ଇନ୍ଦୋରରେ ରାମ ମନ୍ଦିରର କୂଅ ଛାତ ଭୁଶୁଡିବା ଘଟଣା: ମୃତ୍ୟୁ ସଂଖ୍ୟା ୩୫କୁ ବୃଦ୍ଧି, ଆରମ୍ଭ ହେଲା ମାଜିଷ୍ଟ୍ରେଟ ତଦନ୍ତ

The Sakala Picture
Published On

ଭୋପାଳ : ମଧ୍ୟପ୍ରଦେଶ ଇନ୍ଦୋର ଟ୍ରାଜେଡିରେ ମୃତ୍ୟୁ ସଂଖ୍ୟା ୩୫ରେ ପହଞ୍ଚିଛି । ଆହୁରି କିଛି ଲୋକ ମାଟି ତଳେ ଚାପି ହୋଇ ରହିଥିବା ଅନୁମାନ କରାଯାଉଛି । ଉଦ୍ଧାର କାର୍ଯ୍ଯ ଅଧିକ ତ୍ୱରାନିତ କରିବାକୁ ସେନାକୁ ମୁତୟନ କରାଯାଇଛି । ସେପଟେ ଏହି ମର୍ମନ୍ତୁଦ ଦୁର୍ଘଟଣାକୁ ନେଇ ଉଠିଛି ପ୍ରଶ୍ନ । ଏଥିପାଇଁ ଦାୟୀ କିଏ ।  ଜନସମାଗମ ହେବାର ଜାଣିଥିଲେ ମଧ୍ୟ କାହିଁକି ଅବଲମ୍ବନ କରାଯାଇନଥିଲା ସତର୍କତା ? ଏକା ସାଙ୍ଗରେ ଏତେ ଲୋକଙ୍କୁ […]

ଭୋପାଳ : ମଧ୍ୟପ୍ରଦେଶ ଇନ୍ଦୋର ଟ୍ରାଜେଡିରେ ମୃତ୍ୟୁ ସଂଖ୍ୟା ୩୫ରେ ପହଞ୍ଚିଛି । ଆହୁରି କିଛି ଲୋକ ମାଟି ତଳେ ଚାପି ହୋଇ ରହିଥିବା ଅନୁମାନ କରାଯାଉଛି । ଉଦ୍ଧାର କାର୍ଯ୍ଯ ଅଧିକ ତ୍ୱରାନିତ କରିବାକୁ ସେନାକୁ ମୁତୟନ କରାଯାଇଛି । ସେପଟେ ଏହି ମର୍ମନ୍ତୁଦ ଦୁର୍ଘଟଣାକୁ ନେଇ ଉଠିଛି ପ୍ରଶ୍ନ । ଏଥିପାଇଁ ଦାୟୀ କିଏ ।  ଜନସମାଗମ ହେବାର ଜାଣିଥିଲେ ମଧ୍ୟ କାହିଁକି ଅବଲମ୍ବନ କରାଯାଇନଥିଲା ସତର୍କତା ? ଏକା ସାଙ୍ଗରେ ଏତେ ଲୋକଙ୍କୁ ଛାତ ଉପରକୁ ଯିବାକୁ କାହିଁକି ଦିଆଗଲା ଅନୁମତି ? ମନ୍ଦିର କର୍ତ୍ତୃପକ୍ଷ ନା ପ୍ରଶାସନର ଅବହେଳା ପାଇଁ ଘଟିଗଲା ଏତେ ବଡ଼ ଅଘଟଣ ?

ଆହୁରି ପଢ଼ନ୍ତୁ: ନେପାଳରେ ଭୟାବହ ବନ୍ୟା: ଜଳବାୟୁ କ୍ଷତିପୂରଣ ପାଇଁ ଭାରତ, ଚୀନ୍ ଏବଂ ଆମେରିକାକୁ ଦାୟୀ କଲା ନେପାଳ

ମଧ୍ୟପ୍ରଦେଶ ଇନ୍ଦୋର ଶ୍ରୀ ବେଲେଶ୍ବର ମହାଦେବ ଝୁଲେଲାଲ ମନ୍ଦିରରେ କୂଅର ଛାତ ଭୁଶୁଡ଼ିବା ଘଟଣାର ଆରମ୍ଭ ହୋଇଛି ମାଜିଷ୍ଟ୍ରେଟ ତଦନ୍ତ । ମନ୍ଦିର ପରିଚାଳନା କର୍ତ୍ତୃପକ୍ଷଙ୍କ ସହିତ ପ୍ରତ୍ୟେକ୍ଷଦର୍ଶୀ ଓ ସ୍ଥାନୀୟ ପ୍ରଶାସନ ସହିତ ଆଲୋଚନା କରୁଛି ତଦନ୍ତକାରୀ ଟିମ୍ । କୂଅଟି କେବେଠୁ ପ୍ରତିଷ୍ଠା ହୋଇଥିଲା । ଏହା କେତେ ସୁରକ୍ଷିତ ଥିଲା ସେନେଇ ମଧ୍ୟ ଅନୁଧ୍ୟାନ କରାଯାଉଛି ।

ଆହୁରି ପଢ଼ନ୍ତୁ: ତେଜସ୍ ଫାଇଟର୍ ଜେଟ୍ ଉତ୍ପାଦନକୁ ମିଳିଲା ବୁଷ୍ଟ୍, HAL କୁ ଆମେରିକାରୁ ମିଳିଲା ଆଉ ୩ଟି ନୂଆ ଇଞ୍ଜିନ୍

ଗତକାଲି ପୂଜାର୍ଚ୍ଚନା ବେଳେ ବେଲେଶ୍ବର ମହାଦେବ ଝୁଲେଲାଲ ମନ୍ଦିର ପ୍ରାଙ୍ଗଣରେ ଥିବା କୂଅର ଛାତ ଭୁଶୁଡ଼ି ପଡ଼ିବାରୁ ପ୍ରାୟ ୩୦ଜଣ ଭକ୍ତ କୂଅ ମଧ୍ୟକୁ ଖସି ପଡ଼ିଥିଲେ । କୂଅର ଛାତ ଉପରେ ଭିଡ ବଢ଼ିବାରୁ ଛାତ ଗଳିପଡିଥିବା ଆଶଙ୍କା କରାଯାଉଛି । ମୃତକଙ୍କ ପରିବାର ପାଇଁ ୫ଲକ୍ଷ ଓ ଆହତଙ୍କ ପରିବାରକୁ ୫୦ହଜାର ଲେଖାଏ ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି ମଧ୍ୟପ୍ରଦେଶ ସରକାର ।

ଆହୁରି ପଢ଼ନ୍ତୁ: ନେପାଳରେ ମାଟି ତଳେ ପୋତି ହୋଇଛି ସୁଡ଼ଙ୍ଗ ଓ ଶ୍ରମିକ, ଉଦ୍ଧାର କାର୍ଯ୍ୟରେ ସାହାଯ୍ୟ କରୁଛି ଇଞ୍ଜିନିୟରଙ୍କ ହ୍ୱାଟ୍ସଆପ୍ ଗ୍ରୁପ୍

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର