ତ୍ରିକୋଣୀୟ ପ୍ରେମ କାହାଣୀରୁ ବନ୍ଧୁକୁ ବୀଭତ୍ସ ହତ୍ୟା: ବାହାର କରିଦେଲା ହୃତ୍‌ପିଣ୍ଡ, କାଟିଦେଲା ଆଙ୍ଗୁଠି ଓ ଗୁପ୍ତାଙ୍ଗ

The Sakala Picture
Published On

ହାଇଦରାବାଦ:  ତେଲଙ୍ଗାନା ହାଇଦରାବାଦରୁ ବିଚଳିତ କରିବା ଭଳି ଏକ ମାମଲା ସାମ୍‌ନାକୁ ଆସିଛି। ପ୍ରେମିକାକୁ କଲ୍‌ ଏବଂ ମେସେଜ କରିବାରୁ ଜଣେ ୨୨ ବର୍ଷୀୟ ଯୁବକ ନିଜ ବନ୍ଧୁକୁ ତଣ୍ଟି ଚିପି ହତ୍ୟା କରିଛି। ହତ୍ୟା ପରେ ଯୁବକ ତାଙ୍କର ଛାତି ଚିରି ହୃତପିଣ୍ଡ ଏବଂ ଗୁପ୍ତାଙ୍ଗ କାଟି ବାହାର କରିଦେଇଛି। ବେକ ଏବଂ ଆଙ୍ଗୁଠି ମଧ୍ୟ କାଟି ଦେଇଛି। ପରେ ଶୁକ୍ରବାର ଅବଦୁଲାପୁରମେଟ ଥାନାକୁ ଯାଇ ଆତ୍ମସମର୍ପଣ କରିବାରୁ ମାମଲା ସାମ୍‌ନାକୁ ଆସିଥିଲା। ଅଭିଯୁକ୍ତକୁ ଗିରଫ […]

ହାଇଦରାବାଦ:  ତେଲଙ୍ଗାନା ହାଇଦରାବାଦରୁ ବିଚଳିତ କରିବା ଭଳି ଏକ ମାମଲା ସାମ୍‌ନାକୁ ଆସିଛି। ପ୍ରେମିକାକୁ କଲ୍‌ ଏବଂ ମେସେଜ କରିବାରୁ ଜଣେ ୨୨ ବର୍ଷୀୟ ଯୁବକ ନିଜ ବନ୍ଧୁକୁ ତଣ୍ଟି ଚିପି ହତ୍ୟା କରିଛି। ହତ୍ୟା ପରେ ଯୁବକ ତାଙ୍କର ଛାତି ଚିରି ହୃତପିଣ୍ଡ ଏବଂ ଗୁପ୍ତାଙ୍ଗ କାଟି ବାହାର କରିଦେଇଛି। ବେକ ଏବଂ ଆଙ୍ଗୁଠି ମଧ୍ୟ କାଟି ଦେଇଛି। ପରେ ଶୁକ୍ରବାର ଅବଦୁଲାପୁରମେଟ ଥାନାକୁ ଯାଇ ଆତ୍ମସମର୍ପଣ କରିବାରୁ ମାମଲା ସାମ୍‌ନାକୁ ଆସିଥିଲା। ଅଭିଯୁକ୍ତକୁ ଗିରଫ କରାଯାଇ ମାମଲାର ଯାଞ୍ଚ ହେଉଛି ବୋଲି ପୁଲିସ ପକ୍ଷରୁ କୁହାଯାଇଛି। ନ୍ୟାୟ ଦାବିରେ ଶନିବାର ପୀଡ଼ିତଙ୍କ ପରିବାର ଥାନା ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ପୁଲିସ କାର୍ଯ୍ୟାନୁଷ୍ଠାନରେ ବିଳମ୍ବ କରୁଥିବା ସେମାନେ ଅଭିଯୋଗ କରିଛନ୍ତି।

ଆହୁରି ପଢ଼ନ୍ତୁ: ସୁରଟ ରେଳ ଷ୍ଟେସନରେ ହାଇଡ୍ରାମା: ଟ୍ରେନରେ ଯାତ୍ରୀଙ୍କ ଉପରକୁ ଅଗ୍ନିନିର୍ବାପକ ଯନ୍ତ୍ର ସ୍ପ୍ରେ କଲେ ବିଦେଶୀ ନାଗରିକ, ପୋଲିସ ହେପାଜତରେ ମୃତ୍ୟୁ

ପୁଲିସ କହିବା ଅନୁଯାୟୀ , ଅଭିଯୁକ୍ତ ହରିହର କୃଷ୍ଣା, ତାର ବନ୍ଧୁ ନବୀନ ଏବଂ ପ୍ରେମିକା ନାଲଗୋନ୍ଦାର ମହାତ୍ମା ଗାନ୍ଧୀ ଇଞ୍ଜିନିୟରିଂ କଲେଜରେ ପଢୁଥିଲେ। ହରିହର ଏବଂ ନବୀନ ଉଭୟେ ସେହି ଯୁବତୀଙ୍କୁ ଭଲ ପାଉଥିଲେ। କିନ୍ତୁ ନବୀନ ପ୍ରଥମେ ଭଲପାଇବା କଥା ଯୁବତୀଙ୍କୁ ଜଣାଇଥିଲା। ପରେ ନବୀନ ଏବଂ ଯୁବତୀଙ୍କ ମଧ୍ୟରେ ପ୍ରେମ ସମ୍ବନ୍ଧ ଗଢ଼ି ଉଠିଥିଲା। ତେବେ କିଛି ବର୍ଷ ଭିତରେ ଉଭୟଙ୍କ ସମ୍ବନ୍ଧ ଭାଙ୍ଗି ଯାଇଥିଲା। ପରବର୍ତ୍ତୀ ସମୟରେ ଯୁବତୀ ହରିହରକୁ ପ୍ରେମ କରିଥିଲେ। ଅଭିଯୁକ୍ତ ପୁଲିସକୁ କହିଛି ଯେ ସମ୍ପର୍କ ତୁଟିବା ସତ୍ତ୍ବେ ନବୀନ ସବୁବେଳେ ଯୁବତୀଙ୍କ ସହ ଯୋଗାଯୋଗରେ ଥିଲା। ତାଙ୍କୁ ମେସେଜ୍‌ ଏବଂ କଲ୍‌ କରୁଥିଲା। ଏହା ଦେଖି କୃଷ୍ଣା ଚିନ୍ତିତ ହୋଇଯାଇଥିଲା। ପ୍ରାୟ ତିନି ମାସ ପର୍ଯ୍ୟନ୍ତ ଏପରି ଚାଲିଥିଲା। କୃଷ୍ଣା ନବୀନକୁ ମାରିବାକୁ ସୁଯୋଗ ଖୋଜୁଥିଲା। ଫେବୃଆରୀ ୧୮ରେ କୃଷ୍ଣା ଏବଂ ନବୀନ ମଦ ନିଶାରେ ଥିଲେ। ଉଭୟଙ୍କ ମଧ୍ୟରେ ବାକ୍‌ବିତଣ୍ଡା ଲାଗିଥିଲା। ଏହି ସମୟରେ କୃଷ୍ଣା ନବୀନର ତଣ୍ଟି ଚିପି ହତ୍ୟା କରିଥିଲା। ସେ ହତ୍ୟା ପରେ ମୃତଦେହର ଫଟୋ ଉଠାଇ ଥିଲା। ପରେ ଫଟୋକୁ ପ୍ରେମିକାକୁ ପଠାଇ ଥିଲା। ମଦ କିଣିବା ସମୟରେ କୃଷ୍ଣା ଏକ ଛୁରି କିଣି ରଖିଥିଲା। ଏଥିରେ ନବୀନ ବେକକୁ କାଟିଥିଲା। ପରେ ପାକିସ୍ଥଳୀକୁ କାଟି ହୃତପିଣ୍ଡ ବାହାର କରିଥିଲା। ନବୀନଙ୍କ ପରିବାର ସଦସ୍ୟ ଥାନାରେ ତାଙ୍କ ନିଖୋଜ ନେଇ ଏତଲା ଦେଇଥିଲେ।

ଆହୁରି ପଢ଼ନ୍ତୁ: ପାକିସ୍ତାନର ଇସଲାମାବାଦରେ ବଡ଼ ଅଘଟଣ: ହସ୍ପିଟାଲରେ ନିଆଁ ଲାଗି ୧୫ ନବଜାତକଙ୍କ ମୃତ୍ୟୁ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର