ଉଦୟପୁର ହତ୍ୟାକାଣ୍ଡରେ 26/11 ଲିଙ୍କ, ହତ୍ୟା ପାଇଁ ସ୍ୱତନ୍ତ୍ର ନମ୍ବରପ୍ଲେଟର ବାଇକ୍ ବ୍ୟବହାର

The Sakala Picture
Published On

ଜୟପୁର : ରାଜସ୍ଥାନ ଉଦୟପୁରରେ ହିନ୍ଦୁ ଟେଲର କହ୍ନେୟାଲାଲଙ୍କ ହତ୍ୟା ଘଟଣାରେ ଆଉ ଏକ ନୂଆ ଖୁଲାସା ହୋଇଛି। ହାତ୍ଯାକାରୀ ମାନେ ବ୍ଯବହାର କରିଥିବା ଗାଡି ନମ୍ବର ୨୬୧୧  ରହିଛି। ଏହି ସଂଖ୍ୟା ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ତାରିଖ ସହିତ ସାମାନ ରହିଛି। ଏବେ ତଦନ୍ତକାରୀ ଟିମ୍ ଏହି ନମ୍ବର ପ୍ଲେଟ ବିଶିଷ୍ଟ ବାଇକ ପଛର ରାଜ ଜାଣିବା ପାଇଁ ଲାଗି ପଡ଼ିଛନ୍ତି । ଉଦୟପୁର ଟେଲର କହ୍ନେୟାଲାଲର ହତ୍ୟାଘଟଣାର ଯାଞ୍ଚରେ ଏବେ ପୁରା ଏନଆଇଏ ଟିମ୍ […]

ଜୟପୁର : ରାଜସ୍ଥାନ ଉଦୟପୁରରେ ହିନ୍ଦୁ ଟେଲର କହ୍ନେୟାଲାଲଙ୍କ ହତ୍ୟା ଘଟଣାରେ ଆଉ ଏକ ନୂଆ ଖୁଲାସା ହୋଇଛି। ହାତ୍ଯାକାରୀ ମାନେ ବ୍ଯବହାର କରିଥିବା ଗାଡି ନମ୍ବର ୨୬୧୧  ରହିଛି। ଏହି ସଂଖ୍ୟା ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ତାରିଖ ସହିତ ସାମାନ ରହିଛି। ଏବେ ତଦନ୍ତକାରୀ ଟିମ୍ ଏହି ନମ୍ବର ପ୍ଲେଟ ବିଶିଷ୍ଟ ବାଇକ ପଛର ରାଜ ଜାଣିବା ପାଇଁ ଲାଗି ପଡ଼ିଛନ୍ତି ।

ଆହୁରି ପଢ଼ନ୍ତୁ: ମଧ୍ୟପ୍ରାଚ୍ୟରେ ଘନଉଛି ଯୁଦ୍ଧ ଆଶଙ୍କା: ଆମେରିକାର ଅତ୍ୟାଧୁନିକ ଏମକ୍ୟୁ-୯ ରିପର୍ ଡ୍ରୋନ୍‌କୁ ଖସାଇଲା ଇରାନ

ଉଦୟପୁର ଟେଲର କହ୍ନେୟାଲାଲର ହତ୍ୟାଘଟଣାର ଯାଞ୍ଚରେ ଏବେ ପୁରା ଏନଆଇଏ ଟିମ୍ ନିୟୋଜିତ । NIA ଅନୁଯାୟୀ ଏହି ଘଟଣାରେ ଆତଙ୍କବାଦୀ ସଂଗଠନର କିଛି ବ୍ୟକ୍ତି ମଧ୍ୟ ସାମିଲ ଥାଇପାରନ୍ତି । ଯେଉଁଥିରେ ପାକିସ୍ଥାନର ଲିଙ୍କ୍ ମଧ୍ୟ ଜଡିତ ରହିଛି ।

ଆହୁରି ପଢ଼ନ୍ତୁ: କେନ୍ଦ୍ର ସରକାରଙ୍କ କଡ଼ା ନିର୍ଦ୍ଦେଶ: ଟିଭି ବିତର୍କରେ ଅଶାଳୀନ ମନ୍ତବ୍ୟ ଦେଲେ ତୁରନ୍ତ କାଟନ୍ତୁ ଲାଇଭ୍ ଫିଡ୍

ସୂଚନା ମିଳିଛି ଯେ, ଏକ ସ୍ପେଶାଲ ନମ୍ବର ୨୬୧୧ ଯୁକ୍ତ ବାଇକ ପାଇଁ ହତ୍ୟାକାରୀ ମାନେ ଆରଟିଆଇକୁ ୫୦୦୦ଟଙ୍କା ଡ୍ରାଫ୍ଟ ଜମା କରିଥିଲା । ଏବଂ ଏହି ନମ୍ବର ମୁମ୍ବାଇର ଏକ ଭୟଙ୍କର ଆତଙ୍କ ଘଟଣା ଘଟିଥିବା ଦିନର ତାରିଖ ଅଟେ । ସେଥିପାଇଁ ଏହା ପଛର କାରଣ ପାଇଁ ତଦନ୍ତ ଆରମ୍ଭ ହୋଇଯାଇଛି ।

ଆହୁରି ପଢ଼ନ୍ତୁ: ନିର୍ବାଚନ ଆୟୋଗରେ ବଡ଼ ବିବାଦ: RTI ରିପୋର୍ଟରୁ ଖୁଲାସା ହେଲା ବରିଷ୍ଠ ଅଧିକାରୀଙ୍କ ଏକପାଖିଆ ନିଷ୍ପତ୍ତି

ଯେଉଁପରି ବିଭତ୍ସଭାବରେ ହତ୍ୟାକାରୀମାନେ କହ୍ନେୟାଲାଲଙ୍କ ହତ୍ୟା କରିଥିଲେ , ତାହା ସାଧାରଣ ହତ୍ୟାଘଟଣା ନୁହେଁ । ୨ ହତ୍ୟାକାରୀ ନୁପୂର ଶର୍ମାଙ୍କ ବୟାନ ପରେ ହିଁ ପାକିସ୍ଥାନ ଲୋକଙ୍କ ସମ୍ପର୍କରେ ଥିଲେ । ଦୁହେଁ ପାକିସ୍ଥାନର ୮ରୁ ୧୦ଟି ମୋବାଇଲ ନମ୍ବର ଯୋଗେ ଲଗାତାର ସମ୍ପର୍କରେ ରହୁଥିଲେ । ଏପରି ଆତଙ୍କୀକାର୍ଯ୍ଯ କରିବା ପାଇଁ ସେମାନଙ୍କୁ ସେଠାରୁ ହିଁ ନିର୍ଦ୍ଦେଶ ମିଳିଥିଲା । କହ୍ନେୟାଲାଲଙ୍କ ପରେ ଏହି ୨ ହତ୍ୟାକାରୀ ଉଦୟପୁରର ଆଉ ଏକ ବ୍ୟବସାୟୀଙ୍କୁ ହତ୍ୟା କରିଥାନ୍ତେ । ହତ୍ୟା ପଛର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଆତଙ୍କୀ ବାତାବରଣ ସୃଷ୍ଟି କରିବା । ଏହା ପୂର୍ବରୁ ହିଁ ସେମାନେ ନିର୍ଣ୍ଣୟ ନେଇଥିଲେ କି କହ୍ନେୟାଲାଲକୁ ଗୁଳି ନ ମାରି  ଗଳ କାଟି ହତ୍ୟା କରିବେ ଏବଂ ଏହାର ଭିଡିଓ ବନାଇବେ। ଯାହାକୁ ଦେଖିଲେ ସାଧାରଣ ଲୋକଙ୍କ ଛାତି ଥରି ଉଠିବ ଏବଂ ସାରା ଦେଶରେ ଆତଙ୍କର ଛାୟା ବନିରହିବ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର