ଶ୍ରୀଲଙ୍କା ପରେ ପାକିସ୍ତାନର ସ୍ଥିତି ସଂଘାତିକ; ବନ୍ୟା-ମହଙ୍ଗା ବଜାର-ଋଣ ସହ ଯୁଝୁଛି ପାକିସ୍ତାନ

The Sakala Picture
Published On

ନୂଆଦିଲ୍ଲୀ: ଶ୍ରୀଲଙ୍କା ପରେ ଦିନକୁ ଦିନ ସଂଘାତିକ ହେବାରେ ଲାଗିଛି ପାକିସ୍ତାନର ସ୍ଥିତି। ବନ୍ୟା, ମୁଦ୍ରାସ୍ଫୀତି ଏବଂ ବିପୁଳ ଋଣ ଭାର ସହ ଯୁଝୁଥିବା ପାକିସ୍ତାନ ଏବେ ଭାରତ ସହିତ ପୁନର୍ବାର ବାଣିଜ୍ୟ କାରବାର ଆରମ୍ଭ ଭାରତ ସହିତ ବାଣିଜ୍ୟ ମାର୍ଗ ପୁଣି ଥରେ ଖୋଲିବାକୁ ପାକିସ୍ତାନ ସଙ୍କେତ ଦେଇଛି। ପାକିସ୍ତାନର ଅର୍ଥମନ୍ତ୍ରୀ ମିଫ୍ଟା ଇସମାଇଲ ଘୋଷଣା ଏ ନେଇ କରିଛନ୍ତି। ସେ କହିଛନ୍ତି ଯେ ବର୍ଷା ପରେ ବନ୍ୟା ପରିସ୍ଥିତି ଏବଂ ଖାଦ୍ୟ ସାମଗ୍ରୀର ମୂଲ୍ୟବୃଦ୍ଧି […]

ନୂଆଦିଲ୍ଲୀ: ଶ୍ରୀଲଙ୍କା ପରେ ଦିନକୁ ଦିନ ସଂଘାତିକ ହେବାରେ ଲାଗିଛି ପାକିସ୍ତାନର ସ୍ଥିତି। ବନ୍ୟା, ମୁଦ୍ରାସ୍ଫୀତି ଏବଂ ବିପୁଳ ଋଣ ଭାର ସହ ଯୁଝୁଥିବା ପାକିସ୍ତାନ ଏବେ ଭାରତ ସହିତ ପୁନର୍ବାର ବାଣିଜ୍ୟ କାରବାର ଆରମ୍ଭ ଭାରତ ସହିତ ବାଣିଜ୍ୟ ମାର୍ଗ ପୁଣି ଥରେ ଖୋଲିବାକୁ ପାକିସ୍ତାନ ସଙ୍କେତ ଦେଇଛି। ପାକିସ୍ତାନର ଅର୍ଥମନ୍ତ୍ରୀ ମିଫ୍ଟା ଇସମାଇଲ ଘୋଷଣା ଏ ନେଇ କରିଛନ୍ତି। ସେ କହିଛନ୍ତି ଯେ ବର୍ଷା ପରେ ବନ୍ୟା ପରିସ୍ଥିତି ଏବଂ ଖାଦ୍ୟ ସାମଗ୍ରୀର ମୂଲ୍ୟବୃଦ୍ଧି କାରଣରୁ ସେମାନେ ଭାରତ ସହିତ ବାଣିଜ୍ୟ ମାର୍ଗ ଖୋଲିବାକୁ ଇଚ୍ଛୁକ।

ଆହୁରି ପଢ଼ନ୍ତୁ: ନେପାଳରେ ବନ୍ୟାର ତାଣ୍ଡବ: ୭୫୦୦ରୁ ଅଧିକ ଘର ଧ୍ୱଂସ, ରାସ୍ତା ଓ ପୋଲ ଭାଙ୍ଗିବା ଯୋଗୁଁ ବିପୁଳ କ୍ଷତି

ଇସଲାମାବାଦରେ ଏକ ସାମ୍ବାଦିକ ଇସମାଇଲ କହିଛନ୍ତି ଯେ ଦେଶରେ ଦେଖାଦେଇଥିବା ଭୟଙ୍କର ବନ୍ୟା ପରିସ୍ଥିତି ଯୋଗୁ ଅର୍ଥନୀତିର ବିଭିନ୍ନ କ୍ଷେତ୍ରରେ ଅତି କମ୍‌ରେ ୧୦ ବିଲିୟନ ଡଲାର କ୍ଷତି ହୋଇଛି। ଏହା ହେଉଛି ପ୍ରାଥମିକ ମୂଲ୍ୟାଙ୍କନ ଏବଂ ତୃଣ ମୂଳ ସ୍ତରରୁ ସର୍ଭେ କରିବା ପରେ ଏହି ପରିମାଣ ବଢ଼ିପାରେ। ପ୍ରାଥମିକ ଆକଳନରୁ ଜଣାପଡିଛି ଯେ ପଞ୍ଜାବ, ସିନ୍ଧ, ବେଲୁଚିସ୍ତାନ ଏବଂ ଖାଇବର ପଖତୁନ୍‌ନଖୱା ପ୍ରମୁଖ ବନ୍ୟା ପ୍ରଭାବିତ ଅଞ୍ଚଳରେ ବହୁ ସଂଖ୍ୟା ଘର, ହୋଟେଲ ଏବଂ ସଡ଼କରେ ନଷ୍ଟ ହୋଇଛି। ଏଥିରେ ଦେଶର ବିଭିନ୍ନ ସ୍ଥାନରେ ୧୦୦୦ ରୁ ଅଧିକ ଲୋକ ଏବଂ ଲକ୍ଷାଧିକ ଗାଇଗୋରୁଙ୍କର ମୃତ୍ୟୁ ଘଟିଛି।

ଆହୁରି ପଢ଼ନ୍ତୁ: ରୁଷ-ୟୁକ୍ରେନ ଯୁଦ୍ଧ ଶେଷ କରିବାରେ ସାହାଯ୍ୟ କରିବାକୁ ଭାରତ ପ୍ରସ୍ତୁତ: କିଭ୍ ଗସ୍ତରେ କହିଲେ ଏସ୍ ଜୟଶଙ୍କର

ଏଭଳି ସମୟରେ ପାକିସ୍ତାନରେ ଅତ୍ୟାବଶ୍ୟକ ସାମଗ୍ରୀ ଦର ଆକାଶଛୁଆଁ ହୋଇଛି, ଯାହା ସରକାରଙ୍କ ନିଦ ହଜାଇ ଦେଇଛି। ଶ୍ରୀଲଙ୍କା ପରେ ପାକିସ୍ତାନ ବର୍ତ୍ତମାନ ଭୟଙ୍କର ମୁଦ୍ରାସ୍ଫୀତି ଜନିତ ସମସ୍ୟାର ସମ୍ମୁଖୀନ ହୋଇଛି। ପୂର୍ବରୁ ଦେଶରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ବଢ଼ିଥିବାବେଳେ ବର୍ତ୍ତମାନ ପନିପରିବା ଭଳି ଅତ୍ୟାବଶ୍ୟକ ସାମଗ୍ରୀର ମୂଲ୍ୟ ଢ଼େର ବଢ଼ିଯାଇଛି। ପାକିସ୍ତାନର ବଜାରରେ ଟମାଟୋ କିଲୋ ପିଛା ୫୦୦ ଟଙ୍କା ଏବଂ ପିଆଜ ୪୦୦ ଟଙ୍କା ଛୁଇଁଛି। ଏଭଳି ସମୟରେ ପାକିସ୍ତାନ ସରକାର ବିଦେଶରୁ ପିଆଜ-ଟମାଟୋ ଆମଦାନୀ କରିବାକୁ ଯୋଜନା କରୁଥିବା ଜଣାଯାଇଛି। ପାଇକାରୀ ବ୍ୟବସାୟୀଙ୍କ ମତରେ ଗୁରୁତର ବନ୍ୟା ପରିସ୍ଥିତି ଏବଂ ଉତ୍ପାଦନ ହ୍ରାସକୁ ଦୃଷ୍ଟିରେ ରଖି ଯଦି ସରକାର କୌଣସି ଆଖିଦୃଶିଆ ପଦକ୍ଷେପ ଗ୍ରହଣ ନ କରନ୍ତି ତେବେ ଟମାଟୋ ଏବଂ ପିଆଜର ମୂଲ୍ୟ ଏଠାରେ କିଲୋ ପିଛା ୭୦୦ ଟଙ୍କା ଛୁଇଁବ। ଅତ୍ୟାବଶ୍ୟକ ପନିପରିବା ମଧ୍ୟରେ ଆଳୁ କିଷଳା ପିଛା ଦର ୪୦ ରୁ ୧୨୦ ଟଙ୍କାକୁ ବୃଦ୍ଧି ପାଇଛି।

ଆହୁରି ପଢ଼ନ୍ତୁ: ନେପାଳରେ ମାଟି ତଳେ ପୋତି ହୋଇଛି ସୁଡ଼ଙ୍ଗ ଓ ଶ୍ରମିକ, ଉଦ୍ଧାର କାର୍ଯ୍ୟରେ ସାହାଯ୍ୟ କରୁଛି ଇଞ୍ଜିନିୟରଙ୍କ ହ୍ୱାଟ୍ସଆପ୍ ଗ୍ରୁପ୍

ବର୍ତ୍ତମାନ ପାକିସ୍ତାନକୁ ପିଆଜ ଏବଂ ଟମାଟୋ ଆଫଗାନିସ୍ତାନରୁ ଲାହୋରର ଟୋର୍କାମ ସୀମା ଏବଂ ପଞ୍ଜାବର ଅନ୍ୟାନ୍ୟ ସହର ଦେଇଆସୁଛି। ଯୋଗାଣ ପର୍ଯ୍ୟାପ୍ତ ହେଉ ନ ଥିବାରୁ ପାକିସ୍ତାନ ସରକାର ଏହାକୁ ଭାରତରୁ ଆମଦାନୀ କରିବାକୁ ପ୍ରସ୍ତୁତ ହେଉଛନ୍ତି, ଯାହା ବାଗା ସୀମାରୁ କରାଯିବ। ଇରାନରୁ ପନିପରିବା ଆମଦାନି କରିବା ପାଇଁ ପାକିସ୍ତାନ ପାଇଁ ବିକଳ୍ପ ରହିଛି, କିନ୍ତୁ ଇରାନ ସରକାର ଆମଦାନି-ରପ୍ତାନି ଉପରେ ଟିକସ ବୃଦ୍ଧି କରିଛନ୍ତି। ଫଳରେ ପାକିସ୍ତାନକୁ ସେଠାରୁ ଆମଦାନୀ କରିବା ମହଙ୍ଗା ହେବ। ଏଭଳି ପରିସ୍ଥିତିରେ ପାକିସ୍ତାନ ପାଇଁ ଭାରତ ସର୍ବୋତ୍ତମ ବିକଳ୍ପ ବୋଲି ମନେହୁଏ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର