ହିଜାବ ବ୍ଯାନକୁ ନେଇ ଅସହମତି, ପ୍ରଧାନ ବିଚାରପତିଙ୍କ ଉପରେ ନିଷ୍ପତ୍ତି ଛାଡିଲେ ଖଣ୍ଡପୀଠ

The Sakala Picture
Published On

ନୂଆଦିଲ୍ଲୀ: ହିଜାବ ପ୍ରସଙ୍ଗରେ କର୍ଣ୍ଣାଟକ ହାଇକୋର୍ଟଙ୍କ ରାୟ ବିରୋଧରେ ସୁପ୍ରିମ୍‌କୋର୍ଟରେ ବିଚାରପତିଙ୍କ ଭିନ୍ନ ମତ ରହିଛି। ଜଷ୍ଟିସ୍ ହେମନ୍ତ ଗୁପ୍ତା ଓ ସୁଧାଂଶୁ ଧୁଲିଆଙ୍କ ଖଣ୍ଡପୀଠର ରାୟ ଭିନ୍ନ ରହିଛି।  ବିଚାରପତି ସୁଦର୍ଶନ ଧୁଲିଆ ହାଇକୋର୍ଟଙ୍କ ନିଷ୍ପତ୍ତି ଉପରେ କହିଛନ୍ତି ଯେ, ମୁଁ ଭାବୁଛି ହାଇକୋର୍ଟ ଏହି ପ୍ରସଙ୍ଗରେ ଭୁଲ ରାସ୍ତା ବାଛିଛନ୍ତି। ଏଭଳି ପରିସ୍ଥିତିରେ ଲାଗୁଛି ଯେ, ଏହି ମାମଲା ସାମ୍ବିଧାନିକ ବେଞ୍ଚକୁ ପଠାଯାଇପାରିବ। ଆବେଦନକାରୀଙ୍କ ବିବାଦ ଥିଲା ଯେ,  ସେମାନ କେବଳ ଛାତ୍ରୀ ନୁହନ୍ତି […]

ନୂଆଦିଲ୍ଲୀ: ହିଜାବ ପ୍ରସଙ୍ଗରେ କର୍ଣ୍ଣାଟକ ହାଇକୋର୍ଟଙ୍କ ରାୟ ବିରୋଧରେ ସୁପ୍ରିମ୍‌କୋର୍ଟରେ ବିଚାରପତିଙ୍କ ଭିନ୍ନ ମତ ରହିଛି। ଜଷ୍ଟିସ୍ ହେମନ୍ତ ଗୁପ୍ତା ଓ ସୁଧାଂଶୁ ଧୁଲିଆଙ୍କ ଖଣ୍ଡପୀଠର ରାୟ ଭିନ୍ନ ରହିଛି।  ବିଚାରପତି ସୁଦର୍ଶନ ଧୁଲିଆ ହାଇକୋର୍ଟଙ୍କ ନିଷ୍ପତ୍ତି ଉପରେ କହିଛନ୍ତି ଯେ, ମୁଁ ଭାବୁଛି ହାଇକୋର୍ଟ ଏହି ପ୍ରସଙ୍ଗରେ ଭୁଲ ରାସ୍ତା ବାଛିଛନ୍ତି।

ଆହୁରି ପଢ଼ନ୍ତୁ: ନେପାଳରେ ବନ୍ୟାର ତାଣ୍ଡବ: ୭୫୦୦ରୁ ଅଧିକ ଘର ଧ୍ୱଂସ, ରାସ୍ତା ଓ ପୋଲ ଭାଙ୍ଗିବା ଯୋଗୁଁ ବିପୁଳ କ୍ଷତି

ଏଭଳି ପରିସ୍ଥିତିରେ ଲାଗୁଛି ଯେ, ଏହି ମାମଲା ସାମ୍ବିଧାନିକ ବେଞ୍ଚକୁ ପଠାଯାଇପାରିବ। ଆବେଦନକାରୀଙ୍କ ବିବାଦ ଥିଲା ଯେ,  ସେମାନ କେବଳ ଛାତ୍ରୀ ନୁହନ୍ତି । ଭାରତର ନାଗରିକ ମଧ୍ୟ ଅଟନ୍ତି। ଏଭଳି ପରିସ୍ଥିତିରେ ଡ୍ରେସ କୋଡର ନିୟମ ଲାଗୁ କରିବା ସେମାନଙ୍କର ସାମ୍ବିଧାନିକ ଅଧିକାରର ଉଲ୍ଲଂଘନ ହେବ। ଏହା ପରେ ୨ ଜଣିଆ ଖଣ୍ଡପୀଠ ପ୍ରଧାନ ବିଚାରପତିଙ୍କ ଉପରେ ନିଷ୍ପତ୍ତି ଛାଡିଛନ୍ତି। ଏ ନେଇ ସୁପ୍ରିମକୋର୍ଟଙ୍କ ତିନି ଜଣିଆ ଖଣ୍ଡପୀଠକୁ ଏହି ମାମଲା ହସ୍ତାନ୍ତର କରାଯାଇଛି।

ଆହୁରି ପଢ଼ନ୍ତୁ: ଦିଲ୍ଲୀରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ସ୍ମାରକୀ ନିର୍ମାଣ ପାଇଁ ମିଳିଲା ଅନୁମୋଦନ, ରଖାଗଲା ଏହି ସବୁ ସର୍ତ୍ତ

କର୍ଣ୍ଣାଟକ ହାଇକୋର୍ଟଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ:
ହିଜାବ ବିବାଦ ଉପରେ କର୍ଣ୍ଣାଟକ ହାଇକୋର୍ଟଙ୍କ ନିଷ୍ପତ୍ତି ବିରୋଧରେ ସୁପ୍ରିମକୋର୍ଟରେ ୨୩ ଟି ଆବେଦନ କରାଯାଇଛି। ମାର୍ଚ୍ଚରେ ଏଗୁଡିକ ଦାଖଲ କରାଯାଇଥିଲା। ଆବେଦନକାରୀଙ୍କ ବରିଷ୍ଠ ଓକିଲ ରାଜୀବ ଧାୱନ, ଦୁଶନ୍ତ ଦବେ, ସଞ୍ଜୟ ହେଗଡେ ଏବଂ କପିଲ ସିବଲ ଉପସ୍ଥିତ ଥିଲେ।

କର୍ଣ୍ଣାଟକ ହାଇକୋର୍ଟଙ୍କ ରାୟ – ହିଜାବ ପିନ୍ଧିବା ବାଧ୍ୟତାମୂଳକ ନୁହେଁ 

ମାର୍ଚ୍ଚ ୧୫ରେ, କର୍ଣ୍ଣାଟକ ହାଇକୋର୍ଟ ଉଡୁପୀ ସରକାରୀ ପ୍ରି-ୟୁନିଭରସିଟି ବାଳିକା ମହାବିଦ୍ୟାଳୟର କିଛି ମୁସଲମାନ ଛାତ୍ରୀ ଶ୍ରେଣୀରେ ହିଜାବ ପିନ୍ଧିବାକୁ ଦାବି କରିଥିଲେ। ଏକ ଆବେଦନକୁ ଖାରଜ କରିଦେଇଥିଲେ। ଏହାର ପୂର୍ବ ଆଦେଶକୁ ସମର୍ଥନ କରି କୋର୍ଟ କହିଥିଲେ ଯେ, ହିଜାବ ପିନ୍ଧିବା ଇସଲାମର ଅତ୍ୟାବଶ୍ୟକ ଅଭ୍ୟାସର ଏକ ଅଂଶ ନୁହେଁ। ସମ୍ବିଧାନର ଧାରା ୨୫  ଅନୁଯାୟୀ ଏହାକୁ ସଂରକ୍ଷଣ ଦେବା  ଆବଶ୍ୟକ ନାହିଁ । କୋର୍ଟର ଏହି ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି କିଛି ବାଳିକା ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରିଥିଲେ ଯାହା ଶୁଣାଣି ହେଉଛି।

ଉଡୁପୀରୁ ବିବାଦ ଆରମ୍ଭ ହୋଇଥିଲା :

କର୍ଣ୍ଣାଟକରେ ହିଜାବ ବିବାଦ ଜାନୁଆରୀ ଆରମ୍ଭରେ ଉଡୁପୀ ଏକ ସରକାରୀ କଲେଜରେ ଆରମ୍ଭ ହୋଇଥିଲା  । ଯେଉଁଠାରେ ମୁସଲମାନ ଛାତ୍ରୀମାନଙ୍କୁ ହିଜାବ ପିନ୍ଧିବାକୁ ବାରଣ କରାଯାଇଥିଲା। ବିଦ୍ୟାଳୟ ପରିଚାଳନା ଏହାକୁ ୟୁନିଫର୍ମ କୋଡ ବିରୁଦ୍ଧରେ ବୋଲି କହିଥିଲା। ଏହା ପରେ ବିବାଦ ଅନ୍ୟ ସହରକୁ ବ୍ୟାପିଯାଇଥିଲା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର