ପୁଣି ବଦଳିଲା ଟ୍ବିଟର ଲୋଗୋ: ହଟିଲା ‘ଡଗି’ ଫେରିଲା ‘ନୀଳ ପକ୍ଷୀ’

The Sakala Picture
Published On

ନୂଆଦିଲ୍ଲୀ : ଏଲନ୍ ମସ୍କଙ୍କ ହାତକୁ ଟ୍ବିଟର ଯିବା ପରଠୁ ଟ୍ବିଟରରେ କିଛିନା କିଛି ପରିବର୍ତ୍ତନ ଦେଖିବାକୁ ମିଳୁଛି। ଏହି କ୍ରମରେ ଟ୍ବିଟରରେ ଏକ ବଡ଼ ପରିବର୍ତ୍ତନ ହୋଇଥିଲା। କିଛିଦିନ ତଳେ ଏଲନ ମସ୍କ ଟ୍ବିଟର ଲୋଗୋ ବଦଳାଇଥିଲେ । ନୀଳ ପକ୍ଷୀ ବଦଳରେ ‘ଡଗି’  ନୂଆ ଲୋଗୋ ରଖିଥିଲେ। ଏହି ‘ଡଗି’ ଲୋଗୋଟି କ୍ରିପ୍ଟୋକରେନ୍ସିର ଡଜ କଏନ ସହିତ ସମାନ ରହିଥିଲା। ପୁଣି ଥରେ ଏହି ‘ଡଗି’ ଲୋଗୋକୁ ହାଟାଇ ଦେଇଛନ୍ତି ଏଲନ ମସ୍କ। ପୁଣି […]

ନୂଆଦିଲ୍ଲୀ : ଏଲନ୍ ମସ୍କଙ୍କ ହାତକୁ ଟ୍ବିଟର ଯିବା ପରଠୁ ଟ୍ବିଟରରେ କିଛିନା କିଛି ପରିବର୍ତ୍ତନ ଦେଖିବାକୁ ମିଳୁଛି। ଏହି କ୍ରମରେ ଟ୍ବିଟରରେ ଏକ ବଡ଼ ପରିବର୍ତ୍ତନ ହୋଇଥିଲା। କିଛିଦିନ ତଳେ ଏଲନ ମସ୍କ ଟ୍ବିଟର ଲୋଗୋ ବଦଳାଇଥିଲେ । ନୀଳ ପକ୍ଷୀ ବଦଳରେ ‘ଡଗି’  ନୂଆ ଲୋଗୋ ରଖିଥିଲେ। ଏହି ‘ଡଗି’ ଲୋଗୋଟି କ୍ରିପ୍ଟୋକରେନ୍ସିର ଡଜ କଏନ ସହିତ ସମାନ ରହିଥିଲା। ପୁଣି ଥରେ ଏହି ‘ଡଗି’ ଲୋଗୋକୁ ହାଟାଇ ଦେଇଛନ୍ତି ଏଲନ ମସ୍କ। ପୁଣି ଆଉ ଥରେ ‘ନୀଳ ଚଢେଇ’କୁ ଟ୍ବିଟରର ଲୋଗ ରଖାଯାଇଛି।

ଆହୁରି ପଢ଼ନ୍ତୁ: ନେପାଳ ବନ୍ୟା ବିଭୀଷିକା: ସୁଡ଼ଙ୍ଗରେ ଫସିଛନ୍ତି ଶତାଧିକ ଶ୍ରମିକ, ଜୀବନ ବଞ୍ଚାଇବାକୁ ଚାଲିଛି ଆପ୍ରାଣ ଚେଷ୍ଟା

ସୂଚନା ଅନୁଯାୟୀ, ଏଲନ୍ ମସ୍କଙ୍କ ନୂଆ ଲୋଗା ‘ଡଗି’ ରଖିବା ପରେ କ୍ରେପ୍ଟୋ କରେନ୍ସୀ ବଜାରରେ ଉତ୍ସାହ ଦେଖିବାକୁ ମିଳିଥିଲା । ଟ୍ୱିଟରରେ ‘ଡଗି’ ଛବି ଲାଗିବା ପରେ ଡଜ କଏନର ବଢିଥିବା । ଏବେ ‘ଡଗି’ ଲୋଗୋ ହଟିବା ପରେ ଡଜ କଏନ ମୂଲ୍ୟ ହ୍ରାସ ହେବାରେ ଲାଗିଛି। ଟ୍ୱିଟରର ଲୋଗୋ ବଦଳିବା ସହିତ ଡଜ କଏନ ମୂଲ୍ୟରେ ପ୍ରାୟ ୯ ପ୍ରତିଶତ ପର୍ଯ୍ଯନ୍ତ ହ୍ରାସ ହୋଇଛି।

ଆହୁରି ପଢ଼ନ୍ତୁ: ଦିଲ୍ଲୀ ସତ୍ୟ ନିକେତନ କୋଠା ଭୁଶୁଡ଼ିବା ଘଟଣା: ୪ ମହଲାରୁ ଅଧିକ ଥିବା ସମସ୍ତ ବେଆଇନ ନିର୍ମାଣ ସିଲ୍ କରିବାକୁ ଏମସିଡିର ନିର୍ଦ୍ଦେଶ, ମୃତ୍ୟୁସଂଖ୍ୟା ୬କୁ ବୃଦ୍ଧି

ଖବର ଅନୁଯାୟୀ, ମାତ୍ର କିଛି ଦିନ ଆଗରୁ ଟ୍ୱିଟର ତାର ଲୋଗୋ ବଦଳାଇଥିଲା। ଚଢେଇ ସ୍ଥାନରେ ଏକ କୁକୁରର ମୁହଁ ଲଗେଇଥିଲା। ଟ୍ୱିଟର ହୋମ ପେଜ ଲୋଗୋକୁ ଡଗ୍ ମିମରେ ବଦଳେଇବା ପରେ ଡଜକଏନ ମୂଲ୍ୟରେ ପାଖାପାଖି ୩୦ ପ୍ରତିଶତ ପର୍ଯ୍ଯନ୍ତ ବୃଦ୍ଧି ହୋଇଥିଲା। ତେବେ ଟ୍ୱିଟରରୁ ‘ଡଗି’ ଲୋଗୋ ହଟିବା ପରେ କ୍ରେଫ୍ଟୋ ବଜାର ମାନ୍ଦାବସ୍ଥାର ସମ୍ମୁଖୀନ ହୋଇଛି।

ଆହୁରି ପଢ଼ନ୍ତୁ: କେନ୍ଦ୍ର ସରକାରଙ୍କୁ ସୋନମ ୱାଙ୍ଗଚୁକଙ୍କ ଅଲ୍ଟିମେଟମ୍: 'ଲଦାଖ ବିଲ୍' ପାଇଁ ଦେଲେ ଏକ ବର୍ଷର ମହଲତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର