ତୁର୍କୀ-ସିରିୟା ସୀମାରେ ଶବର ପାହାଡ଼; ୨୪ ହଜାର ଟପିଲା ଭୂକମ୍ପ ମୃତ୍ୟୁସଂଖ୍ୟା

The Sakala Picture
Published On

ଆଙ୍କାରା(ଏଜେନ୍ସି): ତୁର୍କୀ ଓ ସିରିୟା ଭୂକମ୍ପଜନିତ ମୃତ୍ୟୁସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ବର୍ତ୍ତମାନ ସୁଦ୍ଧା ମୃତ୍ୟୁସଂଖ୍ୟା ୨୪ ହଜାର ଟପିଥିଲା ବେଳେ କେବଳ ତୁର୍କୀରେ ୧୯ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ରାଷ୍ଟ୍ରପତି ଏର୍ଦୋଗାନ୍‌ କହିଛନ୍ତି। ଭୂକମ୍ପର ୪ ଦିନ ପରେ ମଧ୍ୟ ଭଗ୍ନାଂଶ ତଳୁ ଲୋକଙ୍କୁ ଉଦ୍ଧାର କରାଯାଉଥିବାରୁ ମୃତ୍ୟୁସଂଖ୍ୟା ଆହୁରି ଅଧିକ ହୋଇପାରେ ବୋଲି କୁହାଯାଉଛି। ତେବେ ଉଦ୍ଧାରକାର୍ଯ୍ୟ ବେଳେ ଯେଉଁସବୁ ଦୃଶ୍ୟ ସାମ୍ନାକୁ ଆସୁଛି ତାହାକୁ ଅନୁଭବ କରିବା ଅତ୍ୟନ୍ତ […]

ଆଙ୍କାରା(ଏଜେନ୍ସି): ତୁର୍କୀ ଓ ସିରିୟା ଭୂକମ୍ପଜନିତ ମୃତ୍ୟୁସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ବର୍ତ୍ତମାନ ସୁଦ୍ଧା ମୃତ୍ୟୁସଂଖ୍ୟା ୨୪ ହଜାର ଟପିଥିଲା ବେଳେ କେବଳ ତୁର୍କୀରେ ୧୯ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ରାଷ୍ଟ୍ରପତି ଏର୍ଦୋଗାନ୍‌ କହିଛନ୍ତି। ଭୂକମ୍ପର ୪ ଦିନ ପରେ ମଧ୍ୟ ଭଗ୍ନାଂଶ ତଳୁ ଲୋକଙ୍କୁ ଉଦ୍ଧାର କରାଯାଉଥିବାରୁ ମୃତ୍ୟୁସଂଖ୍ୟା ଆହୁରି ଅଧିକ ହୋଇପାରେ ବୋଲି କୁହାଯାଉଛି।

ଆହୁରି ପଢ଼ନ୍ତୁ: ଇରାନ ସହ ଯୁଦ୍ଧ ପ୍ରସ୍ତୁତି: ୨୦୨୭ ଯାଏଁ ମଧ୍ୟପ୍ରାଚ୍ୟରେ ମୁତୟନ ରହିବେ ଆମେରିକୀୟ ସେନା

ତେବେ ଉଦ୍ଧାରକାର୍ଯ୍ୟ ବେଳେ ଯେଉଁସବୁ ଦୃଶ୍ୟ ସାମ୍ନାକୁ ଆସୁଛି ତାହାକୁ ଅନୁଭବ କରିବା ଅତ୍ୟନ୍ତ କଷ୍ଟକର ହୋଇପଡ଼ିଛି। ଭୂକମ୍ପ ପରେ ଏବଂ ଦୀର୍ଘ ୪ ଦିନ ମାଟି ତଳେ ଦବି ରହିବା ପରେ ଅନେକ ଛୋଟ ଛୋଟ ଶିଶୁ ଏବଂ ମହିଳାଙ୍କୁ ଉଦ୍ଧାର କରାଯିବା ଘଟଣା ଉଦ୍ଧାରକାରୀ ଦଳଙ୍କ ଛାତିକୁ ପାଣି କରିଦେଇଛି। ବିଶେଷକରି ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିବା ତୁର୍କିୀର କାରାମାନାରାସ୍‌ ସହରର ସ୍ଥିତି ଅତ୍ୟନ୍ତ ହୃଦୟ ବିଦାରକ ହୋଇପଡ଼ିଛି ବୋଲି କୁହାଯାଉଛି। ଏହି ଅଞ୍ଚଳରେ ପ୍ରାୟ ସର୍ବାଧିକ ଘର ଏବଂ ଅଟ୍ଟାଳିକା ଧ୍ବସ୍ତବିଧ୍ବସ୍ତ ହୋଇଯାଇଥିବାରୁ ଏଠାରେ ବହୁସଂଖ୍ୟାରେ ଲୋକଙ୍କ ମୃତ୍ୟୁ ହୋଇଛି। ପ୍ରକୃତିର ଏଭଳି ଧ୍ବଂସଲୀଳା ଅକଳ୍ପନୀୟ ବୋଲି କୁହାଯାଉଛି।

ଆହୁରି ପଢ଼ନ୍ତୁ: ଦିଲ୍ଲୀ ସତ୍ୟ ନିକେତନ କୋଠା ଭୁଶୁଡ଼ିବା ଘଟଣା: ୪ ମହଲାରୁ ଅଧିକ ଥିବା ସମସ୍ତ ବେଆଇନ ନିର୍ମାଣ ସିଲ୍ କରିବାକୁ ଏମସିଡିର ନିର୍ଦ୍ଦେଶ, ମୃତ୍ୟୁସଂଖ୍ୟା ୬କୁ ବୃଦ୍ଧି

ଶୁକ୍ରବାର ପ୍ରତ୍ୟୁଷରେ ଉଦ୍ଧାରକାରୀ ଦଳ ଜଣେ ମାଆ ସମେତ ତାଙ୍କର ୧୦ ଦିନର ଶିଶୁପୁତ୍ରଙ୍କୁ ଉଦ୍ଧାର କରିଛନ୍ତି। ବର୍ତ୍ତମାନ ସୁଦ୍ଧା ଭୂକମ୍ପ ଦ୍ବାରା ଆହତ ପ୍ରାୟ ୮୦ ହଜାରରୁ ଅଧିକ ଲୋକଙ୍କୁ ଚିକିତ୍ସା କରାଯାଉଛି। ଆହତ ଓ ଧ୍ବଂସସ୍ତୂପ ତଳେ ଚାପି ହୋଇ ରହିଥିବା ଲୋକଙ୍କୁ ସାହାଯ୍ୟ କରିବାକୁ ସାରା ବିଶ୍ବ ଆଗେଇ ଆସିଛି।ଏହି କ୍ରମରେ ଭାରତର ବହୁ ଉଦ୍ଧାରକାରୀ ଦଳ ତୁର୍କୀ ଏବଂ ସିରିୟାରେ ଉଦ୍ଧାର କାର୍ଯ୍ୟ ଚଳାଇଥିବା ବେଳେ ଭୂକମ୍ପ ପ୍ରପୀଡ଼ିତ ଲୋକଙ୍କୁ ପର୍ଯ୍ୟାପ୍ତ ଚିକିତ୍ସା ସୁବିଧା, ଔଷଧ ଏବଂ ଖାଦ୍ୟ ସାମଗ୍ରୀ ଯୋଗାଇ ଦିଆଯାଉଛି।

ଆହୁରି ପଢ଼ନ୍ତୁ: ଏଭରେଷ୍ଟର ବେସ୍‌ କ୍ୟାମ୍ପ୍‌ରେ ବ୍ୟବହୃତ ଇନ୍ଧନ ଏବଂ ପର୍ବତାରୋହୀଙ୍କ ପରିସ୍ରା ଯୋଗୁଁ ତରଳୁଛି ହିମାଳୟ ବରଫ !

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର