ଅକ୍ଟୋବର ୧୨ ସୁଦ୍ଧା ୫ଜି, ଓଡ଼ିଶା ବାଦ୍

The Sakala Picture
Published On

ନୂଆଦିଲ୍ଲୀ: ଦେଶରେ ଖୁବ୍‌ ଶୀଘ୍ର ଆରମ୍ଭ ହେବ ‘୫ଜି’ ସେବା। ‘୫ଜି’ ଆସିବା ପରେ ୪ଜି ତୁଳନାରେ ଇଣ୍ଟରନେଟ୍ ସ୍ପିଡ୍ ୧୦ ଗୁଣ ବୃଦ୍ଧି ପାଇବ। କେନ୍ଦ୍ର ଯୋଗାଯୋଗ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ‘୫ଜି’ ସେବା ଶୁଭାରମ୍ଭକୁ ନେଇ ବଡ ଘୋଷଣା କରିଛନ୍ତି। ଅକ୍ଟୋବର ୧୨ ସୁଦ୍ଧା ଦେଶରେ ‘୫ଜି’ ସେବା ଆରମ୍ଭ ହେବା ନେଇ କେନ୍ଦ୍ରମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି। ଏହାପରେ ଆସନ୍ତା ୨-୩ ବର୍ଷ ମଧ୍ୟରେ ସାରା ଦେଶରେ ଏହାର ବିସ୍ତାର […]

ନୂଆଦିଲ୍ଲୀ: ଦେଶରେ ଖୁବ୍‌ ଶୀଘ୍ର ଆରମ୍ଭ ହେବ ‘୫ଜି’ ସେବା। ‘୫ଜି’ ଆସିବା ପରେ ୪ଜି ତୁଳନାରେ ଇଣ୍ଟରନେଟ୍ ସ୍ପିଡ୍ ୧୦ ଗୁଣ ବୃଦ୍ଧି ପାଇବ। କେନ୍ଦ୍ର ଯୋଗାଯୋଗ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ‘୫ଜି’ ସେବା ଶୁଭାରମ୍ଭକୁ ନେଇ ବଡ ଘୋଷଣା କରିଛନ୍ତି। ଅକ୍ଟୋବର ୧୨ ସୁଦ୍ଧା ଦେଶରେ ‘୫ଜି’ ସେବା ଆରମ୍ଭ ହେବା ନେଇ କେନ୍ଦ୍ରମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି। ଏହାପରେ ଆସନ୍ତା ୨-୩ ବର୍ଷ ମଧ୍ୟରେ ସାରା ଦେଶରେ ଏହାର ବିସ୍ତାର କରାଯିବ। ପ୍ରାରମ୍ଭିକ ପର୍ଯ୍ୟାୟରେ ଦେଶର ୧୩ ଟି ସହରରୁ ‘୫ଜି’ ସେବା ମଧ୍ୟ ଆରମ୍ଭ ହୋଇପାରିବ।

ଆହୁରି ପଢ଼ନ୍ତୁ: ପଞ୍ଜାବ ଭୋଟର ତାଲିକାରୁ କଟିଲା ରାଘବ ଚଢ଼ାଙ୍କ ନାଁ: ଆଣିଲେ ରାଜନୈତିକ ଷଡ଼ଯନ୍ତ୍ରର ଅଭିଯୋଗ

ଏହା ପୂର୍ବରୁ ଆଶା କରାଯାଉଥିଲା ଯେ ଚଳିତବର୍ଷ ଅଗଷ୍ଟ ୧୫ରେ ସ୍ୱାଧୀନତା ଦିବସ ଅବସରରେ ସରକାର ‘୫ଜି’ ସେବା ଆରମ୍ଭ କରିବେ। ବର୍ତ୍ତମାନ ଆଶା କରାଯାଉଛି ଯେ ୨୯ ସେପ୍ଟେମ୍ବର ୨୦୨୨ରେ ହେବାକୁ ଥିବା ଇଣ୍ଡିଆ ମୋବାଇଲ୍ କଂଗ୍ରେସ (ଆଇଏମସି)ର ଉଦ୍‌ଘାଟନ ଅବସରରେ ଭାରତ ସରକାର ଦେଶରେ ‘୫ଜି’ ସେବା ଆରମ୍ଭ କରିବାକୁ ଘୋଷଣା କରିବେ। ଶ୍ରୀ ବୈଷ୍ଣବ କହିଛନ୍ତି ଯେ, କେନ୍ଦ୍ର ସରକାର ‘୫ଜି’ ସେବା ଶୀଘ୍ର ଆରମ୍ଭ କରିବାକୁ ଚାହୁଁଛନ୍ତି। ଟେଲିକମ୍ ଅପରେଟରମାନେ ଏହା ଉପରେ କାର୍ଯ୍ୟ କରୁଛନ୍ତି ଏବଂ ସଂସ୍ଥାପନ କାର୍ଯ୍ୟ କରାଯାଉଛି। ଏହାସହ ଏହି ସେବା ଯେପରି ସୁଲଭ ମୂଲ୍ୟରେ ଲୋକଙ୍କୁ ମିଳିବ ତାହା ମଧ୍ୟ ସୁନିଶ୍ଚିତ କରୁଛୁ। ‘୫ଜି’ ସେବା ବିସ୍ତାର ପାଇଁ ଉଭୟ ସହର ଏବଂ ଗ୍ରାମୀଣ ଅଞ୍ଚଳରେ ଧ୍ୟାନ କେନ୍ଦ୍ରୀତ କରାଯାଉଛି। ଇଲେକ୍ଟ୍ରୋ ମ୍ୟାଗ୍‌ନେଟିକ ରେଡିଏସନ ବା ବିକିରଣ କ୍ଷତି ଉପରେ ମଧ୍ୟ କେନ୍ଦ୍ରମନ୍ତ୍ରୀ ପ୍ରତିକ୍ରିୟା ରଖିଛନ୍ତି।

ଆହୁରି ପଢ଼ନ୍ତୁ: ଶ୍ରୀନଗର ବିମାନବନ୍ଦରରେ ଅଘଟଣ: ପାର୍କିଂ ବେଳେ ଖୁଣ୍ଟରେ ପିଟି ହେଲା ଇଣ୍ଡିଗୋ ବିମାନ, ସମସ୍ତ ଯାତ୍ରୀ ସୁରକ୍ଷିତ

ଆମେରିକା ଏବଂ ୟୁରୋପ ତୁଳନାରେ ଭାରତରେ ‘୫ଜି’ର ବିକିରଣ ପ୍ରଭାବ ୧୦ ଗୁଣା କମ ରହିବ, ଫଳରେ ଏଠାରେ ଏ ନେଇ ବିପଦ ନାହିଁ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି। ପ୍ରାରମ୍ଭିକ ପର୍ଯ୍ୟାୟରେ ଦେଶର ଅହମ୍ମଦାବାଦ ବେଙ୍ଗାଲୁରୁ, ଚଣ୍ଡିଗଡ଼, ଚେନ୍ନାଇ, ଦିଲ୍ଲୀ, ଗାନ୍ଧିନଗର, ଗୁରୁଗ୍ରାମ, ହାଇଦ୍ରାବାଦ, ଜାମନଗର, କଲକାତା, ଲକ୍ଷ୍ନୌ, ମୁମ୍ବଇ ଏବଂ ପୁନେ ସହର ଅନ୍ତର୍ଭୁକ୍ତ। ନିକଟରେ ଅନୁଷ୍ଠିତ ନିଲାମରେ ଜିତିଥିବା ସ୍ପେକ୍ଟ୍ରମ ପାଇଁ ସେବା ପ୍ରଦାନକାରୀ ରିଲାଏନ୍ସ ଜିଓ, ​​ଭାରତୀ ଏୟାରଟେଲ, ଆଦାନୀ ଡାଟା ନେଟୱାର୍କ ଏବଂ ଭୋଡାଫୋନ୍ ଆଇଡିଆଠାରୁ ଟେଲିକମ୍‌ ବିଭାଗ (ଡଟ୍‌) ପ୍ରାୟ, ୮,୧୭,୮୭୬ କୋଟି ଟଙ୍କାର ରାଜସ୍ବ ସଂଗ୍ରହ କରିଛି। ଦେଶର ସର୍ବବୃହତ ଟେଲିକମ୍ ସ୍ପେକ୍ଟ୍ରମ୍ ନିଲାମରେ ସରକାରଙ୍କୁ ରେକର୍ଡ ଦେଢ଼ ଲକ୍ଷ କୋଟି ଟଙ୍କାର ବିଡ୍‌ ମିଳିଛି। ଏଥିରେ ରିଲାଏନ୍ସ ଜିଓ ୮୭,୯୪୬.୯୩ କୋଟି ଟଙ୍କାର ଏୟାରୱେଭ୍‌ ହାସଲ କରିଛି, ଯାହାକି ମୋଟ ବିଡ୍‌ର ପ୍ରାୟ ଅଧା ଭାଗ।

ଆହୁରି ପଢ଼ନ୍ତୁ: ସ୍ୱତନ୍ତ୍ର ଭରଦ୍ୱାଜଙ୍କ ସମର୍ଥନରେ ହିନ୍ଦୁ ରକ୍ଷା ଦଳ: ଦିଲ୍ଲୀର ପାର୍ଲିଆମେଣ୍ଟ ଷ୍ଟ୍ରିଟ୍ ଥାନା ଘେରାଉ, FIR ପ୍ରତ୍ୟାହାର ଦାବି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର