ବିବାହିତା କିମ୍ବା ଅବିବାହିତା ସମସ୍ତଙ୍କର ସୁରକ୍ଷିତ ଓ ଆଇନଗତ ଗର୍ଭପାତର ଅଧିକାର ରହିଛି : ସୁପ୍ରିମ୍‌ କୋର୍ଟ

The Sakala Picture
Published On

ନୂଆଦିଲ୍ଲୀ : ସୁପ୍ରିମକୋର୍ଟ ଗୁରୁବାର ଦିନ ମହିଳାଙ୍କ ହକ ସମ୍ପର୍କିତ ଏକ ବଡ଼ ରାୟ ଦେଇଛନ୍ତି । ଯେଉଁଥିରେ ସର୍ବୋଚ୍ଚ ଅଦାଲତ ଅବିବାହିତାଙ୍କୁ ଗର୍ଭପାତ କରାଇବାର ଅଧିକାର ପ୍ରଦାନ କରିଛନ୍ତି । ସୁପ୍ରିମକୋର୍ଟ ତାଙ୍କ ରାୟରେ କହିଛନ୍ତି ଯେ ଭାରତର ସବୁ ମହିଳା ବିବାହିତ ହୁଅନ୍ତୁ କିମ୍ବା ଅବିବାହିତ ସମସ୍ତଙ୍କର ସୁରକ୍ଷିତ ଓ ଆଇନଗତ ଗର୍ଭପାତର ଅଧିକାର ରହିଛି । ସୁପ୍ରିମକୋର୍ଟ ଏମଟିପି ଆଇନ ଓ ଏହା ସମ୍ବନ୍ଧିତ ନିୟମରେ ପରିବର୍ତ୍ତନକୁ ନେଇ ଏହି ରାୟ ଦେଇଛନ୍ତି […]

ନୂଆଦିଲ୍ଲୀ : ସୁପ୍ରିମକୋର୍ଟ ଗୁରୁବାର ଦିନ ମହିଳାଙ୍କ ହକ ସମ୍ପର୍କିତ ଏକ ବଡ଼ ରାୟ ଦେଇଛନ୍ତି । ଯେଉଁଥିରେ ସର୍ବୋଚ୍ଚ ଅଦାଲତ ଅବିବାହିତାଙ୍କୁ ଗର୍ଭପାତ କରାଇବାର ଅଧିକାର ପ୍ରଦାନ କରିଛନ୍ତି । ସୁପ୍ରିମକୋର୍ଟ ତାଙ୍କ ରାୟରେ କହିଛନ୍ତି ଯେ ଭାରତର ସବୁ ମହିଳା ବିବାହିତ ହୁଅନ୍ତୁ କିମ୍ବା ଅବିବାହିତ ସମସ୍ତଙ୍କର ସୁରକ୍ଷିତ ଓ ଆଇନଗତ ଗର୍ଭପାତର ଅଧିକାର ରହିଛି । ସୁପ୍ରିମକୋର୍ଟ ଏମଟିପି ଆଇନ ଓ ଏହା ସମ୍ବନ୍ଧିତ ନିୟମରେ ପରିବର୍ତ୍ତନକୁ ନେଇ ଏହି ରାୟ ଦେଇଛନ୍ତି ।

ଆହୁରି ପଢ଼ନ୍ତୁ: କେରଳମ୍ ଛୁଇଁଲା ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ: IMD

ବିଚାରପତି ଡିୱାଇ ଚନ୍ଦ୍ରଚୁଡଙ୍କୁ ନେଇ ଗଠିତ ବେଞ୍ଚ କହିଛନ୍ତି ଯେ, ଅବିବାହିତ ମହିଳାଙ୍କୁ ଇଛାବିରୁଧ ଗର୍ଭର ଶିକାର ହେବା ଦେବା ମେଡିକାଲ ଟର୍ମିନେସନ ଅଫ୍ ପ୍ରେଗେନ୍ସି ଅଧିନିୟମର ଉଦ୍ଦେଷ୍ୟ ଓ ଭାବନାର ବିରୋଧାଚରଣ ହେବ । ସୁପ୍ରିମକୋର୍ଟ କହିଛନ୍ତି ଯେ, ୨୦୨୧ର ସଂଶୋଧନ ପରେ ଏମଟିପି ଆଇନର ଧାରା-୩ରେ ପତି ବଦଳରେ ପାର୍ଟନର ଶବ୍ଦର ବ୍ୟବହାର କରାଯାଇଛି । ଯାହାକି ଅଧିନିୟମରେ ଅବିବାହିତ ମହିଳାଙ୍କୁ ଏଥିରେ ସାମିଲ କରିବା ଲାଗି ଆଇନର ଉଦ୍ଦେଶ୍ୟକୁ ଦର୍ଶାଉଛି । ଏହା ସହିତ ନ୍ୟାୟାଳୟ ଏମସ୍ ନିର୍ଦ୍ଦେଶକଙ୍କୁ ଏକ ମେଡିକାଲ ବୋର୍ଡ୍ ଗଠନ କରିବାକୁ କାହିଛନ୍ତି । ଏହି ବୋର୍ଡ୍ ମହିଳାଙ୍କ ଉପରେ ଗର୍ଭପାତର ପ୍ରଭାବ ବାବଦରେ ତର୍ଜମା କରିବ । ଗର୍ଭପାତ ଦ୍ୱାରା ମହିଳାଙ୍କ ସ୍ୱାସ୍ଥ୍ୟ ଉପରେ କୌଣସି ପ୍ରଭାବ ପଡୁଛି ନା ନାହିଁ ତାହା ବୋର୍ଡ୍ ଦେଖିବ ବୋଲି ସୁପ୍ରିମକୋର୍ଟ କହିଛନ୍ତି ।

ଆହୁରି ପଢ଼ନ୍ତୁ: ସୋସିଆଲ ମିଡିଆରୁ କାହିଁକି ହଟୁଛି ପୋଷ୍ଟ? ସେନ୍ସରସିପ୍ ଗୁଜବ ଉପରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ଖୁଲାସା

ସୂଚନାଯୋଗ୍ୟ ଯେ, ଜଣେ ମହିଳା ମେଡିକାଲ ଟର୍ମିନେସନ୍ ଅଫ୍ ପ୍ରେଗେନ୍ସି-ଏମଟିପିର ନିୟମ ୩-ବିକୁ ଅଦାଲତରେ ଚ୍ୟାଲେଂଜ୍ କରିଥିଲେ । ଏହି ଧାରା କିଛି ବର୍ଗର ମହିଳାଙ୍କୁ ୨୦ରୁ ୨୪ ସପ୍ତାହର ଗର୍ଭକୁ ସମାପ୍ତ କରିବା ଅଧିକାର ଦେଇଥାଏ । ଅଦାଲତ କହିଛନ୍ତି ଯେ, ଆବେଦନକାରୀ କେବଳ ଅବିବାହିତା ବୋଲି ତାଙ୍କୁ ଏହି ଲାଭରୁ ବାଦ ଦିଆଯାଇ ପାରିବ ନାହିଁ ।

ଆହୁରି ପଢ଼ନ୍ତୁ: ପାକିସ୍ତାନ ସେନାର ଏମଆଇ-୧୭ ହେଲିକପ୍ଟର କ୍ରାସ୍: ସମସ୍ତ କର୍ମଚାରୀଙ୍କ ମୃତ୍ୟୁ

29 Sep 2022 By The Sakala

ବିବାହିତା କିମ୍ବା ଅବିବାହିତା ସମସ୍ତଙ୍କର ସୁରକ୍ଷିତ ଓ ଆଇନଗତ ଗର୍ଭପାତର ଅଧିକାର ରହିଛି : ସୁପ୍ରିମ୍‌ କୋର୍ଟ

ନୂଆଦିଲ୍ଲୀ : ସୁପ୍ରିମକୋର୍ଟ ଗୁରୁବାର ଦିନ ମହିଳାଙ୍କ ହକ ସମ୍ପର୍କିତ ଏକ ବଡ଼ ରାୟ ଦେଇଛନ୍ତି । ଯେଉଁଥିରେ ସର୍ବୋଚ୍ଚ ଅଦାଲତ ଅବିବାହିତାଙ୍କୁ ଗର୍ଭପାତ କରାଇବାର ଅଧିକାର ପ୍ରଦାନ କରିଛନ୍ତି । ସୁପ୍ରିମକୋର୍ଟ ତାଙ୍କ ରାୟରେ କହିଛନ୍ତି ଯେ ଭାରତର ସବୁ ମହିଳା ବିବାହିତ ହୁଅନ୍ତୁ କିମ୍ବା ଅବିବାହିତ ସମସ୍ତଙ୍କର ସୁରକ୍ଷିତ ଓ ଆଇନଗତ ଗର୍ଭପାତର ଅଧିକାର ରହିଛି । ସୁପ୍ରିମକୋର୍ଟ ଏମଟିପି ଆଇନ ଓ ଏହା ସମ୍ବନ୍ଧିତ ନିୟମରେ ପରିବର୍ତ୍ତନକୁ ନେଇ ଏହି ରାୟ ଦେଇଛନ୍ତି ।

ବିଚାରପତି ଡିୱାଇ ଚନ୍ଦ୍ରଚୁଡଙ୍କୁ ନେଇ ଗଠିତ ବେଞ୍ଚ କହିଛନ୍ତି ଯେ, ଅବିବାହିତ ମହିଳାଙ୍କୁ ଇଛାବିରୁଧ ଗର୍ଭର ଶିକାର ହେବା ଦେବା ମେଡିକାଲ ଟର୍ମିନେସନ ଅଫ୍ ପ୍ରେଗେନ୍ସି ଅଧିନିୟମର ଉଦ୍ଦେଷ୍ୟ ଓ ଭାବନାର ବିରୋଧାଚରଣ ହେବ । ସୁପ୍ରିମକୋର୍ଟ କହିଛନ୍ତି ଯେ, ୨୦୨୧ର ସଂଶୋଧନ ପରେ ଏମଟିପି ଆଇନର ଧାରା-୩ରେ ପତି ବଦଳରେ ପାର୍ଟନର ଶବ୍ଦର ବ୍ୟବହାର କରାଯାଇଛି । ଯାହାକି ଅଧିନିୟମରେ ଅବିବାହିତ ମହିଳାଙ୍କୁ ଏଥିରେ ସାମିଲ କରିବା ଲାଗି ଆଇନର ଉଦ୍ଦେଶ୍ୟକୁ ଦର୍ଶାଉଛି । ଏହା ସହିତ ନ୍ୟାୟାଳୟ ଏମସ୍ ନିର୍ଦ୍ଦେଶକଙ୍କୁ ଏକ ମେଡିକାଲ ବୋର୍ଡ୍ ଗଠନ କରିବାକୁ କାହିଛନ୍ତି । ଏହି ବୋର୍ଡ୍ ମହିଳାଙ୍କ ଉପରେ ଗର୍ଭପାତର ପ୍ରଭାବ ବାବଦରେ ତର୍ଜମା କରିବ । ଗର୍ଭପାତ ଦ୍ୱାରା ମହିଳାଙ୍କ ସ୍ୱାସ୍ଥ୍ୟ ଉପରେ କୌଣସି ପ୍ରଭାବ ପଡୁଛି ନା ନାହିଁ ତାହା ବୋର୍ଡ୍ ଦେଖିବ ବୋଲି ସୁପ୍ରିମକୋର୍ଟ କହିଛନ୍ତି ।

ସୂଚନାଯୋଗ୍ୟ ଯେ, ଜଣେ ମହିଳା ମେଡିକାଲ ଟର୍ମିନେସନ୍ ଅଫ୍ ପ୍ରେଗେନ୍ସି-ଏମଟିପିର ନିୟମ ୩-ବିକୁ ଅଦାଲତରେ ଚ୍ୟାଲେଂଜ୍ କରିଥିଲେ । ଏହି ଧାରା କିଛି ବର୍ଗର ମହିଳାଙ୍କୁ ୨୦ରୁ ୨୪ ସପ୍ତାହର ଗର୍ଭକୁ ସମାପ୍ତ କରିବା ଅଧିକାର ଦେଇଥାଏ । ଅଦାଲତ କହିଛନ୍ତି ଯେ, ଆବେଦନକାରୀ କେବଳ ଅବିବାହିତା ବୋଲି ତାଙ୍କୁ ଏହି ଲାଭରୁ ବାଦ ଦିଆଯାଇ ପାରିବ ନାହିଁ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର