ଏନଟିଆରଙ୍କ ସାନ ଝିଅ ଉମା ମାହେଶ୍ବରୀଙ୍କ ଆତ୍ମହତ୍ୟା, ଘରୁ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର

The Sakala Picture
Published On

ହାଇଦ୍ରାବାଦ: ତେଲୁଗୁ ଦେଶମପାର୍ଟିର ପ୍ରତିଷ୍ଠାତା ନନ୍ଦମୁରୀ ତାରକ ରାମାରାଓ (ଏନଟିଆର)ଙ୍କ ସାନ ଝିଅ ଉମା ମାହେଶ୍ୱରୀ ଆତ୍ମହତ୍ୟା କରିଛନ୍ତି । ଉମା ମାହେଶ୍ୱରୀଙ୍କ ଝୁଲନ୍ତା ମୃତଦେହ ସୋମବାର ତାଙ୍କ ବାସ ଭବନ ହାଇଦ୍ରାବାଦର ଜୁବଲୀ ହିଲ୍ସରୁ ଉଦ୍ଧାର ହୋଇଛି। ସେ ଘରେ ଥିବା ଫ୍ୟାନରେ ରଶି ଲଗାଇ ଝୁଲି ପଡ଼ିଛନ୍ତି। ଖବର ପାଇ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚିଥିଲା। ଏହାପରେ ତାଙ୍କ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ଦୀର୍ଘ ମାସ ହେବ ଉମା ସ୍ୱାସ୍ଥ୍ୟ ଜନିତ […]

ହାଇଦ୍ରାବାଦ: ତେଲୁଗୁ ଦେଶମପାର୍ଟିର ପ୍ରତିଷ୍ଠାତା ନନ୍ଦମୁରୀ ତାରକ ରାମାରାଓ (ଏନଟିଆର)ଙ୍କ ସାନ ଝିଅ ଉମା ମାହେଶ୍ୱରୀ ଆତ୍ମହତ୍ୟା କରିଛନ୍ତି । ଉମା ମାହେଶ୍ୱରୀଙ୍କ ଝୁଲନ୍ତା ମୃତଦେହ ସୋମବାର ତାଙ୍କ ବାସ ଭବନ ହାଇଦ୍ରାବାଦର ଜୁବଲୀ ହିଲ୍ସରୁ ଉଦ୍ଧାର ହୋଇଛି। ସେ ଘରେ ଥିବା ଫ୍ୟାନରେ ରଶି ଲଗାଇ ଝୁଲି ପଡ଼ିଛନ୍ତି। ଖବର ପାଇ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚିଥିଲା। ଏହାପରେ ତାଙ୍କ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ଦୀର୍ଘ ମାସ ହେବ ଉମା ସ୍ୱାସ୍ଥ୍ୟ ଜନିତ ସମସ୍ୟା ଦେଇ ଗତି କରୁଥିଲେ। ସେହିପରି ତାଙ୍କର ଏକାଧିକ ଚିକିତ୍ସା ମଧ୍ୟ ଚାଲିଥିଲା। ସମ୍ଭବତଃ ଏହି କାରଣ ପାଇଁ ସେ ଜୀବନ ହାରିଥିବା କୁହାଯାଉଛି।

ଆହୁରି ପଢ଼ନ୍ତୁ: ଏୟାର ଇଣ୍ଡିଆ ବିମାନରେ ଆକସ୍ମିକ ବିପଦ: ନିଶାଗ୍ରସ୍ତ ପାଇଲଟ୍ ବହିଷ୍କୃତ, ସାମ୍ନାକୁ ଆସିଲା ସାଂଘାତିକ ତଥ୍ୟ

ଟିଡିପିର ପ୍ରତିଷ୍ଠାତା ଏନଟିଆରଙ୍କ ୪ ଝିଅଙ୍କ ମଧ୍ୟରୁ ଉମା ହେଉଛନ୍ତି ସବୁଠାରୁ ସାନ। ସେ ହଠାତ୍‌ ଆତ୍ମହତ୍ୟା କରିଥିବାରୁ ଏହି ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି। ଏନ.ଟି ରାମା ରାଓ ନିଜ କ୍ୟାରିୟରରେ ଏକ କଳାକାର, ନିର୍ଦ୍ଦେଶକ ଏବଂ ନିର୍ମାତା ଭାବେ କାମ କରିଥିଲେ। ଏହାପରେ ସେ ରାଜନୀତିରେ ପ୍ରବେଶ କରିଥିଲେ । ସେ ଟିଡିପିର ପ୍ରତିଷ୍ଠା କରିଥିଲେ । ସେ ଆନ୍ଧ୍ରପ୍ରଦେଶର ସିଏମ୍‌ ବି ରହିସାରିଛନ୍ତି ।

ଆହୁରି ପଢ଼ନ୍ତୁ: ଦିଲ୍ଲୀ ସତ୍ୟ ନିକେତନ କୋଠା ଭୁଶୁଡ଼ିବା ଘଟଣା: ୪ ମହଲାରୁ ଅଧିକ ଥିବା ସମସ୍ତ ବେଆଇନ ନିର୍ମାଣ ସିଲ୍ କରିବାକୁ ଏମସିଡିର ନିର୍ଦ୍ଦେଶ, ମୃତ୍ୟୁସଂଖ୍ୟା ୬କୁ ବୃଦ୍ଧି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର