ଇମ୍ରାନ ଖାନ୍‌ଙ୍କୁ ଗୁଳିମାଡ଼ ପରେ ପାକିସ୍ତାନର ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ; ଇସଲାମାବାଦରେ ଲାଗିଲା ଲକଡାଉନ୍

The Sakala Picture
Published On

ନୂଆଦିଲ୍ଲୀ : ଗତକାଲି ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପିଟିଆଇ ଅଧ୍ୟକ୍ଷ ଇମ୍ରାନ ଖାନ୍‌ଙ୍କ ଉପରେ ଗୁଳିମାଡ଼ ହେବାପରେ ସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି । ଇମ୍ରାନଙ୍କ ସମର୍ଥକମାନେ ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି । ସ୍ଥିତି ଅଣାୟତ ହୋଇପଡ଼ିଥିବା ବେଳେ ଇସଲାମାବାଦରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଲକଡାଉନ ଘୋଷଣା କରାଯାଇଛି । ସହବାଜ ସରକାରଙ୍କ ସୁପାରିଶ ଅନୁସାରେ ଏହି ସମ୍ପୂର୍ଣ୍ଣ ଅଞ୍ଚଳ ସିଲ୍ କରିଦିଆଯାଇଛି । ତେବେ ଇସଲାମାବାଦରେ ତାଲା ପକାଇବା ସମୟରେ ଅତ୍ୟାବଶ୍ୟକ ସେବା […]

ନୂଆଦିଲ୍ଲୀ : ଗତକାଲି ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପିଟିଆଇ ଅଧ୍ୟକ୍ଷ ଇମ୍ରାନ ଖାନ୍‌ଙ୍କ ଉପରେ ଗୁଳିମାଡ଼ ହେବାପରେ ସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି । ଇମ୍ରାନଙ୍କ ସମର୍ଥକମାନେ ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି । ସ୍ଥିତି ଅଣାୟତ ହୋଇପଡ଼ିଥିବା ବେଳେ ଇସଲାମାବାଦରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଲକଡାଉନ ଘୋଷଣା କରାଯାଇଛି । ସହବାଜ ସରକାରଙ୍କ ସୁପାରିଶ ଅନୁସାରେ ଏହି ସମ୍ପୂର୍ଣ୍ଣ ଅଞ୍ଚଳ ସିଲ୍ କରିଦିଆଯାଇଛି । ତେବେ ଇସଲାମାବାଦରେ ତାଲା ପକାଇବା ସମୟରେ ଅତ୍ୟାବଶ୍ୟକ ସେବା ଉପରେ କୌଣସି ପ୍ରତିବନ୍ଧକ ରହିବ ନାହିଁ। ଜଳ ଯୋଗାଣ, ରାସନ ଯୋଗାଣ ଏବଂ ଚିକିତ୍ସା ସେବା ଇତ୍ୟାଦି ଜାରି ରହିବ। ଏପରିକି ମଦ୍ରାସା, ସ୍କୁଲ ଓ କଲେଜଗୁଡ଼ିକ ବନ୍ଦ କରିଦେଇଛି ପ୍ରଶାସନ । ସମର୍ଥକଙ୍କ ବିରୋଧ ପ୍ରଦର୍ଶନକୁ ଦେଖି ଏପରି ପଦକ୍ଷେପ ନିଆଯାଇଛି ।

ଆହୁରି ପଢ଼ନ୍ତୁ: ଧରାପଡିଲା 'ବଦମାସଙ୍କ ଦେବତା': ପୋଲିସ ଏନକାଉଣ୍ଟରରେ ଆହତ ହେବା ପରେ କହିଲା, ଯୋଗୀଙ୍କୁ ଲାଗେ ଭାରି ଡର

ସୂଚନାଯୋଗ୍ୟ, ଗତକାଲି ପାକିସ୍ତାନର ୱାଜିରାବାଦର ଜାଫର ଅଲ୍ଲୀ ଖାଁ ଚୌକରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଆଜାଦୀ ମାର୍ଚ୍ଚରେ ଯିବା ବେଳେ ତାଙ୍କ ଉପରକୁ ଗୁଳିମାଡ଼ କରାଯାଇଥିଲା । ଆକ୍ରମଣକାରୀ ଏକେ-୪୭ରେ ଇମ୍ରାନ୍ ଙ୍କ ଉପରେ ୪ ରାଉଣ୍ଡ ଗୁଳି ଚଳାଇଥିଲେ । ତେବେ ଇମ୍ରାନଙ୍କ ଗୋଡ଼ରେ ଗୁଳି ବାଜିଥିବା ବେଳେ ସେ ଏବେ ଲାହୋର ଏକ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି । ବର୍ତ୍ତମାନ ଇମ୍ରାନ ବିପଦମୁକ୍ତ ଥିବା ହସ୍ପିଟାଲ ପକ୍ଷରୁ କୁହାଯାଇଛି । ଅନ୍ୟପକ୍ଷରେ ଏହି ଆକ୍ରମଣରେ ଇମ୍ରାନଙ୍କ ଜଣେ ସହଯୋଗୀଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୧୨ ଜଣ ସହଯୋଗୀ ଆହତ ହୋଇଛନ୍ତି ।

ଆହୁରି ପଢ଼ନ୍ତୁ: ପାଟନାରେ ଲଜ୍ଜା: ମାନେରରେ ଟ୍ୟୁସନ ଶିକ୍ଷକଙ୍କ ଦୁଷ୍କର୍ମ ଶିକାର ହେଲେ ନାବାଳିକା ଛାତ୍ରୀ, ଅଭିଯୁକ୍ତ ଫେରାର

ଅନ୍ୟପଟେ ଇମ୍ରାନ ଖାନଙ୍କୁ ଗୁଳି ମାରିଥିବା କଥାକୁ ସ୍ୱୀକାର କରିଛି ଗିରଫ ଅଭିଯୁକ୍ତ । ଆକ୍ରମଣକାରୀ ନାଁ ମହମ୍ମଦ ନାଭେଦ । ଅପରାଧ ସ୍ୱୀକାର କରିବା ସହ କେବଳ ଇମ୍ରାନଙ୍କୁ ହତ୍ୟା କରିବାକୁ ଚାହୁଁଥିବା ବୋଲି କହିଛି । ସେ କହିଛି, ଇମ୍ରାନ୍‌ ମିଛ କହି ଲୋକଙ୍କୁ ଲଗାତାର ବିଭ୍ରାନ୍ତ କରି ଚାଲୁଥିଲେ । ଏଥିରେ ଅତିଷ୍ଠ ହୋଇ ସେ ଏଭଳି ପଦକ୍ଷେପ ନେଲା ବୋଲି ପାକିସ୍ତାନ ପୋଲିସକୁ ନିଜ ବୟାନରେ କହିଛନ୍ତି ଅଭିଯୁକ୍ତ ମହମ୍ମଦ ନାଭେଦ । ସେ ଆହୁରି କହିଛି, ତା ପଛରେ କେହି ନାହାନ୍ତି । ଏକା ଆସିଥିଲା । ଇମ୍ରାନ୍‌ ଖାନ ଲାହୋର ଛାଡିବା ଦିନଠାରୁ ହତ୍ୟା କରିବା ପାଇଁ ଯୋଜନା କରିଥିବା ବୋଲି ଆକ୍ରମଣକାରୀ କହିଛି ।

ଆହୁରି ପଢ଼ନ୍ତୁ: ପତ୍ନୀଙ୍କୁ ମାରିବାକୁ ସ୍ୱାମୀର ଭୟଙ୍କର ଷଡ଼ଯନ୍ତ୍ର: ୩ ଥର ବିଷ ଦେଇ ବିଫଳ ହେବା ପରେ ୧ ଲକ୍ଷର ସୁପାରି ଦେଇ ହତ୍ୟା

04 Nov 2022 By The Sakala

ଇମ୍ରାନ ଖାନ୍‌ଙ୍କୁ ଗୁଳିମାଡ଼ ପରେ ପାକିସ୍ତାନର ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ; ଇସଲାମାବାଦରେ ଲାଗିଲା ଲକଡାଉନ୍

ନୂଆଦିଲ୍ଲୀ : ଗତକାଲି ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପିଟିଆଇ ଅଧ୍ୟକ୍ଷ ଇମ୍ରାନ ଖାନ୍‌ଙ୍କ ଉପରେ ଗୁଳିମାଡ଼ ହେବାପରେ ସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି । ଇମ୍ରାନଙ୍କ ସମର୍ଥକମାନେ ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି । ସ୍ଥିତି ଅଣାୟତ ହୋଇପଡ଼ିଥିବା ବେଳେ ଇସଲାମାବାଦରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଲକଡାଉନ ଘୋଷଣା କରାଯାଇଛି । ସହବାଜ ସରକାରଙ୍କ ସୁପାରିଶ ଅନୁସାରେ ଏହି ସମ୍ପୂର୍ଣ୍ଣ ଅଞ୍ଚଳ ସିଲ୍ କରିଦିଆଯାଇଛି । ତେବେ ଇସଲାମାବାଦରେ ତାଲା ପକାଇବା ସମୟରେ ଅତ୍ୟାବଶ୍ୟକ ସେବା ଉପରେ କୌଣସି ପ୍ରତିବନ୍ଧକ ରହିବ ନାହିଁ। ଜଳ ଯୋଗାଣ, ରାସନ ଯୋଗାଣ ଏବଂ ଚିକିତ୍ସା ସେବା ଇତ୍ୟାଦି ଜାରି ରହିବ। ଏପରିକି ମଦ୍ରାସା, ସ୍କୁଲ ଓ କଲେଜଗୁଡ଼ିକ ବନ୍ଦ କରିଦେଇଛି ପ୍ରଶାସନ । ସମର୍ଥକଙ୍କ ବିରୋଧ ପ୍ରଦର୍ଶନକୁ ଦେଖି ଏପରି ପଦକ୍ଷେପ ନିଆଯାଇଛି ।

ସୂଚନାଯୋଗ୍ୟ, ଗତକାଲି ପାକିସ୍ତାନର ୱାଜିରାବାଦର ଜାଫର ଅଲ୍ଲୀ ଖାଁ ଚୌକରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଆଜାଦୀ ମାର୍ଚ୍ଚରେ ଯିବା ବେଳେ ତାଙ୍କ ଉପରକୁ ଗୁଳିମାଡ଼ କରାଯାଇଥିଲା । ଆକ୍ରମଣକାରୀ ଏକେ-୪୭ରେ ଇମ୍ରାନ୍ ଙ୍କ ଉପରେ ୪ ରାଉଣ୍ଡ ଗୁଳି ଚଳାଇଥିଲେ । ତେବେ ଇମ୍ରାନଙ୍କ ଗୋଡ଼ରେ ଗୁଳି ବାଜିଥିବା ବେଳେ ସେ ଏବେ ଲାହୋର ଏକ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି । ବର୍ତ୍ତମାନ ଇମ୍ରାନ ବିପଦମୁକ୍ତ ଥିବା ହସ୍ପିଟାଲ ପକ୍ଷରୁ କୁହାଯାଇଛି । ଅନ୍ୟପକ୍ଷରେ ଏହି ଆକ୍ରମଣରେ ଇମ୍ରାନଙ୍କ ଜଣେ ସହଯୋଗୀଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୧୨ ଜଣ ସହଯୋଗୀ ଆହତ ହୋଇଛନ୍ତି ।

ଅନ୍ୟପଟେ ଇମ୍ରାନ ଖାନଙ୍କୁ ଗୁଳି ମାରିଥିବା କଥାକୁ ସ୍ୱୀକାର କରିଛି ଗିରଫ ଅଭିଯୁକ୍ତ । ଆକ୍ରମଣକାରୀ ନାଁ ମହମ୍ମଦ ନାଭେଦ । ଅପରାଧ ସ୍ୱୀକାର କରିବା ସହ କେବଳ ଇମ୍ରାନଙ୍କୁ ହତ୍ୟା କରିବାକୁ ଚାହୁଁଥିବା ବୋଲି କହିଛି । ସେ କହିଛି, ଇମ୍ରାନ୍‌ ମିଛ କହି ଲୋକଙ୍କୁ ଲଗାତାର ବିଭ୍ରାନ୍ତ କରି ଚାଲୁଥିଲେ । ଏଥିରେ ଅତିଷ୍ଠ ହୋଇ ସେ ଏଭଳି ପଦକ୍ଷେପ ନେଲା ବୋଲି ପାକିସ୍ତାନ ପୋଲିସକୁ ନିଜ ବୟାନରେ କହିଛନ୍ତି ଅଭିଯୁକ୍ତ ମହମ୍ମଦ ନାଭେଦ । ସେ ଆହୁରି କହିଛି, ତା ପଛରେ କେହି ନାହାନ୍ତି । ଏକା ଆସିଥିଲା । ଇମ୍ରାନ୍‌ ଖାନ ଲାହୋର ଛାଡିବା ଦିନଠାରୁ ହତ୍ୟା କରିବା ପାଇଁ ଯୋଜନା କରିଥିବା ବୋଲି ଆକ୍ରମଣକାରୀ କହିଛି ।

https://www.thesakala.in/national-international/pakistan-govt-imposed-lockdown-in-islamabad-after-attack-on-imran-khan/article-16285
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର