ସମସ୍ତ ପ୍ରକାର ରାଜନୈତିକ ଦାୟିତ୍ୱରୁ ମୁକ୍ତ ହେବାକୁ ଚାହୁଁଛନ୍ତି ମହାରାଷ୍ଟ୍ର ରାଜ୍ୟପାଳ, ପ୍ରଧାନମନ୍ତ୍ରୀଙ୍କ ସହ ହେଲେ କଥା

The Sakala Picture
Published On

ମୁମ୍ବାଇ: ସମସ୍ତ ପ୍ରକାର ରାଜନୈତିକ ଦାୟିତ୍ୱରୁ ମୁକ୍ତ ହେବାକୁ ଚାହୁଁଛନ୍ତି ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂ କୋଶ୍ୟାରୀ । ଏନେଇ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ କଥା ହୋଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖି ସମସ୍ତ ଦାୟିତ୍ୱରୁ ମୁକ୍ତି ଦେବା ପାଇଁ ନିବେଦନ କରିଛନ୍ତି ଭଗତ ସିଂ କୋଶ୍ୟାରୀ । ନିଜ ତରଫରୁ ସେ ପ୍ରଧାନମନ୍ତ୍ରୀଙ୍କ ସାମ୍ନାରେ ଏହି ଇଚ୍ଛା ପ୍ରକାଶ କରିଛନ୍ତି । ନିଜର ଆଗାମୀ ସମୟ ପଢିବା, ଲେଖିବାରେ ବିତାଇବାକୁ […]

ମୁମ୍ବାଇ: ସମସ୍ତ ପ୍ରକାର ରାଜନୈତିକ ଦାୟିତ୍ୱରୁ ମୁକ୍ତ ହେବାକୁ ଚାହୁଁଛନ୍ତି ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂ କୋଶ୍ୟାରୀ । ଏନେଇ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ କଥା ହୋଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖି ସମସ୍ତ ଦାୟିତ୍ୱରୁ ମୁକ୍ତି ଦେବା ପାଇଁ ନିବେଦନ କରିଛନ୍ତି ଭଗତ ସିଂ କୋଶ୍ୟାରୀ । ନିଜ ତରଫରୁ ସେ ପ୍ରଧାନମନ୍ତ୍ରୀଙ୍କ ସାମ୍ନାରେ ଏହି ଇଚ୍ଛା ପ୍ରକାଶ କରିଛନ୍ତି । ନିଜର ଆଗାମୀ ସମୟ ପଢିବା, ଲେଖିବାରେ ବିତାଇବାକୁ ଚାହୁଁଛନ୍ତି କୋଶ୍ୟାରୀ ।

ଆହୁରି ପଢ଼ନ୍ତୁ: ଇରାନ ସହ ତିକ୍ତତା ମଧ୍ୟରେ ୨୫୦ ଦିନର ଲମ୍ବା ମିଶନ ପରେ ଥାଇଲାଣ୍ଡରେ ପହଞ୍ଚିଲା ଆମେରିକୀୟ ଯୁଦ୍ଧପୋତ 'ୟୁଏସଏସ ଅବ୍ରାହମ ଲିଙ୍କନ'

ସୂଚନାଯୋଗ୍ୟ, ଗତ ଦିନରେ ନିଜର ବିବାଦୀୟ ବୟାନ ପାଇଁ ଚର୍ଚ୍ଚାରେ ରହିଥିଲେ ଭଗତ ସିଂହ କୋଶ୍ୟାରୀ । କୋଶ୍ୟାରୀ ଶିବାଜୀ ମହାରାଜଙ୍କ ଉପରେ ଦେଇଥିବା ବୟାନ ପରେ ହିଁ ରାଜ୍ୟପାଳ ପଦରୁ ଇସ୍ତଫା ଦେବା ନେଇ ସଙ୍କେତ ଦେଇଥିଲେ । ସେ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଚିଠି ଲେଖି ଶିବାଜୀ ମହାରାଜଙ୍କ ଉପରେ ଦେଇଥିବା ଟିପ୍ପଣୀ ପାଇଁ ଦୁଃଖ ବ୍ୟକ୍ତ କରିଥିଲେ ।

ଆହୁରି ପଢ଼ନ୍ତୁ: ପାକିସ୍ତାନ ସୀମା ନିକଟରେ ବାୟୁସେନାର ମେଗା ସମରାଭ୍ୟାସ, ସିଜ୍ ହେଲା ଆକାଶମାର୍ଗ, ଗର୍ଜିବେ ଯୁଦ୍ଧ ବିମାନ

ଜାରି ହୋଇଥିବା ନିଜ ବୟାନରେ ସେ କହିଛନ୍ତି, ମୋ ପାଇଁ ଏହା ସମ୍ମାନର ବିଷୟ ଯେ ମୁଁ ମହାରାଷ୍ଟ୍ରର ରାଜ୍ୟପାଳ ଭାବେ ସେବା ପ୍ରଦାନ କରୁଛି । ଇଏ ସେହି ମହାରାଷ୍ଟ୍ର ଯେଉଁଠି ସନ୍ଥ, ସାମାଜିକ କର୍ମୀମାନେ ଜନ୍ମ ନେଇଥିଲେ । ଗତ ୩ ବର୍ଷ ମୋତେ ମହାରାଷ୍ଟ୍ର ଜନତାଙ୍କ ଠାରୁ ଭଲ ପାଇବା ମିଳିଛି । ଏହାକୁ ମୁଁ କେବେ ଭୁଲିପାରିବି ନାହିଁ ।

ଆହୁରି ପଢ଼ନ୍ତୁ: ନେପାଳରେ ମାଟି ତଳେ ପୋତି ହୋଇଛି ସୁଡ଼ଙ୍ଗ ଓ ଶ୍ରମିକ, ଉଦ୍ଧାର କାର୍ଯ୍ୟରେ ସାହାଯ୍ୟ କରୁଛି ଇଞ୍ଜିନିୟରଙ୍କ ହ୍ୱାଟ୍ସଆପ୍ ଗ୍ରୁପ୍

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର