ବିଶିଷ୍ଟ ଲେଖକ ସଲମାନ ରୁସଦିଙ୍କୁ ଛୁରାମାଡ଼ ଘଟଣା: ସର୍ଜରୀ ପରେ ଭେଣ୍ଟିଲେଟରରେ ଚାଲିଛି ଚିକିତ୍ସା, ହରାଇ ପାରନ୍ତି ଆଖି

The Sakala Picture
Published On

ନୂଆଦିଲ୍ଲୀ: ଛୁରାମାଡ଼ ପରେ ବିଶିଷ୍ଟ ଲେଖକ ସଲମାନ ରୁସଦିଙ୍କ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ଥିବା ଜଣାପଡିଛି । ଭେଣ୍ଟିଲେଟରରେ ଚାଲିଛି ଚିକିତ୍ସା । ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ଥିବାବେଳେ ଲିଭର କ୍ଷତିଗ୍ରସ୍ତ ହୋଇଥିବା କୁହାଯାଉଛି । ସେହିପରି ରୁସଦିଙ୍କ ଗୋଟିଏ ଆଖି ନଷ୍ଟ ହୋଇଥିବା ସନ୍ଦେହ କରାଯାଉଛି । ଛୁରା ମାଡ଼ ପରେ ତାଙ୍କୁ ହେଲିକପ୍ଟର ଯୋଗେ ହସ୍ପିଟାଲ ନିଆଯାଇଥିଲା। ହେଲେ ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭେଣ୍ଟିଲେଟର୍‌ରେ ରଖାଯାଇଥିବା ସୂଚନା ମିଳିଛି । […]

ନୂଆଦିଲ୍ଲୀ: ଛୁରାମାଡ଼ ପରେ ବିଶିଷ୍ଟ ଲେଖକ ସଲମାନ ରୁସଦିଙ୍କ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ଥିବା ଜଣାପଡିଛି । ଭେଣ୍ଟିଲେଟରରେ ଚାଲିଛି ଚିକିତ୍ସା । ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ଥିବାବେଳେ ଲିଭର କ୍ଷତିଗ୍ରସ୍ତ ହୋଇଥିବା କୁହାଯାଉଛି । ସେହିପରି ରୁସଦିଙ୍କ ଗୋଟିଏ ଆଖି ନଷ୍ଟ ହୋଇଥିବା ସନ୍ଦେହ କରାଯାଉଛି । ଛୁରା ମାଡ଼ ପରେ ତାଙ୍କୁ ହେଲିକପ୍ଟର ଯୋଗେ ହସ୍ପିଟାଲ ନିଆଯାଇଥିଲା। ହେଲେ ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭେଣ୍ଟିଲେଟର୍‌ରେ ରଖାଯାଇଥିବା ସୂଚନା ମିଳିଛି । ହସ୍ପିଟାଲରେ ଦୀର୍ଘ ଘଣ୍ଟାର ଅପରେସନ ପରେ ରୁଶ୍‌ଦିଙ୍କୁ ଭେଣ୍ଟିଲେଟର୍‌ରେ ରଖାଯାଇଛି। ସେ ଏବେ କଥା କହି ପାରୁ ନାହାନ୍ତି।

ଆହୁରି ପଢ଼ନ୍ତୁ: ଦିଲ୍ଲୀରେ ଲଜ୍ଜ୍ୟା: ନାବାଳିକାଙ୍କୁ ଗଣଦୁଷ୍କର୍ମ ଓ ହତ୍ୟା, କୁକୁର ଖାଉଥିବା ଗଳିତ ମୃତଦେହ ଉଦ୍ଧାର

ଆମେରିକାର ନ୍ୟୁୟର୍କର ଏକ ସଭାରେ ଭାଷଣ ଦେଉଥିବା ବେଳେ ଜଣେ ବ୍ୟକ୍ତି ମଞ୍ଚ ଉପରକୁ ଉଠି ତାଙ୍କୁ ଏକାଧିକ ଥର ଛୁରୀମାଡ କରିଥିବା ଜଣାପଡିଛି। ଏହା ପରେ ସଲମାନ ରୁସଦି ଚଟାଣରେ ପଡ଼ିଯାଇଥିଲେ। ବୁକର ପୁରସ୍କାର ଜିତିଥିବା ରୁସଦି ନ୍ୟୁୟର୍କର ଚଉତାକା ଇନଷ୍ଟିଚ୍ୟୁଟରେ ଭାଷଣ ଦେଉଥିବାବେଳେ ଏହି ଘଟଣା ଘଟିଥିଲା । ସମ୍ପୃକ୍ତ ବ୍ୟକ୍ତି ମଞ୍ଚରେ ଚଢି ତାଙ୍କୁ ଛୁରୀ ଭୁସିଥିଲେ । ଲୋକମାନେ ତୁରନ୍ତ ମଞ୍ଚ ଉପରକୁ ଚଢି ତାହାକୁ କାବୁ କରି ପୁଲିସ ହାତରେ ଦେଇଥିଲେ । ଆକ୍ରମାଣକାରୀଙ୍କୁ ଅଟକ ରଖାଯାଇଛି।

ଆହୁରି ପଢ଼ନ୍ତୁ: ଭାଙ୍ଗିଗଲା ପୃଥ୍ୱୀ ଶ’ଙ୍କ ନିର୍ବନ୍ଧ: ଅଲଗା ହେଲେ କ୍ରିକେଟର ଓ ଅଭିନେତ୍ରୀ ଆକୃତି ଅଗ୍ରୱାଲ

ଭାରତୀୟ ବଂଶୋଦ୍ଭବ ସଲମାନ ରୁସଦି ୧୯୮୧ରେ ଭାରତର ବିଭାଜନ ଉପରେ ପର୍ଯ୍ୟବେଶିତ ଉପନ୍ୟାସ ମିଡନାଇଟ୍ସ ଚିଲଡ୍ରେନ ଲେଖି ଲୋକପ୍ରିୟ ହୋଇଥିଲେ । ଏହାପରେ ଇଂରାଜୀ ପୁସ୍ତକ ସାଟାନିକ ଭର୍ସେସ ଲେଖିବା ପରେ ତାହାକୁ ଇସଲାମିକ ଜଗତରେ ତୀବ୍ର ବିରୋଧ କରାଯାଇଥିଲା ।ତାଙ୍କ ବହି ‘ଦି ସାଟାନିକ ଭର୍ସେସ’ ପାଇଁ ୧୯୮୦ ମସିହାରେ ରସିଦଙ୍କକୁ ହତ୍ୟା ଧମକ ଦିଆଯାଇଥିଲ। ଇସଲାମ ବିରୋଧୀ ଦର୍ଶାଇ ଏହି ବହିକୁ ୧୯୮୮ରୁ ଇରାନରେ ନିଷଦ୍ଧ କରାଯାଇଛି। ୧୯୮୯ରେ ଇରାନର ସର୍ବୋଚ୍ଚ ଧାର୍ମିକ ନେତା ଆୟାତୋଲ୍ଲା ଖୋମିନି ତାଙ୍କ ହତ୍ୟା ପାଇଁ ଫତୱା ଜାରି କରିଥିଲେ । ୨୦୧୨ରେ ଇରାନର ଏକ ଧାର୍ମିକ ସଂସ୍ଥା ରୁସଦିଙ୍କୁ ଯିଏ ହତ୍ୟା କରିବ ତାଙ୍କୁ ୨.୮ ନିୟୁତ ଡଲାର ଦିଆଯିବ ବୋଲି ଘୋଷଣା କରିଥିଲା । ପରେ ଏହି ପୁରସ୍କାର ରାଶିକୁ ୩.୩ ନିୟୁତ ଡଲାରକୁ ବୃଦ୍ଧି କରାଯାଇଥିଲା । ସେ ଭାରତୀୟ ବଂଶୋଦ୍ଭବ ହୋଇଥିବା ବେଳେ ବ୍ରିଟେନ୍‌ ନାଗରିକ ଅଟନ୍ତି ଏବଂ ଦୀର୍ଘ ୨୦ ବର୍ଷ ହେଲା ରସିଦ୍‌ ଆମେରିକାରେ ରହି ଆସୁଛନ୍ତି।

ଆହୁରି ପଢ଼ନ୍ତୁ: ଅକ୍ଟୋବର ୧୬ରୁ ପେଟ୍ରୋଲ ପମ୍ପରେ ୨୦୦୦ ଟଙ୍କାରୁ ଅଧିକ ୟୁପିଆଇ (UPI) ପେମେଣ୍ଟ ଗ୍ରହଣ କରାଯିବ ନାହିଁ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର