ଝୁଲାପୋଲ ଟ୍ରାଜେଡ଼ି: ଦୁର୍ଘଟଣାସ୍ଥଳ ପରିଦର୍ଶନ କରିବା ସହ ଡାକ୍ତରଖାନାକୁ ଯାଇ ଆହତଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରିବୁଝିଲେ ପ୍ରଧାନମନ୍ତ୍ରୀ

The Sakala Picture
Published On

ମୋର୍ବି: ଗୁଜରାଟର ମୋର୍ବି ଜିଲାରେ ଝୁଲାପୋଲ ଭୁଶୁଡ଼ିବା ଘଟଣା। ମୋର୍ବିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପହଞ୍ଚିଛନ୍ତି। ଆକାଶମାର୍ଗରୁ ଘଟଣାସ୍ଥଳ ଅନୁଧ୍ୟାନ କରିଛନ୍ତି। ଏହାପରେ ଦୁର୍ଘଟଣା ସ୍ଥଳରୁ ସିଧାସଳଖ ହସ୍‌ପିଟାଲ ଯାଇଥିଲେ ପ୍ରଧାନମନ୍ତ୍ରୀ। ଦୁର୍ଘଟଣାରେ ଆହତ ହୋଇ ଚିକିତ୍ସାଧିନ ଥିବା ଲୋକଙ୍କୁ ଭେଟିଥିଲେ। ମୋର୍ବି ଜିଲାରେ ପ୍ରଶାସନ ପକ୍ଷରୁ କ’ଣ ପଦକ୍ଷେପ ନିଆଯାଇଛି ଏବଂ ଦୁର୍ଘଟଣା ପରବର୍ତ୍ତି ସମୟରେ ଉଦ୍ଧାର କାର୍ଯ୍ଯ, ରିଲିଫ, ଚିକିତ୍ସା ଦେବା ଆଦି ସମ୍ପର୍କରେ ପ୍ରଧାନମନ୍ତ୍ରୀ ଆଲୋଚନା କରିଥିଲେ। ଗୁଜରାଟ ମୋର୍ବି ସହରର ଝୁଲା […]

ମୋର୍ବି: ଗୁଜରାଟର ମୋର୍ବି ଜିଲାରେ ଝୁଲାପୋଲ ଭୁଶୁଡ଼ିବା ଘଟଣା। ମୋର୍ବିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପହଞ୍ଚିଛନ୍ତି। ଆକାଶମାର୍ଗରୁ ଘଟଣାସ୍ଥଳ ଅନୁଧ୍ୟାନ କରିଛନ୍ତି। ଏହାପରେ ଦୁର୍ଘଟଣା ସ୍ଥଳରୁ ସିଧାସଳଖ ହସ୍‌ପିଟାଲ ଯାଇଥିଲେ ପ୍ରଧାନମନ୍ତ୍ରୀ। ଦୁର୍ଘଟଣାରେ ଆହତ ହୋଇ ଚିକିତ୍ସାଧିନ ଥିବା ଲୋକଙ୍କୁ ଭେଟିଥିଲେ। ମୋର୍ବି ଜିଲାରେ ପ୍ରଶାସନ ପକ୍ଷରୁ କ’ଣ ପଦକ୍ଷେପ ନିଆଯାଇଛି ଏବଂ ଦୁର୍ଘଟଣା ପରବର୍ତ୍ତି ସମୟରେ ଉଦ୍ଧାର କାର୍ଯ୍ଯ, ରିଲିଫ, ଚିକିତ୍ସା ଦେବା ଆଦି ସମ୍ପର୍କରେ ପ୍ରଧାନମନ୍ତ୍ରୀ ଆଲୋଚନା କରିଥିଲେ।

ଆହୁରି ପଢ଼ନ୍ତୁ: 'ଆପଣ ଗୁଗଲରେ ଅଶ୍ଳୀଳ ଭିଡିଓ ଦେଖିଛନ୍ତି...': କ୍ରାଇମବ୍ରାଞ୍ଚ ଅଫିସର ପରିଚୟ ଦେଇ ମହିଳାଙ୍କଠାରୁ ୪.୫୦ ଲକ୍ଷ ଟଙ୍କାର ସାଇବର ଠକେଇ

ଗୁଜରାଟ ମୋର୍ବି ସହରର ଝୁଲା ପୋଲ ଦୁର୍ଘଟଣାଜନିତ ମୃତ୍ୟୁସଂଖ୍ୟା ୧୪୦ ଛୁଇଁଛି। ରାଜ୍ୟ ସରକାରଙ୍କ ପକ୍ଷରୁ ୪ ଲକ୍ଷ ଟଙ୍କା ଏବଂ କେନ୍ଦ୍ର ସରକାରଙ୍କ ପକ୍ଷରୁ ୨ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ରାଶି ପ୍ରଦାନ ପାଇଁ ଘୋଷଣା କରାଯାଇଛି। ଯେଉଁମାନେ ଏହି ଘଟଣାରେ ଆହତ ହୋଇଛନ୍ତି ସେମାନଙ୍କୁ ମାଗଣା ଚିକିତ୍ସା ସହ ୫୦ହଜାର ଟଙ୍କା ଆର୍ଥିକ ସହାୟତା ରାଶି ପ୍ରଦାନ କରାଯିବା ନେଇ ସରକାର ଘୋଷଣା କରିଛନ୍ତି।

ଆହୁରି ପଢ଼ନ୍ତୁ: ଇସ୍ରାଏଲ୍-ଇରାନ୍ ଯୁଦ୍ଧ ମଧ୍ୟରେ ହୋରମୁଜ୍ ପ୍ରଣାଳୀକୁ ନେଇ ଇରାନର ବଡ଼ ଘୋଷଣା: ଜାହାଜଗୁଡ଼ିକ ଉପରେ ଲାଗିବ ଟ୍ରାଞ୍ଜିଟ୍ ଫି’

ଏଭଳି ଏକ ଭୟାନକ ଏବଂ ମର୍ମନ୍ତୁଦ ଘଟଣାର କାରଣକୁ ନେଇ ତର୍ଜମା ଚାଲିଥିଲା ବେଳେ ପୋଲ ତଦାରଖ ଏବଂ ପରିଚାଳନା ସଂସ୍ଥା ସମେତ ସ୍ଥାନୀୟ ପ୍ରଶାସନର ବେପରୁଆ ମନୋଭାବ ମୁଖ୍ୟ କାରଣ ବୋଲି ଏକ ପ୍ରକାର ସ୍ପଷ୍ଟ ହୋଇଛି। ଦୁର୍ଘଟଣାର ଯାଞ୍ଚ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ଯାଞ୍ଚ ଟିମ୍‌(ଏସଆଇଟି) ଗଠନ କରାଯାଇଥିଲେ ହେଁ ପ୍ରାଥମିକ ଅନୁସନ୍ଧାନ କରାଯାଇ ସୋମବାର ୯ ଜଣଙ୍କୁ ଗିରଫ କରାଯାଇଛି। ଏମାନଙ୍କ ମଧ୍ୟରେ ପୋଲ ତଦାରଖ ଏବଂ ପରିଚାଳନା ପାଇଁ ନିଯୁକ୍ତ ହୋଇଥିବା ଓରେଭା କମ୍ପାନୀର ୪ ଜଣ ମ୍ୟାନେଜର ରହିଛନ୍ତି। ସେହିପରି ଝୁଲାପୋଲ ପାଇଁ ଟିକଟ କାଟିବା ଲାଗି ନିଯୁକ୍ତ ରହିଥିବା ଦୁଇ ଜଣ କର୍ମଚାରୀ ମଧ୍ୟ ଏମାନଙ୍କ ମଧ୍ୟରେ ସାମିଲ ରହିଛନ୍ତି। ଗୋଟିଏ ପକ୍ଷରେ ଏହି ପୋଲରେ ଏକ ସମୟରେ ଯେତିକି ଲୋକଙ୍କୁ ଯିବା ଲାଗି ଅନୁମତି ଦିଆଯାଇଥାଏ, ତା’ ଠାରୁ ଅଧୁକ ଲୋକଙ୍କୁ ଟିକଟ ଦିଆଯାଇ ଯିବାକୁ ଅନୁମତି ଦିଆଯାଇଥିଲା ବୋଲି ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: 'ନୋ ବିଗ୍ ଡିଲ୍' ରୁ 'ସମ୍ପୂର୍ଣ୍ଣ ବିନାଶ': ଇରାନର ଆପାଚେ ହେଲିକପ୍ଟର ଆକ୍ରମଣ ପରେ କାହିଁକି ବଦଳିଲା ଟ୍ରମ୍ପଙ୍କ ମିଜାଜ?

ମିଳିଥିବା ସୂଚନା ଅନୁସାରେ , ଏକ ସମୟରେ ଏହି ଝୁଲା ପୋଲର ବହନ କ୍ଷମତା ୧୫୦ ରହିଛି। କିନ୍ତୁ ଅର୍ଥ ଲୋଭରେ ପରିଚାଳନାକାରୀ ସଂସ୍ଥା ପକ୍ଷରୁ ୬୫୦ ଲୋକଙ୍କୁ ଟିକଟ ଦିଆଯାଇଥିଲା। ସେମାନେ ଏକ ସମୟରେ ପୋଲ ଉପରେ ଚଢ଼ି ଥିବାରୁ ଭାରସାମ୍ୟ ହରାଇ ପୋଲ ଛିଣ୍ଡିପଡ଼ିିଥିବା କୁହାଯାଉଛି। ଅନ୍ୟପକ୍ଷରେ ଏହି ପୋଲର ମରାମତି ଏବଂ ତଦାରଖ କାର୍ଯ୍ୟରେ ନିଯୁକ୍ତ ରହିଥିବା ଓରେଭା କମ୍ପାନୀର ସ୍ବଚ୍ଛତାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି।  ଏହି କମ୍ପାନୀ ଅଜନ୍ତା ଘଣ୍ଟା ଏବଂ ଏଲଇଡି ବଲ୍‌ବ ତିଆରି କରୁଥିବା ବେଳେ ୧୫୦ ବର୍ଷ ତଳର ଝୁଲା ପୋଲର ମରାମତି ଏବଂ ତଦାରଖ କାର୍ଯ୍ୟ କିଭଳି ଦିଆଯାଇଥିଲା ତାହା ଏବେ ସବୁଠୁ ବଡ଼ ପ୍ରଶ୍ନ ହୋଇଛି। ଏହି କମ୍ପାନୀକୁ ପୋଲ ମରାମତି କାର୍ଯ୍ୟ ଦିଆଯାଇଥିଲା ଏବଂ ମାତ୍ର ୫ ଦିନ ତଳେ ଏହାକୁ ପୁନଃ କାର୍ଯ୍ୟକ୍ଷମ କରାଯାଇଥିଲା। ତେବେ କାର୍ଯ୍ୟକ୍ଷମ ହେବା ପୂର୍ବରୁ କମ୍ପାନୀ ପକ୍ଷରୁ ଫିଟନେସ ସାର୍ଟିଫିକେଟ୍‌ କାହିଁକି ସ୍ଥାନୀୟ ପ୍ରଶାସନକୁ ଦିଆଯାଇ ନଥିଲା ତାହା ମଧ୍ୟ ସନ୍ଦେହ ଘେରକୁ ଆସିଛି।

ଏଭଳି ସ୍ଥିତିରେ ଏକ ଗଭୀର ନଦୀ ଉପରେ ଝୁଲାପୋଲ ଉପରେ ଶହ ଶହ ଲୋକଙ୍କୁ ଏକ ସମୟରେ ଭ୍ରମଣ ପାଇଁ ଅନୁମତି ଦିଆଟିବା ନିଶ୍ଚିତ ଭାବେ ବେପରୁଆ ମନୋଭାବର ପରିଚାୟକ। ସ୍ଥାନୀୟ ପ୍ରଶାସନ ହେଉ କି ପୋଲ ତଦାରଖ ଦାୟିତ୍ବରେ ରହିଥିବା କମ୍ପାନୀ , ଏହି କାରଣ ହିଁ ଏଭଳି ଏକ ମର୍ମନ୍ତୁଦ ଦୁର୍ଘଟଣା ପାଇଁ ମୁଖ୍ୟ କାରଣ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚିତ ହେଉଛି।  ବର୍ତ୍ତମାନ ସୁଦ୍ଧା ୧୪୦ ଜଣଙ୍କ ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଥିଲା ବେଳେ ୧୭୭ ଜଣଙ୍କୁ ଉଦ୍ଧାର କରାଯାଇଛି। ତେବେ ଏବେ ସୁଦ୍ଧା ଆଉ ଦୁଇ ଜଣ ନିଖୋଜ ରହିଥିବା ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି। ଜଳ, ସ୍ଥଳ ଏବଂ ବାୟୁ ସେନାର ୩୦୦ ଯବାନଙ୍କ ସମେତ ଏନଡିଆରଏଫ ଟିମ୍‌ ଏବଂ ଅଗ୍ନିଶମ ବିଭାଗର ମିଳିତ ଉଦ୍ୟମରେ ଏବେ ମଧ୍ୟ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଘଟଣାସ୍ଥଳକୁ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲ ଦୁଇ ଦୁଇଥର ଗସ୍ତ କରି ସ୍ଥିତି ତଦାରଖ କରିଛନ୍ତି। ରାଜ୍ୟର ଅନ୍ୟ କିଛି ବରିଷ୍ଠ ମନ୍ତ୍ରମାନେ ମଧ୍ୟ ଘଟଣାସ୍ଥଳରେ ରହି ଉଦ୍ଧାର କାର୍ଯ୍ୟ ତଦାରଖ କରୁଛନ୍ତି।

01 Nov 2022 By The Sakala

ଝୁଲାପୋଲ ଟ୍ରାଜେଡ଼ି: ଦୁର୍ଘଟଣାସ୍ଥଳ ପରିଦର୍ଶନ କରିବା ସହ ଡାକ୍ତରଖାନାକୁ ଯାଇ ଆହତଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରିବୁଝିଲେ ପ୍ରଧାନମନ୍ତ୍ରୀ

ମୋର୍ବି: ଗୁଜରାଟର ମୋର୍ବି ଜିଲାରେ ଝୁଲାପୋଲ ଭୁଶୁଡ଼ିବା ଘଟଣା। ମୋର୍ବିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପହଞ୍ଚିଛନ୍ତି। ଆକାଶମାର୍ଗରୁ ଘଟଣାସ୍ଥଳ ଅନୁଧ୍ୟାନ କରିଛନ୍ତି। ଏହାପରେ ଦୁର୍ଘଟଣା ସ୍ଥଳରୁ ସିଧାସଳଖ ହସ୍‌ପିଟାଲ ଯାଇଥିଲେ ପ୍ରଧାନମନ୍ତ୍ରୀ। ଦୁର୍ଘଟଣାରେ ଆହତ ହୋଇ ଚିକିତ୍ସାଧିନ ଥିବା ଲୋକଙ୍କୁ ଭେଟିଥିଲେ। ମୋର୍ବି ଜିଲାରେ ପ୍ରଶାସନ ପକ୍ଷରୁ କ’ଣ ପଦକ୍ଷେପ ନିଆଯାଇଛି ଏବଂ ଦୁର୍ଘଟଣା ପରବର୍ତ୍ତି ସମୟରେ ଉଦ୍ଧାର କାର୍ଯ୍ଯ, ରିଲିଫ, ଚିକିତ୍ସା ଦେବା ଆଦି ସମ୍ପର୍କରେ ପ୍ରଧାନମନ୍ତ୍ରୀ ଆଲୋଚନା କରିଥିଲେ।

ଗୁଜରାଟ ମୋର୍ବି ସହରର ଝୁଲା ପୋଲ ଦୁର୍ଘଟଣାଜନିତ ମୃତ୍ୟୁସଂଖ୍ୟା ୧୪୦ ଛୁଇଁଛି। ରାଜ୍ୟ ସରକାରଙ୍କ ପକ୍ଷରୁ ୪ ଲକ୍ଷ ଟଙ୍କା ଏବଂ କେନ୍ଦ୍ର ସରକାରଙ୍କ ପକ୍ଷରୁ ୨ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ରାଶି ପ୍ରଦାନ ପାଇଁ ଘୋଷଣା କରାଯାଇଛି। ଯେଉଁମାନେ ଏହି ଘଟଣାରେ ଆହତ ହୋଇଛନ୍ତି ସେମାନଙ୍କୁ ମାଗଣା ଚିକିତ୍ସା ସହ ୫୦ହଜାର ଟଙ୍କା ଆର୍ଥିକ ସହାୟତା ରାଶି ପ୍ରଦାନ କରାଯିବା ନେଇ ସରକାର ଘୋଷଣା କରିଛନ୍ତି।

ଏଭଳି ଏକ ଭୟାନକ ଏବଂ ମର୍ମନ୍ତୁଦ ଘଟଣାର କାରଣକୁ ନେଇ ତର୍ଜମା ଚାଲିଥିଲା ବେଳେ ପୋଲ ତଦାରଖ ଏବଂ ପରିଚାଳନା ସଂସ୍ଥା ସମେତ ସ୍ଥାନୀୟ ପ୍ରଶାସନର ବେପରୁଆ ମନୋଭାବ ମୁଖ୍ୟ କାରଣ ବୋଲି ଏକ ପ୍ରକାର ସ୍ପଷ୍ଟ ହୋଇଛି। ଦୁର୍ଘଟଣାର ଯାଞ୍ଚ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ଯାଞ୍ଚ ଟିମ୍‌(ଏସଆଇଟି) ଗଠନ କରାଯାଇଥିଲେ ହେଁ ପ୍ରାଥମିକ ଅନୁସନ୍ଧାନ କରାଯାଇ ସୋମବାର ୯ ଜଣଙ୍କୁ ଗିରଫ କରାଯାଇଛି। ଏମାନଙ୍କ ମଧ୍ୟରେ ପୋଲ ତଦାରଖ ଏବଂ ପରିଚାଳନା ପାଇଁ ନିଯୁକ୍ତ ହୋଇଥିବା ଓରେଭା କମ୍ପାନୀର ୪ ଜଣ ମ୍ୟାନେଜର ରହିଛନ୍ତି। ସେହିପରି ଝୁଲାପୋଲ ପାଇଁ ଟିକଟ କାଟିବା ଲାଗି ନିଯୁକ୍ତ ରହିଥିବା ଦୁଇ ଜଣ କର୍ମଚାରୀ ମଧ୍ୟ ଏମାନଙ୍କ ମଧ୍ୟରେ ସାମିଲ ରହିଛନ୍ତି। ଗୋଟିଏ ପକ୍ଷରେ ଏହି ପୋଲରେ ଏକ ସମୟରେ ଯେତିକି ଲୋକଙ୍କୁ ଯିବା ଲାଗି ଅନୁମତି ଦିଆଯାଇଥାଏ, ତା’ ଠାରୁ ଅଧୁକ ଲୋକଙ୍କୁ ଟିକଟ ଦିଆଯାଇ ଯିବାକୁ ଅନୁମତି ଦିଆଯାଇଥିଲା ବୋଲି ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁସାରେ , ଏକ ସମୟରେ ଏହି ଝୁଲା ପୋଲର ବହନ କ୍ଷମତା ୧୫୦ ରହିଛି। କିନ୍ତୁ ଅର୍ଥ ଲୋଭରେ ପରିଚାଳନାକାରୀ ସଂସ୍ଥା ପକ୍ଷରୁ ୬୫୦ ଲୋକଙ୍କୁ ଟିକଟ ଦିଆଯାଇଥିଲା। ସେମାନେ ଏକ ସମୟରେ ପୋଲ ଉପରେ ଚଢ଼ି ଥିବାରୁ ଭାରସାମ୍ୟ ହରାଇ ପୋଲ ଛିଣ୍ଡିପଡ଼ିିଥିବା କୁହାଯାଉଛି। ଅନ୍ୟପକ୍ଷରେ ଏହି ପୋଲର ମରାମତି ଏବଂ ତଦାରଖ କାର୍ଯ୍ୟରେ ନିଯୁକ୍ତ ରହିଥିବା ଓରେଭା କମ୍ପାନୀର ସ୍ବଚ୍ଛତାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି।  ଏହି କମ୍ପାନୀ ଅଜନ୍ତା ଘଣ୍ଟା ଏବଂ ଏଲଇଡି ବଲ୍‌ବ ତିଆରି କରୁଥିବା ବେଳେ ୧୫୦ ବର୍ଷ ତଳର ଝୁଲା ପୋଲର ମରାମତି ଏବଂ ତଦାରଖ କାର୍ଯ୍ୟ କିଭଳି ଦିଆଯାଇଥିଲା ତାହା ଏବେ ସବୁଠୁ ବଡ଼ ପ୍ରଶ୍ନ ହୋଇଛି। ଏହି କମ୍ପାନୀକୁ ପୋଲ ମରାମତି କାର୍ଯ୍ୟ ଦିଆଯାଇଥିଲା ଏବଂ ମାତ୍ର ୫ ଦିନ ତଳେ ଏହାକୁ ପୁନଃ କାର୍ଯ୍ୟକ୍ଷମ କରାଯାଇଥିଲା। ତେବେ କାର୍ଯ୍ୟକ୍ଷମ ହେବା ପୂର୍ବରୁ କମ୍ପାନୀ ପକ୍ଷରୁ ଫିଟନେସ ସାର୍ଟିଫିକେଟ୍‌ କାହିଁକି ସ୍ଥାନୀୟ ପ୍ରଶାସନକୁ ଦିଆଯାଇ ନଥିଲା ତାହା ମଧ୍ୟ ସନ୍ଦେହ ଘେରକୁ ଆସିଛି।

ଏଭଳି ସ୍ଥିତିରେ ଏକ ଗଭୀର ନଦୀ ଉପରେ ଝୁଲାପୋଲ ଉପରେ ଶହ ଶହ ଲୋକଙ୍କୁ ଏକ ସମୟରେ ଭ୍ରମଣ ପାଇଁ ଅନୁମତି ଦିଆଟିବା ନିଶ୍ଚିତ ଭାବେ ବେପରୁଆ ମନୋଭାବର ପରିଚାୟକ। ସ୍ଥାନୀୟ ପ୍ରଶାସନ ହେଉ କି ପୋଲ ତଦାରଖ ଦାୟିତ୍ବରେ ରହିଥିବା କମ୍ପାନୀ , ଏହି କାରଣ ହିଁ ଏଭଳି ଏକ ମର୍ମନ୍ତୁଦ ଦୁର୍ଘଟଣା ପାଇଁ ମୁଖ୍ୟ କାରଣ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚିତ ହେଉଛି।  ବର୍ତ୍ତମାନ ସୁଦ୍ଧା ୧୪୦ ଜଣଙ୍କ ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଥିଲା ବେଳେ ୧୭୭ ଜଣଙ୍କୁ ଉଦ୍ଧାର କରାଯାଇଛି। ତେବେ ଏବେ ସୁଦ୍ଧା ଆଉ ଦୁଇ ଜଣ ନିଖୋଜ ରହିଥିବା ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି। ଜଳ, ସ୍ଥଳ ଏବଂ ବାୟୁ ସେନାର ୩୦୦ ଯବାନଙ୍କ ସମେତ ଏନଡିଆରଏଫ ଟିମ୍‌ ଏବଂ ଅଗ୍ନିଶମ ବିଭାଗର ମିଳିତ ଉଦ୍ୟମରେ ଏବେ ମଧ୍ୟ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଘଟଣାସ୍ଥଳକୁ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲ ଦୁଇ ଦୁଇଥର ଗସ୍ତ କରି ସ୍ଥିତି ତଦାରଖ କରିଛନ୍ତି। ରାଜ୍ୟର ଅନ୍ୟ କିଛି ବରିଷ୍ଠ ମନ୍ତ୍ରମାନେ ମଧ୍ୟ ଘଟଣାସ୍ଥଳରେ ରହି ଉଦ୍ଧାର କାର୍ଯ୍ୟ ତଦାରଖ କରୁଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର