ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ବିଦାୟୀ ଭାଷଣ: ‘ଦେଶର ସଂସ୍କୃତିକୁ ଉଜ୍ଜୀବିତ ରଖିବା ପାଇଁ ଯୁବଗୋଷ୍ଠୀଙ୍କର ପ୍ରମୁଖ ଭୂମିକା ରହିବା ଦରକାର’

The Sakala Picture
Published On

ନୂଆଦିଲ୍ଲୀ: ଦେଶର ୧୪ତମ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ବିଦାୟ କାଳୀନ ଅଭିଭାଷଣ । ଶେଷଥର ପାଇଁ ରାଷ୍ଟ୍ରପତି ଭାବେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି ରାମନାଥ କୋବିନ୍ଦ । ବିଦାୟୀ ଭାଷଣରେ କହିଛନ୍ତି, ଆଜି ମୋର କାର୍ଯ୍ଯକାଳ ସରୁଛି, ଦେଶବାସୀଙ୍କ ପାଖରେ କୃତଜ୍ଞ । ଏହି ଅବସରରେ ସେ କହିଛନ୍ତି ନିଷ୍ଠାବାନ ନାଗରିକ ବାସ୍ତବରେ ଦେଶ ନିର୍ମାଣ କରୁଛନ୍ତି। ଆମ ସୈନିକମାନଙ୍କ ଦେଶପ୍ରେମ ଅତୁଟ ରହିଛି । ସେମାନଙ୍କ ବଳିଦାନ ପାଇଁ ଦେଶବାସୀ ସୁରକ୍ଷିତ ଅଛନ୍ତି । ନିଜ […]

ନୂଆଦିଲ୍ଲୀ: ଦେଶର ୧୪ତମ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ବିଦାୟ କାଳୀନ ଅଭିଭାଷଣ । ଶେଷଥର ପାଇଁ ରାଷ୍ଟ୍ରପତି ଭାବେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି ରାମନାଥ କୋବିନ୍ଦ । ବିଦାୟୀ ଭାଷଣରେ କହିଛନ୍ତି, ଆଜି ମୋର କାର୍ଯ୍ଯକାଳ ସରୁଛି, ଦେଶବାସୀଙ୍କ ପାଖରେ କୃତଜ୍ଞ । ଏହି ଅବସରରେ ସେ କହିଛନ୍ତି ନିଷ୍ଠାବାନ ନାଗରିକ ବାସ୍ତବରେ ଦେଶ ନିର୍ମାଣ କରୁଛନ୍ତି। ଆମ ସୈନିକମାନଙ୍କ ଦେଶପ୍ରେମ ଅତୁଟ ରହିଛି । ସେମାନଙ୍କ ବଳିଦାନ ପାଇଁ ଦେଶବାସୀ ସୁରକ୍ଷିତ ଅଛନ୍ତି । ନିଜ ସମ୍ବୋଧନରେ ଶ୍ରୀ କୋବିନ୍ଦ କହିଛନ୍ତି, ଏତେ ଭଲପାଇବା ଏବଂ ସମ୍ମାନ ଦେଇଥିବାରୁ ସବୁ ଦେଶବାସୀଙ୍କୁ କୃତଜ୍ଞ।

ଆହୁରି ପଢ଼ନ୍ତୁ: ନେପାଳ ବନ୍ୟା ବିଭୀଷିକା: ସୁଡ଼ଙ୍ଗରେ ଫସିଛନ୍ତି ଶତାଧିକ ଶ୍ରମିକ, ଜୀବନ ବଞ୍ଚାଇବାକୁ ଚାଲିଛି ଆପ୍ରାଣ ଚେଷ୍ଟା

ମୋ କାର୍ଯ୍ଯକାଳ ସମୟରେ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ଆୟୋଜନ କରାଯାଇଛି। ରାଷ୍ଟ୍ରପତି ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ଏବଂ ଆଜିଦି କି ଅମୃତ ମହୋତ୍ସବ ଅନ୍ୟତମ । ମୁଁ ଏହି ଦୁଇ ଐତିହାସିକ ଅବସର ସହ ସମ୍ବନ୍ଧିତ ଅତ୍ୟନ୍ତ ପ୍ରଭାବଶାଳୀ ଆୟୋଜନ ପାଇଁ ଦେଶର ଜନତା ଏବଂ ସରକାରଙ୍କୁ ଧନ୍ୟବାଦ ଦେଉଛି । ଡାକ୍ତର ରାଜେନ୍ଦ୍ର ପ୍ରସାଦ, ରାଧାକୃଷ୍ଣନ ଏବଂ ଡା. ଅବଦୁଲ କାଲାମ ଭଲି ମହାନ ବ୍ୟକ୍ତିଙ୍କ ଉତ୍ତରାଧିକାରୀ ହୋଇଥିବାରୁ ପଦରେ ରହିବା ସମୟରେ ସବୁବେଳେ ସଚେତନ ରହିଥିଲି । ବାବା ସାହେବ ସାମାଜିକ ଗଣତନ୍ତ୍ରର କଥା କହିଥିଲେ ।

ଆହୁରି ପଢ଼ନ୍ତୁ: ପାକିସ୍ତାନ ସୀମା ନିକଟରେ ବାୟୁସେନାର ମେଗା ସମରାଭ୍ୟାସ, ସିଜ୍ ହେଲା ଆକାଶମାର୍ଗ, ଗର୍ଜିବେ ଯୁଦ୍ଧ ବିମାନ

ଭାରତର ଗଣତନ୍ତ୍ର ସବୁଠୁ ଅନନ୍ୟ । ମୁଁ ଏକ ସାଧାରଣ ପରିବାରରୁ ହୋଇଥିଲେ ମଧ୍ୟ ଦେଶର ରାଷ୍ଟ୍ରପତି ଭାବେ ଆଜି ସମ୍ବୋଧିତ କରୁଛି । ଭାରତୀୟ ଗଣତନ୍ତ୍ର ପ୍ରତ୍ୟେକ ବ୍ୟକ୍ତିକୁ ସୁଯୋଗ ଦେଇଥାଏ । ଏହିସମୟରେ ନିଜ ପୈତୃକ ଗାଁ କଥା ମଧ୍ୟ ମନେପକାଇଥିଲେ ଶ୍ରୀ କୋବିନ୍ଦ । କହିଥିଲେ, ରାଷ୍ଟ୍ରପତି କାର୍ୟ୍ୟକାଳ ସମୟରେ ନିଜ ପୈତୃକ ଗାଁକୁ ଗସ୍ତ କରିବା ଏବଂ ମୋର କାନପୁର ସ୍କୁଲରେ ବୟୋଜଷ୍ଠ ଶିକ୍ଷକଙ୍କ ଆଶୀର୍ବାଦ ନେବା ପାଇଁ ସେମାନଙ୍କ ପାଦ ଛୁଇଁବା ସବୁବେଳେ ମୋ ଜୀବନର ସବୁଠୁ ସ୍ମରଣୀୟ ମୁହୂର୍ତ୍ତ ମଧ୍ୟରୁ ଗୋଟିଏ ରହିବ । ମୋ କାର୍ଯ୍ଯକାଳ ସମୟରେ ସମସ୍ତଙ୍କ ସହଯୋଗ ମିଳିଛି ।

ଆହୁରି ପଢ଼ନ୍ତୁ: 'ଜଣେ ମାଜିଷ୍ଟ୍ରେଟ୍ ଏପରି ସାହସ କିପରି କଲେ?': ଗ୍ରେଟର ନୋଏଡା ଛାତ୍ରଙ୍କୁ ନୋଟିସ୍ ପ୍ରସଙ୍ଗରେ ବର୍ଷିଲେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ

ମୋ କାର୍ଯ୍ଯକାଳ ସମୟରେ ଅନେକ ପ୍ରତିଭାଙ୍କୁ ଭେଟିଛି । ମୋ ପିଲା ଜୀବନ ମାଟିଘରେ କଟିଛି । ମୁଁ ପିଲାଦିନୁ ଦେଶ ପାଇଁ କିଛି କରିବାକୁ ଚାହୁଁଥିଲି । ଦେଶ ଗଣତନ୍ତ୍ରର ରାସ୍ତାରେ ଆଗକୁ ବଢ଼ୁଛି । ଭାରତର ଗଣତନ୍ତ୍ର ସମସ୍ତଙ୍କୁ ସୁଯୋଗ ଦେଇଛି । ଦେଶର ସଂସ୍କୃତିକୁ ଉଜ୍ଜୀବିତ ରଖିବା ପାଇଁ ଯୁବଗୋଷ୍ଠୀଙ୍କର ପ୍ରମୁଖ ଭୂମିକା ରହିବା ଦରକାର । ଗାଁ ସଂସ୍କୃତିକୁ କେହି ନଭୁଲିବା ଆବଶ୍ୟକ । ସୂଚନାଯୋଗ୍ୟ, ଆଜି ମଧ୍ୟରାତ୍ରୀ ସୁଦ୍ଧା ତାଙ୍କର କାର୍ୟ୍ୟକାଳ ସମାପ୍ତ ହେବାକୁ ଯାଉଛି । ଆସନ୍ତାକାଲି ଦେଶର ୧୫ତମ ରାଷ୍ଟ୍ରପତି ଭାବେ ଶପଥ ନେବେ ଦ୍ରୌପଦୀ ମୁର୍ମୁ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର