ଦ୍ରୌପଦୀ ମୁର୍ମୁଙ୍କ ପ୍ରେମ କାହାଣୀ : ଦ୍ରୌପଦୀଙ୍କ ବାପାଙ୍କୁ ମନାଇବାକୁ ୩ ଦିନ ଡେରା ପକାଇଥିଲେ ସ୍ବାମୀ ଶ୍ୟାମଚରଣ

The Sakala Picture
Published On

ଭୁବନେଶ୍ୱର : ମୟୂରଭଞ୍ଜ ଜିଲ୍ଲାର ପାହାଡ଼ପୁର ଗାଁର ପାହାଡ଼ି ବୋହୂ ଦ୍ରୌପଦୀ ମୁର୍ମୁ ଏବେ ଦେଶର ସର୍ବୋଚ୍ଚ ପଦରେ ଅଭିଷିକ୍ତ। ଅନୁସୂଚୀତ ଜନଜାତି ବର୍ଗର ଏହି ମହିଳା ଏବେ ସାରା ଦେଶରେ ଚର୍ଚ୍ଚିତ। ଦେଶର ୧୫ତମ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିବା ଦ୍ରୌପଦୀ ମୁର୍ମୁଙ୍କ ଜୀବନ ପରି ତାଙ୍କ ପ୍ରେମ ମଧ୍ୟ ସଂଘର୍ଷଭରା ରହିଥିଲା। ଦ୍ରୌପଦୀ ମୁର୍ମୁ ପ୍ରେମ ବିବାହ କରିଛନ୍ତି କିନ୍ତୁ ଏଥି ପାଇଁ ତାଙ୍କୁ ବହୁ ସଂଘର୍ଷ କରିବାକୁ ପଡିଛି। ସେ ସମୟରେ ପ୍ରେମ […]

ଭୁବନେଶ୍ୱର : ମୟୂରଭଞ୍ଜ ଜିଲ୍ଲାର ପାହାଡ଼ପୁର ଗାଁର ପାହାଡ଼ି ବୋହୂ ଦ୍ରୌପଦୀ ମୁର୍ମୁ ଏବେ ଦେଶର ସର୍ବୋଚ୍ଚ ପଦରେ ଅଭିଷିକ୍ତ। ଅନୁସୂଚୀତ ଜନଜାତି ବର୍ଗର ଏହି ମହିଳା ଏବେ ସାରା ଦେଶରେ ଚର୍ଚ୍ଚିତ। ଦେଶର ୧୫ତମ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିବା ଦ୍ରୌପଦୀ ମୁର୍ମୁଙ୍କ ଜୀବନ ପରି ତାଙ୍କ ପ୍ରେମ ମଧ୍ୟ ସଂଘର୍ଷଭରା ରହିଥିଲା। ଦ୍ରୌପଦୀ ମୁର୍ମୁ ପ୍ରେମ ବିବାହ କରିଛନ୍ତି କିନ୍ତୁ ଏଥି ପାଇଁ ତାଙ୍କୁ ବହୁ ସଂଘର୍ଷ କରିବାକୁ ପଡିଛି। ସେ ସମୟରେ ପ୍ରେମ ବିବାହକୁ ମନା କରୁଥିବା ତାଙ୍କ ପିତାଙ୍କୁ ଏଥି ପାଇଁ ରାଜି କରାଇବା ଠୁ ବିବାହ ପର୍ଯ୍ୟନ୍ତ ବହୁ ସଂଘର୍ଷ କରିଛନ୍ତି ଦ୍ରୌପଦୀ ମୁର୍ମୁ।

ଆହୁରି ପଢ଼ନ୍ତୁ: ଶ୍ରୀନଗର ବିମାନବନ୍ଦରରେ ଅଘଟଣ: ପାର୍କିଂ ବେଳେ ଖୁଣ୍ଟରେ ପିଟି ହେଲା ଇଣ୍ଡିଗୋ ବିମାନ, ସମସ୍ତ ଯାତ୍ରୀ ସୁରକ୍ଷିତ

ବୟାଳିଶି ବର୍ଷ ତଳର କଥା। ଆଦିବାସୀ ଅଧ୍ୟୁଷିତ ଉପରବାଡ଼ ଗାଁର ଦ୍ରୌପଦୀଙ୍କ ସହ ବିବାହ ହୋଇଥିଲା ପାହାଡ଼ପୁର ଗାଁର ଶ୍ୟାମଚରଣ ମୁର୍ମୁଙ୍କ ସହ। ସେତେବେଳେ ଦ୍ରୌପଦୀ ଭୁବନେଶ୍ୱରର ରମାଦେବୀ ମହିଳା ମହାବିଦ୍ୟାଳୟରେ ପାଠ ପଢ଼଼ୁଥିଲେ। ସେ ସମୟରେ ତାଙ୍କର ଦେଖା ହୋଇଥିଲା ଶ୍ୟାମଚରଣ ମୁର୍ମୁଙ୍କ ସହ। ଶ୍ୟାମଚରଣ ବି ଭୁବନେଶ୍ୱରର ଏକ କଲେଜରେ ପାଠ ପଢ଼଼ୁଥିଲେ। ସେମାନଙ୍କ ମଧ୍ୟରେ ପ୍ରେମ ହୋଇଥିଲା ଓ ଏହାପରେ ବିବାହ ପ୍ରସ୍ତାବ ନେଇ ଦ୍ରୌପଦୀଙ୍କ ଗାଁରେ ପହଞ୍ଚିଥିଲେ ଶ୍ୟାମଚରଣ।

ଆହୁରି ପଢ଼ନ୍ତୁ: ଆମେରିକୀୟ ସେନା ଦ୍ୱାରା ଫୋନ୍ ଏବଂ କମ୍ପ୍ୟୁଟରରେ ବିଜ୍ଞାପନ ଟ୍ରାକର୍ ବନ୍ଦ: ମଧ୍ୟପ୍ରାଚ୍ୟରେ ସୈନିକଙ୍କ ସୁରକ୍ଷା ପାଇଁ ପଦକ୍ଷେପ

ଦ୍ରୌପଦୀଙ୍କ ଭାଉଜ ଶାକ୍ୟମୁନୀଙ୍କ ସୂଚନା ଅନୁସାରେ ଶ୍ୟାମଚରଣ ଯେତେବେଳେ ବିବାହ ପ୍ରସ୍ତାବ ନେଇ ତାଙ୍କ ଘରକୁ ଆସିଥିଲେ ସେତେବେଳେ ଦ୍ରୌପଦୀଙ୍କ ପିତା ତଥା ଶାକ୍ୟମୁନିଙ୍କ ଶ୍ୱଶୁର ବିରଞ୍ଚି ନାରାୟଣ ଟୁଡ଼ୁ ଭାରି କ୍ଷୁବ୍ଧ ହୋଇଥିଲେ। ସେ ବିବାହ ନିମନ୍ତେ ଆଦୌ ରାଜି ନ ଥିଲେ। ଅନ୍ୟପଟେ ଶ୍ୟାମ ବି ନିଜ ଜିଦ୍‍ରେ ଅଟଳ ଥିଲେ। ଦ୍ରୌପଦୀଙ୍କ ବିବାହ ପ୍ରସ୍ତାବରେ ବିରଞ୍ଚି ନାରାୟଣ ରାଜି ନ ହେବା ପର୍ଯ୍ୟନ୍ତ ସେ ଗାଁ ଛାଡ଼ି ଯିବେ ନାହିଁ ବୋଲି ଯେମିତି ଶପଥ କରିଥିଲେ। ସାଥୀରେ ଥିଲେ ତାଙ୍କର ନିଜର ଦାଦା, ଜଣେ ସମ୍ପର୍କୀୟ ଦାଦା ଓ ୨ ଜଣ ନିଜ ଗାଁ ଲୋକ। ତିନିଦିନ ଧରି ସେମାନେ ଉପରବାଡ଼ରୁ ଆସି ପାହାଡ଼ପୁର ଗାଁରେ ଡେରା ପକାଇଥିଲେ।

ଆହୁରି ପଢ଼ନ୍ତୁ: ସାଉଦି ଆରବ ଉପରେ ହୁଥି ବିଦ୍ରୋହୀଙ୍କ ଆକ୍ରମଣ: କଡ଼ା ନିନ୍ଦା କଲା ଭାରତ

ଏପଟେ ଦ୍ରୌପଦୀ ମଧ୍ୟ ଶ୍ୟାମଙ୍କ ଭିନ୍ନ ଅନ୍ୟ କାହାକୁ ବିବାହ କରିବେ ନାହିଁ ବୋଲ ସଫାସଫା କହିଦେଲେ। ଶେଷରେ ବାପା ବିରଞ୍ଚି ନାରାୟଣଙ୍କ ମନ ତରଳିଲା। ସେ ବିବାହ ପାଇଁ ରାଜି ହେଲେ। ତେବେ କେବଳ ଯୌତୂକ ଦେବାନେବା ବାକି ଥିଲା।ଶେଷରେ ଆଦିବାସୀ ପରମ୍ପରା ଅନୁସାରେ ଉଭୟ ପକ୍ଷ ସମ୍ମତିରେ ଗୋଟିଏ ଗାଇ, ଗୋଟିଏ ବଳଦ ଓ ୧୬ ଯୋଡ଼ା ଲୁଗା ଦେବାକୁ ସ୍ଥିର ହେଲା ଏବଂ ଏଥିରେ ଦ୍ରୌପଦୀଙ୍କ ବାପଘର ଲୋକମାନେ ରାଜି ହୋଇଗଲେ। ଦ୍ରୌପଦୀ ଓ ଶ୍ୟାମ ଉଭୟ ସାନ୍ତାଳ ସମାଜର ଥିଲେ। ଏହି ସମାଜର ନୀତି ଅନୁସାରେ ଝିଅ ଘରକୁ ପୁଅ ଘର ପକ୍ଷରୁ ଯୌତୂକ ପ୍ରଦାନର ପ୍ରଥା ରହିଥିଲା। ଏହାର କିଛିଦିନ ପରେ ଶ୍ୟାମଙ୍କ ସହ ଦ୍ରୌପଦୀଙ୍କର ବିବାହ ହେଲା। ବାହାଘର ଭୋଜିରେ ଦେଶୀ କୁକୁଡ଼ା ଝୋଳ ବି ହୋଇଥିଲା। ୧୯୮୦ ମସିହାରେ ଦ୍ରୌପଦୀଙ୍କର ବିବାହ ହୋଇଥିଲା। ମାତ୍ର ନିର୍ଦ୍ଦିଷ୍ଟ ଭାବରେ ଏହାର ତାରିଖ କେବେ ଏ କଥା ଦ୍ରୌପଦୀଙ୍କ ଗାଁ ଲୋକମାନେ ମନେ ରଖିନାହାନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର