ସୋସିଆଲ ମିଡିଆ ପ୍ଲାଟଫର୍ମର ନିୟନ୍ତ୍ରଣ ପାଇଁ କଡ଼ା ଆଇନ ଜରୁରୀ : ଜଷ୍ଟିସ୍ ପରଦିୱାଲା

The Sakala Picture
Published On

ନୂଆଦିଲ୍ଲୀ : ପ୍ରଫେଟ ମହମ୍ମଦ ବିବାଦୀୟ ମନ୍ତବ୍ୟ ମାମଲାରେ ନୂପୁର ଶର୍ମାଙ୍କୁ ଭର୍ତ୍ସନା କରି ଚର୍ଚ୍ଚିିତ ରହିଥିବା ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ୍ ଜେ ବି ପରଦିୱାଲା ସୋସିଆଲ ଏବଂ ଡିଜିଟାଲ ମିଡିଆକୁ ନେଇ ବଡ଼ ପ୍ରଶ୍ନ ଉଠାଇଛନ୍ତି। ସୋସିଆଲ ମିଡିଆ ଅର୍ଦ୍ଧସତ୍ୟ ଗ୍ରସିତ ଏବଂ ଏହାକୁ ନିୟନ୍ତ୍ରଣ କରିବାକୁ ହେଲେ କଡ଼ା ଆଇନର ଆବଶ୍ୟକତା ରହିଛି ବୋଲି ଜଷ୍ଟିସ ପରଦିୱାଲା କହିଛନ୍ତି। ସେ ରବିବାର ଏକ ଭର୍ଚୁଆଲ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବା ଅବସରରେ କହିଛନ୍ତି ଯେ, ବିଭିନ୍ନ […]

ନୂଆଦିଲ୍ଲୀ : ପ୍ରଫେଟ ମହମ୍ମଦ ବିବାଦୀୟ ମନ୍ତବ୍ୟ ମାମଲାରେ ନୂପୁର ଶର୍ମାଙ୍କୁ ଭର୍ତ୍ସନା କରି ଚର୍ଚ୍ଚିିତ ରହିଥିବା ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ୍ ଜେ ବି ପରଦିୱାଲା ସୋସିଆଲ ଏବଂ ଡିଜିଟାଲ ମିଡିଆକୁ ନେଇ ବଡ଼ ପ୍ରଶ୍ନ ଉଠାଇଛନ୍ତି। ସୋସିଆଲ ମିଡିଆ ଅର୍ଦ୍ଧସତ୍ୟ ଗ୍ରସିତ ଏବଂ ଏହାକୁ ନିୟନ୍ତ୍ରଣ କରିବାକୁ ହେଲେ କଡ଼ା ଆଇନର ଆବଶ୍ୟକତା ରହିଛି ବୋଲି ଜଷ୍ଟିସ ପରଦିୱାଲା କହିଛନ୍ତି। ସେ ରବିବାର ଏକ ଭର୍ଚୁଆଲ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବା ଅବସରରେ କହିଛନ୍ତି ଯେ, ବିଭିନ୍ନ ଘଟଣାରେ ଏବେ ସୋସିଆଲ ମିଡିଆ ଏବଂ ଡିଜିଟାଲ ମିଡିଆ ପ୍ଲାଟଫର୍ମରେ ଟ୍ରାଏଲ କରାଯାଉଛି।

ଆହୁରି ପଢ଼ନ୍ତୁ: ନେପାଳକୁ ପ୍ରତି ବିପଦର ଆଗୁଆ ସୂଚନା ଦେବ ଚୀନ୍!

ସୋସିଆଲ ମିଡିଆରେ ମତାମତ ରଖୁଥିବା ଅଧିକାଂଶ ଲୋକ ଆଇନ କାନୁନ ବ୍ୟବସ୍ଥାର ସୀମା ଏବଂ ଔପଚାରିକତା ବିଷୟରେ ଅବଗତ ନଥାଇ ବି ମତ ମନ୍ତବ୍ୟ ଦେଉଛନ୍ତି। ଯାହାକି ଅର୍ଦ୍ଧସତ୍ୟ ଆଧାରିତ ଏବଂ ସେଥିରେ ଦିଆଯାଉଥିବା ସୂଚନା କିମ୍ବା ତଥ୍ୟ ଅସମ୍ପୂର୍ଣ୍ଣ। ଏଭଳି ପରମ୍ପରା ଦେଶର ଆଇନ ବ୍ୟବସ୍ଥା ପାଇଁ ଶୁଭଙ୍କର ନୁହେଁ। ତେଣୁ ସୋସିଆଲ ମିଡିଆର ନିୟନ୍ତ୍ରଣ ପାଇଁ ଶକ୍ତ ଆଇନର ଆବଶ୍ୟକତା ରହିଛି। ଏଥିପାଇଁ ସଂସଦରେ ବିଧେୟକ ଅଣାଯିବା ସହିତ ଏହାର ନିୟନ୍ତ୍ରଣ ପାଇଁ ପଦକ୍ଷେପ ନିଆଯିବା ଜରୁରୀ ବୋଲି ଜଷ୍ଟିସ ପରଦିୱାଲା କହିଛନ୍ତି। ଅଧା ସତ୍ୟ ଓ ସୂଚନା ରଖୁଥିବା ଲୋକେ ଏବେ ସୋସିଆଲ ମିଡିଆରେ ଛାଇ ହୋଇଯାଇଛନ୍ତି।

ଆହୁରି ପଢ଼ନ୍ତୁ: ମିଆମି ଏୟାରପୋର୍ଟରେ ଆମାଜନ କାର୍ଗୋ ବିମାନ ଦୁର୍ଘଟଣାଗ୍ରସ୍ତ: ୫ ମୃତ, ୫ ଆହତ

ଯେଉଁମାନଙ୍କୁ ଆଇନର ତରିକା , ସାକ୍ଷ ପ୍ରମାଣ, ବିଚାର ପ୍ରକ୍ରିୟା ଓ ସୀମା ସମ୍ପର୍କରେ ଜଣା ନାହିଁ ସେଭଳି ଲୋକ ମତାମତ ଦେଉଛନ୍ତି। କିନ୍ତୁ କୌଣସି ଘଟଣାରେ ଏଭଳି ଟ୍ରାଏଲ ନ୍ୟାୟାଳୟ ଦ୍ୱାରା ହିଁ ହେବା ଦରକାର। ଡିଜିଟାଲ ମିଡିଆରେ କରାଯାଉଥିବା ଟ୍ରାଏଲ ନ୍ୟାୟପାଳିକାଙ୍କ ଉପରେ ଅନୁଚିତ ହସ୍ତକ୍ଷେପ। ସେହିପରି ବିଚାରପତିଙ୍କ ଉପରେ ବ୍ୟକ୍ତିଗତ ଆକ୍ରୋଶ କିମ୍ବା ମତାମତକୁ ମଧ୍ୟ ବରଦାସ୍ତ କରାଯିବ ନାହିଁ ବୋଲି ମଧ୍ୟ ଜଷ୍ଟିସ ପରଦିୱାଲା ସତର୍କ କରାଇ ଦେଇଛନ୍ତି।

ଆହୁରି ପଢ଼ନ୍ତୁ: କେନ୍ଦ୍ର ସରକାରଙ୍କୁ ସୋନମ ୱାଙ୍ଗଚୁକଙ୍କ ଅଲ୍ଟିମେଟମ୍: 'ଲଦାଖ ବିଲ୍' ପାଇଁ ଦେଲେ ଏକ ବର୍ଷର ମହଲତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର