ବଦଳୁଛି ପାକିସ୍ତାନର ସ୍ବର: ଭାରତ ସହ ଆଲୋଚନା ପାଇଁ ଶରିଫଙ୍କ ପ୍ରସ୍ତାବ

The Sakala Picture
Published On

ନୂଆଦିଲ୍ଲୀ: ଆର୍ଥିକ ସଙ୍କଟ ଏବଂ ରାଜନୈତିକ ଅସ୍ଥିରତା ସହ ସଂଘର୍ଷ କରୁଥିବା ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ ଭାରତ ସହ ଯୁଦ୍ଧ ସମ୍ପର୍କରେ ଏକ ବଡ଼ ବିବୃତ୍ତି ଦେଇଛନ୍ତି। ଶେହବାଜ  କହିଛନ୍ତି ଯେ, ଭାରତ ସହିତ ତିନିଟି ଯୁଦ୍ଧ ପରେ ଆମେ ଶିକ୍ଷା ଲାଭ କରିଛୁ।  ବର୍ତ୍ତମାନ ଶାନ୍ତି ଚାହୁଁଛୁ । ଏବେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ କଶ୍ମୀର ଭଳି ବିଭିନ୍ନ ପ୍ରସଙ୍ଗରେ ପାକିସ୍ତାନ ଆଲୋଚନା କରିବାକୁ ଚାହୁଁଥିବା ଦେଶର ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ […]

ନୂଆଦିଲ୍ଲୀ: ଆର୍ଥିକ ସଙ୍କଟ ଏବଂ ରାଜନୈତିକ ଅସ୍ଥିରତା ସହ ସଂଘର୍ଷ କରୁଥିବା ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ ଭାରତ ସହ ଯୁଦ୍ଧ ସମ୍ପର୍କରେ ଏକ ବଡ଼ ବିବୃତ୍ତି ଦେଇଛନ୍ତି। ଶେହବାଜ  କହିଛନ୍ତି ଯେ, ଭାରତ ସହିତ ତିନିଟି ଯୁଦ୍ଧ ପରେ ଆମେ ଶିକ୍ଷା ଲାଭ କରିଛୁ।  ବର୍ତ୍ତମାନ ଶାନ୍ତି ଚାହୁଁଛୁ । ଏବେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ କଶ୍ମୀର ଭଳି ବିଭିନ୍ନ ପ୍ରସଙ୍ଗରେ ପାକିସ୍ତାନ ଆଲୋଚନା କରିବାକୁ ଚାହୁଁଥିବା ଦେଶର ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ କହିଛନ୍ତି।

ଆହୁରି ପଢ଼ନ୍ତୁ: ମଧ୍ୟପ୍ରଦେଶ ରେୱାରେ ପୂର୍ବତନ ଜିଲ୍ଲା ଉପାଧ୍ୟକ୍ଷଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ, ଯୁବତୀଙ୍କ ସହ ଆପତ୍ତିଜନକ ଅବସ୍ଥାରେ ନେତା

ସୀମାରେ ଉତ୍ତେଜନା ଦେଖାଦେଇଥିବା ବେଳେ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ଏହି ବିବୃତ୍ତି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ପ୍ରଶ୍ନ ଉଠୁଛି ଶେହବାଜ ଶରିଫଙ୍କ ଏହି ବିବୃତ୍ତିର ଅର୍ଥ କ’ଣ? ପାକିସ୍ତାନ ପ୍ରକୃତରେ ଭାରତ ସହ ସମ୍ପର୍କକୁ ସୁଦୃଢ କରିବାକୁ ଚାହୁଁଛି କି? ଆଗାମୀ ସମୟରେ ଦୁଇ ଦେଶ ମଧ୍ୟରେ ସ୍ଥିତି ସୁଧୁରିବ କି? ଏ ନେଇ ପ୍ରଶ୍ନ ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

ଆହୁରି ପଢ଼ନ୍ତୁ: ଅନିଶ୍ଚିତତାରେ ଆମେରିକା-ଇରାନ ଶାନ୍ତି ଆଲୋଚନା: ଟ୍ରମ୍ପଙ୍କ ବୋମାମାଡ଼ ଚେତାବନୀ ଓ ଇରାନର 'ନୂଆ କାର୍ଡ' ଧମକ

ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ ଭାରତ ସହ ଆଲୋଚନା କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ଆନ୍ତର୍ଜାତୀୟ ଆରବି ନ୍ୟୁଜ୍ ଚ୍ୟାନେଲ ଅଲ ଆରବିଆକୁ ଦେଇଥିବା ଏକ ସାକ୍ଷାତକାରରେ ଶେହବାଜ କହିଛନ୍ତି ଯେ, ‘ଭାରତୀୟ ପରିଚାଳନା ଏବଂ ପିଏମ ମୋଦୀଙ୍କୁ ମୋର ବାର୍ତ୍ତା କେବଳ ଯେ ଆମେ ଏକାଠି ବସି କାଶ୍ମୀର ସମେତ ପାରସ୍ପରିକ ପ୍ରସଙ୍ଗ ଉପରେ ଆଲୋଚନା କରିବା। ପରସ୍ପର ସହିତ ଯୁଦ୍ଧ ନ କରି ଏବଂ ଯୁଦ୍ଧରେ ସମୟ ଓ ଅର୍ଥ ନଷ୍ଟ ନକରି ଆମକୁ ପରସ୍ପର ସହିତ ଆଗକୁ ବଢିବାକୁ ପଡ଼ିବ।

ଆହୁରି ପଢ଼ନ୍ତୁ: ପ୍ରାଣଘାତୀ ଆକ୍ରମଣରେ ଗୁରୁତର ଇରାନର ସୁପ୍ରିମ୍ ଲିଡର୍ ମୋଜତାବା ଖାମେନେଇ: ଗୋଡ଼ର ୩ ଥର ଅସ୍ତ୍ରୋପଚାର, ଜଳିଯାଇଛି ମୁହଁ

ସେ ଆହୁରି ମଧ୍ୟ କହିଛନ୍ତି, ‘ଆମେ ଭାରତ ସହିତ ତିନୋଟି ଯୁଦ୍ଧ କରିଛୁ । ଯାହାକୁ ଆମକୁ ଅତିରିକ୍ତ ସମସ୍ୟା ସହ ବେରୋଜଗାରୀର ମୁଖ୍ୟ କାରଣ ହୋଇଛି। ଆମେ ସେମାନଙ୍କଠାରୁ ଶିକ୍ଷା ଗ୍ରହଣ କରିଛୁ। ବର୍ତ୍ତମାନ ଆମେ ଶାନ୍ତିରେ ବଞ୍ଚିବାକୁ ଚାହୁଁଛୁ। କିନ୍ତୁ ଏଥିପାଇଁ ଆମକୁ ପ୍ରଥମେ ଆମର ପ୍ରକୃତ ସମସ୍ୟାର ସମାଧାନ କରିବାକୁ ପଡିବ। ଶରିଫ ଆହୁରି କହିଛନ୍ତି ଯେ ଉଭୟ ଦେଶ ପରମାଣୁ ରାଷ୍ଟ୍ର ଏବଂ ଉଭୟଙ୍କର ଅସ୍ତ୍ର ଅଛି। ବର୍ତ୍ତମାନ ଯଦି ଯୁଦ୍ଧ ହୁଏ ତେବେ କିଏ ବଞ୍ଚିବ ଏବଂ କିଏ ବଞ୍ଚିବ ନାହିଁ ତାହା କେହି ଜାଣି ନାହାଁନ୍ତି। ଏସବୁ ଭିତରେ ଶରିଫ ଭାରତ ସହ ଆଲୋଚନା କରିବାକୁ ପ୍ରସ୍ତାବ ଦେଇଛନ୍ତି।

17 Jan 2023 By The Sakala

ବଦଳୁଛି ପାକିସ୍ତାନର ସ୍ବର: ଭାରତ ସହ ଆଲୋଚନା ପାଇଁ ଶରିଫଙ୍କ ପ୍ରସ୍ତାବ

ନୂଆଦିଲ୍ଲୀ: ଆର୍ଥିକ ସଙ୍କଟ ଏବଂ ରାଜନୈତିକ ଅସ୍ଥିରତା ସହ ସଂଘର୍ଷ କରୁଥିବା ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ ଭାରତ ସହ ଯୁଦ୍ଧ ସମ୍ପର୍କରେ ଏକ ବଡ଼ ବିବୃତ୍ତି ଦେଇଛନ୍ତି। ଶେହବାଜ  କହିଛନ୍ତି ଯେ, ଭାରତ ସହିତ ତିନିଟି ଯୁଦ୍ଧ ପରେ ଆମେ ଶିକ୍ଷା ଲାଭ କରିଛୁ।  ବର୍ତ୍ତମାନ ଶାନ୍ତି ଚାହୁଁଛୁ । ଏବେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ କଶ୍ମୀର ଭଳି ବିଭିନ୍ନ ପ୍ରସଙ୍ଗରେ ପାକିସ୍ତାନ ଆଲୋଚନା କରିବାକୁ ଚାହୁଁଥିବା ଦେଶର ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ କହିଛନ୍ତି।

ସୀମାରେ ଉତ୍ତେଜନା ଦେଖାଦେଇଥିବା ବେଳେ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ଏହି ବିବୃତ୍ତି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ପ୍ରଶ୍ନ ଉଠୁଛି ଶେହବାଜ ଶରିଫଙ୍କ ଏହି ବିବୃତ୍ତିର ଅର୍ଥ କ’ଣ? ପାକିସ୍ତାନ ପ୍ରକୃତରେ ଭାରତ ସହ ସମ୍ପର୍କକୁ ସୁଦୃଢ କରିବାକୁ ଚାହୁଁଛି କି? ଆଗାମୀ ସମୟରେ ଦୁଇ ଦେଶ ମଧ୍ୟରେ ସ୍ଥିତି ସୁଧୁରିବ କି? ଏ ନେଇ ପ୍ରଶ୍ନ ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ ଭାରତ ସହ ଆଲୋଚନା କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ଆନ୍ତର୍ଜାତୀୟ ଆରବି ନ୍ୟୁଜ୍ ଚ୍ୟାନେଲ ଅଲ ଆରବିଆକୁ ଦେଇଥିବା ଏକ ସାକ୍ଷାତକାରରେ ଶେହବାଜ କହିଛନ୍ତି ଯେ, ‘ଭାରତୀୟ ପରିଚାଳନା ଏବଂ ପିଏମ ମୋଦୀଙ୍କୁ ମୋର ବାର୍ତ୍ତା କେବଳ ଯେ ଆମେ ଏକାଠି ବସି କାଶ୍ମୀର ସମେତ ପାରସ୍ପରିକ ପ୍ରସଙ୍ଗ ଉପରେ ଆଲୋଚନା କରିବା। ପରସ୍ପର ସହିତ ଯୁଦ୍ଧ ନ କରି ଏବଂ ଯୁଦ୍ଧରେ ସମୟ ଓ ଅର୍ଥ ନଷ୍ଟ ନକରି ଆମକୁ ପରସ୍ପର ସହିତ ଆଗକୁ ବଢିବାକୁ ପଡ଼ିବ।

ସେ ଆହୁରି ମଧ୍ୟ କହିଛନ୍ତି, ‘ଆମେ ଭାରତ ସହିତ ତିନୋଟି ଯୁଦ୍ଧ କରିଛୁ । ଯାହାକୁ ଆମକୁ ଅତିରିକ୍ତ ସମସ୍ୟା ସହ ବେରୋଜଗାରୀର ମୁଖ୍ୟ କାରଣ ହୋଇଛି। ଆମେ ସେମାନଙ୍କଠାରୁ ଶିକ୍ଷା ଗ୍ରହଣ କରିଛୁ। ବର୍ତ୍ତମାନ ଆମେ ଶାନ୍ତିରେ ବଞ୍ଚିବାକୁ ଚାହୁଁଛୁ। କିନ୍ତୁ ଏଥିପାଇଁ ଆମକୁ ପ୍ରଥମେ ଆମର ପ୍ରକୃତ ସମସ୍ୟାର ସମାଧାନ କରିବାକୁ ପଡିବ। ଶରିଫ ଆହୁରି କହିଛନ୍ତି ଯେ ଉଭୟ ଦେଶ ପରମାଣୁ ରାଷ୍ଟ୍ର ଏବଂ ଉଭୟଙ୍କର ଅସ୍ତ୍ର ଅଛି। ବର୍ତ୍ତମାନ ଯଦି ଯୁଦ୍ଧ ହୁଏ ତେବେ କିଏ ବଞ୍ଚିବ ଏବଂ କିଏ ବଞ୍ଚିବ ନାହିଁ ତାହା କେହି ଜାଣି ନାହାଁନ୍ତି। ଏସବୁ ଭିତରେ ଶରିଫ ଭାରତ ସହ ଆଲୋଚନା କରିବାକୁ ପ୍ରସ୍ତାବ ଦେଇଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର