ବଢ଼ିଲା ଟେନସନ : ଆହୁରି ଶକ୍ତିଶାଳୀ ହେଉଛି କରୋନା, ଆସିଲା ଟ୍ରିପଲ ମ୍ୟୁଟାଣ୍ଟ ‘ବେଙ୍ଗଲ ଷ୍ଟ୍ରେନ’

The Sakala Picture
Published On

ନୂଆଦିଲ୍ଲୀ : ଦେଶରେ କରୋନାର ଟ୍ରିପଲ ମ୍ୟୁଟାଣ୍ଟକୁ ନେଇ ବଢ଼ିଲା ଟେନସନ। ପୂର୍ବ ତିନୋଟି ଷ୍ଟ୍ରେନ୍ ମିଳିତ ହୋଇ ଏକ ନୂତନ ଷ୍ଟ୍ରେନ୍ ବା ଟ୍ରିପଲ ମ୍ୟୁଟେସନ ସୃଷ୍ଟି ହୋଇଛି । ଯାହା ଡବଲ ମ୍ୟୁଟାଣ୍ଟ ତୁଳନାରେ ବହୁ ଅଧିକ କ୍ଷତିକାରକ। ଦେଶରେ କରୋନାର ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣ ସାଂଘାତିକ ପରିସ୍ଥିତି ସୃଷ୍ଟି କରିଥିବାବେଳେ ଟ୍ରିପଲ ମ୍ୟୁଟାଣ୍ଟ ‘ବେଙ୍ଗଲ ଷ୍ଟ୍ରେନ’ ବୈଜ୍ଞାନିକମାନଙ୍କର ଚିନ୍ତା ବଢାଇ ଦେଇଛି। ଗତ ମାସରେ ଭାରତରେ ଡବଲ ମ୍ୟୁଟାଣ୍ଟ (ବି.୧.୬୧୭) ଷ୍ଟ୍ରେନ ଚିହ୍ନଟ […]

ନୂଆଦିଲ୍ଲୀ : ଦେଶରେ କରୋନାର ଟ୍ରିପଲ ମ୍ୟୁଟାଣ୍ଟକୁ ନେଇ ବଢ଼ିଲା ଟେନସନ। ପୂର୍ବ ତିନୋଟି ଷ୍ଟ୍ରେନ୍ ମିଳିତ ହୋଇ ଏକ ନୂତନ ଷ୍ଟ୍ରେନ୍ ବା ଟ୍ରିପଲ ମ୍ୟୁଟେସନ ସୃଷ୍ଟି ହୋଇଛି । ଯାହା ଡବଲ ମ୍ୟୁଟାଣ୍ଟ ତୁଳନାରେ ବହୁ ଅଧିକ କ୍ଷତିକାରକ। ଦେଶରେ କରୋନାର ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣ ସାଂଘାତିକ ପରିସ୍ଥିତି ସୃଷ୍ଟି କରିଥିବାବେଳେ ଟ୍ରିପଲ ମ୍ୟୁଟାଣ୍ଟ ‘ବେଙ୍ଗଲ ଷ୍ଟ୍ରେନ’ ବୈଜ୍ଞାନିକମାନଙ୍କର ଚିନ୍ତା ବଢାଇ ଦେଇଛି। ଗତ ମାସରେ ଭାରତରେ ଡବଲ ମ୍ୟୁଟାଣ୍ଟ (ବି.୧.୬୧୭) ଷ୍ଟ୍ରେନ ଚିହ୍ନଟ ହେବାପରେ ସଂପ୍ରତି ଏହି ଟ୍ରିପଲ ମ୍ୟୁଟେସନ (ବି.୧.୬୧୮) ଷ୍ଟ୍ରେନକୁ ଚିହ୍ନଟ କରାଯାଇଛି। ବୈଜ୍ଞାନିକମାନଙ୍କ କହିବା ଅନୁଯାୟୀ ବେଙ୍ଗଲ ଷ୍ଟ୍ରେନ ଅଧିକ ସଂକ୍ରାମକ।

ଆହୁରି ପଢ଼ନ୍ତୁ: ହରିୟାଣାର ଯମୁନା ନଦୀରେ ଓଲଟିଲା ସେନା ଡଙ୍ଗା: ୨ ସ୍ପେଶାଲ ଫୋର୍ସ ଯବାନ ନିଖୋଜ

ଏହି ମ୍ୟୁଟେସନରେ ଆକ୍ରାନ୍ତଙ୍କ ସଂଖ୍ୟା ତୀବ୍ର ଗତିରେ ବଢ଼ିବାରେ ଲାଗିଲାଣି । ଯାହା ପଡୋଶୀ ରାଜ୍ୟ ଓଡ଼ିଶା ପାଇଁ ବିପଦଜ୍ଜନକସ୍ଥିତି ଉପୁଯାଇପାରେ ବୋଲି ସତର୍କ କରାଇଛନ୍ତି ବିଶେଷଜ୍ଞ। ପଶ୍ଚିମବଙ୍ଗରୁ ସୃଷ୍ଟି ହୋଇଥିବା ଏହି ସ୍ୱଦେଶୀ ଟ୍ରିପଲ ମ୍ୟୁଟେସନ ଆକ୍ରାନ୍ତଙ୍କ ଶରୀରରେ ଇମ୍ୟୁନୋ ସିଷ୍ଟମକୁ ଅତ୍ୟଧିକ ପ୍ରଭାବିତ କରୁଛି।

ଆହୁରି ପଢ଼ନ୍ତୁ: ନେପାଳକୁ ପ୍ରତି ବିପଦର ଆଗୁଆ ସୂଚନା ଦେବ ଚୀନ୍!

ବିଶେଷଜ୍ଞମାନଙ୍କ ମତରେ ଏହା ଜଣେ ବ୍ୟକ୍ତିଙ୍କ ଶରୀରରେ କରୋନା ଆଣ୍ଟିବଡ଼ି ରହିଥିଲେ ବି ଏହି ବେଙ୍ଗଲ ମ୍ୟୁଟେସନର ପ୍ରଭାବ ଅତି ମାରାତ୍ମକ ହେଉଛି । ଏହାଛଡ଼ା ଏହି ଷ୍ଟ୍ରେନ୍ ଅଧିକ ସଂକ୍ରାମକ। ଯାହା ଖୁବଶୀଘ୍ର ଜଣଙ୍କ ଶରୀରରୁ ଅନ୍ୟ ଜଣଙ୍କ ଶରୀରୁ ବ୍ୟାପିଥାଏ। ସବୁଠୁ ଚିନ୍ତାଜନକ କଥା ହେଉଛି, ଏହି ଷ୍ଟ୍ରେନରେ ଆକ୍ରାନ୍ତ ହେଲେ କରୋନା ଟିକାର ପ୍ରଭାବ ମଧ୍ୟ କାମ କରିବ ନାହିଁ। ଯାହା ଏବେ ବିଶେଷଜ୍ଞ ପାଇଁ ଚିନ୍ତା ବଢ଼ାଇ ଦେଇଛି। ଡବଲ ମ୍ୟୁଟାଣ୍ଟ ପାଇଁ ଦେଶରେ ହାହାକାର ସ୍ଥିତି ଉପୁଜିଥିବା ବେଳେ ନୂଆ ମ୍ୟୁଟାଣ୍ଟକୁ ପ୍ରତିହତ କରିବା ସହଜ ନୁହେଁ ବୋଲି ବିଶେଷଜ୍ଞ କହିଛନ୍ତି। ଅନ୍ୟପଟେ ଏହି ବେଙ୍ଗଲ ଷ୍ଟ୍ରେନ ଓଡ଼ିଶାକୁ ମଧ୍ୟ ବ୍ୟାପିବା ଆଶଙ୍କା ରହିଛି। ଯଦି ଏହି ମ୍ୟୁଟାଣ୍ଟ ଓଡ଼ିଶାକୁ ବ୍ୟାପେ ତାହେଲେ ଏହା ବହୁ କ୍ଷତି ଘଟାଇବ ବୋଲି ସତର୍କ କରାଇଛନ୍ତି CSIRର ଜେନମ ମ୍ୟୁଟେସନ ବିଶେଷଜ୍ଞ।

ଆହୁରି ପଢ଼ନ୍ତୁ: ପ୍ରତିରକ୍ଷା ବାହିନୀ ପାଇଁ ୧.୧୦ ଲକ୍ଷ କୋଟି ଟଙ୍କାର ଅସ୍ତ୍ରଶସ୍ତ୍ର ଓ ଉପକରଣ କ୍ରୟ ପ୍ରସ୍ତାବକୁ DACର ମଞ୍ଜୁରୀ

ସଂପ୍ରତି ବେଙ୍ଗଲରେ ଏହି ଷ୍ଟ୍ରେନ ଅଧିକ ସଂଖ୍ୟାରେ ଠାବ କରାଯାଇଛି ବୋଲି ସିଏସଆଇଆର ଇନଷ୍ଟିଚ୍ୟୁଟ ଅଫ ଜେନୋମିକ୍ସ ଆଣ୍ଡ ଇଣ୍ଟିଗ୍ରେଟିଭ ବାୟୋଲୋଜିରେ ଜେନୋମ ମ୍ୟୁଟେସନ ଉପରେ ଗବେଷଣା କରୁଥିବା ବିନୋଦ ସ୍କାରିଆ ଟ୍ୱିଟ୍‍ କରି କହିଛନ୍‍ତି। ପୂର୍ବରୁ ମହାରାଷ୍ଟ୍ର ନମୁନାରୁ ଡବଲ ମ୍ୟୁଟେସନ ଷ୍ଟ୍ରେନ ମିଳିଥିଲା। ଟ୍ରିପଲ ମ୍ୟୁଟେସନ ବେଙ୍ଗଲ ଷ୍ଟ୍ରେନର ମାରାତ୍ମକ ଗୁଣ ଦକ୍ଷିଣ ଆଫ୍ରିକା ଏବଂ ବ୍ରାଜିଲ ଷ୍ଟ୍ରେନ ସହିତ ସମାନ ବୋଲି ଜଣାଯାଇଛି। ଉକ୍ତ ଷ୍ଟ୍ରେନଗୁଡିକ ଶରୀରର ରୋଗପ୍ରତିରୋଧ ଶକ୍ତିକୁ ଲୁଚି ଶରୀର ମଧ୍ୟକୁ ପ୍ରବେଶ କରୁଛନ୍ତି।

ବୈଜ୍ଞାନିକଙ୍କ ଅନୁସାରେ, ପଶ୍ଚିମବଙ୍ଗରେ B.1.618 ଦ୍ରୁତଗତିରେ ବ୍ୟାପୁଛି । ପଶ୍ଚିମବଙ୍ଗରେ ଏହି ଭୂତାଣରୁ ସିକ୍ୱେନ୍ସ ମିଳିଛି । B.1.618 ଭ୍ୟାରିଏଣ୍ଟ ସହ ମେଳ ଖାଉଥିବା ଭାଇରସ୍ ଆମେରିକା, ସ୍ୱିଜରଲ୍ୟାଣ୍ଡ, ସିଙ୍ଗାପୁର ଓ ଫିନଲ୍ୟାଣ୍ଡରେ ମିଳିଛି । ଦୁନିଆରେ ଏହି ଭାରିଏଣ୍ଟରେ ସଂକ୍ରମିତଙ୍କ ମଧ୍ୟରୁ ଭାରତରେ ୬୨.୫ ପ୍ରତିଶତ ଲୋକ ଅଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର