ବ୍ୟକ୍ତିଗତ ଭାବେ ମୁଁ ଭାରତର ସବୁଠାରୁ ବଡ ପ୍ରଶଂସକ- ଚୀନ ରାଷ୍ଟ୍ରଦୂତ

The Sakala Picture
Published On

ଢାକା: ଭାରତକୁ ପ୍ରଶଂସା କଲେ ଚୀନ ରାଷ୍ଟ୍ରଦୂତ। କହିଲେ, ମୁଁ ଭାରତର ସବୁଠାରୁ ବଡ଼ ଫ୍ୟାନ୍। ବାଂଲାଦେଶରେ ଥିବା ଚୀନ ରାଷ୍ଟ୍ରଦୂତ ଲି ଜିମିଂ ଏହି ମନ୍ତବ୍ୟ ଦେଇଛନ୍ତି। ଦୁଇ ଦେଶ ମଧ୍ୟରେ ଥିବା ସମ୍ପର୍କକୁ ନେଇ ସେ ନିଜ ମତ ରଖୁଥିବା ବେଳେ ଭାରତ ବିଷୟରେ ତାଙ୍କ ଭଲପାଇବାକୁ ଏପରି ପ୍ରକାଶ କରିଛନ୍ତି ଜିମିଂ। ସେ କହିଛନ୍ତି “ ବ୍ୟକ୍ତିଗତ ଭାବେ ମୁଁ ଭାରତର ସବୁଠାରୁ ବଡ୍ ପ୍ରଶଂସକ। ଆମେ ମିଳିମିଶି ଆମ ଭିତରେ ଥିବା […]

ଢାକା: ଭାରତକୁ ପ୍ରଶଂସା କଲେ ଚୀନ ରାଷ୍ଟ୍ରଦୂତ। କହିଲେ, ମୁଁ ଭାରତର ସବୁଠାରୁ ବଡ଼ ଫ୍ୟାନ୍। ବାଂଲାଦେଶରେ ଥିବା ଚୀନ ରାଷ୍ଟ୍ରଦୂତ ଲି ଜିମିଂ ଏହି ମନ୍ତବ୍ୟ ଦେଇଛନ୍ତି। ଦୁଇ ଦେଶ ମଧ୍ୟରେ ଥିବା ସମ୍ପର୍କକୁ ନେଇ ସେ ନିଜ ମତ ରଖୁଥିବା ବେଳେ ଭାରତ ବିଷୟରେ ତାଙ୍କ ଭଲପାଇବାକୁ ଏପରି ପ୍ରକାଶ କରିଛନ୍ତି ଜିମିଂ।

ଆହୁରି ପଢ଼ନ୍ତୁ: ରୁଷ-ୟୁକ୍ରେନ ଯୁଦ୍ଧ ଶେଷ କରିବାରେ ସାହାଯ୍ୟ କରିବାକୁ ଭାରତ ପ୍ରସ୍ତୁତ: କିଭ୍ ଗସ୍ତରେ କହିଲେ ଏସ୍ ଜୟଶଙ୍କର

ସେ କହିଛନ୍ତି “ ବ୍ୟକ୍ତିଗତ ଭାବେ ମୁଁ ଭାରତର ସବୁଠାରୁ ବଡ୍ ପ୍ରଶଂସକ। ଆମେ ମିଳିମିଶି ଆମ ଭିତରେ ଥିବା ଅର୍ଥନୈତିକ, ଭୂରାଜନୈତିକ ସମସ୍ୟାର ସମାଧାନ କରିପାରିବୁ।” ବାଂଲାଦେଶର କୂଟନୈତିକ ପ୍ରତିନିଧିଙ୍କ ସହ ଆଲୋଚନା କଲା ବେଳେ ଲିମ ଜିମିଂ କହିଛନ୍ତି ଯେ ଚୀନ ଭାରତକୁ କେବେ ବି ଏକ ରଣନୈତିକ ଶତ୍ରୁ ଓ ପ୍ରତିଦ୍ୱନ୍ଦ୍ୱୀ ଭାବେ ଦେଖି ନାହିଁ। ତେବେ ବଙ୍ଗୋପ ସାଗରରେ ଅଧିକ ସେନା ମୁତୟନ ହେଉ ଚୀନ ଚାହେଁନି ଏହା ଦେଖିବାକୁ ଚହେଁନି ବୋଲି ଲି ଜିମିଂ କହିଛନ୍ତି।।

ଆହୁରି ପଢ଼ନ୍ତୁ: ପ୍ରତିରକ୍ଷା ବାହିନୀ ପାଇଁ ୧.୧୦ ଲକ୍ଷ କୋଟି ଟଙ୍କାର ଅସ୍ତ୍ରଶସ୍ତ୍ର ଓ ଉପକରଣ କ୍ରୟ ପ୍ରସ୍ତାବକୁ DACର ମଞ୍ଜୁରୀ

ଗତକାଲି ଭାରତରେ ଥିବା ଚୀନ ରାଷ୍ଟ୍ରଦୂତ ସନ ୱେଇଡଙ୍ଗ ଅବସର ନେବା ସମୟରେ ତାଙ୍କ ବିଦାୟିକାଳୀନ ଭାଷଣରେ ଭାରତ ଓ ଚୀନକୁ ଉପଦେଶ ଦେଇଥିଲେ। ଦୁଇ ଦେଶ କେହି କାହାର ଅନ୍ତରୀଣ ମାମଲାରେ ହସ୍ତକ୍ଷେପ କରନ୍ତୁ ନାହିଁ ବୋଲି ସେ କହିଥିଲେ। ତେବେ ତାଙ୍କୁ ଭାରତରେ କାମ କରି ଭଲ ଲାଗିଲା ବୋଲି କହିଥିଲେ। ଏହାପରେ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ସନଙ୍କ ସହ ମିଶି ଚୀନକୁ ମଧ୍ୟ ପରୋକ୍ଷରେ ପରାମର୍ଶ ଦେଇଥିଲେ। ଦୁଇ ଦେଶର ସମ୍ପର୍କର ସୁଧୁରିବା ସମସ୍ତଙ୍କର ଇଣ୍ଟରେଷ୍ଟ ଉପରେ ନିର୍ଭର କରେ ବୋଲି ଜୟଶଙ୍କର କହିଥିଲେ।

ଆହୁରି ପଢ଼ନ୍ତୁ: ଝାରସୁଗୁଡ଼ା-ଖଡ଼ଗପୁର ୪ ଲେନ୍‌ ରେଲୱେ ଟ୍ରାକ୍‌କୁ ଅର୍ଥନୈତିକ ବ୍ୟାପାର କ୍ୟାବିନେଟ୍‌ କମିଟିର ଅନୁମୋଦନ

୨୦୨୦ରେ ପୂର୍ବ ଲଦାଖର ଗାଲୱାନ ଉପତ୍ୟକା ମଧ୍ୟରେ ସଂଘର୍ଷ ପରେ ଭାରତ ଏବଂ ଚୀନ୍ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ତିକ୍ତ ହୋଇପଡିଥିଲା। ଏହା ପୂର୍ବରୁ ପାଙ୍ଗୋଙ୍ଗ ହ୍ରଦ ଅଞ୍ଚଳରେ ହିଂସାତ୍ମକ ସଂଘର୍ଷ ଘଟିଥିଲା।

 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର