ଆମେରିକାର ଏକ ଚର୍ଚ୍ଚରେ ୬୦୦ରୁ ଉର୍ଦ୍ଧ୍ୱ ଶିଶୁଙ୍କୁ ଯୌନ ଉତ୍ପୀଡ଼ନ, ଅପରାଧରେ ୧୫୬ ପାଦ୍ରୀ ସାମିଲ

The Sakala Picture
Published On

ଏନାପୋଲିସ(ଏଜେନ୍ସି): ଆମେରିକା ମେରିଲ୍ୟାଣ୍ଡ ରାଜ୍ୟରୁ ବିଚଳିତ କରିବା ଭଳି ଏକ ମାମଲା ସାମ୍ନାକୁ ଆସିଛି। ଏଠାକାର ଏକ କ୍ୟାଥୋଲିକ ଚର୍ଚ୍ଚରେ ୬୦୦ରୁ ଉର୍ଦ୍ଧ୍ୱ ଶିଶୁଙ୍କୁ ଯୌନ ଉତ୍ପୀଡନ ଦିଆଯାଇଛି। ୮୦ ବର୍ଷ ମଧ୍ୟରେ ତଥା ୧୯୪୦ରୁ ଏ ପର୍ଯ୍ୟନ୍ତ ଅନ୍ୟଲୋକମାନଙ୍କ ସହ ମିଶି ୧୫୬ ପାଦ୍ରୀ ଏହି ଶିଶୁମାନଙ୍କୁ ଯୌନ ଉତ୍ପୀଡ଼ନ ଦେଇଛନ୍ତି। ମେରିଲ୍ୟାଣ୍ଡର ଆଟର୍ଣ୍ଣି ଜେନେରାଲ ଆନ୍ଥୋନି ବ୍ରାଉନ ବୁଧବାର ଏ ନେଇ ୪୬୩ ପୃଷ୍ଠାର ରିପୋର୍ଟ ଜାରି କରିଛନ୍ତି। ୪ ବର୍ଷର ଯାଞ୍ଚ ପରେ […]

ଏନାପୋଲିସ(ଏଜେନ୍ସି): ଆମେରିକା ମେରିଲ୍ୟାଣ୍ଡ ରାଜ୍ୟରୁ ବିଚଳିତ କରିବା ଭଳି ଏକ ମାମଲା ସାମ୍ନାକୁ ଆସିଛି। ଏଠାକାର ଏକ କ୍ୟାଥୋଲିକ ଚର୍ଚ୍ଚରେ ୬୦୦ରୁ ଉର୍ଦ୍ଧ୍ୱ ଶିଶୁଙ୍କୁ ଯୌନ ଉତ୍ପୀଡନ ଦିଆଯାଇଛି। ୮୦ ବର୍ଷ ମଧ୍ୟରେ ତଥା ୧୯୪୦ରୁ ଏ ପର୍ଯ୍ୟନ୍ତ ଅନ୍ୟଲୋକମାନଙ୍କ ସହ ମିଶି ୧୫୬ ପାଦ୍ରୀ ଏହି ଶିଶୁମାନଙ୍କୁ ଯୌନ ଉତ୍ପୀଡ଼ନ ଦେଇଛନ୍ତି। ମେରିଲ୍ୟାଣ୍ଡର ଆଟର୍ଣ୍ଣି ଜେନେରାଲ ଆନ୍ଥୋନି ବ୍ରାଉନ ବୁଧବାର ଏ ନେଇ ୪୬୩ ପୃଷ୍ଠାର ରିପୋର୍ଟ ଜାରି କରିଛନ୍ତି। ୪ ବର୍ଷର ଯାଞ୍ଚ ପରେ ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି। ଚର୍ଚ୍ଚ ପରିଚାଳନାକାରୀ ଜାଣିଶୁଣି ଏଭଳି ଜଘନ୍ୟ କୃତ୍ୟ ଛପାଇ ରଖିଥିଲେ ବୋଲି କୁହାଯାଇଛି। ରିପୋର୍ଟରେ ପାଦ୍ରୀଙ୍କ ଖରାପ ବ୍ୟବହାର ବିଷୟରେ ସମସ୍ତ ତଥ୍ୟ ଦିଆଯାଇଛି। ଏହି ଅପରାଧରେ ବାଲ୍‌ଟିମୋରର ଆର୍ଚ୍ଚଡାୟସିସର ସଦସ୍ୟ ସାମିଲ ଥିବା ମଧ୍ୟ ଜଣାପଡିଛି। ଆମେରିକାର କ୍ୟଥୋଲିକ ଚର୍ଚ୍ଚରୁ ପ୍ରଥମ ଥର ପାଇଁ ଏଭଳି ମାମଲା ସାମ୍ନାକୁ ଆସିଛି। ଏହାକୁ ନେଇ ଲୋକେ ଚର୍ଚ୍ଚ ବାହାରେ ବିକ୍ଷୋଭ ପ୍ରଦର୍ଶନ ଆରମ୍ଭ କରିଦେଇଛନ୍ତି। ଯୌନ ଉତ୍ପୀଡ଼ନ ସମ୍ବନ୍ଧିତ ଏହି ରିପୋର୍ଟରେ କୁହାଯାଇଛି ଯେ ଅପରାଧୀମାନେ ଅସହାୟ ଏବଂ ବାଧ୍ୟବାଧ୍ୟକତାର ସହ ରହୁଥିବା ଶିଶୁଙ୍କୁ ନିଶାଣ କରୁଥିଲେ। ସେମାନେ ଚର୍ଚ୍ଚରେ ରହି କାମ କରୁଥିଲେ। ଯୌନ ଉତ୍ପୀଡନ ଦେବା ସମୟରେ ଏହା ଇଶ୍ବରଙ୍କ ଇଚ୍ଛା ବୋଲି ଶିଶୁଙ୍କୁ କୁହାଯାଉଥିଲା। ଏ ବିଷୟରେ କାହାକୁ କହିଲେ ପରିବାର ସଦସ୍ୟ ନର୍କରେ ପଡିବେ ବୋଲି ଶିଶୁଙ୍କୁ ଧମକ ଦିଆଯାଉଥିଲା।

ଆହୁରି ପଢ଼ନ୍ତୁ: ଦିଶା ସାଲିଆନଙ୍କ ମୃତ୍ୟୁ ମାମଲା: ସିବିଆଇକୁ FIR ରୁଜୁ କରିବାକୁ ବମ୍ବେ ହାଇକୋର୍ଟଙ୍କ ନିର୍ଦ୍ଦେଶ

କିଛି ଦିନ ତଳେ ମେରିଲ୍ୟାଣ୍ଡ ସିନେଟରେ ଏକ ବିଲ୍‌ ପାରିତ ହୋଇଥିଲା। ଏଥିରେ ଯୌନ ଉତ୍ପଡୀନ ବିରୋଧରେ ମାମଲା ଦାଖଲ ପାଇଁ ଥିବା ସୀମାକୁ ରଦ୍ଦ କରିଦିଆଯାଇଥିଲା। ଏବେ ଯେତେ ପୁରୁଣା ଘଟଣା ହେଲେ ବି ଯେକୌଣସି ସମୟରେ ଏତଲା ରୁଜୁ କରିବାକୁ ଅନୁମତି ଦିଆଯାଇଛି। ତେବେ କ୍ୟାଥୋଲିକ୍‌ କନଫରେନ୍ସ ଏହାକୁ ବିରୋଧ କରି ଅସାମ୍ବିଧାନିକ କହିଥିଲା। ଯୌନ ଉତ୍ପୀଡ଼ନ ରିପୋର୍ଟରେ ନାମ ଥିବା ଅନେକ ପାଦ୍ରୀ ପୂର୍ବରୁ ପ୍ରାଣ ହରାଇ ସାରିଲେଣି। ପୂର୍ବରୁ କୌଣସି ମାମଲାରେ ନାମ ନ ଥିବା ୩୩ ପାଦ୍ରୀ ଏଥିରେ ସାମିଲ ଅଛନ୍ତି। ଚର୍ଚ୍ଚ ସମ୍ବନ୍ଧିତ ୧୪୬ ଅଭିଯୁକ୍ତଙ୍କ ନାମ ମଧ୍ୟ ରହିଛି। ଏମାନଙ୍କ ମଧ୍ୟରେ ଅଧିକାଂଶ ପୁରୁଷ ସାମିଲ ଅଛନ୍ତି। ଏହା ବ୍ୟତୀତ ଏ ପର୍ଯ୍ୟନ୍ତ ଆଉ ୧୦ ଜଣଙ୍କ ନାମ ସାମ୍ନାକୁ ଆସିନାହିଁ। ଏମାନେ ଜୀବିତ ଥାଇପାରନ୍ତି ବୋଲି କୁହାଯାଉଛି।

ଆହୁରି ପଢ଼ନ୍ତୁ: ପାକିସ୍ତାନ ସୀମା ନିକଟରେ ବାୟୁସେନାର ମେଗା ସମରାଭ୍ୟାସ, ସିଜ୍ ହେଲା ଆକାଶମାର୍ଗ, ଗର୍ଜିବେ ଯୁଦ୍ଧ ବିମାନ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର