ଚଳିତ ବର୍ଷ ଶେଷ ଭାଗରେ ଚନ୍ଦ୍ରାୟନ-୩ ଅଭିଯାନ; ଏଥର ସଫଳ ଲ୍ୟାଣ୍ଡିଂ ପାଇଁ ଆଶାବାଦୀ ଇସ୍ରୋ

The Sakala Picture
Published On

ନୂଆଦିଲ୍ଲୀ: ଚଳିତ ବର୍ଷ ଶେଷ ଭାଗରେ ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର(ଇସ୍ରୋ) ପକ୍ଷରୁ ଚନ୍ଦ୍ରାୟନ-୩ ଅଭିଯାନ ଆରମ୍ଭ କରାଯିବ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଏକପ୍ରକାର ଶେଷ ହେବା ସହିତ ଉପଗ୍ରହ ବ୍ୟବସ୍ଥା ମଧ୍ୟ ପୂର୍ଣ୍ଣ ସମନ୍ୱିତ ଢଙ୍ଗରେ ଶେଷ କରାଯାଇଛି ବୋଲି ଇସ୍ରୋ ମୁଖ୍ୟ ଏସ ସୋମନାଥ କହିଛନ୍ତି। ଏହାପୂର୍ବରୁ ଚନ୍ଦ୍ରଯାନ ଶେଷ ମୁହୂର୍ତ୍ତରେ ଚନ୍ଦ୍ର ପୃଷ୍ଠରେ ଅବତରଣ କରିବାକୁ ସକ୍ଷମ ହୋଇପାରିନଥିଲା ବେଳେ ଏଥରକ ଏହା ସଫଳ ହେବ ବୋଲି ସୋମନାଥ କହିଛନ୍ତି। ଚନ୍ଦ୍ରାୟନ-୨ ମିସନ […]

ନୂଆଦିଲ୍ଲୀ: ଚଳିତ ବର୍ଷ ଶେଷ ଭାଗରେ ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର(ଇସ୍ରୋ) ପକ୍ଷରୁ ଚନ୍ଦ୍ରାୟନ-୩ ଅଭିଯାନ ଆରମ୍ଭ କରାଯିବ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଏକପ୍ରକାର ଶେଷ ହେବା ସହିତ ଉପଗ୍ରହ ବ୍ୟବସ୍ଥା ମଧ୍ୟ ପୂର୍ଣ୍ଣ ସମନ୍ୱିତ ଢଙ୍ଗରେ ଶେଷ କରାଯାଇଛି ବୋଲି ଇସ୍ରୋ ମୁଖ୍ୟ ଏସ ସୋମନାଥ କହିଛନ୍ତି। ଏହାପୂର୍ବରୁ ଚନ୍ଦ୍ରଯାନ ଶେଷ ମୁହୂର୍ତ୍ତରେ ଚନ୍ଦ୍ର ପୃଷ୍ଠରେ ଅବତରଣ କରିବାକୁ ସକ୍ଷମ ହୋଇପାରିନଥିଲା ବେଳେ ଏଥରକ ଏହା ସଫଳ ହେବ ବୋଲି ସୋମନାଥ କହିଛନ୍ତି।

ଆହୁରି ପଢ଼ନ୍ତୁ: ଭାରତ-ଆମେରିକା ସମ୍ପର୍କ ହେବ ଆହୁରି ସୁଦୃଢ଼: ମାର୍କୋ ରୁବିଓଙ୍କ ଗସ୍ତରେ ବାଣିଜ୍ୟ, ସୁରକ୍ଷା ଓ ପ୍ରଯୁକ୍ତିବିଦ୍ୟା ଉପରେ ଗୁରୁତ୍ୱ

ଚନ୍ଦ୍ରାୟନ-୨ ମିସନ ଫେଲ୍‌ ମାରିବା ପରେ ଚନ୍ଦ୍ରାୟନ-୩ ମିସନ ଆରମ୍ଭ ହୋଇଥିଲା। ଚନ୍ଦ୍ରାୟନ-୩ ମିସନକୁ ପ୍ରସ୍ତୁତ କରିବା ପାଇଁ ଅନେକ ବାଧା ସୃଷ୍ଟି ହୋଇଥିଲା। ଲକ୍‌ଡାଉନ୍ ଓ କି ଟେଷ୍ଟିଂରେ ସମସ୍ୟା ଯୋଗୁ ମିସନରେ ବିଳମ୍ବ ହୋଇଥିଲା।

ଆହୁରି ପଢ଼ନ୍ତୁ: ସାଉଦି ଆରବର ଦମ୍ମାମ ବିମାନବନ୍ଦରରେ ହୁଥି ଆକ୍ରମଣ: ଜଣେ ଭାରତୀୟଙ୍କ ମୃତ୍ୟୁ, ୨ ଆହତ

୨୦୧୮ରେ ଚନ୍ଦ୍ରାୟନ-୨ ଚନ୍ଦ୍ରପୃଷ୍ଟରେ କ୍ରାସ୍ ଲ୍ୟାଣ୍ଡିଂ କରିଥିଲା। ହେଲେ ଏଥର ଚନ୍ଦ୍ରାୟନ-୩କୁ ସଫଳତା ପୂର୍ବକୁ ଲ୍ୟାଣ୍ଡିଂ କରିବାକୁ ବୈଜ୍ଞାନିକମାନେ ପ୍ରାଣପ୍ରଣେ ଲାଗି ପଡ଼ିଛନ୍ତି। ଚନ୍ଦ୍ରାୟନ-୩କୁ ୨ ଅପେକ୍ଷା ଅଧିକ ଶକ୍ତିଶାଳୀ ସଫ୍ଟୱେୟାର, ବିପଦପ୍ରବଣ ସ୍ଥାନଗୁଡ଼ିକର ଚିହ୍ନଟ ଶକ୍ତି ଆଦି ଖଞ୍ଜାଯାଇଛି। ଯଦି ଏହା ସଫଳ ହେଲା ତେବେ ମହାକାଶ ଗବେଷଣା କ୍ଷେତ୍ରରେ ଭାରତ ଏକ ନୂଆ ମାଇଲ୍‌ଖୁଣ୍ଟ ଅତିକ୍ରମ କରିବ।

ଆହୁରି ପଢ଼ନ୍ତୁ: ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର ଡାଟା ଲିକ୍: ଡାର୍କ ୱେବରେ ୩,୮୯୭ ଗ୍ରାହକଙ୍କ ତଥ୍ୟ, ପାଣ୍ଠି ସୁରକ୍ଷିତ ଥିବା ନେଇ ବ୍ୟାଙ୍କର ସ୍ପଷ୍ଟୀକରଣ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର