୁପି ଏସଟିଏଫ ଦୁହିଁଙ୍କୁ ଏନକାଉଣ୍ଟର କରିଛି । ମୃତ ଅସଦ୍‌ […]

ଲକ୍ଷ୍ନୌ: ପୋଲିସ ଏନକାଉଣ୍ଟରରେ ଗ୍ୟାଙ୍ଗଷ୍ଟାର ଅତିକ୍ ଅହମ୍ମଦଙ୍କ ପୁଅ ଅସଦ ନିହତ । ଉମେଶ ପାଲ୍‌ ହତ୍ୟା ମାମଲାର ଅନ୍ୟତମ ଅଭିଯୁକ୍ତ ଥିଲା ଅସଦ୍‌ । ଉମେଶ ପାଲ ହତ୍ୟାକାଣ୍ଡରେ ସାମିଲ ଅସଦକୁ ଏନକାଉଣ୍ଟର କରିଛି ୟୁପି ପୋଲିସ । ଏହା ସହ ମଦମ୍ମଦ ଗୁଲାମର ବି ହୋଇଛି ଏନକାଉଣ୍ଟର । ସେମାନଙ୍କ ନାଁରେ ୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ଥିଲା।ଝାନ୍ସୀରେ ଆଜି ସକାଳୁ ୟୁପି ଏସଟିଏଫ ଦୁହିଁଙ୍କୁ ଏନକାଉଣ୍ଟର କରିଛି । ମୃତ ଅସଦ୍‌ ଓ ଗୁଲାମ୍‌ଙ୍କ ପାଖରୁ ପୁଲିସ ବିଦେଶରେ ନିର୍ମିତ ଅତି ଉନ୍ନତ ଅସ୍ତ୍ରଶସ୍ତ୍ର ଉଦ୍ଧାର କରିଛି।

ଆହୁରି ପଢ଼ନ୍ତୁ: ଏୟାର ଇଣ୍ଡିଆ ବିମାନରେ ଆକସ୍ମିକ ବିପଦ: ନିଶାଗ୍ରସ୍ତ ପାଇଲଟ୍ ବହିଷ୍କୃତ, ସାମ୍ନାକୁ ଆସିଲା ସାଂଘାତିକ ତଥ୍ୟ

ଫେବ୍ରୁଆରୀ ୨୪ ତାରିଖରେ ଉମେଶ ପାଲ ହତ୍ୟାକାଣ୍ଡରେ ଅତିକର ଦୁଇ ପୁଅ ଅସଦ ଅହମଦ ଓ ଗୁଲାମକୁ ଖୋଜୁଥିଲା ପୁଲିସ। ଏମାନେ ଦୁଇ ଜଣ ଉମେଶ ପାଲ ହତ୍ୟାକାଣ୍ଡରେ ସମ୍ପୃକ୍ତ ବୋଲି ସନ୍ଦେହ କରାଯାଉଛି। ସର୍ଚ୍ଚ ଅପରେସନ ବେଳେ ଏକ ଅସଦର ଗ୍ରୁପ ପୁଲିସକୁ ଉପରେ ଗୁଳି ଚଳାଇଥିଲା। ଜବାବରେ ପୁଲିସ ଗୁଳି ଚଳାଇବାରୁ ଅସଦର ମୃତ୍ୟୁ ହୋଇଛି।

ଆହୁରି ପଢ଼ନ୍ତୁ: କେନ୍ଦ୍ର ସରକାରଙ୍କୁ ସୋନମ ୱାଙ୍ଗଚୁକଙ୍କ ଅଲ୍ଟିମେଟମ୍: 'ଲଦାଖ ବିଲ୍' ପାଇଁ ଦେଲେ ଏକ ବର୍ଷର ମହଲତ

ପଟେ ଉମେଶ ପାଲ ହତ୍ୟାକାଣ୍ଡରେ ଅତିଫ ଅହମ୍ମଦ ଓ ଅସରଫକୁ ଆଜି କୋର୍ଟରେ ହାଜର କରାଯାଇଛି । ଅନ୍ୟପଟେ ପୁଅ ଓ ତା ସହଯୋଗୀକୁ ଏନକାଉଣ୍ଟର କରାଯାଇଛି । ଦିନ ଦ୍ବିପ୍ରହରରେ ଉମେଶ ପାଲଙ୍କୁ ହତ୍ୟା କରିଥିବା ମହମ୍ମଦ ଗୁଲାମଙ୍କୁ ବି ଆଜାଦ୍‌ କରିଛି ୟୁପି ପୋଲିସ ।

ଆହୁରି ପଢ଼ନ୍ତୁ: ଝାରସୁଗୁଡ଼ା-ଖଡ଼ଗପୁର ୪ ଲେନ୍‌ ରେଲୱେ ଟ୍ରାକ୍‌କୁ ଅର୍ଥନୈତିକ ବ୍ୟାପାର କ୍ୟାବିନେଟ୍‌ କମିଟିର ଅନୁମୋଦନ

ଗତ ଫେବୃଆରୀ ୨୪ରେ ପ୍ରୟାଗରାଜରେ ରାଜୁପାଲ ହତ୍ୟାକାଣ୍ଡର ସାକ୍ଷୀ ଉମେଶ ପାଲ୍‌ଙ୍କୁ ବିଚ୍‌ ବଜାରରେ ଗୋଡାଇ ଗୋଡାଇ ଗୁଳି କରି ହତ୍ୟା କରାଯାଇଥିଲା । ଉମେଶ ପାଲ ସମେତ ତାଙ୍କର ଦୁଇ ସରକାରୀ ଅଙ୍ଗରକ୍ଷୀ ବି ପ୍ରାଣ ହରାଇଥିଲେ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର