ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲା : ସିବିଆଇ ପରେ ଇଡି ଚାର୍ଜସିଟ୍‌ରେ ବି ନାହିଁ ସିସୋଦିଆଙ୍କ ନାଁ

The Sakala Picture
Published On

ନୂଆଦିଲ୍ଲୀ : ସମଗ୍ର ଦେଶରେ କିଛି ଦିନ ହେବ ବହୁ ଚର୍ଚ୍ଚାରେ ଥିବା ଦିଲ୍ଲୀ ଅବକାରୀ ଦୁର୍ନୀତି ଏବେ ନୂଆ ମୋଡ ନେବାରେ ଲାଗିଛି। ଅବକାରୀ ନୀତି ଦୁର୍ନୀତି ଘଟଣାରେ ଗତକାଲି ସିବିଆଇ ତାର ଚାର୍ଜସିଟ ଦାଖଲ କରିଥିବା ବେଳେ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ମଧ୍ୟ ଚାର୍ଜସିଟ ଦାଖଲ କରିଛି। ତେବେ ଏହି ଦୁଇ କେନ୍ଦ୍ରୀୟ ସଂସ୍ଥାର ଚାର୍ଜଶିଟରେ ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ନାଁ ନାହିଁ। ଦିଲ୍ଲୀ ଅବକାରୀ ନୀତିରେ ଦୁର୍ନୀତି ହୋଇଥିବା ଅଭିଯୋଗ […]

ନୂଆଦିଲ୍ଲୀ : ସମଗ୍ର ଦେଶରେ କିଛି ଦିନ ହେବ ବହୁ ଚର୍ଚ୍ଚାରେ ଥିବା ଦିଲ୍ଲୀ ଅବକାରୀ ଦୁର୍ନୀତି ଏବେ ନୂଆ ମୋଡ ନେବାରେ ଲାଗିଛି। ଅବକାରୀ ନୀତି ଦୁର୍ନୀତି ଘଟଣାରେ ଗତକାଲି ସିବିଆଇ ତାର ଚାର୍ଜସିଟ ଦାଖଲ କରିଥିବା ବେଳେ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ମଧ୍ୟ ଚାର୍ଜସିଟ ଦାଖଲ କରିଛି। ତେବେ ଏହି ଦୁଇ କେନ୍ଦ୍ରୀୟ ସଂସ୍ଥାର ଚାର୍ଜଶିଟରେ ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ନାଁ ନାହିଁ। ଦିଲ୍ଲୀ ଅବକାରୀ ନୀତିରେ ଦୁର୍ନୀତି ହୋଇଥିବା ଅଭିଯୋଗ ହେବା ପରେ ସିବିଆଇ ଏଫଆଇଆର ରୁଜୁ କରିଥିଲା। ଏଥିରେ ସିସୋଦିଆଙ୍କୁ ୧ନଂ ଅଭିଯୁକ୍ତ ଭାବେ ଦର୍ଶାଯାଇଥିଲା। ସେହି ଆଧାରରେ ଇଡି ମଧ୍ୟ ଖୋଳତାଡ଼ କରିଥିଲା। ସିସୋଦିଆଙ୍କ ଘର ଓ ଅଫିସରେ ରେଡ କରାଯାଇଥିଲା। କିନ୍ତୁ ଏବେ ଉଭୟ ସିବିଆଇ ଓ ଇଡି ଚାର୍ଜଶିଟ୍‌ରେ ତାଙ୍କ ନାଁ ନଥିବାରୁ ସମସ୍ତେ ଆଶ୍ଚର୍ଯ୍ୟ ଚକିତ ହୋଇଛନ୍ତି।

ଆହୁରି ପଢ଼ନ୍ତୁ: ଇରାନ ସହ ତିକ୍ତତା ମଧ୍ୟରେ ୨୫୦ ଦିନର ଲମ୍ବା ମିଶନ ପରେ ଥାଇଲାଣ୍ଡରେ ପହଞ୍ଚିଲା ଆମେରିକୀୟ ଯୁଦ୍ଧପୋତ 'ୟୁଏସଏସ ଅବ୍ରାହମ ଲିଙ୍କନ'

ଆଜି ଇଡି ଦାଖଲ କରିଥିବା ଚାର୍ଜଶିଟ୍‌ରେ ବ୍ୟବସାୟୀ ସମୀର ମହେନ୍ଦ୍ର, ୪ଟି କମ୍ପାନୀ ଓ ମହେନ୍ଦ୍ର ନିର୍ଦ୍ଦେଶକ ଥିବା ସଂସ୍ଥାଗୁଡ଼ିକୁ ଅଭିଯୁକ୍ତ ଭାବେ ଦର୍ଶାଯାଇଛି। ଏହା ବ୍ୟତୀତ ଆଉ କାହା ନାଁ ଚାର୍ଜଶିଟରେ ନାହିଁ। ସ୍ୱତନ୍ତ୍ର ବିଚାରପତି ଏମକେ ନାଗପାଲଙ୍କ ଆଗରେ ଇଡିର ଓକିଲ ନବୀନ ମାଟ୍ଟା ଉପସ୍ଥିତ ରହି ଚାର୍ଜଶିଟ ଦାଖଲ କରିଛନ୍ତି। ସେ କୋର୍ଟଙ୍କୁ କହିଛନ୍ତି ଯେ ପିଏମଏଲଏର ଧାରା ୩ ଓ ୪ ଅଧୀନରେ ହୋଇଥିବା ଅପରାଧ ସଂକ୍ରାନ୍ତରେ ଚାର୍ଜଶିଟ ଦାଖଲ କରାଯାଇଛି।୨୯୧ କୋଟି ଟଙ୍କାର ବେଆଇନ କାରବାର ହୋଇଥିବା ଜଣାପଡ଼ିଛି। ଅବକାରୀ ନୀତି ଦୁର୍ନୀତି ଘଟଣାରେ ସାମିଲ ଥିବା ଅନ୍ୟମାନଙ୍କ ଉପରେ ତଦନ୍ତ ଏବେ ବି ଜାରି ରହିଛି। ମହେନ୍ଦ୍ର ୨ ମାସ ତଳେ ଗିରଫ ହୋଇଥିଲେ। ନିୟମ ଅନୁସାରେ ଚାର୍ଜଶିଟ ଦାଖଲ କରିବାର ଅବଧି ଆସନ୍ତାକାଲି ଶେଷ ହେଉଛି। ତେଣୁ ସ୍ୱତନ୍ତ୍ର ଭାବେ ଏହି ଚାର୍ଜଶିଟକୁ ଦାଖଲ କରାଯାଇଛି ବୋଲି ଇଡି ଓକିଲ କହିଛନ୍ତି।

ଆହୁରି ପଢ଼ନ୍ତୁ: ୩ କୋଟିର ରାସ୍ତା ବର୍ଷାରେ ବେହାଲ୍: ଧସିଲା ୯୦ ଫୁଟ୍‌ର ପିଚ୍ ରାସ୍ତା, ବିଚ୍ଛିନ୍ନ ହେଲା ଯୋଗାଯୋଗ

ଅନ୍ୟପଟେ ଗତକାଲି ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ସିବିଆଇ ଶୁକ୍ରବାର ପ୍ରଥମ ଚାର୍ଜସିଟ୍‌ ଦାଖଲ କରିଥିଲା। ଏଥିରେ ଗିରଫ ହୋଇଥିବା ଦୁଇ ବ୍ୟବସାୟୀ ବିଜୟ ନାୟର, ଅଭିଷେକ ବୋଇନପଲ୍ଲୀଙ୍କ ସମେତ ଅନ୍ୟ ପାଞ୍ଚ ଜଣଙ୍କ ନାଁ ରହିଥିଲା। ହେଲେ ଚାର୍ଜସିଟ୍‌ରେ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ନାଁ ନଥିଲା। ଏହି ଦୁର୍ନୀତି ମାମଲରେ ସିେସାଦିଆଙ୍କ ମୁଖ୍ୟ ଭୂମିକା ରହିଛି ବୋଲି ପୂର୍ବରୁ ବିଜେପି ଦାବି କରିବା ସହିତ ସିବିଆଇ ଦୁଇ ଦୁଇ ଥର ତାଙ୍କ ବାସଭବନରେ ଚଢ଼ଉ କରିଥିଲା। ହେଲେ ସିବିଆଇ ଚାର୍ଜସିଟରେ ତାଙ୍କ ନାମ ରହି ନଥିବାରୁ ଏଭଳି ଅଭିଯୋଗ ଭିତ୍ତିହୀନ ବୋଲି ଏବେ ସାଧାରଣରେ ଆଲୋଚନା ଜୋର ଧରିଛି।

ଆହୁରି ପଢ଼ନ୍ତୁ: ଦିଲ୍ଲୀ ସତ୍ୟ ନିକେତନ କୋଠା ଭୁଶୁଡ଼ିବା ଘଟଣା: ୪ ମହଲାରୁ ଅଧିକ ଥିବା ସମସ୍ତ ବେଆଇନ ନିର୍ମାଣ ସିଲ୍ କରିବାକୁ ଏମସିଡିର ନିର୍ଦ୍ଦେଶ, ମୃତ୍ୟୁସଂଖ୍ୟା ୬କୁ ବୃଦ୍ଧି

ଏହାକୁ ନେଇ ଆମ ଆଦମୀ ପାର୍ଟି(ଆପ୍‌) ମଧ୍ୟ ବିଜେପିକୁ ଟାର୍ଗେଟ କରିଛି। ଏହି ମାମଲାରେ ସିସୋଦିଆଙ୍କୁ ବିଜେପି ଜାଣିଶୁଣି ଟାର୍ଗେଟ କରିଥିଲା। କିନ୍ତୁ ତାହା ଭୁଲ ପ୍ରମାଣିତ ହୋଇଛି ବୋଲି ଆପ୍‌ କହିଛି। ଏହାବ୍ୟତୀତ ଏହି ମାମଲାକୁ ନେଇ ଯେତେବେଳେ ସିବିଆଇ ଏତଲା ଦାଏର କରିଥିଲା ସେଥିରେ ସିସୋଦିଆଙ୍କୁ ମୁଖ୍ୟ ଅଭିଯୁକ୍ତ ବୋଲି ଦର୍ଶାଇଥିଲା। ହେଲେ ଏବେ ଚାର୍ଜସିଟ୍‌ରେ କାହିଁକି ଦର୍ଶାଇପାରିଲା ନାହିଁ ବୋଲି ନିଜେ ମନୀଷ ସିସୋଦିଆ ପ୍ରଶ୍ନ କରିଛନ୍ତି। ତେଣୁ ମୋ ଦଳ ସମେତ ବ୍ୟକ୍ତିଗତ ଭାବେ ମୋତେ ବଦନାମ କରିବା ଉଦ୍ଦେଶ୍ୟରେ ଏଭଳି ହୀନ ଉଦ୍ୟମ କରାଯାଇଥିଲା ବୋଲି ସିସୋଦିଆ କହିଛନ୍ତି। ତେବେ ସିସୋଦିଆଙ୍କ ସମେତ ଏହି ମାମଲାରେ ଜଡ଼ିତ ଅନ୍ୟ ଅଭିଯୁକ୍ତମାନଙ୍କ ସମ୍ପର୍କରେ ଯାଞ୍ଚ ଚାଲୁ ରହିବ ବୋଲି ସିବିଆଇ କହିଛି। ରୋଜ୍‌ ଆଭିନ୍ୟୁ କୋର୍ଟରେ ସିବିଆଇ ସାତ ଜଣ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରିଥିଲା ବେଳେ ଏଥିରେ ବିଜୟ ନାୟର, ଅଭିଷେକ ବୋଇନପଲ୍ଲୀ ରହିଛନ୍ତି।

ଅନ୍ୟପକ୍ଷରେ ସିବିଆଇ ଓ ଇଡି ଚାର୍ଜଶିଟରେ ସିସୋଦିଆଙ୍କ ନାଁ ନଥିବାରୁ ଅବକାରୀ ନୀତିରେ କୌଣସି ଦୁର୍ନୀତି ହୋଇ ନଥିବା ଆପ୍‌ କହିଛି। ନିଜେ ସିସୋଦିଆ କହିଛନ୍ତି, “ଏହା ମୋ ପାଇଁ ବେଶ ଗର୍ବର ବିଷୟ। ତମାମ ଷଡ଼ଯନ୍ତ୍ର ଓ ମିଛ ଏଫଆଇଆର ପରେ ମଧ୍ୟ ସେମାନେ ମୋ ବିରୋଧରେ କୌଣସି ପ୍ରମାଣ ପାଇଲେ ନାହିଁ।୮୦୦ ଅଫିସର ୫୦୦ଟି ସ୍ଥାନରେ ରେଡ୍‌ କରି ଯେଉଁ ଚାର୍ଜଶିଟ ଦାଖଲ କରିଛନ୍ତି, ସେଥିରେ ମୋ ନାଁ ନାହିଁ। ସିବିଆଇ ଓ ଇଡିର ଚାର୍ଜଶିଟରୁ ସ୍ପଷ୍ଟ ହୋଇଛି ଯେ ଅବକାରୀ ନୀତିରେ କୌଣସି ଦୁର୍ନୀତି ହୋଇନି।”

ମନୀଷ ସିସୋଦିଆ କ୍ଲିନ୍ ଚିଟ୍ ପାଇଲେ 

ସିବିଆଇ ଓ ଇଡି ନିଜର ଚାର୍ଜସିଟ ଦାଖଲ କରିବା ପରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି, ‘ଗତକାଲି ଓ ଆଜି ତଥାକଥିତ ମଦ ସ୍କାମରେ ସିବିଆଇ-ଇଡି  ଚାର୍ଜସିଟ ଦାଖଲ କରିଛନ୍ତି। ଯେଉଁଥିରେ ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ନାଁ ନାହିଁ। ତେଣୁ ସିବିଆଇ ଓ ଇଡି  ମନୀଷ ସିସୋଦିଆଙ୍କୁ କ୍ଲିନ୍ ଚିଟ୍ ଦେଇଛି। ସେ କହିଛନ୍ତି, ‘ସିବିଆଇର ପ୍ରାୟ ୮୦୦ ଅଧିକାରୀ ଗତ ଚାରି ମାସ ଧରି ଏହି ମାମଲାରେ କାର୍ଯ୍ୟ କରୁଛନ୍ତି। ଏହି ଅଧିକାରୀମାନଙ୍କୁ କେବଳ ଗୋଟିଏ କାର୍ଯ୍ୟ ଦିଆଯାଇଥିଲା ଯେ ସେମାନେ ଯାହା ବି କରନ୍ତି, ମନୀଷ ସିସୋଦିଆଙ୍କ ବିରୁଦ୍ଧରେ କୌଣସି ପ୍ରମାଣ ଆଣନ୍ତୁ।

‘ପ୍ରଧାନମନ୍ତ୍ରୀ ବ୍ୟକ୍ତିଗତ ଭାବେ ଏହି ମାମଲା ଉପରେ ନଜର ରଖିଥିଲେ’

କେଜ୍ରିୱାଲ କହିଛନ୍ତି, ‘ପ୍ରଧାନମନ୍ତ୍ରୀ ବ୍ୟକ୍ତିଗତ ଭାବେ ଏହି ମାମଲା ଉପରେ ନଜର ରଖିଥିଲେ, ପ୍ରଧାନମନ୍ତ୍ରୀ ବ୍ୟକ୍ତିଗତ ଭାବେ ସିବିଆଇ, ଇଡି ନିର୍ଦ୍ଦେଶକଙ୍କୁ ଭେଟିଥିଲେ, ସେ ଯାହା ହେଉନା କାହିଁକି ମନୀଷ ସିସୋଦିଆଙ୍କୁ ଗିରଫ କରିବାକୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ସମସ୍ତ ଅନୁସନ୍ଧାନ ସତ୍ତ୍ବେ ମନୀଷ ସିସୋଦିଆଙ୍କ ବିରୋଧରେ କୌଣସି ପ୍ରମାଣ ସଂଗ୍ରହ କରିପାରିନଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର