ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ସୁରକ୍ଷାରେ ବଡ ତ୍ରୁଟି, ୩ କମାଣ୍ଡୋଙ୍କୁ ହଟାଇଲେ ସରକାର

The Sakala Picture
Published On

ନୂଆଦିଲ୍ଲୀ : ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ସୁରକ୍ଷାରେ ବଡ ତ୍ରୁଟି ଘଟଣାରେ କେନ୍ଦ୍ର ସରକାର ୩ ଜଣ କମାଣ୍ଡୋଙ୍କୁ ବଦ​ଳି କରିଛନ୍ତି। ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ଜୀବନ ପ୍ରତି ବିପଦ ଥିବାରୁ କେନ୍ଦ୍ର ସରକାର ସବୁବେଳେ ତାଙ୍କୁ ଉଚ୍ଚସ୍ତରୀୟ ସୁରକ୍ଷା ବଳୟ ମଧ୍ୟରେ ରହିବାକୁ କହିଛନ୍ତି। ହେଲେ ତାଙ୍କ ସୁରକ୍ଷାରେ ନିୟୋଜିତ ୩ ଜଣ କମାଣ୍ଡୋ ଡ୍ୟୁଟିରେ ଅବହେଳା କରିଥିବା ଜଣାପଡ଼ିଛି। ଏଥିପାଇଁ କେନ୍ଦ୍ର ସରକାର ଏନଏସ୍‌ଏ ଡୋଭାଲଙ୍କ ସୁରକ୍ଷା ଦାୟିତ୍ୱରେ ଥିବା […]

ନୂଆଦିଲ୍ଲୀ : ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ସୁରକ୍ଷାରେ ବଡ ତ୍ରୁଟି ଘଟଣାରେ କେନ୍ଦ୍ର ସରକାର ୩ ଜଣ କମାଣ୍ଡୋଙ୍କୁ ବଦ​ଳି କରିଛନ୍ତି। ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ଜୀବନ ପ୍ରତି ବିପଦ ଥିବାରୁ କେନ୍ଦ୍ର ସରକାର ସବୁବେଳେ ତାଙ୍କୁ ଉଚ୍ଚସ୍ତରୀୟ ସୁରକ୍ଷା ବଳୟ ମଧ୍ୟରେ ରହିବାକୁ କହିଛନ୍ତି। ହେଲେ ତାଙ୍କ ସୁରକ୍ଷାରେ ନିୟୋଜିତ ୩ ଜଣ କମାଣ୍ଡୋ ଡ୍ୟୁଟିରେ ଅବହେଳା କରିଥିବା ଜଣାପଡ଼ିଛି। ଏଥିପାଇଁ କେନ୍ଦ୍ର ସରକାର ଏନଏସ୍‌ଏ ଡୋଭାଲଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ୩ ଜଣ କମାଣ୍ଡୋଙ୍କୁ ହଟାଇ ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ଶ୍ରୀନଗର ବିମାନବନ୍ଦରରେ ଅଘଟଣ: ପାର୍କିଂ ବେଳେ ଖୁଣ୍ଟରେ ପିଟି ହେଲା ଇଣ୍ଡିଗୋ ବିମାନ, ସମସ୍ତ ଯାତ୍ରୀ ସୁରକ୍ଷିତ

ମିଳିଥିବା ସୂଚନା ଅନୁସାରେ ଚଳିତ ବର୍ଷ ଫେବ୍ରୁଆରୀ ମାସରେ ଅଜିତ ଡୋଭାଲ୍‌ଙ୍କର ସୁରକ୍ଷାରେ ତ୍ରୁଟି ହୋଇଥିଲା। ଏବେ ଏହି ଘଟଣା ଉପରେ କର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି କେନ୍ଦ୍ର ସରକାର। ଡୋଭାଲଙ୍କର ସୁରକ୍ଷା ସହ ଜଡ଼ିତ ଥିବା ଡେପୁଟି ଇନ୍‌ସ୍ପେକ୍ଟର ଜେନେରାଲ(ଡିଆଇଜି) ଓ ଭିଆଇପି ସିକ୍ୟୁରିଟି କମାଣ୍ଡାଣ୍ଟକୁ ବଦଳି କରିଦିଆାଯାଇଛି। ଫେବ୍ରୁଆରୀ ୨୦୨୨ ଅଜିତ ଡୋଭାଲଙ୍କ ଘରେ ସୁରକ୍ଷାରେ ତ୍ରୁଟି ହୋଇଥିଲା। ଜଣେ ବ୍ୟକ୍ତି ଡୋଭାଲଙ୍କ ଘରକୁ ପ୍ରବେ କରିବାକୁ ଚେଷ୍ଟା କରିଥିଲା। ଏହାପରେ ସୁରକ୍ଷା କର୍ମୀମାନେ ତାଙ୍କୁ ଅଟକାଇଥିଲେ ଓ ପରେ ଦିଲ୍ଲୀ ପୁଲିସ ତାକୁ ଗିରଫ କରିଥିଲା ।

ଆହୁରି ପଢ଼ନ୍ତୁ: ଦିଲ୍ଲୀରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ସ୍ମାରକୀ ନିର୍ମାଣ ପାଇଁ ମିଳିଲା ଅନୁମୋଦନ, ରଖାଗଲା ଏହି ସବୁ ସର୍ତ୍ତ

ଗିରଫ ହୋଇଥିବା ବ୍ୟକ୍ତି ଜଣଙ୍କ ପୁଲିସ୍‌ କହିଥିଲେ ଯେ ତାଙ୍କ ଶରୀରରେ ଗୋଟିଏ ଚିପ୍‌ ରହିଛି ଓ ଏହା ଦ୍ୱାରା ବାହାରୁ କିଛି ଲୋକ ତାଙ୍କୁ ନିୟନ୍ତ୍ରଣ କରୁଛନ୍ତି। ହେଲେ ଏମଆରଆଇ ସ୍କାନ ପରେ ତାଙ୍କ ଶରୀରରୁ କୌଣସି ପ୍ରକାରର ଚିପ୍‌ ଠାବ ହୋଇ ନଥିଲା। ତେବେ ତାର ମାନସିକ ଅବସ୍ଥା ଠିକ ନଥିବା ଜଣାପଡ଼ିଥିଲା । ବ୍ୟକ୍ତିଜଣଙ୍କ ଗୋଟିଏ ନାଲି ରଙ୍ଗର ଏସ୍‌ୟୁଭି ଧରି ଡୋଭାଲଙ୍କ ଗେଟ୍‌ରେ ପଶିବାକୁ ଚେଷ୍ଟା କରୁଥିଲେ। ଘଟଣା ବେଳେ ଡୋଭାଲ ଘରେ ରହିଥିଲେ। ଡୋଭାଲଙ୍କୁ ଜେଡ ପ୍ଲସ ସୁରକ୍ଷା ଯୋଗାଇ ଦିଆଯାଇଥିବା ବେଳେ ତାଙ୍କ ସୁରକ୍ଷାରେ ମୋଟ ୫୮ ଜଣ କମାଣ୍ଡୋ ସାମିଲ ରହିଥାନ୍ତି। ହେଲେ କେମିତି ଜଣେ ବ୍ୟକ୍ତି ତାଙ୍କ ପର୍ଯ୍ୟନ୍ତ ଚାଲିଗଲେ, ତା’କୁ ନେଇ ଅନେକ ପ୍ରଶ୍ନ ଉଠିଥିଲା।

ଆହୁରି ପଢ଼ନ୍ତୁ: ସାଉଦି ଆରବର ଆରାମକୋ ରିଫାଇନାରୀ ଉପରେ ହୁଥି ବିଦ୍ରୋହୀଙ୍କ ଆକ୍ରମଣ: ନୂଆ 'ମକ୍କା ଚୁକ୍ତି' ଉପରେ ଉଠିଲା ପ୍ରଶ୍ନ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର