ବିଏସଏନଏଲର ପୁନଃରୁଦ୍ଧାର ପାଇଁ ୧.୬୪ ଲକ୍ଷ କୋଟି ଟଙ୍କାର ପ୍ୟାକେଜ ଘୋଷଣା କଲେ କେନ୍ଦ୍ର ସରକାର

The Sakala Picture
Published On

ନୂଆଦିଲ୍ଲୀ : ଦେଶର ରାଷ୍ଟ୍ରାୟତ୍ତ ଟେଲିକମ୍ କମ୍ପାନି ବିଏସ୍ଏନ୍ଏଲ୍‌କୁ କେନ୍ଦ୍ର ସରକାରଙ୍କ ସଞ୍ଜିବନି। ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଭାରତ ସଂଚାର ନିଗମ ଲିମିଟେଡ (ବିଏସଏନଏଲ) ର ପୁନଃରୁଦ୍ଧାର ପାଇଁ ୧ଲକ୍ଷ ୬୪ ହଜାର କୋଟି ଟଙ୍କାର ପ୍ୟାକେଜକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି କେନ୍ଦ୍ର ସରକାର। କ୍ୟାବିନେଟ ବୈଠକ ପରେ ଦୂରସଂଚାର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ ବିଏସଏନଏଲ ପାଇଁ ୧.୬୪ ଲକ୍ଷ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରାଯାଇଛି। ଦୂରସଂଚାର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ […]

ନୂଆଦିଲ୍ଲୀ : ଦେଶର ରାଷ୍ଟ୍ରାୟତ୍ତ ଟେଲିକମ୍ କମ୍ପାନି ବିଏସ୍ଏନ୍ଏଲ୍‌କୁ କେନ୍ଦ୍ର ସରକାରଙ୍କ ସଞ୍ଜିବନି। ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଭାରତ ସଂଚାର ନିଗମ ଲିମିଟେଡ (ବିଏସଏନଏଲ) ର ପୁନଃରୁଦ୍ଧାର ପାଇଁ ୧ଲକ୍ଷ ୬୪ ହଜାର କୋଟି ଟଙ୍କାର ପ୍ୟାକେଜକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି କେନ୍ଦ୍ର ସରକାର। କ୍ୟାବିନେଟ ବୈଠକ ପରେ ଦୂରସଂଚାର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ ବିଏସଏନଏଲ ପାଇଁ ୧.୬୪ ଲକ୍ଷ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରାଯାଇଛି।

ଆହୁରି ପଢ଼ନ୍ତୁ: ନେପାଳକୁ ପ୍ରତି ବିପଦର ଆଗୁଆ ସୂଚନା ଦେବ ଚୀନ୍!

ଦୂରସଂଚାର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏନେଇ ସୂଚନା ଦେଇ କହିଛନ୍ତି କି ୪ଜି ସେବା ବିସ୍ତାରରେ ସହାୟତା ପାଇଁ ବିଏସଏନଏଲକୁ ସ୍ପେକ୍ଟ୍ରମ ଆବଣ୍ଟିତ କରାଯିବ । ଏହାସହ ବିଏସଏନଲର ୩୩ ହଜାର କୋଟି ଟଙ୍କା ବୈଧାନିକ ବାକିକୁ ଇକ୍ୱିଟରେ ପରିବର୍ତ୍ତନ କରାଯିବ । ଏହାସହ କମ୍ପାନୀ ଉପରେ ବାକିଥିବା ୩୩ ହଜାର କୋଟି ଟଙ୍କାର ବ୍ୟାଙ୍କ ଋଣ ସୁଝିବା ପାଇଁ ବଣ୍ଡ ଜାରି କରାଯିବ । ଏହାସହ ସେ କହିଛନ୍ତି କି, ନେଟୱର୍କ ଅପଗ୍ରେଡେସନ ପାଇଁ ଆଜି ସାପେକ୍ସକୁ ମଞ୍ଜୁରୀ ଦିଆଯାଇଛି । ଏହାସହ ଅପଗ୍ରେଡେସନ ପାଇଁ ଭାରତୀୟ ଉପକରଣ ବ୍ୟବହାର କରାଯିବ ବୋଲି ସେ କହିଛନ୍ତି । ସେପଟେ ବିଏସଏନଏଲ ଓ ଭାରତ ବ୍ରଡବ୍ୟାଣ୍ଡକୁ ମିଶାଇ ଗୋଟିଏ ନେଟୱର୍କ କରାଯିବ ବୋଲି ଆଇଟି ମନ୍ତ୍ରୀ ସୂଚନା ଦେଇଛନ୍ତି ।

ଆହୁରି ପଢ଼ନ୍ତୁ: ଦିଲ୍ଲୀ ସତ୍ୟ ନିକେତନ କୋଠା ଭୁଶୁଡ଼ିବା ଘଟଣା: ୪ ମହଲାରୁ ଅଧିକ ଥିବା ସମସ୍ତ ବେଆଇନ ନିର୍ମାଣ ସିଲ୍ କରିବାକୁ ଏମସିଡିର ନିର୍ଦ୍ଦେଶ, ମୃତ୍ୟୁସଂଖ୍ୟା ୬କୁ ବୃଦ୍ଧି

ଏହି ଦୁଇଟି ରାଷ୍ଟ୍ରାୟତ କମ୍ପାନିକୁ ୨୦,୧୪୦ କୋଟି ଟଙ୍କାର ପାଣ୍ଠି ଯୋଗାଇ ଦିଆଯିବ ବୋଲି କୁହାଯାଇଥିଲା । ଏହି ସ୍ପେକ୍ଟ୍ରମ ମୂଲ୍ୟର ଜିଏସଟି ବାବଦ ଅର୍ଥ ୩,୬୭୪ କୋଟି ଟଙ୍କା ମଧ୍ୟ ସରକାର ବଜେଟରୁ ବ୍ୟୟ କରିବେ । ଏହି ସ୍ପେକ୍ଟ୍ରମ ଉପଯୋଗ କରି ବିଏସଏନଏଲ ଏବଂ ଏମଟିଏନଏଲ ୪-ଜି ସେବା ଯୋଗାଇ ଦେବାରେ ସଫଳ ହେବା ସହିତ ଅନ୍ୟ କମ୍ପାନୀମାନଙ୍କ ସହିତ ପ୍ରତିଦ୍ୱନ୍ଦ୍ୱିତା କରିପାରିବେ ଏବଂ ଗ୍ରାମାଂଚଳରେ ସେମାନଙ୍କ ବିଶାଳ ନେଟୱର୍କ ମାଧ୍ୟମରେ ଦ୍ରୁତ ଡାଟା ସେବା ଯୋଗାଇ ଦେବେ ବୋଲି କେନ୍ଦ୍ର ସରକାର କହିଥିଲେ।

ଆହୁରି ପଢ଼ନ୍ତୁ: ମୋବାଇଲରେ 'ରିଲ୍ସ' ଦେଖିବାକୁ କେନ୍ଦ୍ର କରି ସ୍ତ୍ରୀକୁ ନିର୍ମମ ଭାବେ ହତ୍ୟା ପରେ ସ୍ୱାମୀର ଆତ୍ମହତ୍ୟା

ଏହାବ୍ୟତୀତ ଏବେ ପର୍ଯ୍ୟନ୍ତ ବିଏସ୍ଏନ୍ଏଲ୍‌ ସୁବିଧା ପାଇବାରୁ ବଞ୍ଚିତ ରହିଥିବା ୨୫ ହଜାର ଗ୍ରାମରେ ମୋବାଇଲ କନେକ୍ଟଭିଟି ପାଇଁ କାର୍ଯ୍ୟ କରାଯିବ । ଏଥିପାଇଁ ମୋଟ ୨୬.୩୧୬ କୋଟି ଟଙ୍କାର ସାଚୁରେସନ ପ୍ୟାକେଜ ମଧ୍ୟ ଘୋଷଣା କରାଯାଇଛି । ଏବେ କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏନେଇ ସୂଚନା ଦେଇ କହିଛନ୍ତି ବିଏସଏନଏଲ ଏବଂ ଭାରତ ବ୍ରଡବ୍ୟାଙ୍କ ନେଟୱାର୍କ ଲିମିଟେଡର ମିଶ୍ରଣକୁ କ୍ୟାବିନେଟ ଅନୁମୋଦନ କରିଛି । ଏହାଦ୍ୱାରା ଉଭୟ କମ୍ପାନୀର ଆର୍ଥିକ ସ୍ଥିତିରେ ସୁଧାର ଆସିବ ବୋଲି କହିଛନ୍ତି ଅଶ୍ୱିନୀ ବୈଷ୍ଣବ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର