ଚଳିତ ବର୍ଷ ଶେଷ ଭାଗରେ ଚନ୍ଦ୍ରାୟନ-୩ ଅଭିଯାନ; ଏଥର ସଫଳ ଲ୍ୟାଣ୍ଡିଂ ପାଇଁ ଆଶାବାଦୀ ଇସ୍ରୋ

The Sakala Picture
Published On

ନୂଆଦିଲ୍ଲୀ: ଚଳିତ ବର୍ଷ ଶେଷ ଭାଗରେ ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର(ଇସ୍ରୋ) ପକ୍ଷରୁ ଚନ୍ଦ୍ରାୟନ-୩ ଅଭିଯାନ ଆରମ୍ଭ କରାଯିବ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଏକପ୍ରକାର ଶେଷ ହେବା ସହିତ ଉପଗ୍ରହ ବ୍ୟବସ୍ଥା ମଧ୍ୟ ପୂର୍ଣ୍ଣ ସମନ୍ୱିତ ଢଙ୍ଗରେ ଶେଷ କରାଯାଇଛି ବୋଲି ଇସ୍ରୋ ମୁଖ୍ୟ ଏସ ସୋମନାଥ କହିଛନ୍ତି। ଏହାପୂର୍ବରୁ ଚନ୍ଦ୍ରଯାନ ଶେଷ ମୁହୂର୍ତ୍ତରେ ଚନ୍ଦ୍ର ପୃଷ୍ଠରେ ଅବତରଣ କରିବାକୁ ସକ୍ଷମ ହୋଇପାରିନଥିଲା ବେଳେ ଏଥରକ ଏହା ସଫଳ ହେବ ବୋଲି ସୋମନାଥ କହିଛନ୍ତି। ଚନ୍ଦ୍ରାୟନ-୨ ମିସନ […]

ନୂଆଦିଲ୍ଲୀ: ଚଳିତ ବର୍ଷ ଶେଷ ଭାଗରେ ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର(ଇସ୍ରୋ) ପକ୍ଷରୁ ଚନ୍ଦ୍ରାୟନ-୩ ଅଭିଯାନ ଆରମ୍ଭ କରାଯିବ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଏକପ୍ରକାର ଶେଷ ହେବା ସହିତ ଉପଗ୍ରହ ବ୍ୟବସ୍ଥା ମଧ୍ୟ ପୂର୍ଣ୍ଣ ସମନ୍ୱିତ ଢଙ୍ଗରେ ଶେଷ କରାଯାଇଛି ବୋଲି ଇସ୍ରୋ ମୁଖ୍ୟ ଏସ ସୋମନାଥ କହିଛନ୍ତି। ଏହାପୂର୍ବରୁ ଚନ୍ଦ୍ରଯାନ ଶେଷ ମୁହୂର୍ତ୍ତରେ ଚନ୍ଦ୍ର ପୃଷ୍ଠରେ ଅବତରଣ କରିବାକୁ ସକ୍ଷମ ହୋଇପାରିନଥିଲା ବେଳେ ଏଥରକ ଏହା ସଫଳ ହେବ ବୋଲି ସୋମନାଥ କହିଛନ୍ତି।

ଆହୁରି ପଢ଼ନ୍ତୁ: ନେପାଳରେ ମାଟି ତଳେ ପୋତି ହୋଇଛି ସୁଡ଼ଙ୍ଗ ଓ ଶ୍ରମିକ, ଉଦ୍ଧାର କାର୍ଯ୍ୟରେ ସାହାଯ୍ୟ କରୁଛି ଇଞ୍ଜିନିୟରଙ୍କ ହ୍ୱାଟ୍ସଆପ୍ ଗ୍ରୁପ୍

ଚନ୍ଦ୍ରାୟନ-୨ ମିସନ ଫେଲ୍‌ ମାରିବା ପରେ ଚନ୍ଦ୍ରାୟନ-୩ ମିସନ ଆରମ୍ଭ ହୋଇଥିଲା। ଚନ୍ଦ୍ରାୟନ-୩ ମିସନକୁ ପ୍ରସ୍ତୁତ କରିବା ପାଇଁ ଅନେକ ବାଧା ସୃଷ୍ଟି ହୋଇଥିଲା। ଲକ୍‌ଡାଉନ୍ ଓ କି ଟେଷ୍ଟିଂରେ ସମସ୍ୟା ଯୋଗୁ ମିସନରେ ବିଳମ୍ବ ହୋଇଥିଲା।

ଆହୁରି ପଢ଼ନ୍ତୁ: ୩୬,୦୦୦ ଫୁଟ ଉଚ୍ଚରେ ଏୟାର ଇଣ୍ଡିଆ ବିମାନରେ ଯାନ୍ତ୍ରିକ ତ୍ରୁଟି: କିଛି ସେକେଣ୍ଡରେ ଫେଲ୍ ମାରିଲା ସମସ୍ତ ହାଇଡ୍ରୋଲିକ୍ସ, ୨୪ ଆହତ

୨୦୧୮ରେ ଚନ୍ଦ୍ରାୟନ-୨ ଚନ୍ଦ୍ରପୃଷ୍ଟରେ କ୍ରାସ୍ ଲ୍ୟାଣ୍ଡିଂ କରିଥିଲା। ହେଲେ ଏଥର ଚନ୍ଦ୍ରାୟନ-୩କୁ ସଫଳତା ପୂର୍ବକୁ ଲ୍ୟାଣ୍ଡିଂ କରିବାକୁ ବୈଜ୍ଞାନିକମାନେ ପ୍ରାଣପ୍ରଣେ ଲାଗି ପଡ଼ିଛନ୍ତି। ଚନ୍ଦ୍ରାୟନ-୩କୁ ୨ ଅପେକ୍ଷା ଅଧିକ ଶକ୍ତିଶାଳୀ ସଫ୍ଟୱେୟାର, ବିପଦପ୍ରବଣ ସ୍ଥାନଗୁଡ଼ିକର ଚିହ୍ନଟ ଶକ୍ତି ଆଦି ଖଞ୍ଜାଯାଇଛି। ଯଦି ଏହା ସଫଳ ହେଲା ତେବେ ମହାକାଶ ଗବେଷଣା କ୍ଷେତ୍ରରେ ଭାରତ ଏକ ନୂଆ ମାଇଲ୍‌ଖୁଣ୍ଟ ଅତିକ୍ରମ କରିବ।

ଆହୁରି ପଢ଼ନ୍ତୁ: ମୋବାଇଲରେ 'ରିଲ୍ସ' ଦେଖିବାକୁ କେନ୍ଦ୍ର କରି ସ୍ତ୍ରୀକୁ ନିର୍ମମ ଭାବେ ହତ୍ୟା ପରେ ସ୍ୱାମୀର ଆତ୍ମହତ୍ୟା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର