କରୋନା ମହାମାରୀ ସମୟରେ ଦିଲ୍ଲୀ ସରକାରଙ୍କ ବଡ ଘୋଷଣା, ସମସ୍ତ ପଞ୍ଜିକୃତ ନିର୍ମାଣ ଶ୍ରମିକଙ୍କୁ ମିଳିବ ୫ହଜାର ଟଙ୍କାର ସହାୟତା ରାଶି

The Sakala Picture
Published On

ନୂଆଦିଲ୍ଲୀ: କରୋନା ମହାମାରୀ ସମୟରେ ଦିଲ୍ଲୀ ସରକାର ବଡ ଘୋଷଣା କରିଛନ୍ତି। ପଞ୍ଜିକୃତ ହୋଇଥିବା ସମସ୍ତ ନିର୍ମାଣ ଶ୍ରମିକଙ୍କୁ ୫ ହଜାର ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି କେଜ୍ରିୱାଲ। ଏଥିରେ ୨ ଲକ୍ଷରୁ ଉର୍ଦ୍ଧ୍ବ  ନିର୍ମାଣ ଶ୍ରମିକ ଉପକୃତ ହେବେ । ଦିଲ୍ଲୀରେ ମୋଟ ପଞ୍ଜିକୃତ ନିର୍ମାଣ ଶ୍ରମିକଙ୍କ ସଂଖ୍ୟା ୨,୧୦,୬୮୪ । ସେମାନଙ୍କ ମଧ୍ୟରୁ ୧,୦୫,୭୫୦ ଜଣ ଶ୍ରମିକଙ୍କ ଖାତାକୁ ଟଙ୍କା ପଠାଇ ଦିଆଯାଇଥିବା ବେଳେ ବାକିଥିବା ଅନ୍ୟ ସମସ୍ତ ନିର୍ମାଣ ଶ୍ରମିକଙ୍କୁ ଆଗାମୀ […]

ନୂଆଦିଲ୍ଲୀ: କରୋନା ମହାମାରୀ ସମୟରେ ଦିଲ୍ଲୀ ସରକାର ବଡ ଘୋଷଣା କରିଛନ୍ତି। ପଞ୍ଜିକୃତ ହୋଇଥିବା ସମସ୍ତ ନିର୍ମାଣ ଶ୍ରମିକଙ୍କୁ ୫ ହଜାର ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି କେଜ୍ରିୱାଲ। ଏଥିରେ ୨ ଲକ୍ଷରୁ ଉର୍ଦ୍ଧ୍ବ  ନିର୍ମାଣ ଶ୍ରମିକ ଉପକୃତ ହେବେ । ଦିଲ୍ଲୀରେ ମୋଟ ପଞ୍ଜିକୃତ ନିର୍ମାଣ ଶ୍ରମିକଙ୍କ ସଂଖ୍ୟା ୨,୧୦,୬୮୪ । ସେମାନଙ୍କ ମଧ୍ୟରୁ ୧,୦୫,୭୫୦ ଜଣ ଶ୍ରମିକଙ୍କ ଖାତାକୁ ଟଙ୍କା ପଠାଇ ଦିଆଯାଇଥିବା ବେଳେ ବାକିଥିବା ଅନ୍ୟ ସମସ୍ତ ନିର୍ମାଣ ଶ୍ରମିକଙ୍କୁ ଆଗାମୀ ଦିନରେ ଏହି ରାଶି ପ୍ରଦାନ କରାଯିବ । ଅନ୍ୟପଟେ ଶ୍ରମିକ ମାନଙ୍କ ପାଇଁ ବିଭିନ୍ନ ଜିଲ୍ଲାରେ ଥିବା ସ୍କୁଲ ମାନଙ୍କରେ ମାଗଣା ରନ୍ଧାଖାଦ୍ୟର ବ୍ୟବସ୍ଥା କରାଯାଇଛି । ଗୁରୁବାର ସୁଦ୍ଧା ଏହି ସବୁ ସ୍ଥାନରୁ ୭ ହଜାର ଖାଦ୍ୟ ପୁଡିଆ ବଣ୍ଟନ କରାଯାଇଥିବା କଥା କୁହାଯାଇଛି ।

ଆହୁରି ପଢ଼ନ୍ତୁ: ସୁପ୍ରିମକୋର୍ଟଙ୍କ ବଡ଼ ରାୟ: ଇଣ୍ଟରନେଟ୍ ବ୍ୟବହାର କରିବା ପିଲାମାନଙ୍କ ସମେତ ପ୍ରତ୍ୟେକ ବ୍ୟକ୍ତିଙ୍କ ମୌଳିକ ଅଧିକାର

ଏହାସହ ଦିଲ୍ଲୀ ସରକାର କିଛି ଦିନ ମଧ୍ୟରେ ଶ୍ରମିକ ମାନଙ୍କ ପାଇଁ ଏକ ହେଲ୍ପ ଲାଇନ୍ ନମ୍ବର ଜାରୀ କରିବାକୁ ଯାଉଛନ୍ତି । ଏହି ନମ୍ବରରେ ଫୋନ କରି ଶ୍ରମିକମାନେ ଖାଦ୍ୟ ବଣ୍ଟନ କେନ୍ଦ୍ର, ମେଡିକାଲ ବେଡ, ଔଷଧ ଭଳି ବିଭିନ୍ନ ସମସ୍ୟା ବାବଦରେ ପଚାରି ବୁଝି ପାରିବେ।

ଆହୁରି ପଢ଼ନ୍ତୁ: ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର ଡାଟା ଲିକ୍: ଡାର୍କ ୱେବରେ ୩,୮୯୭ ଗ୍ରାହକଙ୍କ ତଥ୍ୟ, ପାଣ୍ଠି ସୁରକ୍ଷିତ ଥିବା ନେଇ ବ୍ୟାଙ୍କର ସ୍ପଷ୍ଟୀକରଣ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର