ବଢ଼ିଲା ଟେନସନ : ଆହୁରି ଶକ୍ତିଶାଳୀ ହେଉଛି କରୋନା, ଆସିଲା ଟ୍ରିପଲ ମ୍ୟୁଟାଣ୍ଟ ‘ବେଙ୍ଗଲ ଷ୍ଟ୍ରେନ’

The Sakala Picture
Published On

ନୂଆଦିଲ୍ଲୀ : ଦେଶରେ କରୋନାର ଟ୍ରିପଲ ମ୍ୟୁଟାଣ୍ଟକୁ ନେଇ ବଢ଼ିଲା ଟେନସନ। ପୂର୍ବ ତିନୋଟି ଷ୍ଟ୍ରେନ୍ ମିଳିତ ହୋଇ ଏକ ନୂତନ ଷ୍ଟ୍ରେନ୍ ବା ଟ୍ରିପଲ ମ୍ୟୁଟେସନ ସୃଷ୍ଟି ହୋଇଛି । ଯାହା ଡବଲ ମ୍ୟୁଟାଣ୍ଟ ତୁଳନାରେ ବହୁ ଅଧିକ କ୍ଷତିକାରକ। ଦେଶରେ କରୋନାର ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣ ସାଂଘାତିକ ପରିସ୍ଥିତି ସୃଷ୍ଟି କରିଥିବାବେଳେ ଟ୍ରିପଲ ମ୍ୟୁଟାଣ୍ଟ ‘ବେଙ୍ଗଲ ଷ୍ଟ୍ରେନ’ ବୈଜ୍ଞାନିକମାନଙ୍କର ଚିନ୍ତା ବଢାଇ ଦେଇଛି। ଗତ ମାସରେ ଭାରତରେ ଡବଲ ମ୍ୟୁଟାଣ୍ଟ (ବି.୧.୬୧୭) ଷ୍ଟ୍ରେନ ଚିହ୍ନଟ […]

ନୂଆଦିଲ୍ଲୀ : ଦେଶରେ କରୋନାର ଟ୍ରିପଲ ମ୍ୟୁଟାଣ୍ଟକୁ ନେଇ ବଢ଼ିଲା ଟେନସନ। ପୂର୍ବ ତିନୋଟି ଷ୍ଟ୍ରେନ୍ ମିଳିତ ହୋଇ ଏକ ନୂତନ ଷ୍ଟ୍ରେନ୍ ବା ଟ୍ରିପଲ ମ୍ୟୁଟେସନ ସୃଷ୍ଟି ହୋଇଛି । ଯାହା ଡବଲ ମ୍ୟୁଟାଣ୍ଟ ତୁଳନାରେ ବହୁ ଅଧିକ କ୍ଷତିକାରକ। ଦେଶରେ କରୋନାର ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣ ସାଂଘାତିକ ପରିସ୍ଥିତି ସୃଷ୍ଟି କରିଥିବାବେଳେ ଟ୍ରିପଲ ମ୍ୟୁଟାଣ୍ଟ ‘ବେଙ୍ଗଲ ଷ୍ଟ୍ରେନ’ ବୈଜ୍ଞାନିକମାନଙ୍କର ଚିନ୍ତା ବଢାଇ ଦେଇଛି। ଗତ ମାସରେ ଭାରତରେ ଡବଲ ମ୍ୟୁଟାଣ୍ଟ (ବି.୧.୬୧୭) ଷ୍ଟ୍ରେନ ଚିହ୍ନଟ ହେବାପରେ ସଂପ୍ରତି ଏହି ଟ୍ରିପଲ ମ୍ୟୁଟେସନ (ବି.୧.୬୧୮) ଷ୍ଟ୍ରେନକୁ ଚିହ୍ନଟ କରାଯାଇଛି। ବୈଜ୍ଞାନିକମାନଙ୍କ କହିବା ଅନୁଯାୟୀ ବେଙ୍ଗଲ ଷ୍ଟ୍ରେନ ଅଧିକ ସଂକ୍ରାମକ।

ଆହୁରି ପଢ଼ନ୍ତୁ: ୨୦୧୮ ମାନହାନି ମାମଲା: ୟୁଟ୍ୟୁବର ଧ୍ରୁବ ରାଠୀଙ୍କ ବିରୋଧରେ ଜାମିନଯୋଗ୍ୟ ୱାରେଣ୍ଟ ଜାରି କଲେ ଦିଲ୍ଲୀ କୋର୍ଟ

ଏହି ମ୍ୟୁଟେସନରେ ଆକ୍ରାନ୍ତଙ୍କ ସଂଖ୍ୟା ତୀବ୍ର ଗତିରେ ବଢ଼ିବାରେ ଲାଗିଲାଣି । ଯାହା ପଡୋଶୀ ରାଜ୍ୟ ଓଡ଼ିଶା ପାଇଁ ବିପଦଜ୍ଜନକସ୍ଥିତି ଉପୁଯାଇପାରେ ବୋଲି ସତର୍କ କରାଇଛନ୍ତି ବିଶେଷଜ୍ଞ। ପଶ୍ଚିମବଙ୍ଗରୁ ସୃଷ୍ଟି ହୋଇଥିବା ଏହି ସ୍ୱଦେଶୀ ଟ୍ରିପଲ ମ୍ୟୁଟେସନ ଆକ୍ରାନ୍ତଙ୍କ ଶରୀରରେ ଇମ୍ୟୁନୋ ସିଷ୍ଟମକୁ ଅତ୍ୟଧିକ ପ୍ରଭାବିତ କରୁଛି।

ଆହୁରି ପଢ଼ନ୍ତୁ: ଫ୍ରାନ୍ସରେ ପ୍ରଥମ ଥର ପାଇଁ ମଣିଷ ଶରୀରରେ ଚିହ୍ନଟ ହେଲା ଶାମୋଣ୍ଡା ଭାଇରସ୍, ସଂକ୍ରମିତଙ୍କ ମୃତ୍ୟୁ

ବିଶେଷଜ୍ଞମାନଙ୍କ ମତରେ ଏହା ଜଣେ ବ୍ୟକ୍ତିଙ୍କ ଶରୀରରେ କରୋନା ଆଣ୍ଟିବଡ଼ି ରହିଥିଲେ ବି ଏହି ବେଙ୍ଗଲ ମ୍ୟୁଟେସନର ପ୍ରଭାବ ଅତି ମାରାତ୍ମକ ହେଉଛି । ଏହାଛଡ଼ା ଏହି ଷ୍ଟ୍ରେନ୍ ଅଧିକ ସଂକ୍ରାମକ। ଯାହା ଖୁବଶୀଘ୍ର ଜଣଙ୍କ ଶରୀରରୁ ଅନ୍ୟ ଜଣଙ୍କ ଶରୀରୁ ବ୍ୟାପିଥାଏ। ସବୁଠୁ ଚିନ୍ତାଜନକ କଥା ହେଉଛି, ଏହି ଷ୍ଟ୍ରେନରେ ଆକ୍ରାନ୍ତ ହେଲେ କରୋନା ଟିକାର ପ୍ରଭାବ ମଧ୍ୟ କାମ କରିବ ନାହିଁ। ଯାହା ଏବେ ବିଶେଷଜ୍ଞ ପାଇଁ ଚିନ୍ତା ବଢ଼ାଇ ଦେଇଛି। ଡବଲ ମ୍ୟୁଟାଣ୍ଟ ପାଇଁ ଦେଶରେ ହାହାକାର ସ୍ଥିତି ଉପୁଜିଥିବା ବେଳେ ନୂଆ ମ୍ୟୁଟାଣ୍ଟକୁ ପ୍ରତିହତ କରିବା ସହଜ ନୁହେଁ ବୋଲି ବିଶେଷଜ୍ଞ କହିଛନ୍ତି। ଅନ୍ୟପଟେ ଏହି ବେଙ୍ଗଲ ଷ୍ଟ୍ରେନ ଓଡ଼ିଶାକୁ ମଧ୍ୟ ବ୍ୟାପିବା ଆଶଙ୍କା ରହିଛି। ଯଦି ଏହି ମ୍ୟୁଟାଣ୍ଟ ଓଡ଼ିଶାକୁ ବ୍ୟାପେ ତାହେଲେ ଏହା ବହୁ କ୍ଷତି ଘଟାଇବ ବୋଲି ସତର୍କ କରାଇଛନ୍ତି CSIRର ଜେନମ ମ୍ୟୁଟେସନ ବିଶେଷଜ୍ଞ।

ଆହୁରି ପଢ଼ନ୍ତୁ: ୟୁକ୍ରେନରେ ଏଆଇ ଡ୍ରୋନର ଆତଙ୍କ: ନିଜେ ଟାର୍ଗେଟ ବାଛି ତିନି ଜଣଙ୍କୁ କଲା ହତ୍ୟା, ଜାତିସଂଘ ନିୟମ ବାହାରେ ଏହି ଅସ୍ତ୍ର

ସଂପ୍ରତି ବେଙ୍ଗଲରେ ଏହି ଷ୍ଟ୍ରେନ ଅଧିକ ସଂଖ୍ୟାରେ ଠାବ କରାଯାଇଛି ବୋଲି ସିଏସଆଇଆର ଇନଷ୍ଟିଚ୍ୟୁଟ ଅଫ ଜେନୋମିକ୍ସ ଆଣ୍ଡ ଇଣ୍ଟିଗ୍ରେଟିଭ ବାୟୋଲୋଜିରେ ଜେନୋମ ମ୍ୟୁଟେସନ ଉପରେ ଗବେଷଣା କରୁଥିବା ବିନୋଦ ସ୍କାରିଆ ଟ୍ୱିଟ୍‍ କରି କହିଛନ୍‍ତି। ପୂର୍ବରୁ ମହାରାଷ୍ଟ୍ର ନମୁନାରୁ ଡବଲ ମ୍ୟୁଟେସନ ଷ୍ଟ୍ରେନ ମିଳିଥିଲା। ଟ୍ରିପଲ ମ୍ୟୁଟେସନ ବେଙ୍ଗଲ ଷ୍ଟ୍ରେନର ମାରାତ୍ମକ ଗୁଣ ଦକ୍ଷିଣ ଆଫ୍ରିକା ଏବଂ ବ୍ରାଜିଲ ଷ୍ଟ୍ରେନ ସହିତ ସମାନ ବୋଲି ଜଣାଯାଇଛି। ଉକ୍ତ ଷ୍ଟ୍ରେନଗୁଡିକ ଶରୀରର ରୋଗପ୍ରତିରୋଧ ଶକ୍ତିକୁ ଲୁଚି ଶରୀର ମଧ୍ୟକୁ ପ୍ରବେଶ କରୁଛନ୍ତି।

ବୈଜ୍ଞାନିକଙ୍କ ଅନୁସାରେ, ପଶ୍ଚିମବଙ୍ଗରେ B.1.618 ଦ୍ରୁତଗତିରେ ବ୍ୟାପୁଛି । ପଶ୍ଚିମବଙ୍ଗରେ ଏହି ଭୂତାଣରୁ ସିକ୍ୱେନ୍ସ ମିଳିଛି । B.1.618 ଭ୍ୟାରିଏଣ୍ଟ ସହ ମେଳ ଖାଉଥିବା ଭାଇରସ୍ ଆମେରିକା, ସ୍ୱିଜରଲ୍ୟାଣ୍ଡ, ସିଙ୍ଗାପୁର ଓ ଫିନଲ୍ୟାଣ୍ଡରେ ମିଳିଛି । ଦୁନିଆରେ ଏହି ଭାରିଏଣ୍ଟରେ ସଂକ୍ରମିତଙ୍କ ମଧ୍ୟରୁ ଭାରତରେ ୬୨.୫ ପ୍ରତିଶତ ଲୋକ ଅଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର