ଚୀନର ସ୍ପାଏ ବେଲୁନକୁ କ୍ଷେପଣାସ୍ତ୍ର ମାରି ଖସାଇଲା ଆମେରିକା; କେରୋଲିନା ସମୁଦ୍ର ଉପକୂଳରେ ଖସିଲା ଗୁଇନ୍ଦା ବେଲୁନ୍

The Sakala Picture
Published On

ଓ୍ବାସିଂଟନ: ଆମେରିକା ଆକାଶରେ ଉଡୁଥିବା ଚୀନର ସ୍ପାଏ ବେଲୁନକୁ କ୍ଷେପଣାସ୍ତ୍ର ମାରି ଖସାଇ ଦେଇଛି ଆମେରିକା । ଗତ କିଛି ଦିନ ହେବ ବେଲୁନର ଗତିବିଧି ଉପରେ ନଜର ରଖିଥିବା ଆମେରିକୀୟ ସେନା ଆଟଲାଣ୍ଟିକ୍ ମହାସାଗରରେ ପହଞ୍ଚିବା ପରେ ଏହାକୁ କ୍ଷେପଣାସ୍ତ୍ର ସାହାଯ୍ୟରେ ଖସାଇ ଦେଇଥିବା ନେଇ ପେଣ୍ଟାଗନ୍ ପକ୍ଷରୁ ସୂଚନା ମିଳିଛି । ରାଷ୍ଟ୍ରପତି ଜୋ ବାଇଡେନଙ୍କ ନିର୍ଦ୍ଦେଶ ପରେ ବେଲୁନଟିକୁ ଧ୍ବଂସ କରିଛି ଆମେରିକା ସେନା । ଚୀନର ଏହି ସନ୍ଦିଗ୍ଧ ବେଲୁନ୍‌ଟି ସମଗ୍ର […]

ଓ୍ବାସିଂଟନ: ଆମେରିକା ଆକାଶରେ ଉଡୁଥିବା ଚୀନର ସ୍ପାଏ ବେଲୁନକୁ କ୍ଷେପଣାସ୍ତ୍ର ମାରି ଖସାଇ ଦେଇଛି ଆମେରିକା । ଗତ କିଛି ଦିନ ହେବ ବେଲୁନର ଗତିବିଧି ଉପରେ ନଜର ରଖିଥିବା ଆମେରିକୀୟ ସେନା ଆଟଲାଣ୍ଟିକ୍ ମହାସାଗରରେ ପହଞ୍ଚିବା ପରେ ଏହାକୁ କ୍ଷେପଣାସ୍ତ୍ର ସାହାଯ୍ୟରେ ଖସାଇ ଦେଇଥିବା ନେଇ ପେଣ୍ଟାଗନ୍ ପକ୍ଷରୁ ସୂଚନା ମିଳିଛି । ରାଷ୍ଟ୍ରପତି ଜୋ ବାଇଡେନଙ୍କ ନିର୍ଦ୍ଦେଶ ପରେ ବେଲୁନଟିକୁ ଧ୍ବଂସ କରିଛି ଆମେରିକା ସେନା ।

ଆହୁରି ପଢ଼ନ୍ତୁ: ୩ କୋଟିର ରାସ୍ତା ବର୍ଷାରେ ବେହାଲ୍: ଧସିଲା ୯୦ ଫୁଟ୍‌ର ପିଚ୍ ରାସ୍ତା, ବିଚ୍ଛିନ୍ନ ହେଲା ଯୋଗାଯୋଗ

ଚୀନର ଏହି ସନ୍ଦିଗ୍ଧ ବେଲୁନ୍‌ଟି ସମଗ୍ର ଉତ୍ତର ଆମେରିକାରେ ଥିବା ଗୁରୁତ୍ୱପୂର୍ଣ୍ଣ ସାମରିକ ସ୍ଥଳୀଗୁଡ଼ିକୁ ପର୍ୟ୍ୟବେକ୍ଷଣ କରୁଥିଲା ବୋଲି ଆମେରିକା ଅଭିଯୋଗ କରିଛି । ବାଇଡେନ୍‌ କହିଛନ୍ତି, ବେଲୁନ୍‌ଟିକୁ ବିସ୍ଫୋରକ ମାରି ଖସାଇ ଦେବାଲାଗି ବୁଧବାର ଦିନ ସେ ଆଦେଶ ଜାରି କରିଥିଲେ। ହେଲେ ବେଲୁନଟି ସମୁଦ୍ର ଉପରକୁ ଆସିବାକୁ ଅପେକ୍ଷା କରାଯାଇଥିଲା । କାରଣ ଏହି ବିରାଟକାୟ ସ୍ପାଏ ବେଲୁନ୍‌ଟି ସ୍ଥଳଭାଗ ଉପରେ ଥିବାରୁ ବିସ୍ଫୋରଣ ପରେ ତାହାର ଭଗ୍ନାଂଶଗୁଡ଼ିକ ଜନବସତି ଅଞ୍ଚଳରେ ପଡ଼ି ଅନିଷ୍ଟ କରିବାର ଆଶଙ୍କା ଥିଲା । ତେଣୁ ବେଲୁନଟି ସମୁଦ୍ର ଉପରକୁ ଆସିଯିବା ପରେ ଆମେରିକା ବିମାନ ଏହାକୁ ଧ୍ବଂସ କରି ଦେଇଛି ।

ଆହୁରି ପଢ଼ନ୍ତୁ: ରୁଷ-ୟୁକ୍ରେନ ଯୁଦ୍ଧ ଶେଷ କରିବାରେ ସାହାଯ୍ୟ କରିବାକୁ ଭାରତ ପ୍ରସ୍ତୁତ: କିଭ୍ ଗସ୍ତରେ କହିଲେ ଏସ୍ ଜୟଶଙ୍କର

ନ୍ୟୁଜ ଏଜେନ୍ସି ଏପି ଅନୁସାରେ, ଏହି ଗୁପ୍ତଚରୀ ବେଲୁନକୁ ଖସାଇବା ପୂର୍ବରୁ ୩ଟି ଏୟାରପୋର୍ଟକୁ ବନ୍ଦ କରି ଦିଆଯାଇଥିଲା । ଏହାସହ ଏୟାରସ୍ପେସକୁ ମଧ୍ୟ ବନ୍ଦ ରଖାଯାଇଥିଲା । ଏହାପରେ ଆମେରିକା ସେନାର ଜେଟ୍ ଆଣ୍ଟଲାଟିକ ମହାସାଗର ଉପରେ ବେଲୁନଟିକୁ ମାରି ଖସାଇ ଦେଇଥିଲେ ।

ଆହୁରି ପଢ଼ନ୍ତୁ: ପ୍ରତିରକ୍ଷା ବାହିନୀ ପାଇଁ ୧.୧୦ ଲକ୍ଷ କୋଟି ଟଙ୍କାର ଅସ୍ତ୍ରଶସ୍ତ୍ର ଓ ଉପକରଣ କ୍ରୟ ପ୍ରସ୍ତାବକୁ DACର ମଞ୍ଜୁରୀ

ସୂଚନାଯୋଗ୍ୟ, ବେଲୁନଟି ଯେଉଁ ମୋଣ୍ଟାନା କ୍ଷେତ୍ରରେ ଉଡୁଥିଲା, ସେଠାରେ ଆମେରିକାର ନ୍ୟୁକ୍ଲିୟର ମିଜାଇଲ କ୍ଷେତ୍ର ରହିଛି । ଆମେରିକା ସେନାକୁ ସନ୍ଦେହ ଥିଲା କି ଗୁପ୍ତଚରୀ ବେଲୁନଟି ଏହି ସମ୍ବେଦନଶୀଳ ଅଞ୍ଚଳ ଦେଇ ପାର ହେବା ବେଳେ ଗୁପ୍ତ ତଥ୍ୟ ସଂଗ୍ରହ କରି ଚୀନକୁ ପଠାଇବ । ବେଲୁନଟିର ଆକାର ବଡ଼ ଥିବାରୁ ଏହାକୁ ଖସାଇଲେ ଏହାର ଧ୍ବଂସାବଶେଷ ଜନବସତି ଉପରେ ପଡ଼ିବାର ଆଶଙ୍କା ଥିଲା । ହେଲେ ରବିବାର ଏହାକୁ ଖସାଇବାକୁ ବାଇଡେନ ଅନୁମତି ଦେବା ପରେ ପ୍ଲାନିଂ ଅନୁସାରେ ଏହାକୁ ସମୁଦ୍ର ଉପରେ ଖସାଇ ଦିଆଗଲା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର