କଂଗ୍ରେସର ଭାରତ ଯୋଡ ଯାତ୍ରାରେ ସାମିଲ ହେଲେ RBIର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନ

The Sakala Picture
Published On

ଜୟପୁର: କଂଗ୍ରେସ ପଦଯାତ୍ରାରେ ସାମିଲ ହୋଇଛନ୍ତି RBIର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନ । କଂଗ୍ରେସର ଭାରତ ଯୋଡ ଯାତ୍ରା ୯୭ ଦିନରେ ପହଞ୍ଚିଛି । ଆଜି ରାଜସ୍ଥାନର ମାଧୋପୁରରୁ ସକାଳୁ ପଦଯାତ୍ରା ଆରମ୍ଭ ହୋଇଥିଲା । ଶହ ଶହ ସମର୍ଥକଙ୍କ ସହ ରାହୁଲ ଗାନ୍ଧୀ ପଦଯାତ୍ରା କରିଥିଲେ । ସଚିନ ପାଇଲଟ ଓ ବହୁ ବରିଷ୍ଠ ନେତା ଆଜି ଯାତ୍ରାରେ ସାମିଲ ହୋଇଥିଲେ । ତେବେ ରାହୁଲଙ୍କ ପଦଯାତ୍ରାରେ ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର […]

ଜୟପୁର: କଂଗ୍ରେସ ପଦଯାତ୍ରାରେ ସାମିଲ ହୋଇଛନ୍ତି RBIର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନ । କଂଗ୍ରେସର ଭାରତ ଯୋଡ ଯାତ୍ରା ୯୭ ଦିନରେ ପହଞ୍ଚିଛି । ଆଜି ରାଜସ୍ଥାନର ମାଧୋପୁରରୁ ସକାଳୁ ପଦଯାତ୍ରା ଆରମ୍ଭ ହୋଇଥିଲା । ଶହ ଶହ ସମର୍ଥକଙ୍କ ସହ ରାହୁଲ ଗାନ୍ଧୀ ପଦଯାତ୍ରା କରିଥିଲେ । ସଚିନ ପାଇଲଟ ଓ ବହୁ ବରିଷ୍ଠ ନେତା ଆଜି ଯାତ୍ରାରେ ସାମିଲ ହୋଇଥିଲେ । ତେବେ ରାହୁଲଙ୍କ ପଦଯାତ୍ରାରେ ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନ କିଛି ସମୟ ପାଇଁ ସାମିଲ ହୋଇଥିଲେ ।

ଆହୁରି ପଢ଼ନ୍ତୁ: ମହଙ୍ଗା ହେଲା ରୋଷେଇ ଗ୍ୟାସ୍: ଘରୋଇ ସିଲିଣ୍ଡର ପିଛା ବଢିଲା ୬୦ ଟଙ୍କା, କମର୍ସିଆଲ୍ ୧୧୫ଟଙ୍କା ବୃଦ୍ଧି

ପଦଯାତ୍ରା ବେଳେ ସେ ରାହୁଲଙ୍କ ସହ ବିଭିନ୍ନ ବିଷୟରେ ଆଲୋଚନା ମଧ୍ୟ କରିଥିଲେ । ରାଜନ RBIର ୨୩ତମ ଗଭର୍ଣ୍ଣର ରହିଥିଲେ । ୨୦୧୩ରୁ ୨୦୧୬ ଯାଏଁ ସେ ଗଭର୍ଣ୍ଣର ପଦରେ ରହିଥିଲେ । କେନ୍ଦ୍ର ସରକାରଙ୍କ ବିମୁଦ୍ରୀକରଣ ଭଳି ଅନେକ ନୀତିକୁ ଖୋଲାଖୋଲି ବିରୋଧ କରି ରାଜନ ଅନେକ ଥର ଚର୍ଚ୍ଚାକୁ ମଧ୍ୟ ଆସିଛନ୍ତି । IIT ଦିଲ୍ଲୀରୁ ବିଟେକ୍, IIM ଅହମ୍ମଦାବାଦରୁ ମ୍ୟାନେଜମେଣ୍ଟରେ ଡିଗ୍ରୀ ଓ MITରୁ ପିଏଚଡି କରିଛନ୍ତି ରାଜନ ।

ଆହୁରି ପଢ଼ନ୍ତୁ: ଆଜି ରାଜ୍ୟସଭା ନିର୍ବାଚନ ପାଇଁ ଓଡିଶାରୁ ନାମାଙ୍କନ ଦାଖଲ କରିବେ ୫ ପ୍ରାର୍ଥୀ

14 Dec 2022 By The Sakala

କଂଗ୍ରେସର ଭାରତ ଯୋଡ ଯାତ୍ରାରେ ସାମିଲ ହେଲେ RBIର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନ

ଜୟପୁର: କଂଗ୍ରେସ ପଦଯାତ୍ରାରେ ସାମିଲ ହୋଇଛନ୍ତି RBIର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନ । କଂଗ୍ରେସର ଭାରତ ଯୋଡ ଯାତ୍ରା ୯୭ ଦିନରେ ପହଞ୍ଚିଛି । ଆଜି ରାଜସ୍ଥାନର ମାଧୋପୁରରୁ ସକାଳୁ ପଦଯାତ୍ରା ଆରମ୍ଭ ହୋଇଥିଲା । ଶହ ଶହ ସମର୍ଥକଙ୍କ ସହ ରାହୁଲ ଗାନ୍ଧୀ ପଦଯାତ୍ରା କରିଥିଲେ । ସଚିନ ପାଇଲଟ ଓ ବହୁ ବରିଷ୍ଠ ନେତା ଆଜି ଯାତ୍ରାରେ ସାମିଲ ହୋଇଥିଲେ । ତେବେ ରାହୁଲଙ୍କ ପଦଯାତ୍ରାରେ ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନ କିଛି ସମୟ ପାଇଁ ସାମିଲ ହୋଇଥିଲେ ।

ପଦଯାତ୍ରା ବେଳେ ସେ ରାହୁଲଙ୍କ ସହ ବିଭିନ୍ନ ବିଷୟରେ ଆଲୋଚନା ମଧ୍ୟ କରିଥିଲେ । ରାଜନ RBIର ୨୩ତମ ଗଭର୍ଣ୍ଣର ରହିଥିଲେ । ୨୦୧୩ରୁ ୨୦୧୬ ଯାଏଁ ସେ ଗଭର୍ଣ୍ଣର ପଦରେ ରହିଥିଲେ । କେନ୍ଦ୍ର ସରକାରଙ୍କ ବିମୁଦ୍ରୀକରଣ ଭଳି ଅନେକ ନୀତିକୁ ଖୋଲାଖୋଲି ବିରୋଧ କରି ରାଜନ ଅନେକ ଥର ଚର୍ଚ୍ଚାକୁ ମଧ୍ୟ ଆସିଛନ୍ତି । IIT ଦିଲ୍ଲୀରୁ ବିଟେକ୍, IIM ଅହମ୍ମଦାବାଦରୁ ମ୍ୟାନେଜମେଣ୍ଟରେ ଡିଗ୍ରୀ ଓ MITରୁ ପିଏଚଡି କରିଛନ୍ତି ରାଜନ ।

https://www.thesakala.in/national-international/former-rbi-governor-raghuram-rajan-joins-congresss-bharat-jodo-yatra/article-17354
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର