ଟ୍ୱିଟର ମାଲିକାନା ନେବା ପରେ ସିଇଓ ପରାଗ ଅଗ୍ରୱାଲଙ୍କୁ ହଟାଇଲେ ଏଲନ୍ ମସ୍କ

The Sakala Picture
Published On

ସାନ ଫ୍ରାନ୍ସିସକୋ: ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ତଥା ଟେସଲା ସିଇଓ ଏଲନ ମସ୍କ ଶେଷରେ ଟ୍ୱିଟରକୁ ସଂପୂର୍ଣ୍ଣ ଭାବେ ନିଜ ନିୟନ୍ତ୍ରଣକୁ ନେଇଛନ୍ତି।ପୂର୍ବରୁ ଡିଲ୍‌କୁ ନେଇ ପଛଘୁଞ୍ଚା ଦେଉଥିବା ମସ୍କ କୋର୍ଟଙ୍କ ତାଗିଦ ପରେ ୪୪ ବିଲିୟନ ଡଲାର ଦେଇ ଟ୍ୱିଟରକୁ ସଂପୂର୍ଣ୍ଣ ନିଜ ମାଲିକାନାକୁ ନେବା ପରେ କମ୍ପାନୀର ସିଇଓ ପରାଗ ଅଗ୍ରୱାଲଙ୍କ ସମେତ ବଡ଼ ବଡ଼ କର୍ମଚାରୀଙ୍କୁ ଚାକିରିରୁ ବିଦା କରିଛନ୍ତି ଏଲନ ମସ୍କ । ଆମେରିକା ଗଣମାଧ୍ୟମରେ ପ୍ରକାଶ ପାଇଥିବା ଖବର […]

ସାନ ଫ୍ରାନ୍ସିସକୋ: ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ତଥା ଟେସଲା ସିଇଓ ଏଲନ ମସ୍କ ଶେଷରେ ଟ୍ୱିଟରକୁ ସଂପୂର୍ଣ୍ଣ ଭାବେ ନିଜ ନିୟନ୍ତ୍ରଣକୁ ନେଇଛନ୍ତି।ପୂର୍ବରୁ ଡିଲ୍‌କୁ ନେଇ ପଛଘୁଞ୍ଚା ଦେଉଥିବା ମସ୍କ କୋର୍ଟଙ୍କ ତାଗିଦ ପରେ ୪୪ ବିଲିୟନ ଡଲାର ଦେଇ ଟ୍ୱିଟରକୁ ସଂପୂର୍ଣ୍ଣ ନିଜ ମାଲିକାନାକୁ ନେବା ପରେ କମ୍ପାନୀର ସିଇଓ ପରାଗ ଅଗ୍ରୱାଲଙ୍କ ସମେତ ବଡ଼ ବଡ଼ କର୍ମଚାରୀଙ୍କୁ ଚାକିରିରୁ ବିଦା କରିଛନ୍ତି ଏଲନ ମସ୍କ ।

ଆହୁରି ପଢ଼ନ୍ତୁ: ହରିୟାଣାର ଯମୁନା ନଦୀରେ ଓଲଟିଲା ସେନା ଡଙ୍ଗା: ୨ ସ୍ପେଶାଲ ଫୋର୍ସ ଯବାନ ନିଖୋଜ

ଆମେରିକା ଗଣମାଧ୍ୟମରେ ପ୍ରକାଶ ପାଇଥିବା ଖବର ମୁତାବକ ଗୁରୁବାର ମସ୍କ ଟ୍ୱିଟକୁ କିଣିବା ପାଇଁ ଡିଲ୍‌ ଫାଇନାଲ କରିଥିଲେ। ସେ ଟ୍ୱିଟରକୁ ନିଜ ନିୟନ୍ତ୍ରଣକୁ ଆଣିବା ପରେ ସିଇଓ ପରାଗ ଅଗ୍ରୱାଲ, କମ୍ପାନୀର ମୁଖ୍ୟ ଆର୍ଥିକ କାରବାର ବୁଝୁଥିବା ଅଧିକାରୀ, ଆଇନ ନୀତି ଓ ସୁରକ୍ଷା ବିଭାଗର ମୁଖ୍ୟକୁ ବହିଷ୍କୃତ କରିଛନ୍ତି।

ଆହୁରି ପଢ଼ନ୍ତୁ: ଏୟାର ଇଣ୍ଡିଆ ବିମାନରେ ଆକସ୍ମିକ ବିପଦ: ନିଶାଗ୍ରସ୍ତ ପାଇଲଟ୍ ବହିଷ୍କୃତ, ସାମ୍ନାକୁ ଆସିଲା ସାଂଘାତିକ ତଥ୍ୟ

ଏମାନଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ମସ୍କ। ଏମାନେ ତାଙ୍କ ମସ୍କଙ୍କ ନାଁରେ ଓ ଟ୍ୱିଟର ନିବେଶକାରୀଙ୍କ ନାଁରେ ଏକାଧିକ ଫେକ୍ ଆକାଉଣ୍ଟ କାଢ଼ି ଭୁଆଁ ବୁଲାଇଛନ୍ତି। ଏଥିପାଇଁ ସେମାନଙ୍କୁ ଚାକିରି ବରଖାସ୍ତ କରାଯାଇଥିବା ସୂଚନା ମିଳିଛି। ଗୁରୁବାର ଟ୍ୱିଟର କିଣିବା ପରେ ମସ୍କ ପ୍ରତିକ୍ରିୟା ଦେଇ କହିଥିଲେ ଯେ ମୁଁ ମଣିଷପଣିଆକୁ ଭଲପାଏ। ଏହାକୁ ସମର୍ଥନ କରିବା ପାଇଁ ଟ୍ୱିଟର କିଣିଛି।

ଆହୁରି ପଢ଼ନ୍ତୁ: ମଧ୍ୟପ୍ରାଚ୍ୟରେ ଆମେରିକାର ମିତ୍ର ରାଷ୍ଟ୍ର ଉପରେ ଇରାନର ଆକ୍ରମଣ: ବ୍ୟବହାର ହେଉଛି ଏହିସବୁ ବିପଜ୍ଜନକ ମାରଣାସ୍ତ୍ର

ଖବର ଅନୁସାରେ, ଗୁରୁବାର ଯେତେବେଳେ ଟ୍ୱିଟର ଡିଲ୍ ଫାଇନାଲ୍ ହେଲା ସେତେବେଳେ ଏହାରି ସିଇଓ ପରାଗ ଅଗରୱାଲ ଓ ନିଦ ଶେହଗଲ ଟ୍ୱିଟର ସାନଫ୍ରାନ୍ସିକୋ ମୁଖ୍ୟାଳୟରେ ଥିଲେ। ଟ୍ୱିଟର କିଣିବା ପରଦିନ ଇଲନ ମସ୍କ ଟ୍ୱିଟର ମୁଖ୍ୟାଳୟ ଯିବା ସହିତ ଟ୍ୱିଟରରେ ନିଜର ବାୟୋ ବଦଳାଇ ଟ୍ୱିଟର ମୁଖ୍ୟ ବୋଲି ଲେଖିଥଲେ।

ସୂଚନାଯୋଗ୍ୟ ପ୍ରଥମେ ଟ୍ୱିଟରକୁ କିଣିବା ପାଇଁ ମସ୍କ ୪୪ ବିଲିୟନ ଡଲାରର ଚୁକ୍ତି କରିଥିଲେ। ଏ ସମ୍ପର୍କରେ ସେ ଚଳିତ ବର୍ଷ ଏପ୍ରିଲ୍ ୧୩ରେ ଘୋଷଣା ବି କରିଥିଲେ। ତେବେ ସେ ପୁଣି ଏହି ଡିଲକୁ ଅଧାରୁ ଅଟକାଇ ଦେଇଥିଲେ। ଏହା ପରେ ଟ୍ୱିଟର ସିଇଓ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। କୋର୍ଟ ମସ୍କଙ୍କୁ ଏହି ଡିଲ୍‌ ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ନେବାକୁ ଅକ୍ଟୋବର ୨୭ ତାରିଖ ଯାଏ ସମୟ ଦେଇଥିଲେ।ଡେଡ ଲାଇନର ଶେଷ ଦିନ ଅର୍ଥାତ ଅକ୍ଟୋବର ୨୭ରେ ମସ୍କ ବେଶ ନିଆରା ଢଙ୍ଗରେ ଟ୍ୱିଟର ଡିଲ୍‌ ଫାଇନାଲ କରିବାକୁ ଏହାର ଅଫିସରେ ପହଞ୍ଚିଥିଲେ। ସେ ହାତରେ ଗୋଟିଏ ୱାଶ ବେସିନ୍ ଧରି ଟ୍ୱିଟର କାର୍ୟ୍ୟାଳୟରେ ବୁଲୁଥିବା ଭିଡିଓ ସାମ୍ନାକୁ ଆସିଥିଲା। ସେହିପରି ସେ ଟ୍ୱିଟର କାର୍ଯ୍ୟାଳୟରେ କଫି ପିଉଥିବା ଫଟୋ ମଧ୍ୟ ଛାଡ଼ିଥିଲେ।

ଅନ୍ୟପକ୍ଷରେ ମସ୍କଙ୍କ ସହ କାମ କରିବାକୁ ଚାହୁଁ ନଥିବା ଅନେକ ଟ୍ୱିଟର କର୍ମଚାରୀମାନେ ମଧ୍ୟ ପର୍ଯ୍ୟାୟକ୍ରମରେ କମ୍ପାନୀ ଛାଡ଼ିବା ଆରମ୍ଭ କରିଥିବା ମଧ୍ୟ ଖବର ମିଳିଛି। ତେବେ ଆହୁରି ଅନେକ କର୍ମଚାରୀ ଏବେ ବି କମ୍ପାନୀ ସହ ଜଡ଼ିତ ହୋଇ ରହିଛନ୍ତି। ସେମାନେ ମସ୍କଙ୍କ ସହ କାମ କରିବାକୁ ରାଜି ଥିବା କୁହାଯାଉଛି।

ଜ୍ୟାକ୍ ଡୋରସେ ଟ୍ୱିଟର ଛାଡ଼ିବା ପରେ ଗତବର୍ଷ ନଭେମ୍ବର୍‌ରେ ଭାରତର ପରାଗ ଅଗ୍ରୱାଲ କମ୍ପାନୀର ସିଇଓ ହୋଇଥିଲେ। ପରେ ଏଲନ ମସ୍କ ଟ୍ୱିଟଟରର ସିଂହ ଭାଗ ଶେୟାର କିଣିଥିଲେ। ଏହାପରେ ସେ ପୂରା ଟ୍ୱିଟରକୁ କିଣିବା ପାଇଁ ୪୪ ବିଲିୟନର ଡିଲ କରିଥିଲେ। କିନ୍ତୁ ଟ୍ୱିଟର ପକ୍ଷରୁ ନକଲି ଆକାଉଣ୍ଟ ସମ୍ପର୍କରେ ତଥ୍ୟ ସାର୍ବଜନୀନ କରାଯାଉ ନଥିବାରୁ ମସ୍କ ଡିଲ ବାତିଲ କରିବାକୁ ଧମକ ଦେଇଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର