ହନ୍ତସନ୍ତ କରୁଛି ଭାରତୀୟ ଡାକ ସେବାର ସର୍ଭର୍‍ ଡାଉନ୍‍ ସମସ୍ୟା, ଏବେ ବି ‘୨-ଜି’ରେ ଚାଲିଛି ଇଣ୍ଟରନେଟ୍‍

The Sakala Picture
Published On

ଭୁବନେଶ୍ୱର : ଦେଶର ବିଭିନ୍ନ ସହରରେ ‘୫-ଜି’ ଇଣ୍ଟରନେଟ୍‍ ସେବା କାର୍ଯ୍ୟକ୍ଷମ ହୋଇସାରିଥିବା ବେଳେ ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ଖୁବ୍‍ ଜଲ୍‍ଦି ଏହା ଉପଲବ୍ଧ ହେବ। ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ଯୁଗରେ ଦେଶର ପ୍ରମୁଖ ପ୍ରତିଷ୍ଠାନ ନିଜକୁ ଅପ୍‍ଡେଟ୍‍ କରିବାରେ ଲାଗିଛନ୍ତି। ହେଲେ ବହୁ ପଛରେ ପଡ଼ିଛି ଭାରତୀୟ ଡାକ ସେବା। ରାଜ୍ୟରେ ଥିବା ସମସ୍ତ ଶାଖା ଡାକଘର ଓ ଉପ-ଡାକଘରେ ‘୨-ଜି’ ଇଣ୍ଟରନେଟ୍‍ ସୁବିଧା ମିଳୁଛି। ‘୨-ଜି’ ସେବା ହେତୁ ଯେଉଁ କାମ ୨ ମିନିଟ୍‍ରେ […]

ଭୁବନେଶ୍ୱର : ଦେଶର ବିଭିନ୍ନ ସହରରେ ‘୫-ଜି’ ଇଣ୍ଟରନେଟ୍‍ ସେବା କାର୍ଯ୍ୟକ୍ଷମ ହୋଇସାରିଥିବା ବେଳେ ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ଖୁବ୍‍ ଜଲ୍‍ଦି ଏହା ଉପଲବ୍ଧ ହେବ। ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ଯୁଗରେ ଦେଶର ପ୍ରମୁଖ ପ୍ରତିଷ୍ଠାନ ନିଜକୁ ଅପ୍‍ଡେଟ୍‍ କରିବାରେ ଲାଗିଛନ୍ତି। ହେଲେ ବହୁ ପଛରେ ପଡ଼ିଛି ଭାରତୀୟ ଡାକ ସେବା। ରାଜ୍ୟରେ ଥିବା ସମସ୍ତ ଶାଖା ଡାକଘର ଓ ଉପ-ଡାକଘରେ ‘୨-ଜି’ ଇଣ୍ଟରନେଟ୍‍ ସୁବିଧା ମିଳୁଛି। ‘୨-ଜି’ ସେବା ହେତୁ ଯେଉଁ କାମ ୨ ମିନିଟ୍‍ରେ ହେବା କଥା, ସେଥିପାଇଁ ୧୦ ମିନିଟ୍‍ ସମୟ ଲାଗୁଛି। ସେହିଭଳି ଡାକ ବିଭାଗର ନିଜସ୍ୱ ସଫ୍ଟୱେୟାର୍‍କୁ ଠିକ୍‍ ଭାବେ କାର୍ଯ୍ୟକ୍ଷମ କରାଇବାରେ ‘୨-ଜି’ ଇଣ୍ଟର୍‍ନେଟ୍‍ ସେବା ବିଫଳ ହେଉଛି। ଏଭଳି ସ୍ଥିତିରେ ଉପଭୋକ୍ତାମାନଙ୍କୁ ସର୍ଭର୍‍ ଡାଉନ୍‍ ଥିବା କହି ଫେରାଇଦିଆଯାଉଛି।

ଆହୁରି ପଢ଼ନ୍ତୁ: ମାନସିକ ରୋଗ ବିଶେଷଜ୍ଞଙ୍କୁ ଦେଖାକରନ୍ତୁ ନିଶିକାନ୍ତ ଦୁବେ: ନବୀନ ପଟ୍ଟନାୟକ

ପ୍ରତି ସପ୍ତାହର ବୁଧବାର, ଗୁରୁବାର, ଶୁକ୍ରବାର ଡାକଘର ସର୍ଭର୍‍ ଡାଉନ୍‍ ରହୁଛି। ରାଜ୍ୟର ୩୦ଟି ଯାକ ଜିଲ୍ଲାରେ ମୁଖ୍ୟ ଡାକଘର, ଉପ-ଡାକଘର ଓ ଶାଖା ଡାକଘରର ସ୍ଥିତି ବିପର୍ଯ୍ୟସ୍ତ। ଉପଭୋକ୍ତାମାନେ ଦୁର୍ବଳ ଇଣ୍ଟରନେଟ୍‍ ସେବା ଓ ଅପ୍‍ଡେଟ୍‍ ହୋଇ ନ ଥିବା ସର୍ଭର୍‌ ସିଷ୍ଟମ ଯୋଗୁଁ ଠିକ୍‍ ସମୟରେ ସେବା ପାଇବାରୁ ବଞ୍ଚିତ ହେଉଛନ୍ତି। ମୁଖ୍ୟତଃ ଗୋଟିଏ ସମୟରେ ମାତ୍ରାଧିକ କାର୍ଯ୍ୟ ଗୋଟିଏ ସଫ୍ଟୱେୟାର୍‍ ସିଷ୍ଟମ୍‍ରେ କରାଯିବା ଫଳରେ ସର୍ଭର ଡାଉନ୍‍ ଭଳି ସମସ୍ୟା ଦେଖାଯାଏ। ତେବେ ଭାରତୀୟ ଡାକ ସେବା କ୍ଷେତ୍ରରେ ଏହା ସର୍ବାଧିକ।

ଆହୁରି ପଢ଼ନ୍ତୁ: ଆଜି ଉତ୍କଳ ଦିବସ, ପ୍ରତ୍ୟେକ ଓଡ଼ିଆଙ୍କ ପାଇଁ ଗର୍ବ ଓ ଗୌରବର ଦିନ

ଯଦିଓ ସହରାଞ୍ଚଳରେ ଡାକସେବା ପାଇଁ ଲୋକଙ୍କ ମଧ୍ୟରେ ଆଗ୍ରହ କମିଛି; ଗ୍ରାମାଞ୍ଚଳରେ ଏବେ ମଧ୍ୟ ଅଧିକାଂଶ ଲୋକେ ବ୍ୟାଙ୍କ ବଦଳରେ ଡାକ ସେବାକୁ ବାଛୁଛନ୍ତି। ଏଣୁ ଗ୍ରାମାଞ୍ଚଳରେ ସଂଖ୍ୟାଧିକ ଉପଭୋକ୍ତା ଯୋଗୁଁ ସର୍ଭର୍‍ ଉପରେ ଚାପ ପଡ଼ିବା ଭଳି ସମସ୍ୟା ରହିବା ସ୍ୱାଭାବିକ। ମାତ୍ର ମୁଖ୍ୟ ସର୍ଭର୍‍ ସହ ସଂଯୋଗ ସ୍ଥାପନ ପାଇଁ ଦ୍ରୁତ ଇଣ୍ଟରନେଟ୍‍ ଓ ଆଧୁନିକ ସଫ୍ଟୱେୟାର ସିଷ୍ଟମର ଆବଶ୍ୟକତା ରହିଛି। ଗ୍ରାମାଞ୍ଚଳରେ ଥିବା ଶାଖା ଡାକଘର ଓ ଉପ-ଡାକଘରଠାରେ ଏହି ସୁବିଧା ନ ଥିବା ହେତୁ ମୁଖ୍ୟ ସର୍ଭର୍‍ ସହ ସଂଯୋଗ ସ୍ଥାପନ କରିବାରେ ସମସ୍ୟା ହେଉଥିବା କହିଛନ୍ତି ସାଇବର୍‍ ଏକ୍ସପର୍ଟ ପ୍ରଶାନ୍ତ ସାହୁ। ବିଭାଗର ଜନୈକ କର୍ମଚାରୀ ନିଜ ନାମ ଗୋପନ ରଖି କହିଛନ୍ତି ଯେ ରାଷ୍ଟ୍ରାୟାତ୍ତ ବ୍ୟାଙ୍କଗୁଡ଼ିକ ନାମକୁମାତ୍ର ବିଏସ୍‍ଏନ୍‍ଏଲ୍‍ର ‘୩-ଜି’ ଇଣ୍ଟରନେଟ୍‍ ସୁବିଧା ବ୍ୟବହାର କରୁଛନ୍ତି। ବ୍ୟାକ୍‍ଅପ୍‍ ଭାବେ ସେମାନଙ୍କ ପାଖରେ ଘରୋଇ ‘୪-ଜି’ ସେବାର ସୁବିଧା ଉପଲବ୍ଧ ରହିଛି। ମାତ୍ର ଭାରତୀୟ ଡାକ ଏବେ ମଧ୍ୟ ‘୨-ଜି’ ଇଣ୍ଟରନେଟ୍‍ ମାଧ୍ୟମରେ ସେବା ଯୋଗାଉଛି। ଏଭଳି ସ୍ଥିତିରେ ଉପଭୋକ୍ତାମାନେ ସମସ୍ୟାର ସମ୍ମୁଖୀନ ହେବା ସ୍ୱାଭାବିକ। ପୋଷ୍ଟମାଷ୍ଟର ଜେନେରାଲ୍‍ ସ୍ତରରେ ଓଡ଼ିଶାକୁ ୩ଟି ଡିଭିଜନ୍‍ରେ ବିଭକ୍ତ କରାଯାଇଛି। ସମ୍ବଲପୁର, ଭୁବନେଶ୍ୱର ଓ ବ୍ରହ୍ମପୁରରେ ଏହାର କେନ୍ଦ୍ର ରହିଛି। ସେହିଭଳି ଭୁବନେଶ୍ୱରରେ ଷ୍ଟେଟ୍‍ ପୋଷ୍ଟମାଷ୍ଟର ଜେନେରାଲ୍‍ଙ୍କ କାର୍ଯ୍ୟାଳୟ ରହିଛି। ଏହି ଚାରୋଟି ଅଫିସ୍‍କୁ ଛାଡ଼ି ଅଧିକାଂଶ ଶାଖାରେ ସର୍ଭର୍‍ ଡାଉନ୍‍ ସ୍ଥିତି ଲାଗି ରହିଛି।

ଆହୁରି ପଢ଼ନ୍ତୁ: ପାକିସ୍ତାନର ବେଲୁଚିସ୍ତାନରେ ଗ୍ୟାସ୍ ପାଇପଲାଇନ୍ ବିସ୍ଫୋରଣ: କ୍ୱେଟା ସମେତ ଅନେକ ଜିଲ୍ଲାରେ ଯୋଗାଣ ଠପ୍

ରାଜ୍ୟ ମହାଡାକପାଳ କାର୍ଯ୍ୟାଳୟର ଜନୈକ ଅଧିକାରୀଙ୍କ କହିବା ଅନୁସାରେ, ଇଣ୍ଡିଆ ପୋଷ୍ଟ୍‍ ପେମେଣ୍ଟ ବ୍ୟାଙ୍କ୍‍ ମାଧ୍ୟମରେ ଡାକସେବା ସମ୍ପର୍କିତ ସମସ୍ତ କାର୍ଯ୍ୟ ଘରେ ବସି କରାଯାଇପାରୁଛି। ଆଧାରଜନିତ ବାୟୋମେଟ୍ରିକ୍‍ ମାଧ୍ୟମରେ ଟଙ୍କା ଜମା ଓ ଉଠାଣ, ଇ-ରିଚାର୍ଜ ସମେତ ଜନସେବା କେନ୍ଦ୍ରର ସମସ୍ତ ସେବା ଅନ୍‍ଲାଇନ୍‍ ମାଧ୍ୟମରେ ଭାରତୀୟ ଡାକ ଯୋଗାଉଛି। କେନ୍ଦ୍ର ସରକାର ଡାକ ସେବାକୁ ଡିଜିଟାଲ୍‍ ମୋଡ୍‍କୁ ଆଣୁଥିବା ବେଳେ ଡାକଘରକୁ ସ୍ମାଟ୍‍ କରିବା ପାଇଁ କିନ୍ତୁ ଧ୍ୟାନ ଦିଆଯାଉନାହିଁ। ଡାକଘରଗୁଡ଼ିକରେ ଅଧିକାଂଶ କମ୍ପ୍ୟୁଟର ଆଉଟ୍‍ଡେଟେଡ୍‍ ସଫ୍ଟଓୟେର ଦ୍ୱାରା ପରିଚାଳିତ ହେଉଛି। ଇଣ୍ଟରନେଟ୍‍ ସେବା ମଧ୍ୟ ନିମ୍ନମାନର ରହିଛି। ଯାହାଫଳରେ ଏଭଳି ସମସ୍ୟା ସାରା ରାଜ୍ୟରେ ଦେଖା ଦେଉଛି। ଉପଭୋକ୍ତା ରୀନା ନାୟକ କହିଛନ୍ତି ଯେ ଭାରତୀୟ ଡାକସେବାର ବୀମା ଯୋଜନା ଆକର୍ଷଣୀୟ। ସେହିଭଳି ଜମାରାଶି ଉପରେ ସୁଧହାର ମଧ୍ୟ ଭଲ; ମାତ୍ର ସେବା ଯୋଗାଇବା କ୍ଷେତ୍ରରେ ସମସ୍ୟା ହେଉଛି। ଠିକ୍‍ ସମୟରେ କାମ ହୋଇପାରୁନି। ପ୍ରତି ଦିନେ ଦୁଇ ଦିନରେ ସର୍‍ଭର୍‍ଜନିତ ସମସ୍ୟା ଦେଖିବାକୁ ମିଳୁଛି। ସରକାର ଏହି ଦିଗରେ ଧ୍ୟାନ ଦେବା ଦରକାର ବୋଲି ସେ କହିଛନ୍ତି। ବାସ୍ତବରେ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଭାରତୀୟ ଡାକ ସେବା ଆଗକୁ ବଢ଼ିବା ଦରକାର ବୋଲି ବୁଦ୍ଧିଜୀବୀ ମହଲରେ ଦାବି ହେଉଛି।

26 Nov 2022 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର