ମାର୍ଗରେଟ୍ ଆଲଭା ହେଲେ ବିପକ୍ଷଙ୍କ ଉପରାଷ୍ଟ୍ରପତି ପ୍ରାର୍ଥୀ, ଘୋଷଣା କଲେ ଶରଦ ପାୱାର

The Sakala Picture
Published On

ନୂଆଦିଲ୍ଲୀ : ମାର୍ଗରେଟ୍ ଆଲଭା ହୋଇଛନ୍ତି ବିପକ୍ଷଙ୍କ ଉପରାଷ୍ଟ୍ରପତି ପ୍ରାର୍ଥୀ। ଏନେଇ ପ୍ରେସ୍‌ମିଟରେ ଘୋଷଣା କରିଛନ୍ତି ଶରଦ ପାୱାର ।ବରିଷ୍ଠ କଂଗ୍ରେସ ନେତ୍ରୀ ମାର୍ଗରେଟ ଆଲଭା ଗୋଆ, ଗୁଜୁରାଟ, ରାଜସ୍ଥାନ ଏବଂ ଉତ୍ତରାଖଣ୍ଡ ରାଜ୍ୟପାଳ ଭାବରେ କାର୍ଯ୍ୟ କରିଥିଲେ। ରାଜ୍ୟପାଳ ଭାବରେ ନିଯୁକ୍ତ ହେବା ପୂର୍ବରୁ ସେ ଭାରତୀୟ ଜାତୀୟ କଂଗ୍ରେସର ଜଣେ ବରିଷ୍ଠ ନେତ୍ରୀ ଥିଲେ ଏବଂ ଅଲ ଇଣ୍ଡିଆ କଂଗ୍ରେସ କମିଟିର ଯୁଗ୍ମ ସଚିବ ଥିଲେ। ମାର୍ଗରେଟ୍ ଆଲଭା ହେଉଛନ୍ତି କର୍ଣ୍ଣାଟକ ନିବାସୀ। ଗତକାଲି […]

ନୂଆଦିଲ୍ଲୀ : ମାର୍ଗରେଟ୍ ଆଲଭା ହୋଇଛନ୍ତି ବିପକ୍ଷଙ୍କ ଉପରାଷ୍ଟ୍ରପତି ପ୍ରାର୍ଥୀ। ଏନେଇ ପ୍ରେସ୍‌ମିଟରେ ଘୋଷଣା କରିଛନ୍ତି ଶରଦ ପାୱାର ।ବରିଷ୍ଠ କଂଗ୍ରେସ ନେତ୍ରୀ ମାର୍ଗରେଟ ଆଲଭା ଗୋଆ, ଗୁଜୁରାଟ, ରାଜସ୍ଥାନ ଏବଂ ଉତ୍ତରାଖଣ୍ଡ ରାଜ୍ୟପାଳ ଭାବରେ କାର୍ଯ୍ୟ କରିଥିଲେ। ରାଜ୍ୟପାଳ ଭାବରେ ନିଯୁକ୍ତ ହେବା ପୂର୍ବରୁ ସେ ଭାରତୀୟ ଜାତୀୟ କଂଗ୍ରେସର ଜଣେ ବରିଷ୍ଠ ନେତ୍ରୀ ଥିଲେ ଏବଂ ଅଲ ଇଣ୍ଡିଆ କଂଗ୍ରେସ କମିଟିର ଯୁଗ୍ମ ସଚିବ ଥିଲେ। ମାର୍ଗରେଟ୍ ଆଲଭା ହେଉଛନ୍ତି କର୍ଣ୍ଣାଟକ ନିବାସୀ।

ଆହୁରି ପଢ଼ନ୍ତୁ: ଅନିଶ୍ଚିତତାରେ ଆମେରିକା-ଇରାନ ଶାନ୍ତି ଆଲୋଚନା: ଟ୍ରମ୍ପଙ୍କ ବୋମାମାଡ଼ ଚେତାବନୀ ଓ ଇରାନର 'ନୂଆ କାର୍ଡ' ଧମକ

ଗତକାଲି ଉପରାଷ୍ଟ୍ରପତି ପଦ ପାଇଁ ପ୍ରାର୍ଥୀ ଘୋଷଣା କରିଥିଲା ଏନ୍‌ଡିଏ। ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନଖର ହୋଇଛନ୍ତି ପ୍ରାର୍ଥୀ ଏନ୍‌ଡିଏର ଉପରାଷ୍ଟ୍ରପତି ପ୍ରାର୍ଥୀ। ଏହାର ଜବାବରେ ଆଜି ବିରୋଧୀ ମେଣ୍ଟ ପକ୍ଷରୁ ମାର୍ଗେରେଟ ଆଲଭାଙ୍କୁ ଉପରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଘୋଷଣା କରାଯାଇଛି । ଏନସିପି ନେତା ଶରଦ ପାୱାରଙ୍କ ଦିଲ୍ଲୀସ୍ଥିତ ବାସଭବନରେ ବିରୋଧୀ ମେଣ୍ଟ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ କଂଗ୍ରେସ, ଏନସିପି, ବାମଦଳ, ସମାଜବାଦୀ ପାର୍ଟି ସମେତ ଅନେକ ବିରୋଧୀ ଦଳର ନେତାମାନେ ଯୋଗ ଦେଇଥିଲେ । ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ କୁହାଯାଇଛି କି ଏନଡିଏର ଜଗଦୀପ ଧନଖେଡଙ୍କ ବିରୋଧରେ ମାର୍ଗାରେଟ ଆଲଭାଙ୍କ ପ୍ରାର୍ଥୀ କରାଯାଇଛି।

ଆହୁରି ପଢ଼ନ୍ତୁ: ହର୍ମୁଜ ପ୍ରଣାଳୀରେ ଭାରତ ଆସୁଥିବା ଜାହାଜ ଉପରକୁ ଗୁଳିମାଡ଼ ସହ ଜାହାଜକୁ ନିଜ କବ୍‌ଜାକୁ ନେଲା IRGC

ସୂଚନାଯୋଗ୍ୟ ବର୍ତ୍ତମାନ ଉପରାଷ୍ଟ୍ରପତି ଥିବା ଏମ ଭେଙ୍କୟା ନାୟଡୁଙ୍କ କାର୍ଯ୍ୟକାଳ ଅଗଷ୍ଟ ୧୦ରେ ଶେଷ ହେଉଛି। ଏଣୁ  ଉପରାଷ୍ଚ୍ରପତି ନିର୍ବାଚନ ପାଇଁ ଗତ ଜୁଲାଇ ୫ରେ ବିଜ୍ଞପ୍ତି ଜାରି ହୋଇଥିଲା । ଏଥିପାଇଁ ମନୋନୟନ ପତ୍ର ଦାଖଲର ଶେଷ ତାରିଖ ଜୁଲାଇ ୧୯ ରଖାଯାଇଛି। ଜୁଲାଇ ୨୦ ନାମାଙ୍କନ ପତ୍ର ଯାଞ୍ଚ ଏବଂ ନାମାଙ୍କନ ପତ୍ର ପ୍ରତ୍ୟାହାରର ଶେଷ ତାରିଖ ଜୁଲାଇ ୨୨ ପର୍ଯ୍ୟନ୍ତ ରହିଛି। ଅଗଷ୍ଟ ୬ରେ ଉପରାଷ୍ଟ୍ରପତି ପଦ ପାଇଁ ଭୋଟ ପଡିବ । ଏହି ଦିନ ହିଁ ବିଜୟୀ ପ୍ରାର୍ଥୀଙ୍କ ନାଁ ଘୋଷଣା ହେବ ।

ଆହୁରି ପଢ଼ନ୍ତୁ: ପ୍ରାଣଘାତୀ ଆକ୍ରମଣରେ ଗୁରୁତର ଇରାନର ସୁପ୍ରିମ୍ ଲିଡର୍ ମୋଜତାବା ଖାମେନେଇ: ଗୋଡ଼ର ୩ ଥର ଅସ୍ତ୍ରୋପଚାର, ଜଳିଯାଇଛି ମୁହଁ

ଉଲ୍ଲେଖଯୋଗ୍ୟ ଯେ ରା‌ଷ୍ଟ୍ରପତି ନିର୍ବାଚନ ପରି ସମାନ ଢଙ୍ଗରେ ଉପରାଷ୍ଟ୍ରପତି ନିର୍ବାଚନ ମଧ୍ୟ ଇଲେକ୍ଟୋରାଲ କଲେଜ ଦ୍ବାରା ହେବ। ତେବେ ଉପରାଷ୍ଟ୍ରପତି ନିର୍ବାଚନରେ କେବଳ ଲୋକସଭା ଏବଂ ରାଜ୍ୟସଭାର ନିର୍ବାଚିତ ଏବଂ ମନୋନୀତ ସଦସ୍ୟଙ୍କୁ ନେଇ ଗଠିତ ଇଲେକ୍ଟୋରାଲ୍‌ କଲେଜ ଭାଗ ନେବ। ଏହି ନିର୍ବାଚନରେ ରାଜ୍ୟମାନଙ୍କର କୌଣସି ଭୂମିକା ନାହିଁ। ଲୋକସଭା ଏବଂ ରାଜ୍ୟସଭାର ସାଂସଦ ଭୋଟ ଦେଉଥିବା ବେଳେ ବର୍ତ୍ତମାନ ୭୮୦ ସାଂସଦ ରହିଛନ୍ତି । ବିଜେପି ପାଖରେ ୩୯୪ ସାଂସଦ ଥିବା ବେଳେ ଜିତିବା ପାଇଁ ୩୯୦ ସାଂସଦଙ୍କ ଭୋଟ ଦରକାର ।

17 Jul 2022 By The Sakala

ମାର୍ଗରେଟ୍ ଆଲଭା ହେଲେ ବିପକ୍ଷଙ୍କ ଉପରାଷ୍ଟ୍ରପତି ପ୍ରାର୍ଥୀ, ଘୋଷଣା କଲେ ଶରଦ ପାୱାର

ନୂଆଦିଲ୍ଲୀ : ମାର୍ଗରେଟ୍ ଆଲଭା ହୋଇଛନ୍ତି ବିପକ୍ଷଙ୍କ ଉପରାଷ୍ଟ୍ରପତି ପ୍ରାର୍ଥୀ। ଏନେଇ ପ୍ରେସ୍‌ମିଟରେ ଘୋଷଣା କରିଛନ୍ତି ଶରଦ ପାୱାର ।ବରିଷ୍ଠ କଂଗ୍ରେସ ନେତ୍ରୀ ମାର୍ଗରେଟ ଆଲଭା ଗୋଆ, ଗୁଜୁରାଟ, ରାଜସ୍ଥାନ ଏବଂ ଉତ୍ତରାଖଣ୍ଡ ରାଜ୍ୟପାଳ ଭାବରେ କାର୍ଯ୍ୟ କରିଥିଲେ। ରାଜ୍ୟପାଳ ଭାବରେ ନିଯୁକ୍ତ ହେବା ପୂର୍ବରୁ ସେ ଭାରତୀୟ ଜାତୀୟ କଂଗ୍ରେସର ଜଣେ ବରିଷ୍ଠ ନେତ୍ରୀ ଥିଲେ ଏବଂ ଅଲ ଇଣ୍ଡିଆ କଂଗ୍ରେସ କମିଟିର ଯୁଗ୍ମ ସଚିବ ଥିଲେ। ମାର୍ଗରେଟ୍ ଆଲଭା ହେଉଛନ୍ତି କର୍ଣ୍ଣାଟକ ନିବାସୀ।

ଗତକାଲି ଉପରାଷ୍ଟ୍ରପତି ପଦ ପାଇଁ ପ୍ରାର୍ଥୀ ଘୋଷଣା କରିଥିଲା ଏନ୍‌ଡିଏ। ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନଖର ହୋଇଛନ୍ତି ପ୍ରାର୍ଥୀ ଏନ୍‌ଡିଏର ଉପରାଷ୍ଟ୍ରପତି ପ୍ରାର୍ଥୀ। ଏହାର ଜବାବରେ ଆଜି ବିରୋଧୀ ମେଣ୍ଟ ପକ୍ଷରୁ ମାର୍ଗେରେଟ ଆଲଭାଙ୍କୁ ଉପରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଘୋଷଣା କରାଯାଇଛି । ଏନସିପି ନେତା ଶରଦ ପାୱାରଙ୍କ ଦିଲ୍ଲୀସ୍ଥିତ ବାସଭବନରେ ବିରୋଧୀ ମେଣ୍ଟ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ କଂଗ୍ରେସ, ଏନସିପି, ବାମଦଳ, ସମାଜବାଦୀ ପାର୍ଟି ସମେତ ଅନେକ ବିରୋଧୀ ଦଳର ନେତାମାନେ ଯୋଗ ଦେଇଥିଲେ । ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ କୁହାଯାଇଛି କି ଏନଡିଏର ଜଗଦୀପ ଧନଖେଡଙ୍କ ବିରୋଧରେ ମାର୍ଗାରେଟ ଆଲଭାଙ୍କ ପ୍ରାର୍ଥୀ କରାଯାଇଛି।

ସୂଚନାଯୋଗ୍ୟ ବର୍ତ୍ତମାନ ଉପରାଷ୍ଟ୍ରପତି ଥିବା ଏମ ଭେଙ୍କୟା ନାୟଡୁଙ୍କ କାର୍ଯ୍ୟକାଳ ଅଗଷ୍ଟ ୧୦ରେ ଶେଷ ହେଉଛି। ଏଣୁ  ଉପରାଷ୍ଚ୍ରପତି ନିର୍ବାଚନ ପାଇଁ ଗତ ଜୁଲାଇ ୫ରେ ବିଜ୍ଞପ୍ତି ଜାରି ହୋଇଥିଲା । ଏଥିପାଇଁ ମନୋନୟନ ପତ୍ର ଦାଖଲର ଶେଷ ତାରିଖ ଜୁଲାଇ ୧୯ ରଖାଯାଇଛି। ଜୁଲାଇ ୨୦ ନାମାଙ୍କନ ପତ୍ର ଯାଞ୍ଚ ଏବଂ ନାମାଙ୍କନ ପତ୍ର ପ୍ରତ୍ୟାହାରର ଶେଷ ତାରିଖ ଜୁଲାଇ ୨୨ ପର୍ଯ୍ୟନ୍ତ ରହିଛି। ଅଗଷ୍ଟ ୬ରେ ଉପରାଷ୍ଟ୍ରପତି ପଦ ପାଇଁ ଭୋଟ ପଡିବ । ଏହି ଦିନ ହିଁ ବିଜୟୀ ପ୍ରାର୍ଥୀଙ୍କ ନାଁ ଘୋଷଣା ହେବ ।

ଉଲ୍ଲେଖଯୋଗ୍ୟ ଯେ ରା‌ଷ୍ଟ୍ରପତି ନିର୍ବାଚନ ପରି ସମାନ ଢଙ୍ଗରେ ଉପରାଷ୍ଟ୍ରପତି ନିର୍ବାଚନ ମଧ୍ୟ ଇଲେକ୍ଟୋରାଲ କଲେଜ ଦ୍ବାରା ହେବ। ତେବେ ଉପରାଷ୍ଟ୍ରପତି ନିର୍ବାଚନରେ କେବଳ ଲୋକସଭା ଏବଂ ରାଜ୍ୟସଭାର ନିର୍ବାଚିତ ଏବଂ ମନୋନୀତ ସଦସ୍ୟଙ୍କୁ ନେଇ ଗଠିତ ଇଲେକ୍ଟୋରାଲ୍‌ କଲେଜ ଭାଗ ନେବ। ଏହି ନିର୍ବାଚନରେ ରାଜ୍ୟମାନଙ୍କର କୌଣସି ଭୂମିକା ନାହିଁ। ଲୋକସଭା ଏବଂ ରାଜ୍ୟସଭାର ସାଂସଦ ଭୋଟ ଦେଉଥିବା ବେଳେ ବର୍ତ୍ତମାନ ୭୮୦ ସାଂସଦ ରହିଛନ୍ତି । ବିଜେପି ପାଖରେ ୩୯୪ ସାଂସଦ ଥିବା ବେଳେ ଜିତିବା ପାଇଁ ୩୯୦ ସାଂସଦଙ୍କ ଭୋଟ ଦରକାର ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର