ଭାରସାମ୍ଯ ହରାଇ ପଥଚାରୀଙ୍କ ଉପରେ ମାଡ଼ିଗଲା ଇନୋଭା, ୫ ମୃତ

The Sakala Picture
Published On

ସୋଲାନ: ହିମାଚଳ ପ୍ରଦେଶରେ ବଡ଼ ଧରଣର ସଡ଼କ ଦୁର୍ଘଟଣା ଘଟିଛି। କାଲକା ଶିମଲା ରାଜପଥ ଧର୍ମପୁରରେ ଘଟିଛି ଏହି ଦୁର୍ଘଟଣା। ସୋଲାନର ଧର୍ମପୁରର କାଲକା-ଶିମଲା ଜାତୀୟ ରାଜପଥରେ ପଥଚାରୀଙ୍କ ଉପରେ ଇନୋଭାଟି ମାଡିଯାଇଛି। ଫଳରେ ଘଟଣାସ୍ଥଳରେ ୫ ଜଣଙ୍କ ମୃତ୍ୟୁ ଘଟି ଥିବାବେଳେ ୪ ଜଣ ଗୁରୁତର ହୋଇଥିବା ଜଣାପଡ଼ିଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛି । ସମସ୍ତ ମୃତକ ପ୍ରବାସୀ ଶ୍ରମିକ ହୋଇଥିବାବେଳେ ଉତ୍ତର ପ୍ରଦେଶର କୁଶୀନଗର ଓ ବିହାର ଛପରା ନିବାସୀ ଅଟନ୍ତି […]

ସୋଲାନ: ହିମାଚଳ ପ୍ରଦେଶରେ ବଡ଼ ଧରଣର ସଡ଼କ ଦୁର୍ଘଟଣା ଘଟିଛି। କାଲକା ଶିମଲା ରାଜପଥ ଧର୍ମପୁରରେ ଘଟିଛି ଏହି ଦୁର୍ଘଟଣା। ସୋଲାନର ଧର୍ମପୁରର କାଲକା-ଶିମଲା ଜାତୀୟ ରାଜପଥରେ ପଥଚାରୀଙ୍କ ଉପରେ ଇନୋଭାଟି ମାଡିଯାଇଛି। ଫଳରେ ଘଟଣାସ୍ଥଳରେ ୫ ଜଣଙ୍କ ମୃତ୍ୟୁ ଘଟି ଥିବାବେଳେ ୪ ଜଣ ଗୁରୁତର ହୋଇଥିବା ଜଣାପଡ଼ିଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛି । ସମସ୍ତ ମୃତକ ପ୍ରବାସୀ ଶ୍ରମିକ ହୋଇଥିବାବେଳେ ଉତ୍ତର ପ୍ରଦେଶର କୁଶୀନଗର ଓ ବିହାର ଛପରା ନିବାସୀ ଅଟନ୍ତି ବୋଲି ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: ଡୋନାଲ୍ଡ ଟ୍ରମ୍ପଙ୍କୁ ଝଟକା: ନାଭି ପିଲ୍ଲେଙ୍କୁ ୨୦୨୬ ନୋବେଲ ଶାନ୍ତି ପୁରସ୍କାର ମିଳିବା ପରେ ଖପ୍ପା ହେଲେ ଟ୍ରମ୍ପ, ପାଲଟା ଜବାବ ଦେଇ ଥଟ୍ଟା କଲେ ନାଭି

ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ପଥଚାରୀମାନେ ରାସ୍ତାକଡରେ ଚାଲିଚାଲି ଯିବା ସମୟରେ ହଠାତ ସେମାନଙ୍କ ଉପରେ ଏକ ଇନୋଭା ମାଡି ଯାଇଥିଲା । ଦ୍ରୁତ ଗତିରେ ଆସୁଥିବା ଏକ ଇନୋଭା ଘାଟିରେ ନିୟନ୍ତ୍ରଣ ହରାଇ ପଥଚାରୀଙ୍କ ଉପରେ ମାଡି ଯାଇଥିଲା ।

ଆହୁରି ପଢ଼ନ୍ତୁ: ଇରାନ ଉପରେ ଆକ୍ରମଣ ପାଇଁ ଟ୍ରମ୍ପ-ନେତାନ୍ୟାହୁଙ୍କ ମଧ୍ୟରେ ଗୁପ୍ତ ଆଲୋଚନା: କିଏ କରିଥିଲା ପ୍ରସ୍ତାବ?

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର