୧୦ଟି ୟୁଟ୍ୟୁବ୍‌ ଚାନେଲରେ ପ୍ରସାରିତ ୪୫ଟି ଭିଡିଓକୁ ବ୍ଲକ କଲା ସୂଚନା ଏବଂ ପ୍ରସାରଣ ମନ୍ତ୍ରାଳୟ

The Sakala Picture
Published On

ନୂଆଦିଲ୍ଲୀ: ୧୦ଟି ୟୁଟ୍ୟୁବ୍‌ ଚାନେଲରେ ପ୍ରସାରିତ ୪୫ଟି ଭିଡିଓକୁ ବ୍ଲକ କଲା ସୂଚନା ଏବଂ ପ୍ରସାରଣ ମନ୍ତ୍ରାଳୟ । ଗୁଇନ୍ଦା ଏଜେନ୍ସିମାନଙ୍କ ଠାରୁ ମିଳିଥିବା ସୂଚନାକୁ ଆଧାର ଏହି ଭିଡିଓ ଗୁଡିକୁ ବ୍ଲକ କରି ଦିଆଯାଇଛି।  ସୂଚନା ପ୍ରଯୁକ୍ତି (ମଧ୍ୟସ୍ଥତା ମାର୍ଗଦର୍ଶିକା ଏବଂ ଡିଜିଟାଲ ଗଣମାଧ୍ୟମ ଆଚରଣ ସଂହିତା) ନିୟମାବଳୀ ୨୦୨୧ରେ ଥିବା ବ୍ୟବସ୍ଥା ଅନୁଯାୟୀ ଏହି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ବ୍ଲକ୍‌ ହୋଇଥିବା ଭିଡିଓଗୁଡ଼ିକୁ ପ୍ରାୟ ୧ କୋଟି ୩୦ ଲକ୍ଷରୁ ଅଧିକ ଦର୍ଶକ […]

ନୂଆଦିଲ୍ଲୀ: ୧୦ଟି ୟୁଟ୍ୟୁବ୍‌ ଚାନେଲରେ ପ୍ରସାରିତ ୪୫ଟି ଭିଡିଓକୁ ବ୍ଲକ କଲା ସୂଚନା ଏବଂ ପ୍ରସାରଣ ମନ୍ତ୍ରାଳୟ । ଗୁଇନ୍ଦା ଏଜେନ୍ସିମାନଙ୍କ ଠାରୁ ମିଳିଥିବା ସୂଚନାକୁ ଆଧାର ଏହି ଭିଡିଓ ଗୁଡିକୁ ବ୍ଲକ କରି ଦିଆଯାଇଛି।  ସୂଚନା ପ୍ରଯୁକ୍ତି (ମଧ୍ୟସ୍ଥତା ମାର୍ଗଦର୍ଶିକା ଏବଂ ଡିଜିଟାଲ ଗଣମାଧ୍ୟମ ଆଚରଣ ସଂହିତା) ନିୟମାବଳୀ ୨୦୨୧ରେ ଥିବା ବ୍ୟବସ୍ଥା ଅନୁଯାୟୀ ଏହି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ବ୍ଲକ୍‌ ହୋଇଥିବା ଭିଡିଓଗୁଡ଼ିକୁ ପ୍ରାୟ ୧ କୋଟି ୩୦ ଲକ୍ଷରୁ ଅଧିକ ଦର୍ଶକ ଦେଖିଥିଲେ।

ଆହୁରି ପଢ଼ନ୍ତୁ: ଇରାନ ସହ ତିକ୍ତତା ମଧ୍ୟରେ ୨୫୦ ଦିନର ଲମ୍ବା ମିଶନ ପରେ ଥାଇଲାଣ୍ଡରେ ପହଞ୍ଚିଲା ଆମେରିକୀୟ ଯୁଦ୍ଧପୋତ 'ୟୁଏସଏସ ଅବ୍ରାହମ ଲିଙ୍କନ'

ସୂଚାନା ଅନୁଯାୟ, ଉକ୍ତ ଭିଡିଓ ଗୁଡିକ ବିଭିନ୍ନ ଧାର୍ମିକ ସମ୍ପ୍ରଦାୟ ମଧ୍ୟରେ ଘୃଣା ଓ ବିଦ୍ବେଷ ସୃଷ୍ଟି କରିବାର ମନ୍ଦ ଉଦ୍ଦେଶ୍ୟ ନେଇ ଏସବୁ ଭିଡିଓରେ ମିଥ୍ୟା ଖବର ଏବଂ ଜାଣିଶୁଣି ବଦଳା ଯାଇଥିବା ଭିଡିଓ ପ୍ରସାରିତ କରାଯାଉଥିଲା। ଏଥିରେ କେତେକ ମିଥ୍ୟା ଦାବି କରାଯାଇଥିଲା । ସୂଚନା ଏବଂ ପ୍ରସାରଣ ମନ୍ତ୍ରାଳୟ ପକ୍ଷରୁ ଯେଉଁ ସବୁ ୟୁଟ୍ୟୁବ ଚାନେଲର ବିଷୟବସ୍ତୁକୁ ବନ୍ଦ କରାଯାଇଛି ସେସବୁ ଦେଶର ସାର୍ବଭୌମତ୍ବ ଏବଂ ଅଖଣ୍ଡତା, ଦେଶର ସୁରକ୍ଷା, ଅନ୍ୟ ରାଷ୍ଟ୍ରମାନଙ୍କ ସହିତ ଭାରତର ବନ୍ଧୁତ୍ବପୂର୍ଣ୍ଣ ସମ୍ପର୍କ ପ୍ରତି କ୍ଷତିକାରକ ଥିଲା। ଏହା ଦ୍ବାରା ଦେଶରେ ସାର୍ବଜନୀନ ବ୍ୟବସ୍ଥା ଓ ଆଇନଶୃଙ୍ଖଳା ନଷ୍ଟ ହେବାର ଆଶଙ୍କା ରହିଥିଲା। ତଦନୁଯାୟୀ, ଏସବୁ ବିଷୟବସ୍ତୁ ସୂଚନା ପ୍ରଯୁକ୍ତି ଆଇନ, ୨୦୦ର ଧାରା ୬୯ ଏ ପରିଧି ମଧ୍ୟରେ ଆସୁଥିଲା।

ଆହୁରି ପଢ଼ନ୍ତୁ: ଦିଶା ସାଲିଆନଙ୍କ ମୃତ୍ୟୁ ମାମଲା: ସିବିଆଇକୁ FIR ରୁଜୁ କରିବାକୁ ବମ୍ବେ ହାଇକୋର୍ଟଙ୍କ ନିର୍ଦ୍ଦେଶ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର