ଆମେରିକାର ଡେସ୍ ମୋଇନେସ୍ ସ୍ଥିତ ସ୍କୁଲରେ ଗୁଳିକାଣ୍ଡ; ୨ ଛାତ୍ର ମୃତ, ଶିକ୍ଷକ ଗୁରୁତର

The Sakala Picture
Published On

ଆମେରିକା: ଆମେରିକାର ଏକ ସ୍କୁଲରେ ପୁଣି ଥରେ ଫୁଟିଛି ଗୁଳି। ଆମେରିକାର ଡେସ୍ ମୋଇନେସ୍ ସ୍ଥିତ ଏକ ସ୍କୁଲରେ ଗୁଳିକାଣ୍ଡରେ ୨ ଜଣ ଛାତ୍ର ମୃତ୍ୟୁବରଣ କରିଥିବାବେଳେ ଜଣେ ଶିକ୍ଷକ ଗୁରୁତର ହୋଇଥିବା ଜଣାପଡିଛି । ସ୍କୁଲରେ ଗୁଳିମାଡ଼ କରି ଫେରାର ହୋଇଯାଉଥିବା କାର୍‌କୁ ଲୋକ ଅଟକାଇ ୩ଜଣ ସନ୍ଦିଗ୍ଧଙ୍କୁ ପୋଲିସ ଜିମା ଦିଆଯାଇଛି । ସୂଚନା ଅନୁସାରେ, ସୋମବାର ଅପରାହ୍ନରେ କାଲିଫର୍ଣ୍ଣିଆର ଡେସ୍ ମୋଇନେସ୍‌ ସ୍ଥିତ ଆଇୱା ଚାର୍ଟର୍ ସ୍କୁଲରେ ପିଲାମାନେ ପଢ଼ୁଥିବା ବେଳେ ଏହି […]

ଆମେରିକା: ଆମେରିକାର ଏକ ସ୍କୁଲରେ ପୁଣି ଥରେ ଫୁଟିଛି ଗୁଳି। ଆମେରିକାର ଡେସ୍ ମୋଇନେସ୍ ସ୍ଥିତ ଏକ ସ୍କୁଲରେ ଗୁଳିକାଣ୍ଡରେ ୨ ଜଣ ଛାତ୍ର ମୃତ୍ୟୁବରଣ କରିଥିବାବେଳେ ଜଣେ ଶିକ୍ଷକ ଗୁରୁତର ହୋଇଥିବା ଜଣାପଡିଛି । ସ୍କୁଲରେ ଗୁଳିମାଡ଼ କରି ଫେରାର ହୋଇଯାଉଥିବା କାର୍‌କୁ ଲୋକ ଅଟକାଇ ୩ଜଣ ସନ୍ଦିଗ୍ଧଙ୍କୁ ପୋଲିସ ଜିମା ଦିଆଯାଇଛି ।

ଆହୁରି ପଢ଼ନ୍ତୁ: ଅବସରପ୍ରାପ୍ତ ଏୟାର ମାର୍ଶଲ ଜିତେନ୍ଦ୍ର ମିଶ୍ର ହେଲେ ରାମ ମନ୍ଦିର ଟ୍ରଷ୍ଟର ପ୍ରଥମ ସିଇଓ

ସୂଚନା ଅନୁସାରେ, ସୋମବାର ଅପରାହ୍ନରେ କାଲିଫର୍ଣ୍ଣିଆର ଡେସ୍ ମୋଇନେସ୍‌ ସ୍ଥିତ ଆଇୱା ଚାର୍ଟର୍ ସ୍କୁଲରେ ପିଲାମାନେ ପଢ଼ୁଥିବା ବେଳେ ଏହି ଗୁଳିକାଣ୍ଡ ଘଟିଥିଲା। ଗୁଳିକାଣ୍ଡରେ ଆହତ ଛାତ୍ରଦ୍ୱୟଙ୍କୁ ଚିକିତ୍ସା ପାଇଁ ତୁରନ୍ତ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ୨ ଛାତ୍ର ମୃତ୍ୟୁବରଣ କରିଥିଲେ । ଗୁଳି ମାଡ଼ରେ ଜଣେ ଶିକ୍ଷକଙ୍କ ଅବସ୍ଥା ଗୁରୁତର ଥିବା ବେଳେ ତାଙ୍କର ଅସ୍ତ୍ରୋପଚାର କରାଯାଇଛି ।

ଆହୁରି ପଢ଼ନ୍ତୁ: ଦିଲ୍ଲୀ ସତ୍ୟ ନିକେତନ କୋଠା ଭୁଶୁଡ଼ିବା ଘଟଣା: ୪ ମହଲାରୁ ଅଧିକ ଥିବା ସମସ୍ତ ବେଆଇନ ନିର୍ମାଣ ସିଲ୍ କରିବାକୁ ଏମସିଡିର ନିର୍ଦ୍ଦେଶ, ମୃତ୍ୟୁସଂଖ୍ୟା ୬କୁ ବୃଦ୍ଧି

ଆମେରିକାରେ ଗୁଳିକାଣ୍ଡ ଘଟଣା ଦିନକୁ ଦିନ ବଢ଼ି ଚାଲିଥିବା ବେଳେ ଛୋଟ ପିଲାଙ୍କ ସମେତ ସାଧାରଣ ବ୍ୟକ୍ତି ଏହାର ଶିକାର ହେଉଛନ୍ତି। ଏହାକୁ ନେଇ ଚାରିଆଡ଼େ ଉଦବେଗ ପ୍ରକାଶ ପାଉଥିବା ବେଳେ ଏହାକୁ ରୋକିବାକୁ କଠୋର ଆଇନ ପ୍ରଣୟନ ହେଉ ନ ଥିବାରୁ ଲୋକେ ନିଜକୁ ସୁରକ୍ଷିତ ମଣୁ ନାହାନ୍ତି ।

ଆହୁରି ପଢ଼ନ୍ତୁ: ପ୍ରତିରକ୍ଷା ବାହିନୀ ପାଇଁ ୧.୧୦ ଲକ୍ଷ କୋଟି ଟଙ୍କାର ଅସ୍ତ୍ରଶସ୍ତ୍ର ଓ ଉପକରଣ କ୍ରୟ ପ୍ରସ୍ତାବକୁ DACର ମଞ୍ଜୁରୀ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର