ଋଣ ଆଦାୟ ବେଳେ ଖରାପ ଭାଷା ପ୍ରୟୋଗ କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ- ଆରବିଆଇ

The Sakala Picture
Published On

ନୂଆଦିଲ୍ଲୀ: ଅନେକ ସମୟରେ ଋଣ ଆଦାୟ ପାଇଁ ଏଜେଣ୍ଟମାନେ ଲୋକଙ୍କୁ ହଇରାଣ କରୁଥିବା ଘଟଣା ସାମ୍‌ନାକୁ ଆସୁଛି। ସେମାନେ ଟଙ୍କା ଆଦାୟ ଲାଗି ଗ୍ରାହକଙ୍କୁ ଅଭଦ୍ର ଭାଷାରେ ଗାଳିଗୁଲଜ କରିବା ସହିତ ମାନସିକ ଉତ୍ପୀଡନ ମଧ୍ୟ ଦେଉଛନ୍ତି। ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ଏଥିପାଇଁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିଷ୍ପତ୍ତି ନେଇଛି। ଋଣ ଆଦାୟ ପାଇଁ ଲୋକଙ୍କ ସହ ଖରାପ ବ୍ୟବହାରକୁ କେବେ ବି ଗ୍ରହଣ କରାଯିବ ନାହିଁ ବୋଲି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ […]

ନୂଆଦିଲ୍ଲୀ: ଅନେକ ସମୟରେ ଋଣ ଆଦାୟ ପାଇଁ ଏଜେଣ୍ଟମାନେ ଲୋକଙ୍କୁ ହଇରାଣ କରୁଥିବା ଘଟଣା ସାମ୍‌ନାକୁ ଆସୁଛି। ସେମାନେ ଟଙ୍କା ଆଦାୟ ଲାଗି ଗ୍ରାହକଙ୍କୁ ଅଭଦ୍ର ଭାଷାରେ ଗାଳିଗୁଲଜ କରିବା ସହିତ ମାନସିକ ଉତ୍ପୀଡନ ମଧ୍ୟ ଦେଉଛନ୍ତି। ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ଏଥିପାଇଁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିଷ୍ପତ୍ତି ନେଇଛି। ଋଣ ଆଦାୟ ପାଇଁ ଲୋକଙ୍କ ସହ ଖରାପ ବ୍ୟବହାରକୁ କେବେ ବି ଗ୍ରହଣ କରାଯିବ ନାହିଁ ବୋଲି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି। ଆର୍‌ବିଆଇ ଏ ନେଇ ବିଜ୍ଞପ୍ତି ଜାରି କରିଛି। ଏଥିରେ କୁହାଯାଇଛି ଯେ ରିକଭରି ଏଜେଣ୍ଟଙ୍କ ଖରାପ ବ୍ୟବହାରକୁ କେବେ ବି ଗ୍ରହଣ କରାଯିବ ନାହିଁ। ଋଣ ଆଦାୟ ସମୟରେ ଏଜେଣ୍ଟ କାହାକୁ ଧମକ କିମ୍ବା ଖରାପ ଭାଷାରେ ଗାଳି କିମ୍ବା ମାଡ଼ପିଟ୍‌ କରୁ ନଥିବା ନେଇ ନିୟାମକ ସୁନିଶ୍ଚିତ କରିବେ। ଯଦି ଋଣ ନେଇଥିବା ଲୋକଙ୍କ ସହ ଏଜେଣ୍ଟ ଖରାପ ବ୍ୟବହାର କରନ୍ତି ତେବେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ରିକଭରି ଏଜେଣ୍ଟ କୌଣସି ଋଣ ଗ୍ରହିତା କିମ୍ବା ତାଙ୍କ ପରିବାରବର୍ଗ କିମ୍ବା ବନ୍ଧୁଙ୍କ ଖରାପ ବ୍ୟବହାର କରୁନାହାନ୍ତି କିମ୍ବା ସେମାନଙ୍କ ଗୋପନୀୟତାରେ ଦଖଲ ଦେଉ ନାହାନ୍ତି ବୋଲି ବ୍ୟାଙ୍କ କିମ୍ବା ଆର୍ଥିକ ସଂସ୍ଥା ସୁନିଶ୍ଚିତ କରିବେ। ମୋବାଇଲ ଏବଂ ସୋସିଆଲ ମିଡିଆ ମାଧ୍ୟମରେ ଋଣଗ୍ରହୀତାଙ୍କୁ ଡରାଉଥିବା ଆର୍ଥିକ ସଂସ୍ଥା ଏବଂ ରିକଭରି ଏଜେଣ୍ଟଙ୍କ ପ୍ରତି କଠୋରରୁ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ।

ଆହୁରି ପଢ଼ନ୍ତୁ: ଆମେରିକାରେ ପିଲାଙ୍କ ପାସପୋର୍ଟ ନିୟମରେ ହୋଇପାରେ ପରିବର୍ତ୍ତନ: ବାପା-ମା'ଙ୍କୁ ଦେବାକୁ ପଡ଼ିବ ନାଗରିକତ୍ୱର ପ୍ରମାଣ

ଆରବିଆଇ ବିଜ୍ଞପ୍ତି ଅନୁଯାୟୀ ଏଜେଣ୍ଟ ଋଣ ନେଇଥିବା ଲୋକଙ୍କୁ ବାରମ୍ବାର ଫୋନ୍‌ କରିପାରିବେ ନାହିଁ। ଋଣ ଆଦାୟ ପାଇଁ ସକାଳ ୮ଟା ପୂର୍ବରୁ ଏବଂ ସନ୍ଧ୍ୟା ୭ଟା ପରେ କୌଣସି ବି ସ୍ଥିତିରେ ଫୋନ୍‌ କରିବେ ନାହିଁ। ଆରବିଆଇ ଋଣ ଆଦାୟ ପାଇଁ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛି। ଏହି ନିର୍ଦ୍ଦେଶର ଉଲ୍ଲଙ୍ଘନକୁ କେବେ ବି ସ୍ବୀକାର କରାଯିବ ନାହିଁ। ଯଦି କୌଣସି ଏଜେଣ୍ଟ ମାନସିକ ଉତ୍ପୀଡନ ଦେଉଛନ୍ତି କିମ୍ବା ଖରାପ ବ୍ୟବହାର ଦେଉଛନ୍ତି ତେବେ ପ୍ରଥମେ ବ୍ୟାଙ୍କରେ ଏହାର ଅଭିଯୋଗ କରିବେ। ସ୍ଥିତି ବିଷୟରେ ବ୍ୟାଙ୍କକୁ ଜଣାଇବେ ଏବଂ ଋଣ ପୈଠ ସର୍ତ୍ତରେ ପରିବର୍ତ୍ତନ କରିପାରିବେ। ୩୦ ଦିନ ମଧ୍ୟରେ ବ୍ୟାଙ୍କ ଏହାର ସମାଧାନ ନ କଲେ ବ୍ୟାଙ୍କିଂ ଓମ୍ବୁଡସମେନ୍‌ରେ ଏହାର ଅଭିଯୋଗ କରିପାରିବେ। ଏହା ସହିତ ଆରବିଆଇରେ ମଧ୍ୟ ଅଭିଯୋଗ ଦାଖଲ କରିହେବ।

ଆହୁରି ପଢ଼ନ୍ତୁ: ନେପାଳରେ ଭୟଙ୍କର ବନ୍ୟାର ୯ ଦିନ ପରେ ଜଳବିଦ୍ୟୁତ୍ ପ୍ରକଳ୍ପ ଟନେଲରୁ ଜୀବନ୍ତ ଉଦ୍ଧାର ହେଲେ ଦୁଇ ଶ୍ରମିକ

ନିର୍ଦ୍ଦେଶ ପାଳନ କରୁ ନ ଥିବା ବ୍ୟାଙ୍କକୁ ଆରବିଆଇ ଭର୍ତ୍ସନା କରିବା ସହିତ ଜରିମାନା ମଧ୍ୟ ଲଗାଇପାରେ। ଋଣ ଆଦାୟ ସମୟରେ ବେଆଇନ ପଦକ୍ଷେପ ନେଲେ କିମ୍ବା ଋଣ ଗ୍ରହିତାଙ୍କ ସହ ମାଡ଼ପିଟ୍‌ କଲେ ପୁଲିସରେ ଏହାର ଅଭିଯୋଗ କରିପାରିବେ। ଏହା ସହିତ ପୀଡିତ ନ୍ୟାୟ ପାଇଁ ଲୋକ ଅଦାଲତ ଏବଂ ଖାଉଟି ଅଦାଲତଙ୍କ ଦ୍ବାରସ୍ଥ ହୋଇପାରିବେ।

ଆହୁରି ପଢ଼ନ୍ତୁ: ତେଜସ୍ ଫାଇଟର୍ ଜେଟ୍ ଉତ୍ପାଦନକୁ ମିଳିଲା ବୁଷ୍ଟ୍, HAL କୁ ଆମେରିକାରୁ ମିଳିଲା ଆଉ ୩ଟି ନୂଆ ଇଞ୍ଜିନ୍

ସୂଚନାଯୋଗ୍ୟ ଯେ ଜୁନ୍‌ ମାସରେ ଏକ ସମ୍ମିଳନୀରେ ଆର୍‌ବିଆଇ ଗଭର୍ଣ୍ଣର କହିଥିଲେ ଯେ ଏଜେଣ୍ଟ ଋଣ ଆଦାୟ ପାଇଁ ଯେକୌଣସି ସମୟରେ ଫୋନ୍‌ କରୁଛନ୍ତି। ସେମାନେ ଲୋକଙ୍କ ସହ ଖରାପ ବ୍ୟବହାର ମଧ୍ୟ କରୁଛନ୍ତି। କେନ୍ଦ୍ରୀୟ ବ୍ୟାଙ୍କ ଏହାକୁ ଗୁରୁତର ସହ ନେଉଛି। ଏହା ବିରୋଧରେ କଡ଼ା ପଦକ୍ଷେପ ଗ୍ରହଣ କରାଯିବ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର