ଦିଲ୍ଲୀରେ ଅକ୍ସିଜେନ ଅଭାବ: ସାର୍ ଗଙ୍ଗାରାମ ହସ୍ପିଟାଲରେ ୨୫ ରୋଗୀଙ୍କ ମୃତ୍ୟୁ, ବିପଦରେ ୬୦ ଜୀବନ

The Sakala Picture
Published On

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ରାଜଧାନୀ ଦିଲ୍ଲୀରେ ଅକ୍ସିଜେନ ଅଭାବ ଚିନ୍ତାର ବିଷୟ ପାଲଟିଛି। ଦେଶର ବିଭିନ୍ନ ସ୍ଥାନରୁ ରାଜଧାନୀ ଦିଲ୍ଲୀକୁ ଅକ୍ସିଜେନ ପଠାଯାଉଥିଲେ ମଧ୍ୟ ସେଠାରେ ସଂଖ୍ୟାଧିକ ଗୁରୁତରଙ୍କ ପାଇଁ ତାହା ପର୍ଯ୍ୟାପ୍ତ ହେଉନାହିଁ।  ସାର୍‍ ଗଙ୍ଗାରାମ ହସ୍ପିଟାଲରେ ଗତକାଲି ରାତିରେ ଅକ୍ସିଜାନ ଅଭାବରୁ  ଗୁରୁତର ଥିବା ୨୫ ଜଣଙ୍କର ମୃତ୍ୟୁ ଘଟିଛି। ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଆଉ ୬୦ଜଣ ଆକ୍ରାନ୍ତ ଏବେ ମଧ୍ଯ ଛଟପଟ ହେଉଛନ୍ତି। ସେଠାକୁ ତୁରନ୍ତ ଅକ୍ସିଜେନ […]

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ରାଜଧାନୀ ଦିଲ୍ଲୀରେ ଅକ୍ସିଜେନ ଅଭାବ ଚିନ୍ତାର ବିଷୟ ପାଲଟିଛି। ଦେଶର ବିଭିନ୍ନ ସ୍ଥାନରୁ ରାଜଧାନୀ ଦିଲ୍ଲୀକୁ ଅକ୍ସିଜେନ ପଠାଯାଉଥିଲେ ମଧ୍ୟ ସେଠାରେ ସଂଖ୍ୟାଧିକ ଗୁରୁତରଙ୍କ ପାଇଁ ତାହା ପର୍ଯ୍ୟାପ୍ତ ହେଉନାହିଁ।  ସାର୍‍ ଗଙ୍ଗାରାମ ହସ୍ପିଟାଲରେ ଗତକାଲି ରାତିରେ ଅକ୍ସିଜାନ ଅଭାବରୁ  ଗୁରୁତର ଥିବା ୨୫ ଜଣଙ୍କର ମୃତ୍ୟୁ ଘଟିଛି। ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଆଉ ୬୦ଜଣ ଆକ୍ରାନ୍ତ ଏବେ ମଧ୍ଯ ଛଟପଟ ହେଉଛନ୍ତି। ସେଠାକୁ ତୁରନ୍ତ ଅକ୍ସିଜେନ ଯୋଗାଇଦେବାକୁ ହସ୍ପିଟାଲ କର୍ତ୍ତୃପକ୍ଷ ନିବେଦନ କରିଛନ୍ତି।

ଆହୁରି ପଢ଼ନ୍ତୁ: ଇରାନ ସହ ତିକ୍ତତା ମଧ୍ୟରେ ୨୫୦ ଦିନର ଲମ୍ବା ମିଶନ ପରେ ଥାଇଲାଣ୍ଡରେ ପହଞ୍ଚିଲା ଆମେରିକୀୟ ଯୁଦ୍ଧପୋତ 'ୟୁଏସଏସ ଅବ୍ରାହମ ଲିଙ୍କନ'

ସେହିଭଳି ମାକ୍ସ ସ୍ମାର୍ଟ ହସ୍ପିଟାଲରେ ମଧ୍ୟ ଅକ୍ସିଜେନ ଶେଷହେବା ସ୍ଥିତିରେ ପହଞ୍ଚିଛି। ପରିସ୍ଥିତି ଏଭଳି ହୋଇଛି ଯେ ମେସିନ ଅଚଳ ହୋଇଯିବାରୁ ହହସ୍ପିଟାଲ କର୍ମଚାରୀ ନିଜେ ରୋଗୀଙ୍କର ଭେଣ୍ଟିଲେସନ କରାଉଛନ୍ତି। ଇତିମଧ୍ୟରେ ଦିଲ୍ଲୀ ହାଇକୋର୍ଟ ଗତକାଲି କେନ୍ଦ୍ର ସରକାରଙ୍କୁ ଆଦେଶ ଦେଇ ରାଜଧାନୀ ଦିଲ୍ଲୀକୁ ତୁରନ୍ତ ମେଡିକାଲ ଅକ୍ସିଜେନ ଯୋଗାଇଦେବାକୁ କହିଛନ୍ତି।

ଆହୁରି ପଢ଼ନ୍ତୁ: ତେଜସ୍ ଫାଇଟର୍ ଜେଟ୍ ଉତ୍ପାଦନକୁ ମିଳିଲା ବୁଷ୍ଟ୍, HAL କୁ ଆମେରିକାରୁ ମିଳିଲା ଆଉ ୩ଟି ନୂଆ ଇଞ୍ଜିନ୍

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର