ନିଟ୍ ପରୀକ୍ଷା ସେଣ୍ଟରରେ ଛାତ୍ରୀଙ୍କୁ ଅନ୍ତଃବସ୍ତ୍ର ଖୋଲିବାକୁ ବାଧ୍ୟ କରାଯିବା ଘଟଣା, ୫ ମହିଳାଙ୍କୁ ଗିରଫ କଲା ପୁଲିସ

The Sakala Picture
Published On

ତିରୁଅନନ୍ତପୁରମ୍‌ : ନିଟ୍‌ ପରୀକ୍ଷାରେ ଛାତ୍ରୀଙ୍କ ଅନ୍ତଃବସ୍ତ୍ର ଖୋଲି ଯାଞ୍ଚ। ପରୀକ୍ଷା ଦେବାକୁ ଯାଇଥିବା ଏକାଧିକ ଛାତ୍ରୀଙ୍କୁ ଅନ୍ତଃବସ୍ତ୍ର ଖୋଲିବାକୁ କରାଯାଇଥିଲା ବାଧ୍ୟ। ଗତ ରବିବାର ଅନୁଷ୍ଠିତ ହୋଇଥିବା ‘ନିଟ୍‌’ ପ୍ରବେଶିକା ପରୀକ୍ଷାକୁ ନେଇ କେରଳରେ ଏକ ଅଜବ ସ୍ଥିତି ଦେଖିବାକୁ ମିଳିଛି। ରାଜ୍ୟର କୋଲାମ ଜିଲ୍ଲାର ଏକ ପରୀକ୍ଷା କେନ୍ଦ୍ରରେ ମହିଳା ପରୀକ୍ଷାର୍ଥୀଙ୍କ ଯାଞ୍ଚକୁ ନେଇ ଏଭଳି କିଛି କରାଯାଇଛି ଯାହାକି ସାରା ଦେଶରେ ଏବେ ଚର୍ଚ୍ଚାର ବିଷୟ ହୋଇଛି। ମିଳିଥିବା ସୂଚନା ଅନୁସାରେ ନିଟ୍‌ […]

ତିରୁଅନନ୍ତପୁରମ୍‌ : ନିଟ୍‌ ପରୀକ୍ଷାରେ ଛାତ୍ରୀଙ୍କ ଅନ୍ତଃବସ୍ତ୍ର ଖୋଲି ଯାଞ୍ଚ। ପରୀକ୍ଷା ଦେବାକୁ ଯାଇଥିବା ଏକାଧିକ ଛାତ୍ରୀଙ୍କୁ ଅନ୍ତଃବସ୍ତ୍ର ଖୋଲିବାକୁ କରାଯାଇଥିଲା ବାଧ୍ୟ। ଗତ ରବିବାର ଅନୁଷ୍ଠିତ ହୋଇଥିବା ‘ନିଟ୍‌’ ପ୍ରବେଶିକା ପରୀକ୍ଷାକୁ ନେଇ କେରଳରେ ଏକ ଅଜବ ସ୍ଥିତି ଦେଖିବାକୁ ମିଳିଛି। ରାଜ୍ୟର କୋଲାମ ଜିଲ୍ଲାର ଏକ ପରୀକ୍ଷା କେନ୍ଦ୍ରରେ ମହିଳା ପରୀକ୍ଷାର୍ଥୀଙ୍କ ଯାଞ୍ଚକୁ ନେଇ ଏଭଳି କିଛି କରାଯାଇଛି ଯାହାକି ସାରା ଦେଶରେ ଏବେ ଚର୍ଚ୍ଚାର ବିଷୟ ହୋଇଛି। ମିଳିଥିବା ସୂଚନା ଅନୁସାରେ ନିଟ୍‌ ପ୍ରବେଶିକା ପାଇଁ କୋଲାମସ୍ଥିତ ଏମଆଇଆଇଟି ପରୀକ୍ଷା କେନ୍ଦ୍ରକୁ ବହୁ ପରୀକ୍ଷାର୍ଥୀ ଆସିଥିଲେ। ହେଲେ ପରୀକ୍ଷା କେନ୍ଦ୍ରରେ ପ୍ରବେଶ ପୂର୍ବରୁ ଯାଞ୍ଚ କାର୍ଯ୍ୟ ଚାଲିଥିଲା ବେଳେ ଯାଞ୍ଚକାରୀ ମହିଳା କର୍ମୀ ଜଣେ ମହିଳା ପ୍ରାର୍ଥୀଙ୍କୁ ତାଙ୍କ ଅନ୍ତଃବସ୍ତ୍ର (ବ୍ରା)ଖୋଲିବାକୁ କହିଥିଲେ।

ଆହୁରି ପଢ଼ନ୍ତୁ: ଇରାନ ସହ ଯୁଦ୍ଧ ପ୍ରସ୍ତୁତି: ୨୦୨୭ ଯାଏଁ ମଧ୍ୟପ୍ରାଚ୍ୟରେ ମୁତୟନ ରହିବେ ଆମେରିକୀୟ ସେନା

ତାଙ୍କ ଅନ୍ତବସ୍ତ୍ରରେ ଲାଗିଥିବା ଧାତବ ହୁକ୍‌ ମେଟାଲ ଡିକ୍ଟେରରରେ ସୂଚାଉ ଥିବାରୁ ମହିଳା ପ୍ରାର୍ଥୀ ଅନ୍ତଃବସ୍ତ୍ର କାଢିଲେ ହିଁ ପରୀକ୍ଷା ଗୃହକୁ ଯାଇପାରିବେ ବୋଲି ଯାଞ୍ଚକାରୀ ମହିଳା ଜଣକ କହିଥିଲେ। ଏହାକୁ ପରୀକ୍ଷାର୍ଥୀ ବିରୋଧ କରିବାରୁ ‘ ତୁମର ଭବିଷ୍ୟତ ବଡ଼ ନା ଏହି ଅନ୍ତଃବସ୍ତ୍ର ବଡ଼’ ବୋଲି ଯାଞ୍ଚକାରୀ ମହିଳା ଜଣକ କହିବା ସହିତ ଆମର ସମୟ ନଷ୍ଟ କର ନାହିଁ ବୋଲି କହିଥିଲେ। ଏଭଳି ଘଟଣା ଜାଣିବା ପରେ ସଂପୃକ୍ତ ପରୀକ୍ଷାର୍ଥୀଙ୍କ ଅଭିଭାବକ ପୁଲିସ ନିକଟରେ ଏତଲା ଦାଏର କରିଥିଲେ। କେବଳ ଏହି ପରୀକ୍ଷାର୍ଥୀ ନୁହେଁ, ଏହି କେନ୍ଦ୍ରକୁ ପରୀକ୍ଷା ଦେବାକୁ ଆସିଥିବା ଆହୁରି ଅନେକ ମହିଳା ପରୀକ୍ଷାର୍ଥୀ ନିଜର ଅନ୍ତଃବସ୍ତ୍ର କାଢି ପରୀକ୍ଷା ଗୃହକୁ ପ୍ରବେଶ କରିଥିବା ପରେ ଜଣାପଡ଼ିଥିଲା। ଏଭଳି ଘଟଣାକୁ ନେଇ ବିଭିନ୍ନ ମହଲରେ ଉଦବେଗ ପ୍ରକାଶ ପାଇବା ପରେ କେରଳ ଶିକ୍ଷାମନ୍ତ୍ରୀ ଡ.ଆର ବିନ୍ଦୁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଚିଠି ଲେଖି ତୁରନ୍ତ ଏହି ଯାଞ୍ଚକାରୀ ଏଜେନ୍ସି ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଥିଲେ।

ଆହୁରି ପଢ଼ନ୍ତୁ: ପଞ୍ଜାବ ଭୋଟର ତାଲିକାରୁ କଟିଲା ରାଘବ ଚଢ଼ାଙ୍କ ନାଁ: ଆଣିଲେ ରାଜନୈତିକ ଷଡ଼ଯନ୍ତ୍ରର ଅଭିଯୋଗ

ଏହି ଅଭିଯୋଗକୁ ଭିତ୍ତି କରି ‌ଯେଉଁମାନେ ଛାତ୍ରୀମାନଙ୍କ ଅନ୍ତଃବସ୍ତ୍ର ଖୋଲିବାକୁ ବାଧ୍ୟ କରିଥିଲେ ପୁଲିସ ସେମାନଙ୍କ ନାଁରେ ଧାରା ୩୫୪ ଓ ଧାରା ୫୦୯ ଅଧୀନରେ ମାମଲା ରୁଜୁ କରିଥିବା ବେଳେ ଆଜି ୫ ଜଣ ମହିଳାଙ୍କୁ ଗିରଫ କରିଥିବା ଜଣାପଡିଛି।

ଆହୁରି ପଢ଼ନ୍ତୁ: ସାଉଦି ଆରବର ଆରାମକୋ ରିଫାଇନାରୀ ଉପରେ ହୁଥି ବିଦ୍ରୋହୀଙ୍କ ଆକ୍ରମଣ: ନୂଆ 'ମକ୍କା ଚୁକ୍ତି' ଉପରେ ଉଠିଲା ପ୍ରଶ୍ନ

କେରଳ ପୁଲିସ ଅନୁସାରେ ରବିବାର କୋଲ୍ଲାମ ଜିଲ୍ଲାରେ ଏକ ଘରୋଇ ଶିକ୍ଷାନୁଷ୍ଠାନରେ ଛାତ୍ରୀଙ୍କ ସହ ଏପରି ଦୁର୍ବ୍ୟବହାର କରାଯାଇଥିବା ଅଭିଯୋଗ ହୋଇଥିଲା ।ଏହାପରେ ଏହିପରି ଆହୁରି ଅନେକ ମାମଲା ସାମ୍ନାକୁ ଆସିଥିବା ପୁଲିସ କହିଛି।ଛାତ୍ରୀମାନଙ୍କ ବୟାନ ରେକର୍ଡ କରିବା ପରେ ମାମଲା ରୁଜୁ ହୋଇଛି। ପାଖାପାଖି ପରୀକ୍ଷା ଦେବାକୁ ଯାଇଥିବା ୯୦ ପ୍ରତିଶତ ଛାତ୍ରୀଙ୍କୁ ଏଭଳି ଅପ୍ରିତିକର ପରିସ୍ଥିତିର ସାମ୍ନାକୁ କରିବାକୁ ପଡିଛି। ଏହି ଘଟଣାକୁ ଗରୁତର ସହ ନେଇ ପୁଲିସ ତଦନ୍ତ ଆରମ୍ଭ କରିଥିଲା। ଆଜି ୫ ଜଣ ମହିଳାଙ୍କୁ ଏହି ଅଭିଯୋଗରେ ଗିରଫ କରାଯାଇ ପଚରାଉଚୁରା କରାଯାଉଛି। ଆଗକୁ ଆଉ କାହାର ସଂପୃକ୍ତ ଥିବା ଜଣାପଡିଲେ ଖୁବ୍‌ ଶୀଘ୍ର ଗିରଫ କରାଯିବ ବୋଲି ପୁଲିସ କହିଛି।

ସୋମବାର ଜଣେ ୧୭ ବର୍ଷୀୟ ଛାତ୍ରୀଙ୍କ ବାପା ଏହି ଘଟଣାକୁ ଗଣମାଧ୍ୟମ ସାମନାକୁ ଆଣିଥିଲେ । ପ୍ରଥମ ଥର ନିଟ୍ ଦେବାକୁ ଯାଇଥିବା ଏହି ଛାତ୍ରୀ ଜଣଙ୍କ ତିନି ଘଣ୍ଟା ଯାଏଁ ନିଜର ଅନ୍ତଃବସ୍ତ୍ର ନ ପିନ୍ଧି ପରୀକ୍ଷା ଦେଇଥିଲେ । ପରୀକ୍ଷା ପାଇଁ ଥିବା ଡ୍ରେସ କୋଡ୍ ଅନୁସାରେ ତାଙ୍କ ଝିଅ ଡ୍ରେସ ପିନ୍ଧିଥିବା ଛାତ୍ରୀଙ୍କ ବାପା କହିଛନ୍ତି । ତେବେ ଅନ୍ତଃବସ୍ତ୍ର ପାଇଁ ନିଟ୍ ପକ୍ଷରୁ କୌଣସି ପ୍ରକାର ନିର୍ଦ୍ଦେଶ ନଥିବା ସେ କହିଛନ୍ତି । ଅନ୍ୟପଟେ ଏହି ଘଟଣା ଉପରେ ରାଜ୍ୟ ମାନବାଧିକାର କମିଶନଙ୍କ ପକ୍ଷରୁ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । ୧୫ ଦିନ ଭିତରେ ଏହା ଉପରେ ରିପୋର୍ଟ ଦାଖଲ କରିବା ପାଇଁ କୋଲ୍ଲାମ ଗ୍ରାମାଞ୍ଚଳ ଏସପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର