ବ୍ୟାଟେଲଗ୍ରାଉଣ୍ଡସ ମୋବାଇଲ ଇଣ୍ଡିଆ ଗେମ୍‌କୁ ବ୍ୟାନ୍‌ କଲେ ଭାରତ ସରକାର

The Sakala Picture
Published On

ନୂଆଦିଲ୍ଲୀ : ଲୋକପ୍ରିୟ ମୋବାଇଲ ଗେମ୍‌ ବ୍ୟାଟେଲଗ୍ରାଉଣ୍ଡସ ମୋବାଇଲ ଇଣ୍ଡିଆ (ବିଜିଏମ୍‌ଆଇ)କୁ ଭାରତ ସରକାର ନିଷିଦ୍ଧ କରିଦେଇଛନ୍ତି। ଏବେ ଏହାକୁ ଭାରତର ଆପ୍‌ଲ ଏବଂ ଗୁଗୁଲ ଆପ୍‌ ଷ୍ଟୋରରୁ ବିଜିଏମ୍‌ଆଇକୁ ହଟାଇ ଦିଆଯାଇଛି। ଦକ୍ଷିଣ କୋରିଆ କମ୍ପାନୀ କ୍ରାଫ୍ଟନ ଏହି ଗେମ୍‌ ପ୍ରସ୍ତୁତ କରିଥିଲା। ତେବେ ବିଜିଏମଆଇର ନିଷିଦ୍ଧ ସମ୍ପର୍କରେ ଭାରତ ସରକାରଙ୍କ ପକ୍ଷରୁ କୌଣସି ବିଜ୍ଞପ୍ତି ଜାରି କରାଯାଇ ନାହିଁ। ସରକାରଙ୍କ ନିର୍ଦ୍ଦେଶରେ ଗେମ୍‌କୁ ପ୍ଲେ ଷ୍ଟୋରରୁ ହଟାଇ ଦିଆଯାଇଛି ବୋଲି ଗୁଗଲ ପ୍ରବକ୍ତା କହିଛନ୍ତି। […]

ନୂଆଦିଲ୍ଲୀ : ଲୋକପ୍ରିୟ ମୋବାଇଲ ଗେମ୍‌ ବ୍ୟାଟେଲଗ୍ରାଉଣ୍ଡସ ମୋବାଇଲ ଇଣ୍ଡିଆ (ବିଜିଏମ୍‌ଆଇ)କୁ ଭାରତ ସରକାର ନିଷିଦ୍ଧ କରିଦେଇଛନ୍ତି। ଏବେ ଏହାକୁ ଭାରତର ଆପ୍‌ଲ ଏବଂ ଗୁଗୁଲ ଆପ୍‌ ଷ୍ଟୋରରୁ ବିଜିଏମ୍‌ଆଇକୁ ହଟାଇ ଦିଆଯାଇଛି। ଦକ୍ଷିଣ କୋରିଆ କମ୍ପାନୀ କ୍ରାଫ୍ଟନ ଏହି ଗେମ୍‌ ପ୍ରସ୍ତୁତ କରିଥିଲା। ତେବେ ବିଜିଏମଆଇର ନିଷିଦ୍ଧ ସମ୍ପର୍କରେ ଭାରତ ସରକାରଙ୍କ ପକ୍ଷରୁ କୌଣସି ବିଜ୍ଞପ୍ତି ଜାରି କରାଯାଇ ନାହିଁ। ସରକାରଙ୍କ ନିର୍ଦ୍ଦେଶରେ ଗେମ୍‌କୁ ପ୍ଲେ ଷ୍ଟୋରରୁ ହଟାଇ ଦିଆଯାଇଛି ବୋଲି ଗୁଗଲ ପ୍ରବକ୍ତା କହିଛନ୍ତି।

ଆହୁରି ପଢ଼ନ୍ତୁ: ଆମେରିକା-ଇରାନ ଯୁଦ୍ଧବିରାମ ପରେ ଦୁବାଇ ରିଅଲ୍ ଇଷ୍ଟେଟ୍ କ୍ଷେତ୍ରରେ ବଡ଼ ଉନ୍ନତି, ନିବେଶକଙ୍କ ବଢିଲା ଆଗ୍ରହ

ଏ ସମ୍ପର୍କରେ ଗେମ୍‌ ବିକଶିତ କରିଥିବା କମ୍ପାନୀକୁ ସୂଚିତ କରାଯାଇଛି। ପବ୍‌ଜୀ ନିଷିଦ୍ଧ ହେବାର ୨ ବର୍ଷ ପରେ ସରକାର ବିଜିଏମଆଇକୁ ହଟାଇ ଦେଇଛନ୍ତି। ଚୀନ୍‌ ସହ ସମ୍ବନ୍ଧକୁ ନେଇ ୨୦୨୦ ସେପ୍ଟେମ୍ବରରେ ପବ୍‌ଜୀକୁ ନିଷିଦ୍ଧ କରାଯାଇଥିଲା। ଏହା ଭାରତର ଅଖଣ୍ଡତା ଏବଂ ସାର୍ବଭୌମତ୍ବ ପ୍ରତି ଗୁରୁତର ବିପଦ ସୃଷ୍ଟି କରୁଥିଲା। କ୍ୟାମେରା ଏବଂ ମାଇକ ଜରିଆରେ ଏହି ଗେମ୍‌ ଗୁପ୍ତଚରୀ କରୁଥିବା ସରକାରଙ୍କ ପକ୍ଷରୁ କୁହାଯାଇଥିଲା। ପବ୍‌ଜୀ ନିଷିଦ୍ଧ ହେବା ପରେ କ୍ରାଫ୍ଟନ ଚୀନ୍‌ କମ୍ପାନୀ ଟେନସେଣ୍ଟ ଗେମ୍ସ ସହ ଚୁକ୍ତି ରଦ୍ଦ କରିଦେଇଥିଲା। ପରେ ୨୦୨୧ ଜୁନ୍‌ରେ କ୍ରାଫ୍ଟନ ବିଜିଏମଆଇ ଲଞ୍ଚ କରିଥିଲା। ଚଳିତ ମାସ ପ୍ରାରମ୍ଭରେ ଏହି ଗେମ୍‌ ୧୦୦ ମିଲିୟନ ଡାଉନଲୋଡ୍‌ର ରେକର୍ଡ କରିଥିଲା।

ଆହୁରି ପଢ଼ନ୍ତୁ: ପାରସ୍ୟ ଉପସାଗରରେ ଖସିପଡ଼ିଲା ଆମେରିକାର ସବୁଠାରୁ ଦାମୀ ଡ୍ରୋନ୍ MQ-4C ଟ୍ରାଇଟନ୍, ଇରାନ ଉପରେ ସନ୍ଦେହ

30 Jul 2022 By The Sakala

ବ୍ୟାଟେଲଗ୍ରାଉଣ୍ଡସ ମୋବାଇଲ ଇଣ୍ଡିଆ ଗେମ୍‌କୁ ବ୍ୟାନ୍‌ କଲେ ଭାରତ ସରକାର

ନୂଆଦିଲ୍ଲୀ : ଲୋକପ୍ରିୟ ମୋବାଇଲ ଗେମ୍‌ ବ୍ୟାଟେଲଗ୍ରାଉଣ୍ଡସ ମୋବାଇଲ ଇଣ୍ଡିଆ (ବିଜିଏମ୍‌ଆଇ)କୁ ଭାରତ ସରକାର ନିଷିଦ୍ଧ କରିଦେଇଛନ୍ତି। ଏବେ ଏହାକୁ ଭାରତର ଆପ୍‌ଲ ଏବଂ ଗୁଗୁଲ ଆପ୍‌ ଷ୍ଟୋରରୁ ବିଜିଏମ୍‌ଆଇକୁ ହଟାଇ ଦିଆଯାଇଛି। ଦକ୍ଷିଣ କୋରିଆ କମ୍ପାନୀ କ୍ରାଫ୍ଟନ ଏହି ଗେମ୍‌ ପ୍ରସ୍ତୁତ କରିଥିଲା। ତେବେ ବିଜିଏମଆଇର ନିଷିଦ୍ଧ ସମ୍ପର୍କରେ ଭାରତ ସରକାରଙ୍କ ପକ୍ଷରୁ କୌଣସି ବିଜ୍ଞପ୍ତି ଜାରି କରାଯାଇ ନାହିଁ। ସରକାରଙ୍କ ନିର୍ଦ୍ଦେଶରେ ଗେମ୍‌କୁ ପ୍ଲେ ଷ୍ଟୋରରୁ ହଟାଇ ଦିଆଯାଇଛି ବୋଲି ଗୁଗଲ ପ୍ରବକ୍ତା କହିଛନ୍ତି।

ଏ ସମ୍ପର୍କରେ ଗେମ୍‌ ବିକଶିତ କରିଥିବା କମ୍ପାନୀକୁ ସୂଚିତ କରାଯାଇଛି। ପବ୍‌ଜୀ ନିଷିଦ୍ଧ ହେବାର ୨ ବର୍ଷ ପରେ ସରକାର ବିଜିଏମଆଇକୁ ହଟାଇ ଦେଇଛନ୍ତି। ଚୀନ୍‌ ସହ ସମ୍ବନ୍ଧକୁ ନେଇ ୨୦୨୦ ସେପ୍ଟେମ୍ବରରେ ପବ୍‌ଜୀକୁ ନିଷିଦ୍ଧ କରାଯାଇଥିଲା। ଏହା ଭାରତର ଅଖଣ୍ଡତା ଏବଂ ସାର୍ବଭୌମତ୍ବ ପ୍ରତି ଗୁରୁତର ବିପଦ ସୃଷ୍ଟି କରୁଥିଲା। କ୍ୟାମେରା ଏବଂ ମାଇକ ଜରିଆରେ ଏହି ଗେମ୍‌ ଗୁପ୍ତଚରୀ କରୁଥିବା ସରକାରଙ୍କ ପକ୍ଷରୁ କୁହାଯାଇଥିଲା। ପବ୍‌ଜୀ ନିଷିଦ୍ଧ ହେବା ପରେ କ୍ରାଫ୍ଟନ ଚୀନ୍‌ କମ୍ପାନୀ ଟେନସେଣ୍ଟ ଗେମ୍ସ ସହ ଚୁକ୍ତି ରଦ୍ଦ କରିଦେଇଥିଲା। ପରେ ୨୦୨୧ ଜୁନ୍‌ରେ କ୍ରାଫ୍ଟନ ବିଜିଏମଆଇ ଲଞ୍ଚ କରିଥିଲା। ଚଳିତ ମାସ ପ୍ରାରମ୍ଭରେ ଏହି ଗେମ୍‌ ୧୦୦ ମିଲିୟନ ଡାଉନଲୋଡ୍‌ର ରେକର୍ଡ କରିଥିଲା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର